ପାକିସ୍ତାନକୁ ଚୀନର ୨୦ରୁ ଊର୍ଦ୍ଧ୍ୱ କମ୍ପାନୀର ଖୋଲା ଧମକ, ତିନି ହଜାର କୋଟି ନଦେଲେ...
Advertisement

ପାକିସ୍ତାନକୁ ଚୀନର ୨୦ରୁ ଊର୍ଦ୍ଧ୍ୱ କମ୍ପାନୀର ଖୋଲା ଧମକ, ତିନି ହଜାର କୋଟି ନଦେଲେ...

ଚାଇନିଜ୍ କମ୍ପାନୀଗୁଡିକ ଅଭିଯୋଗ କରିଛନ୍ତି ଯେ, ଇନ୍ଧନ ମୂଲ୍ୟ ବିଶେଷକରି କୋଇଲା ମୂଲ୍ୟ ତିନିରୁ ଚାରି ଗୁଣ ବୃଦ୍ଧି ପାଇଛି, ଅର୍ଥାତ୍ ଇନ୍ଧନର ବ୍ୟବସ୍ଥା ପାଇଁ ସେମାନଙ୍କୁ ଅତି କମରେ ତିନିରୁ ଚାରି ଗୁଣ ଅଧିକ ଅର୍ଥ ପ୍ରଦାନ କରାଯିବା ଉଚିତ୍ । କୋଇଲା ଉତ୍ପାଦନକାରୀଙ୍କ ମଧ୍ୟରୁ ଜଣେ କହିଛନ୍ତି ଯେ, କୋଇଲା କମ ଷ୍ଟକ୍ ହେତୁ ଏହା ଅଧା କ୍ଷମତାରେ କାର୍ଯ୍ୟ କରୁଛି, କିନ୍ତୁ ବିଦ୍ୟୁତ୍ ଉତ୍ପାଦନ ବୃଦ୍ଧି ପାଇଁ କର୍ତ୍ତୃପକ୍ଷଙ୍କ ଚାପ ଯୋଗୁଁ କିଛି ଦିନ ମଧ୍ୟରେ ଇନ୍ଧନ ଷ୍ଟକ୍ ଶେଷ ହୋଇପାରେ ।

ପାକିସ୍ତାନକୁ ଚୀନର ୨୦ରୁ ଊର୍ଦ୍ଧ୍ୱ କମ୍ପାନୀର ଖୋଲା ଧମକ, ତିନି ହଜାର କୋଟି ନଦେଲେ...

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ (Pakistan) କୁ ତାର ଘନିଷ୍ଠ ବନ୍ଧୁ ଚୀନ (China) ତରଫରୁ ଏକ ବଡ଼ ଝଟକା ମିଳିବାକୁ ଯାଉଛି । ବାସ୍ତବରେ ଚୀନ କମ୍ପାନୀଗୁଡିକ (Chinese Companies) ଖୋଲାଖୋଲି ଭାବେ ପାକିସ୍ତାନ ସରକାର (Pakistan Government) ଙ୍କୁ ଧମକ ଦେଇଛନ୍ତି । ସେମାନେ କହିଛନ୍ତି ଯେ, ଯଦି ସେମାନଙ୍କୁ ୩ ହଜାର କୋଟି ଟଙ୍କା ମିଳେ ତେବେ ସେମାନେ ପାକିସ୍ତାନର ବିଦ୍ୟୁତ ଯୋଗାଣ ବନ୍ଦ କରିଦେବେ ।

ପାକିସ୍ତାନରେ କାର୍ଯ୍ୟ କରୁଥିବା ୨୦ରୁ ଅଧିକ ଚାଇନିଜ୍ କମ୍ପାନୀ ସୋମବାର କହିଛନ୍ତି ଯେ, ସେମାନେ ଏହି ମାସରେ ବିଦ୍ୟୁତ୍ ଉତ୍ପାଦନ ବନ୍ଦ କରିବାକୁ ବାଧ୍ୟ ହେବେ । ପାକିସ୍ତାନକୁ ଏହି ଚାଇନିଜ୍ କମ୍ପାନୀଗୁଡିକକୁ ୩ ହଜାର କୋଟିରୁ ଅଧିକ ଟଙ୍କା ପୈଠ କରିବାର ଅଛି । ସେମାନେ କହିଛନ୍ତି ଯେ, ଯେ ପର୍ଯ୍ୟନ୍ତ ସେମାନଙ୍କ ଅଗ୍ରିମ ଭାବେ ଟଙ୍କା ପୈଠ ନ କରାଯାଉଛି ସେ ପର୍ଯ୍ୟନ୍ତ ସେମାନେ ବିଦ୍ୟୁତ୍ ଉତ୍ପାଦନ ବନ୍ଦ ରଖିବେ ।

ଚାଇନାର ୩୦ଟି କମ୍ପାନୀ ମଲ୍ଟି ବିଲିୟନ ଡଲାରର ଚୀନ୍-ପାକିସ୍ଥାନ ଅର୍ଥନୈତିକ କରିଡର (China-Pakistan Economic Corridor:CPEC) ଅଧୀନରେ କାର୍ଯ୍ୟ କରନ୍ତି । ଏହା ସହିତ ସେମାନଙ୍କର ପାକିସ୍ତାନର ଶକ୍ତି, ସଞ୍ଚାର, ରେଲୱେ ସମେତ ଅନ୍ୟାନ୍ୟ କ୍ଷେତ୍ରରେ ଦବଦବା ରହିଛି  । ସୋମବାର ଚୀନର କମ୍ପାନୀଗୁଡ଼ିକ ସହ ପାକିସ୍ତାନର ଯୋଜନା ତଥା ବିକାଶ ମନ୍ତ୍ରୀ ଅହସାନ ଇକବାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ବିଷୟ ଉଠିଥିଲା । କିନ୍ତୁ ପାକିସ୍ତାନ ପାଖରେ କୌଣସି ଜବାବ ନ ଥିଲା । ପାକିସ୍ତାନୀ ଖବରକାଗଜ ଡନ୍ ଅନୁଯାୟୀ, ଚୀନ ଅଧିକାରୀମାନେ ଏହି ବୈଠକରେ ପାକିସ୍ତାନୀ ମନ୍ତ୍ରୀଙ୍କ ନିକଟରେ ଜଟିଳ ଭିସା ପ୍ରକ୍ରିୟା, ଟିକସ ଇତ୍ୟାଦି ସମ୍ବନ୍ଧୀୟ ଅନେକ ଅଭିଯୋଗ ରଖିଥିଲେ ।

ଚୀନର ସ୍ୱତନ୍ତ୍ର ଶକ୍ତି ଉତ୍ପାଦକ (IPPs) ର ପ୍ରାୟ ୨୫ ପ୍ରତିନିଧୀ ଗୋଟିଏ ପରେ ଗୋଟିଏ ପାକ୍ ମନ୍ତ୍ରୀଙ୍କ ସହ କଥା ହୋଇଥିଲେ । ଏହି ସମୟରେ ସେମାନେ ନିଜ ଦେୟ ପରିଶୋଧ ନକରିବାକୁ ନେଇ ଅଭିଯୋଗ କରିଥିଲେ ଓ ଶୀଘ୍ର ଟଙ୍କା ନଦେଲେ କିଛି ଦିନ ମଧ୍ୟରେ ସେମାନେ ବିଦ୍ୟୁତ୍ ଉତ୍ପାଦନ ବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି । ପାକିସ୍ତାନର ଅଧିକାରୀ ଚୀନର କମ୍ପାନୀଗୁଡ଼ିକ ଉପରେ ଗରମରେ ଅତ୍ୟଧିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉତ୍ପାଦନକୁ ସର୍ବାଧିକ କରିବାକୁ ଚାପ ପକାଉଥିଲେ । ଏଥିପାଇଁ ଚୀନ୍ କମ୍ପାନୀଗୁଡିକ କହିଛନ୍ତି ଯେ, ଅତ୍ୟାଧିକ ଟଙ୍କାକୁ ଦୃଷ୍ଟିରେ ରଖି ଏହା ଆମ ପକ୍ଷେ ଅସମ୍ଭବ ଅଟେ ।

ଏହା ବି ପଢ଼ନ୍ତୁ:-'ଜାପାନର ଅସ୍ତିତ୍ୱ ଶେଷ ହୋଇଯିବ', ଜାଣନ୍ତୁ କାହିଁକି ଏମିତି ଟ୍ୱିଟ୍ କଲେ ଏଲୋନ୍ ମସ୍କ

ଏହା ବି ପଢ଼ନ୍ତୁ:-ୟୁକ୍ରେନ ଯୁଦ୍ଧ ମଧ୍ୟରେ ବର୍ତ୍ତମାନ ଚୀନ ସହ ମହାଯୁଦ୍ଧ କରିବାକୁ ପ୍ରସ୍ତୁତ ଜାପାନ!

ଏହା ବି ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ୧୮ ମାସର DA ବକେୟାକୁ ନେଇ ଆସିଲା ସବୁଠୁ ବଡ଼ ଅପଡେଟ୍, ଜାଣନ୍ତୁ କେତେ ମିଳିବ ଟଙ୍କା