ଦ୍ୱିତୀୟ ODI ରେ ଦଳକୁ ଫେରିବେ କୋହଲି! ଏହିପରି ହୋଇପାରେ ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନ
Advertisement
Article Detail0/zeeodisha/odisha1256414

ଦ୍ୱିତୀୟ ODI ରେ ଦଳକୁ ଫେରିବେ କୋହଲି! ଏହିପରି ହୋଇପାରେ ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନ

England vs India 2nd ODI: ଦ୍ୱିତୀୟ ODI ମ୍ୟାଚ୍ ଆସନ୍ତାକାଲି ଅର୍ଥାତ୍ ଗୁରୁବାର ଦିନ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ ୫.୩୦ ରେ ଲର୍ଡସରେ ଆରମ୍ଭ ହେବ ।

 

ସୌ: ସୋସିଆଲ ମିଡିଆ

England vs India 2nd ODI, Team India Playing 11: ଦ୍ୱିତୀୟ ODI ଜୁଲାଇ ୧୪ ଅର୍ଥାତ ଗୁରୁବାର ଦିନ ଲର୍ଡସରେ ଭାରତ ଓ ଇଂଲଣ୍ଡ (England vs India) ମଧ୍ୟରେ ଖେଳାଯିବ । ଭାରତୀୟ ସମୟ ଅନୁଯାୟୀ ଏହି ମ୍ୟାଚ୍ ଅପରାହ୍ନ ୫.୩୦ ରେ ଆରମ୍ଭ ହେବ । ପ୍ରଥମ ଦିନିକିଆରେ ଟିମ୍ ଇଣ୍ଡିଆ (Team India) ୧୦ ୱିକେଟ୍ ଜିତିଥିଲା । ଏଭଳି ପରିସ୍ଥିତିରେ ରୋହିତ ଶର୍ମାଙ୍କ ଟିମ୍ ଦ୍ୱିତୀୟ ଦିନିକିଆରେ ଭ୍ରମଣକାରୀ ଦଳକୁ ପରାସ୍ତ କରି ସିରିଜ୍ କବଜା କରିବାର ଲକ୍ଷ୍ୟ ରଖିଛି ।

ଦଳକୁ ଫେରିପାରନ୍ତି କୋହଲି

ଆହତ କାରଣରୁ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ପ୍ରଥମ ଦିନିକିଆରେ ଖେଳିନଥିଲେ । ତେବେ ତାଙ୍କ ଆଘାତ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଅଧିକାରୀକ ବୟାନ ଆସିନାହିଁ । ଏଭଳି ପରିସ୍ଥିତିରେ ସେ ଦ୍ୱିତୀୟ ODI ରେ ପ୍ଲେଇଂ ଇଲେଭେନର ଅଂଶ ହୋଇପାରନ୍ତି ବୋଲି ବିଶ୍ୱାସ କରାଯାଏ ।

ଓଭାଲରେ ଖେଳାଯାଇଥିବା ପ୍ରଥମ ODI ରେ ଶ୍ରେୟସ୍ ଆୟର ବିରାଟ କୋହଲିଙ୍କ ସ୍ଥାନରେ ପ୍ଲେଇଂ ଇଲେଭେନର ଖେଳିବାରେ ସ୍ଥାନ ପାଇଥିଲେ । ତେବେ ରୋହିତ ଶର୍ମା ଓ ଶିଖର ଧାୱନଙ୍କ ଯୋଡି ପ୍ରଥମ ୱିକେଟ୍ ପାଇଁ ଅପରାଜିତ ୧୧୪ ରନ୍ କରି ବିଜୟ ଲକ୍ଷ୍ୟ ହାସଲ କରିଥିବାରୁ ଶ୍ରେୟଙ୍କୁ ବ୍ୟାଟିଂ କରିବାର ସୁଯୋଗ ମିଳି ନଥିଲା ।

କହିରଖୁଛୁ ଯେ ଭାରତ ପ୍ରଥମ ODI କୁ ଅତି ସହଜରେ ଜିତି ନେଇଥିଲା । ଇଂଲଣ୍ଡ ଦଳ ପ୍ରଥମେ ଖେଳି ମାତ୍ର ୧୧୦ ରନ୍ ସ୍କୋର କରିବାରେ ସଫଳ ହୋଇଥିଲା । ଏଥି ସହିତ ଅଧିନାୟକ ରୋହିତ ଶର୍ମା ମାତ୍ର ୫୮ ବଲରେ ୭୬ ରନର ଅପରାଜିତ ଇନିଂସ ଖେଳି ସହଜରେ ଟିମ୍ ଇଣ୍ଡିଆକୁ ବିଜୟ ପ୍ରଦାନ କରିଥିଲେ । ଏହାପୂର୍ବରୁ ବୁମ୍ରା ୬ ଟି ୱିକେଟ୍ ନେଇଥିବା ବେଳେ ଶାମି ୩ ୱିକେଟ୍ ନେଇଥିଲେ ।

ଭାରତର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ- ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ, ବିରାଟ କୋହଲି / ଶ୍ରେୟସ୍ ଆୟର, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ମହମ୍ମଦ ଶାମି, ଯୁଜବେନ୍ଦ୍ର ବୁମ୍ରା ଓ ପ୍ରସିଦ୍ଧ କ୍ରିଷ୍ଣା ।

ଏହା ବି ପଢ଼ନ୍ତୁ: କୋହଲିଙ୍କ ଆଘାତକୁ ନେଇ ବଡ଼ ଅପଡେଟ୍ ଦେଲେ ବୁମ୍ରା, ଜାଣନ୍ତୁ କ'ଣ କହିଲେ

ଏହା ବି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକା ଟିମ୍ ଭାରତରେ ଆୟୋଜିତ ହେବାକୁ ଥିବା ବିଶ୍ୱକପରୁ ହେବ ବାହାର! ଜାଣନ୍ତୁ ଏହାର କାରଣ