ଘରେ ବସି ଏପରି ଅପଡେଟ୍ କରନ୍ତୁ ନିଜର ଭୋଟର ID କାର୍ଡର ନୂତନ ଠିକଣା, ଜାଣନ୍ତୁ ସବୁଠାରୁ ସହଜ ପ୍ରକ୍ରିୟା
Advertisement
Article Detail0/zeeodisha/odisha1034079

ଘରେ ବସି ଏପରି ଅପଡେଟ୍ କରନ୍ତୁ ନିଜର ଭୋଟର ID କାର୍ଡର ନୂତନ ଠିକଣା, ଜାଣନ୍ତୁ ସବୁଠାରୁ ସହଜ ପ୍ରକ୍ରିୟା

ଏହି କାର୍ଡ (Voter ID Card) କେବଳ ଭୋଟ୍ ପାଇଁ ବୈଧ ନୁହେଁ, ଅନେକ ସରକାରୀ ଯୋଜନା ପାଇଁ ମଧ୍ୟ ଏହାର ଆବଶ୍ୟକତା ରହିଥାଏ । ଭାରତର ନିର୍ବାଚନ ଆୟୋଗ ଅନୁଯାୟୀ, ଭୋଟ୍ ଦେବାକୁ ଯୋଗ୍ୟ ପ୍ରତ୍ୟେକ ନାଗରିକଙ୍କର ଭୋଟର ପରିଚୟ ପତ୍ର ରହିବା ଆବଶ୍ୟକ ।

ଘରେ ବସି ଏପରି ଅପଡେଟ୍ କରନ୍ତୁ ନିଜର ଭୋଟର ID କାର୍ଡର ନୂତନ ଠିକଣା, ଜାଣନ୍ତୁ ସବୁଠାରୁ ସହଜ ପ୍ରକ୍ରିୟା

ନୂଆଦିଲ୍ଲୀ: ଭୋଟର ପରିଚୟ ପତ୍ର (Voter ID Card) ହେଉଛି ଭାରତୀୟ ନାଗରିକ (Indian Citizens) ଙ୍କୁ ନିର୍ବାଚନ ଆୟୋଗ (Election Commission of India) ଦ୍ୱାରା ଜାରି କରାଯାଇଥିବା ଏକ ପରିଚୟ ପତ୍ର । ଏହା ମଧ୍ୟ ଜଣେ ଭାରତୀୟ ନାଗରିକଙ୍କ ପାଇଁ ଏକ ପରିଚୟ ପ୍ରମାଣ କିମ୍ବା ଠିକଣା ପ୍ରମାଣ ଭାବରେ କାର୍ଯ୍ୟ କରେ । ନିର୍ବାଚନ ସମୟରେ ଭୋଟ୍ ଦେବା ପାଇଁ ଆପଣଙ୍କ ପାଖରେ ଏକ ଭୋଟର ପରିଚୟ ପତ୍ର ଥିବା ଆବଶ୍ୟକ ।

ଏହି କାର୍ଡ (Voter ID Card) କେବଳ ଭୋଟ୍ ପାଇଁ ବୈଧ ନୁହେଁ, ଅନେକ ସରକାରୀ ଯୋଜନା ପାଇଁ ମଧ୍ୟ ଏହାର ଆବଶ୍ୟକତା ରହିଥାଏ । ଭାରତର ନିର୍ବାଚନ ଆୟୋଗ ଅନୁଯାୟୀ, ଭୋଟ୍ ଦେବାକୁ ଯୋଗ୍ୟ ପ୍ରତ୍ୟେକ ନାଗରିକଙ୍କର ଭୋଟର ପରିଚୟ ପତ୍ର ରହିବା ଆବଶ୍ୟକ ।

ଯଦି କୌଣସି କାରଣରୁ ଆପଣ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଯାଉଛନ୍ତି ତେବେ ଆପଣଙ୍କର ଭୋଟର ପରିଚୟ ପତ୍ରରେ ଆପଣଙ୍କର ଠିକଣା ପରିବର୍ତ୍ତନ କରିବାକୁ ଭୁଲନ୍ତୁ ନାହିଁ । ଏହା ସରଳ, ଏବଂ ଏହା କରିବାର ଦୁଇଟି ଉପାୟ ଅଛି - ଅଫଲାଇନ୍ ଏବଂ ଅନଲାଇନ୍ । ଯଦି ଆପଣ ଆପଣଙ୍କର ଠିକଣାକୁ ଅଫଲାଇନରେ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କର ନିର୍ବାଚନମଣ୍ଡଳୀର ନିର୍ବାଚନ ଅଧିକାରୀଙ୍କ ନିକଟରେ ଆପଣଙ୍କର ବର୍ତ୍ତମାନର ଠିକଣା ପ୍ରମାଣ ସହିତ ଆବେଦନ ଫର୍ମ ଦାଖଲ କରନ୍ତୁ ।

ଅନଲାଇନରେ ଭୋଟର ID କାର୍ଡରେ ଠିକଣା ପରିବର୍ତ୍ତନ କରିବାକୁ ଏଠାରେ କିଛି ସରଳ ପ୍ରକ୍ରିୟା ଦିଆଯାଇଛି:

ଷ୍ଟେପ୍ ୧: ଜାତୀୟ ଭୋଟର ସେବା ପୋର୍ଟାଲ୍ www.nvsp.in କୁ ଲଗ୍ଇନ୍ କରନ୍ତୁ ।

ଷ୍ଟେପ୍ ୨: ଯଦି ଆପଣ ଅନ୍ୟ କୌଣସି ନିର୍ବାଚନମଣ୍ଡଳୀକୁ ଯାଇଛନ୍ତି, ତେବେ ଆପଣଙ୍କୁ ନୂତନ ଭୋଟର ପଞ୍ଜୀକରଣ ପାଇଁ 'ଅନଲାଇନ୍ ଫର ରେଜିଷ୍ଟ୍ରେଶନ ଅଫ ନ୍ୟୁ ଭୋଟର /ଟ୍ରାନ୍ସଫର ଫ୍ରୋମ୍ ଏସି ଟୁ ଏସି' ଅନ୍ତର୍ଗତ ଫର୍ମ ୬ ଉପରେ କ୍ଲିକ୍ କରିବାକୁ ପଡିବ ।

ଷ୍ଟେପ୍ ୩: ଯଦି ଆପଣ ସମାନ ନିର୍ବାଚନମଣ୍ଡଳୀ ମଧ୍ୟରେ ଗୋଟିଏ ବାସଭବନରୁ ଅନ୍ୟ ଏକ ନିବାସ ସ୍ଥାନକୁ ଯାଇଛନ୍ତି, ତେବେ ଫର୍ମ 8A ଉପରେ କ୍ଲିକ୍ କରନ୍ତୁ ।

ଷ୍ଟେପ୍ ୪: ଏଠାରେ ଆପଣଙ୍କର ନାମ, ଜନ୍ମ ତାରିଖ, ରାଜ୍ୟ, ନିର୍ବାଚନମଣ୍ଡଳୀ, ସାମ୍ପ୍ରତିକ ସ୍ଥାୟୀ ଠିକଣା ସହିତ ସମସ୍ତ ଆବଶ୍ୟକୀୟ ବିବରଣୀ ପୂରଣ କରନ୍ତୁ ।

ଷ୍ଟେପ୍ ୫: ଇମେଲ୍ ଠିକଣା ଓ ମୋବାଇଲ୍ ନମ୍ବର ପରି କିଛି ବିବରଣୀ ଇଚ୍ଛାଧୀନ ଅଟେ । ସେଗୁଡ଼ିକୁ ମଧ୍ୟ ପୁରଣ କରନ୍ତୁ ।

ଷ୍ଟେପ୍ ୬: ଫଟୋଗ୍ରାଫ୍, ଠିକଣା ପ୍ରୁଫ୍ ଏବଂ ବୟସ ପ୍ରୁଫ୍ ସହିତ ସମସ୍ତ ସହାୟକ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ ।

ଷ୍ଟେପ୍ ୭: ସମସ୍ତ ଅପଲୋଡ୍ ହୋଇଥିବା ଡକ୍ୟୁମେଣ୍ଟ୍ ସହିତ ଅନଲାଇନ୍ ଫର୍ମ ଦାଖଲ କରନ୍ତୁ । 

ଷ୍ଟେପ୍ ୮: ବର୍ତ୍ତମାନ ଡିକ୍ଲେରେଶନ ବିକଳ୍ପ ପୂରଣ କରନ୍ତୁ ଓ କ୍ୟାପଚା ପ୍ରବେଶ କରନ୍ତୁ ।

ଷ୍ଟେପ୍ ୯: ସମସ୍ତ ବିବରଣୀ ଯାଞ୍ଚ କରନ୍ତୁ ।

ଷ୍ଟେପ୍ ୧୦: ବର୍ତ୍ତମାନ ସବମିଟ୍ ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ ।

ଏହା ବି ପଢ଼ନ୍ତୁ:-କୋରୋନାକୁ ନେଇ ଚେତାବନୀ ଜାରି କଲା WHO, କହିଲା- ମାର୍ଚ୍ଚ ସୁଦ୍ଧା ୭ ଲକ୍ଷ ଲୋକଙ୍କ ହୋଇପାରେ ମୃତ୍ୟୁ

ଏହା ବି ପଢ଼ନ୍ତୁ:-ଆଜିଠାରୁ ରାଜ୍ୟରେ ଜୁନିୟର ହକି ବିଶ୍ୱକପ୍, ରାତି ୮ଟାରେ ଭାରତ-ଫ୍ରାନ୍ସ ମଧ୍ୟରେ ମୁକାବିଲା

ଏହା ବି ପଢ଼ନ୍ତୁ:-ପୁଣି ବଢ଼ିଲା କୋରୋନା ମାମଲା, ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ

ଏହା ବି ପଢ଼ନ୍ତୁ:-ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ, ଜାଣନ୍ତୁ ଆପଣଙ୍କ ସହରରେ ଶସ୍ତା ନା ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ

ଏହା ବି ପଢ଼ନ୍ତୁ:-ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ବଡ଼ ପଦକ୍ଷେପ, ପୁଣି ହ୍ରାସ ପାଇବ ପେଟ୍ରୋଲ-ଡିଜେଲ ଦର!