ଋଷକୁ ପୁଣି ଥରେ ଚେତାବନୀ ଦେଲା ଆମେରିକା, ଜାଣନ୍ତୁ ସଂପୂର୍ଣ୍ଣ ମାମଲା
Advertisement

ଋଷକୁ ପୁଣି ଥରେ ଚେତାବନୀ ଦେଲା ଆମେରିକା, ଜାଣନ୍ତୁ ସଂପୂର୍ଣ୍ଣ ମାମଲା

ଆମେରିକା (America) ଓ ଋଷ (Russia) ମଧ୍ୟରେ ତିକ୍ତତାକୁ ଦୂର କରିବା ପାଇଁ ଏକ ସପ୍ତାହ ଆଲୋଚନା ପରେ ଏହି ଖବର ସାମ୍ନାକୁ ଆସିଛି । ଏହି ସମୟରେ ଶୁକ୍ରବାର ୟୁକ୍ରେନ ଏକ ଡଜନରୁ ଅଧିକ ଅଫିସିଆଲ ୱେବସାଇଟରେ ସାଇବର ଆକ୍ରମଣ ପଛରେ ଋଷର ହାତ ଥିବାର ଅଭିଯୋଗ କରିଛି ।

ଋଷକୁ ପୁଣି ଥରେ ଚେତାବନୀ ଦେଲା ଆମେରିକା, ଜାଣନ୍ତୁ ସଂପୂର୍ଣ୍ଣ ମାମଲା

ନୂଆଦିଲ୍ଲୀ: US warns of Russia: ୟୁକ୍ରେନ (Ukraine) କୁ ନେଇ ଋଷ (Russia) କୁ ଚେତାବନୀ ଦେଲା ଆମେରିକା (America) । ଶୁକ୍ରବାର ଆମେରିକାର ଜଣେ ଅଧିକାରୀ (US official) କହିଛନ୍ତି ଯେ  ଋଷ ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛି । ପେଣ୍ଟାଗନ୍ ମୁଖପାତ୍ର (Pentagon Spokesman) କହିଛନ୍ତି ଯେ, ୟୁକ୍ରେନ ଉପରେ ଆକ୍ରମଣ ପାଇଁ ଏକ ବାହାନା ଯୋଗାଇବା ପାଇଁ ଋଷର ଅପରେଟିଭ୍ସ  "ଫର୍ଜି ଫ୍ଲାଗ୍" ଅପରେସନ୍ ପ୍ରସ୍ତୁତ କରୁଥିଲେ । ଏହି ଯୋଜନା ଏପରି ଥିଲା ଯେପରି ଲାଗିବ ଯେ ୟୁକ୍ରେନ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଥିଲା । ତେବେ ଋଷ (Russia) ଏହି ଦାବିକୁ ଖାରଜ କରିଛି ।

ଆମେରିକା (America) ଓ ଋଷ (Russia) ମଧ୍ୟରେ ତିକ୍ତତାକୁ ଦୂର କରିବା ପାଇଁ ଏକ ସପ୍ତାହ ଆଲୋଚନା ପରେ ଏହି ଖବର ସାମ୍ନାକୁ ଆସିଛି । ଏହି ସମୟରେ ଶୁକ୍ରବାର ୟୁକ୍ରେନ ଏକ ଡଜନରୁ ଅଧିକ ଅଫିସିଆଲ ୱେବସାଇଟରେ ସାଇବର ଆକ୍ରମଣ ପଛରେ ଋଷର ହାତ ଥିବାର ଅଭିଯୋଗ କରିଛି ।

ଏହି ୱେବସାଇଟ୍ ଗୁଡିକ ଅଫଲାଇନ୍ ହେବା ପୂର୍ବରୁ ୟୁକ୍ରେନବାସୀଙ୍କୁ 'ଖରାପ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ' ଚେତାବନୀ ଦେଇ ଏକ ମେସେଜ ଦିଆଯାଇଥିଲା । ତଥାପି, କିଛି ଘଣ୍ଟା ମଧ୍ୟରେ ସମସ୍ତ ୱେବସାଇଟ୍ ପୁନଃ ରି-ଷ୍ଟୋର କରିନିଆଯାଇଥିଲା । ଆମେରିକା ଓ ନାଟୋ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି ଓ ୟୁକ୍ରେନକୁ ସହାୟତା ପ୍ରଦାନ କରିବାର ଭରସା ଦେଇଛନ୍ତି । ଏଥି ସହିତ ଋଷ ଏହି ହ୍ୟାକ୍ ଉପରେ କୌଣସି ମନ୍ତବ୍ୟ ଦେଇନାହିଁ ।

ପେଣ୍ଟାଗନ୍ ମୁଖପାତ୍ର ଜନ୍ କିର୍ବି ଶୁକ୍ରବାର କହିଛନ୍ତି ଯେ, " ଯାହାକୁ ଆମେ ଫର୍ଜି ଫ୍ଲାଗ୍ ଅପରେଶନ କହୁଛୁ, ଏପରି ଅଭିଯାନକୁ ପରିଚାଳନା କରିବା ପାଇଁ ସେ (ଋଷ) ଏକ ଅପରେଟିଭ୍ ଗୋଷ୍ଠୀ ନିୟୋଜିତ କରିଛି । ଏହି ଅଭିଯାନକୁ ଏପରି ପ୍ରସ୍ତୁତ କରାଯାଇଛି ଯେଉଁଥିରୁ ଏହା ଋଷ ବା ୟୁକ୍ରେନରେ ଋଷି ଭାଷା କହୁଥିବା ବ୍ୟକ୍ତିଙ୍କ ଉପରେ ଆକ୍ରମଣ ପରି ଲାଗିବ ଯାହା ଦ୍ୱାରା ୟୁକ୍ରେନ ଭିତରେ ପ୍ରବେଶ କରିବାକୁ ଏକ ବାହାନା ମିଳିବ ।"

ଏହା ବି ପଢ଼ନ୍ତୁ:-ବଦଳିଲା ପଞ୍ଜାବ ବିଧାନସଭା ନିର୍ବାଚନର ତାରିଖ, ବର୍ତ୍ତମାନ ଏହି ଦିନ ହେବ ମତଦାନ

ଏହା ବି ପଢ଼ନ୍ତୁ:-ଜରୁରୀ ଖବର! ଯଦି ଆପଣ ଏକରୁ ଅଧିକ ଆକାଉଣ୍ଟ ଖୋଲିଛନ୍ତି ତ ଆଜି ହିଁ ଏହାକୁ କରନ୍ତୁ ବନ୍ଦ, ନଚେତ୍...

ଏହା ବି ପଢ଼ନ୍ତୁ:-ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି, ଜାଣନ୍ତୁ ଆପଣଙ୍କ ସହରରେ ଶସ୍ତା ନା ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ

ଏହା ବି ପଢ଼ନ୍ତୁ:-ଆଶ୍ୱସ୍ତିକର ଖବର: ଗତକାଲି ତୁଳନାରେ ଆଜି କୋରୋନା ମାମଲାରେ ହ୍ରାସ, ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ

ଆମେରିକୀୟ ଅଧିକାରୀ କହିଛନ୍ତି ଯେ, ଏହି ଅପରେଟିଭ୍ସଙ୍କୁ ସହରାଞ୍ଚଳରେ ଯୁଦ୍ଧ ଓ ବିସ୍ଫୋରକ ସାମଗ୍ରୀ ବ୍ୟବହାର ଉପରେ ତାଲିମ ମିଳିଛି । ଯାହାଫଳରେ ସେମାନେ ଋଷର ସମର୍ଥକ ବିଦ୍ରୋହୀମାନଙ୍କ ବିରୁଦ୍ଧରେ ଅଭିଯାନ ଚଳାଇ ପାରିବେ । ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ମୁଲଡୋଭାର ଟ୍ରାନ୍ସନିଷ୍ଟ୍ରିଆ ଅଞ୍ଚଳରେ ଅବସ୍ଥାପିତ ଋଷ ସୈନ୍ୟଙ୍କ ବିରୋଧରେ ସମାନ କାର୍ଯ୍ୟକଳାପ କରିବାକୁ ପ୍ରସ୍ତୁତି ଚାଲିଛି । ଅନ୍ୟପକ୍ଷରେ, ଋଷର ମୁଖପାତ୍ର ଏହି ସମସ୍ତ ଦାବିକୁ ଅପୃଷ୍ଟ ଓ ଭିତ୍ତିହୀନ ବୋଲି କହିଛନ୍ତି ।