କୋରୋନା ମହାମାରୀ (Coronavirus Epidemic) ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ୫୩ଟି ଦେଶରେ ମୃତ୍ୟୁ ବରଣ କରିଥିବା ସଂକ୍ରମିତଙ୍କ ସଂଖ୍ୟା ପୂର୍ବାପେକ୍ଷା ୧୫ ଲକ୍ଷରୁ ଅଧିକ ହୋଇସାରିଛି । ଏହା ସେହି ୫୩ଟି ଦେଶ ଯାହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ନିଜର ୟୁରୋପ ଅଞ୍ଚଳ ଭାବରେ ବର୍ଣ୍ଣନା କରେ ।
Trending Photos
ନୂଆଦିଲ୍ଲୀ: ସାରା ବିଶ୍ୱରେ ପୁଣି ଥରେ କୋରୋନା ଭୂତାଣୁ ମାମଲା (COVID-19 Case) ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହି ସମୟରେ କୋରୋନା ସଂକ୍ରମଣକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏକ ଗମ୍ଭୀର ଚେତାବନୀ ଜାରି କରିଛି । ଜାତିସଂଘ (United Nations) ର ସଂଗଠନ (WHO) କହିଛି ଯେ ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ୟୁରୋପ ଓ ଏସିଆର କିଛି ଅଂଶରେ କୋଭିଡ ସଂକ୍ରମଣ ହେତୁ ୭ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇପାରେ ।
କୋରୋନା ମହାମାରୀ (Coronavirus Epidemic) ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ୫୩ଟି ଦେଶରେ ମୃତ୍ୟୁ ବରଣ କରିଥିବା ସଂକ୍ରମିତଙ୍କ ସଂଖ୍ୟା ପୂର୍ବାପେକ୍ଷା ୧୫ ଲକ୍ଷରୁ ଅଧିକ ହୋଇସାରିଛି । ଏହା ସେହି ୫୩ଟି ଦେଶ ଯାହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ନିଜର ୟୁରୋପ ଅଞ୍ଚଳ ଭାବରେ ବର୍ଣ୍ଣନା କରେ ।
କୋରୋନାର ଆଗାମୀ ପରିସ୍ଥିତିକୁ ନେଇ WHO ଏକ ଚେତାବନୀ ଦେଇ କହିଛି ଯେ ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ୪୯ଟି ଦେଶରେ ଆଇସିୟୁ ସଙ୍କଟ ଦେଖାଦେଇପାରେ । ୟୁରୋପରେ କୋରୋନା ମାମଲା (Coronavirus Cases) କ୍ରମାଗତ ଭାବେ ବୃଦ୍ଧି ପାଉଛି ।
ୟୁରୋପର ଅନେକ ଦେଶରେ କୋରୋନା ନିୟମକୁ କଡାକଡି କରି ନୂତନ ପ୍ରତିବନ୍ଧକ ଲଗାଇଛନ୍ତି । ଅଷ୍ଟ୍ରିଆରେ ସମ୍ପୂର୍ଣ୍ଣ ଲକଡାଉନ୍ (Lockdown) ଘୋଷଣା କରାଯାଇଥିବାବେଳେ ଅନେକ ଦେଶ ଲକଡାଉନ୍ ଲଗାଇବାକୁ ଚିନ୍ତା କରୁଛନ୍ତି ।
ଫ୍ରାନ୍ସ, ଜର୍ମାନୀ ଏବଂ ଇଜିପ୍ଟ ସମେତ ଅନେକ ଦେଶ ଶୀଘ୍ର ବୁଷ୍ଟର ଟିକା ପ୍ରସ୍ତୁତ କରିବାକୁ ଚିନ୍ତା କରୁଛନ୍ତି । ତେବେ କୋରୋନା ପ୍ରତିବନ୍ଧକ ଲାଗୁ ହେବା ବିରୋଧରେ ଅନେକ ଦେଶରେ ବିରୋଧ ମଧ୍ୟ ଚାଲିଛି । ଲକଡାଉନ୍ ବିରୋଧରେ ନେଦରଲ୍ୟାଣ୍ଡରେ ହିଂସାତ୍ମକ ସଂଘର୍ଷର ଖବର ରହିଛି ।
ମଙ୍ଗଳବାର WHO କହିଛି ଯେ ସାମ୍ପ୍ରତିକ ପରିସ୍ଥିତିକୁ ଭିତ୍ତି କରି ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ମୋଟ ମୃତ୍ୟୁ ସଂଖ୍ୟା ୨.୨ ମିଲିୟନରେ ପହଞ୍ଚିପାରେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (World Health Organization) ଏହାର ବିୟାନରେ କହିଛି ଯେ କୋରୋନା ସଂକ୍ରମଣ ହେତୁ ମୃତ୍ୟୁ ପ୍ରାୟ ଦ୍ୱିଗୁଣିତ ବୃଦ୍ଧି ହୋଇଛି । ପ୍ରତିଦିନ ପ୍ରାୟ ହାରାହାରି ୪୨୦୦ ମୃତ୍ୟୁ ଘଟୁଛି । କେବଳ ଋଷ (Russia) ରେ କୋରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା ୧୨୦୦ରୁ ଅଧିକ ଥିଲା ।
WHO ସ୍ୱୀକାର କରିଛି ଯେ ଏହି ବଢୁଥିବା ମାମଲା ଓ ମୃତ୍ୟୁ ପଛରେ ସବୁଠାରୁ ବଡ କାରଣ ହେଉଛି ଯେ ବହୁ ସଂଖ୍ୟାରେ ଲୋକ ଟିକାର ପୂରା ଡୋଜ୍ ଗ୍ରହଣ କରିନାହାଁନ୍ତି । ଏହା ସହିତ ଡେଲଟା ଭାରିଏଣ୍ଟ ମଧ୍ୟ ୟୁରୋପ ଅଞ୍ଚଳରେ ଦ୍ରୁତ ଗତିରେ ବ୍ୟାପିଛି । WHO ୟୁରୋପର ନିର୍ଦ୍ଦେଶକ ଡକ୍ଟର ହ୍ୟାନ୍ଜ କ୍ଲୁଜ ଲୋକଙ୍କୁ ଟିକା ଲଗାଇବାକୁ ଅନୁରୋଧ କରିଛନ୍ତି ।
ଏହା ବି ପଢ଼ନ୍ତୁ:-ଆଜିଠାରୁ ରାଜ୍ୟରେ ଜୁନିୟର ହକି ବିଶ୍ୱକପ୍, ରାତି ୮ଟାରେ ଭାରତ-ଫ୍ରାନ୍ସ ମଧ୍ୟରେ ମୁକାବିଲା
ଏହା ବି ପଢ଼ନ୍ତୁ:-ପୁଣି ବଢ଼ିଲା କୋରୋନା ମାମଲା, ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ
ଏହା ବି ପଢ଼ନ୍ତୁ:-ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ, ଜାଣନ୍ତୁ ଆପଣଙ୍କ ସହରରେ ଶସ୍ତା ନା ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ
ଏହା ବି ପଢ଼ନ୍ତୁ:-ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ବଡ଼ ପଦକ୍ଷେପ, ପୁଣି ହ୍ରାସ ପାଇବ ପେଟ୍ରୋଲ-ଡିଜେଲ ଦର!
ଏହା ବି ପଢ଼ନ୍ତୁ:-ଟେଷ୍ଟ ସିରିଜ ପୂର୍ବରୁ ଦ୍ରାବିଡଙ୍କ 'ମାଷ୍ଟର ଷ୍ଟ୍ରୋକ', ଓପନରଙ୍କୁ ବନେଇଲେ ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍!