School Closed: ଏପ୍ରିଲ ୫ ତାରିଖରୁ ଆସନ୍ତା ଦୁଇ ସପ୍ତାହ ପାଇଁ ଜମ୍ମୁ କାଶ୍ମୀରରେ ନବମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ବନ୍ଦ କରିବାକୁ ପ୍ରଶାସନ ଘୋଷଣା କରିଛି ।
Trending Photos
ନୂଆଦିଲ୍ଲୀ: School Closed: ଦେଶରେ ଦ୍ରୁତ ଗତିରେ କୋରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି । ଯାହା ପରେ କୋରୋନା ସଂକ୍ରମଣ (Coronavirus Infection) କୁ ନିୟନ୍ତ୍ରଣ କରିବା ପାଇଁ ସମସ୍ତ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି । ଏହି ମହାମାରୀକୁ କିପରି ନିୟନ୍ତ୍ରଣ କରାଯାଇପାରିବ ସେଥିପାଇଁ ସତର୍କତାମୂଳକ ଭାବରେ ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି । ଏହା ଅନ୍ତର୍ଗତ ପିଲାମାନଙ୍କୁ କୋରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ବିଦ୍ୟାଳୟ ବନ୍ଦ ରଖିବାକୁ ବିଭିନ୍ନ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସ୍କୁଲକୁ ନେଇ ରାଜ୍ୟରେ ପ୍ରଶାସନ ପକ୍ଷରୁ ବିଭିନ୍ନ ନିର୍ଦ୍ଦେଶ ଦିଆଯାଇଛି ।
ଅଧିକ ପଢ଼ନ୍ତୁ:-ଦେଶରେ କୋରୋନାର ତାଣ୍ଡବ, ଗତ ୨୪ ଘଣ୍ଟାରେ ୧ ଲକ୍ଷ ୧୫ ହଜାରରୁ ଉର୍ଦ୍ଧ୍ୱ ମାମଲା ସହ ଭାଙ୍ଗିଲା ସମସ୍ତ ରେକର୍ଡ
ଜମ୍ମୁ କାଶ୍ମୀର: - ଏପ୍ରିଲ ୫ ତାରିଖରୁ ଆସନ୍ତା ଦୁଇ ସପ୍ତାହ ପାଇଁ ଜମ୍ମୁ କାଶ୍ମୀରରେ ନବମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ବନ୍ଦ (School Closed) କରିବାକୁ ପ୍ରଶାସନ ଘୋଷଣା କରିଛି ।
ଉତ୍ତରପ୍ରଦେଶ: - ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏପ୍ରିଲ ୧୧ ଯାଏ ବିଦ୍ୟାଳୟ ବନ୍ଦ କରିଦିଆଯାଇଛି ।
ମହାରାଷ୍ଟ୍ର:- ମହାରାଷ୍ଟ୍ରରେ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ଏବଂ ମହାରାଷ୍ଟ୍ର ଲୋକସେବା ଆୟୋଗ ପରୀକ୍ଷା ପାଇଁ ପ୍ରସ୍ତୁତ କରୁଥିବା ପ୍ରାର୍ଥୀଙ୍କୁ ନିୟମିତ ଏକାଡେମିକ୍ କାର୍ଯ୍ୟକଳାପ କରିବାକୁ ଅନୁମତି ଦିଆଯାଇଛି ।
ପଞ୍ଜାବ: - ପଞ୍ଜାବ ସରକାର ଏପ୍ରିଲ ୧୦ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ଘୋଷଣା କରିଛନ୍ତି ।
ଗୁଜୁରାଟ:- ନବମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦିଆଯାଇଛି ।
ଅଧିକ ପଢ଼ନ୍ତୁ:-ରେଲୱେ ପୁଣି ଦେଲା ଗୁଡ୍ ନ୍ୟୁଜ୍! ଆରମ୍ଭ ହେବାକୁ ଯାଉଛି ଆହୁରି ଅନେକ ସ୍ୱତନ୍ତ୍ର ଟ୍ରେନ୍
ବିହାର:- ଏପ୍ରିଲ ୧୧ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ ।
ମଧ୍ୟପ୍ରଦେଶ:- ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏପ୍ରିଲ ୧୫ ପର୍ଯ୍ୟନ୍ତ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ତାମିଲନାଡୁ:- ଏଠାରେ ନବମ, ଦଶମ ଏବଂ ଏକାଦଶ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକ ମାର୍ଚ୍ଚ ୨ରୁ ବର୍ତ୍ତମାନ ଯାଏ ବନ୍ଦ ରହିଛି ।
ଅଧିକ ପଢ଼ନ୍ତୁ:-ନାଇଟ୍ ଡ୍ୟୁଟି କରୁଥିବା କର୍ମଚାରୀଙ୍କ ପାଇଁ ଖୁସି ଖବର, ଭତ୍ତା ନିୟମରେ ହେଲା ବଡ଼ ପରିବର୍ତ୍ତନ!
ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଦିଲ୍ଲୀରେ ସ୍କୁଲ ବନ୍ଦ
କୋଭିଡ-19ର ନୂତନ ମାମଲା ବୃଦ୍ଧି ହେତୁ ଦେଶର ରାଜଧାନୀ ଦିଲ୍ଲୀରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଦିଲ୍ଲୀର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ନବମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ କେବଳ ପିତାମାତାଙ୍କ ଅନୁମତି ପରେ ସ୍କୁଲକୁ ଆସିପାରିବେ । ଏଥି ସହ ଅଭିଭାବକ ସଂଘ ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତିକୁ ପ୍ରଶଂସା କରିଛି ।
ହିମାଚଳ ପ୍ରଦେଶରେ ଏପ୍ରିଲ ୧୫ ପର୍ଯ୍ୟନ୍ତ ସ୍କୁଲ-କଲେଜ ବନ୍ଦ
କୋରୋନାର ଦ୍ୱିତୀୟ ଲହରୀରୁ ସଂକ୍ରମିତଙ୍କ ସଂଖ୍ୟାକୁ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ହିମାଚଳ ପ୍ରଦେଶର ସ୍କୁଲ ଓ ଅନ୍ୟ ସମସ୍ତ ଶିକ୍ଷାନୁଷ୍ଠାନ ଏପ୍ରିଲ୍ ୧୫ ଯାଏ ବନ୍ଦ କରିଦିଆଯାଇଛି । ଗୁରୁବାର କୁଲୁ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଏହା କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୂର୍ବରୁ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିଥିଲା, କିନ୍ତୁ ବର୍ତ୍ତମାନ କୋରୋନା ମାମଲାରେ ବୃଦ୍ଧି ହେତୁ ସ୍କୁଲ, କଲେଜ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ରାଜ୍ୟରେ ପର୍ଯ୍ୟଟକଙ୍କ ଗତିବିଧି ଉପରେ କୌଣସି ପ୍ରତିବନ୍ଧକ ନାହିଁ ।
ଛତିଶଗଡରେ ମଧ୍ୟ ସ୍କୁଲ-କଲେଜ ବନ୍ଦ
ଛତିଶଗଡ ସରକାର କୋରୋନା ବିରୋଧରେ କଠୋର ପଦକ୍ଷେପ ନେଉଥିବାର ନଜରକୁ ଆସୁଛି । ଏପ୍ରିଲ ୬ରୁ ୧୪ ପର୍ଯ୍ୟନ୍ତ ଦୁର୍ଗ ଜିଲ୍ଲାରେ ସମ୍ପୂର୍ଣ୍ଣ ତାଲା ପକାଇବାକୁ ନିଷ୍ପତ୍ତି ନିଆଯାଇଛି । ରାଜଧାନୀ ରାୟପୁରରେ ଧାରା ୧୪୪ ଲାଗୁ କରାଯାଇଛି । ଏହା ବ୍ୟତୀତ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକୁ ବନ୍ଦ କରିବାକୁ ଘୋଷଣା କରାଯାଇଛି ।
ଏହି ସମସ୍ତ ରାଜ୍ୟ ବ୍ୟତୀତ ରାଜସ୍ଥାନ, ହରିୟାଣା, ଚଣ୍ଡିଗଡ଼, ଗୋଆ, ଉତ୍ତରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ଝାଡଖଣ୍ଡରେ ମଧ୍ୟ ସ୍କୁଲ ବନ୍ଦ କରିଦିଆଯାଇଛି ।