ଏହି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପାଇଁ କିଣାଯାଉଛି ୧୨୫ କୋଟିର ନୂଆ ବିମାନ
Advertisement

ଏହି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପାଇଁ କିଣାଯାଉଛି ୧୨୫ କୋଟିର ନୂଆ ବିମାନ

ପୁରୁଣା ବିମାନର ମୂଲ୍ୟ ପ୍ରାୟ ୬୫ କୋଟି ଥିଲା । ବର୍ତ୍ତମାନ କିଣାଯାଉଥିବା ବିମାନର ମୂଲ୍ୟ ପ୍ରାୟ ଦୁଇଗୁଣ ଅର୍ଥାତ୍ ପ୍ରାୟ ୧୨୫ କୋଟି ଟଙ୍କା ହେବ । ଏହି ବିମାନଟି ଅତ୍ୟାଧୁନିକ ସୁବିଧା ସହିତ ସଜ୍ଜିତ ହେବ । ଦଶ ବର୍ଷ ଚାଲିବା ପାଇଁ ପୂର୍ବ ବିମାନଟି କିଣାଯାଇଥିଲା । ଯଦିଓ ଏହା କିଣିବାର ଗୋଟିଏ ବର୍ଷ ମଧ୍ୟରେ ନଷ୍ଟ ହୋଇଯାଇଥିଲା, କିନ୍ତୁ ବୀମାଭୁକ୍ତ ହୋଇନଥିବାରୁ ଆର୍ଥିକ କ୍ଷତି ସହିବାକୁ ପଡ଼ିଛି । 

ଏହି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପାଇଁ କିଣାଯାଉଛି ୧୨୫ କୋଟିର ନୂଆ ବିମାନ

ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ (Madhya Pradesh CM Shivraj Singh Chouhan) ଙ୍କ ପାଇଁ ସରକାର ଏକ ନୂଆ ବିମାନ (Aircraft) କିଣିବାକୁ ଯାଉଛନ୍ତି । ତାଙ୍କର ପୁରୁଣା ବିମାନ କିଛି ଦିନ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଅଧିକାରୀମାନେ ପୁରୁଣା ବିମାନର ବୀମା କରିବାକୁ ଭୁଲି ଯାଇଥିଲେ, ତେଣୁ ଠିକ୍ କରିବା ମହଙ୍ଗା ପଡୁଛି । ଏଭଳି ପରିସ୍ଥିତିରେ ସିଏମଙ୍କ ଗସ୍ତ ପାଇଁ ଏକ ନୂତନ ବିମାନ କିଣିବାକୁ ନିଷ୍ପତ୍ତି ନିଆଯାଇଛି ।

ପୁରୁଣା ବିମାନର ମୂଲ୍ୟ ପ୍ରାୟ ୬୫ କୋଟି ଥିଲା । ବର୍ତ୍ତମାନ କିଣାଯାଉଥିବା ବିମାନର ମୂଲ୍ୟ ପ୍ରାୟ ଦୁଇଗୁଣ ଅର୍ଥାତ୍ ପ୍ରାୟ ୧୨୫ କୋଟି ଟଙ୍କା ହେବ । ଏହି ବିମାନଟି ଅତ୍ୟାଧୁନିକ ସୁବିଧା ସହିତ ସଜ୍ଜିତ ହେବ । ଦଶ ବର୍ଷ ଚାଲିବା ପାଇଁ ପୂର୍ବ ବିମାନଟି କିଣାଯାଇଥିଲା । ଯଦିଓ ଏହା କିଣିବାର ଗୋଟିଏ ବର୍ଷ ମଧ୍ୟରେ ନଷ୍ଟ ହୋଇଯାଇଥିଲା, କିନ୍ତୁ ବୀମାଭୁକ୍ତ ହୋଇନଥିବାରୁ ଆର୍ଥିକ କ୍ଷତି ସହିବାକୁ ପଡ଼ିଛି । ଆଗାମୀ କିଛି ମାସ ପରେ ଅନେକ ରାଜ୍ୟରେ ବିଧାନସଭାର ଗୋଟିଏ ପରେ ଗୋଟିଏ ନିର୍ବାଚନ ଅନୁଷ୍ଠିତ ହେବ । ଏହା ପରେ ୨୦୨୩ରେ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ । ଏହି କାରଣରୁ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏକ ନୂତନ ବିମାନ କିଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି ।

ସୂଚନାଯୋଗ୍ୟ, ଗତ ବର୍ଷ ଦୁର୍ଘଟଣାଗ୍ରସ୍ତ ବିମାନରୁ ରେମଡେସିଭିର ଇଞ୍ଜେକ୍ସନ ଅଣାଯାଉଥିଲା, କିନ୍ତୁ ଏହା ଗାୱାଲିଅର ନିକଟରେ ଖସିପଡିଥିଲା । ଏହାଦ୍ୱାରା ବିମାନର ଅବସ୍ଥା ବହୁତ ଖରାପ ହୋଇଯାଇଥିଲା । ସୌଭାଗ୍ୟବଶତଃ ଉଭୟ ପାଇଲଟ ଓ ବିମାନରେ ଥିବା ଅନ୍ୟ ୮ ଜଣ ସାମାନ୍ୟ ଆହତ ହୋଇଥିଲେ । ଏହି ବିମାନ ଦୁର୍ଘଟଣାରେ ପ୍ରାୟ ୪୬ କୋଟି ଟଙ୍କା କ୍ଷତି ଘଟିଛି । ଅଧିକାରୀଙ୍କ ଅବହେଳା ଯୋଗୁଁ ବିମାନଟି ବୀମାଭୁକ୍ତ ହୋଇପାରି ନଥିଲା, ଯେଉଁଥିପାଇଁ ବିମାନର କ୍ଷୟକ୍ଷତି ପୂରଣ ହୋଇପାରିବ ନାହିଁ ।

ଏହା ବି ପଢ଼ନ୍ତୁ:-'ମୋଦିଙ୍କୁ ଚିଠି ଲେଖି ଲେଖି ୨୦୧୬ରୁ ଚେତାବନୀ ଦେଇଆସୁଛି, ଶେଷରେ ତାହା ହିଁ ଘଟିଲା'

ଏହା ବି ପଢ଼ନ୍ତୁ:-ପାକିସ୍ତାନକୁ ଚୀନର ୨୦ରୁ ଊର୍ଦ୍ଧ୍ୱ କମ୍ପାନୀର ଖୋଲା ଧମକ, ତିନି ହଜାର କୋଟି ନଦେଲେ...

ଏହା ବି ପଢ଼ନ୍ତୁ:-'ଜାପାନର ଅସ୍ତିତ୍ୱ ଶେଷ ହୋଇଯିବ', ଜାଣନ୍ତୁ କାହିଁକି ଏମିତି ଟ୍ୱିଟ୍ କଲେ ଏଲୋନ୍ ମସ୍କ

 

କୁହାଯାଉଛି ଯେ, ଚଳିତ ମାସର ୨୬ ତାରିଖରେ ଟେଣ୍ଡର ଭରା ଯିବ । ତିନୋଟି କମ୍ପାନୀ ସହିତ ଆଲୋଚନା ଚାଲିଛି । ସେଥିମଧ୍ୟରୁ ଏକ ଆମେରିକୀୟ କମ୍ପାନୀ ଟେକ୍ସଟ୍ରନ୍, ଫ୍ରାନ୍ସର ଉସାଲ୍ଟ ଏବଂ କାନାଡାର ବମ୍ବେଡିଅର୍ ଅଛି । ଖୁବ୍ ଶୀଘ୍ର ଏହି ମଧ୍ୟରୁ ଗୋଟିଏ ସହିତ ଚୁକ୍ତି ସ୍ଥିର ହେବ ଓ ବିମାନଟି ମଧ୍ୟ ପ୍ରଦେଶ ସରକାରଙ୍କୁ ଦିଆଯିବ । ଏହା ପରେ ସିଏମ ଶିବରାଜ ସିଂ ଚୌହାନ ତାଙ୍କ ନୂତନ ବିମାନରେ ଯାତ୍ରା କରିପାରିବେ । ନୂତନ ବିମାନର ରକ୍ଷଣାବେକ୍ଷଣ ପାଇଁ ପାଇଲଟ ଓ ଇଞ୍ଜିନିୟରମାନଙ୍କୁ ତାଲିମ ଦେବା ପାଇଁ ପ୍ରାୟ ୪ କୋଟି ଟଙ୍କା ଖର୍ଚ୍ଚ ହେବ ।