ଲାଭ୍ରୋଭଙ୍କୁ ପ୍ରଶ୍ନ ପଚାରା ଯାଇଥିଲା ଯେ ଋଷ କିପରି ଦାବି କରିପାରୁଛି କି ୟୁକ୍ରେନକୁ ୟହୁଦୀଙ୍କ ପ୍ରଭାବରୁ ମୁକ୍ତ କରିବାର ଆବଶ୍ୟକତା ରହିଛି, ଅନ୍ୟପଟେ ରାଷ୍ଟ୍ରପତି ଭୋଲୋଦିମିର ଜେଲେସ୍କି (Volodymyr Zelenskyy) ନିଜେ ଜଣେ ଯିହୁଦୀ (Jewish) । ଖବର ସରବରାହ ସଂସ୍ଥା ରଏଟର୍ସ ରିପୋର୍ଟ ଅନୁଯାୟୀ, ଲାଭ୍ରୋଭ ଏହି ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ଯେତେବେଳେ ସେମାନେ କୁହନ୍ତି କି ଯଦି ଆମେ ଯିହୁଦୀ ତେବେ ଏହା କି ପ୍ରକାର ନାଜିକରଣ, ମୁଁ ଭାବୁଛି ହିଟଲର ମଧ୍ୟ ଯିହୁଦୀ ଥିଲେ । ତେଣୁ ଏହି ଯୁକ୍ତିର କୌଣସି ଅର୍ଥ ନାହିଁ ।
Trending Photos
ନୂଆଦିଲ୍ଲୀ: Russia-Ukraine War: ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେଫ୍ଟାଲି ବେନେଟ (Israeli Prime Minister Neftali Bennett) ଦାବି କରିଛନ୍ତି ଯେ, ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) ତାଙ୍କ ବୈଦେଶିକ ମନ୍ତ୍ରୀଙ୍କ ଆପତ୍ତିଜନକ ମନ୍ତବ୍ୟ ପାଇଁ କ୍ଷମା ମାଗିଛନ୍ତି । ବିଗତ ଦିନରେ ପୁଟିନ (Putin) ଓ ବେନେଟ (Bennett) ଙ୍କ ମଧ୍ୟରେ ଫୋନ ମାଧ୍ୟମରେ କଥାବାର୍ତ୍ତା ହୋଇଥିଲା । ଏହି ସମୟରେ ବେନେଟ କହିଛନ୍ତି ଯେ, ସେ ତାଙ୍କର (ପୁଟିନ) କ୍ଷମା ପ୍ରାର୍ଥନାକୁ ସ୍ୱୀକାର କରିଛନ୍ତି । ସେ ରାଷ୍ଟ୍ରପତି ପୁଟିନଙ୍କୁ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଥିବା ପାଇଁ ଧନ୍ୟବାଦ ଜଣାଇଛନ୍ତି ।
କ'ଣ ଥିଲା ବିବାଦ?
ଋଷର ବୈଦେଶିକ ମନ୍ତ୍ରୀ ସରୋଜ ଲାଭ୍ରୋଭ (Russian Foreign Minister Sergei Lavrov) ଇଟାଲୀର ଟେଲିଭିଜନ ଚ୍ୟାନେଲ ରେଟ 4 ଚ୍ୟାନେଲ ସହ ସାକ୍ଷାତକାର ସମୟରେ କହିଥିଲେ ଯେ ନାଜି ନେତା ହିଟଲରଙ୍କ ଶିରାରେ ଯିହୁଦୀମାନଙ୍କର ରକ୍ତ ପ୍ରବାହିତ ହେଉଥିଲା । ଏହାସହ ସେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି (Ukrainian President Volodymyr Zelenskyy) ଙ୍କୁ ଜର୍ମାନର ଏକଛତ୍ରବାଦୀ ଶାସକ ଆଡଲଫ ହିଟଲର (German dictator Adolf Hitler) ଙ୍କ ସହ ତୁଳନା କରି ଏକ ବିବାଦ ସୃଷ୍ଟି କରିଥିଲେ । ଲାଭ୍ରୋଭ କହିଥିଲେ ଯେ, ହିଟଲର ଓ ଜେଲେନସ୍କି ଉଭୟ ହେଉଛନ୍ତି ନାଜି (Nazis) ଓ ସେମାନଙ୍କ ମଧ୍ୟରେ "ୟହୁଦୀ ରକ୍ତ" (Jewish blood) ରହିଛି । ଲାଭ୍ରୋଭଙ୍କ ବୟାନ ପରେ ଇସ୍ରାଏଲ ଅସନ୍ତୋଷ ବ୍ୟକ୍ତ କରିଥିଲେ ।
ଲାଭ୍ରୋଭଙ୍କୁ ପ୍ରଶ୍ନ ପଚାରା ଯାଇଥିଲା ଯେ ଋଷ କିପରି ଦାବି କରିପାରୁଛି କି ୟୁକ୍ରେନକୁ ୟହୁଦୀଙ୍କ ପ୍ରଭାବରୁ ମୁକ୍ତ କରିବାର ଆବଶ୍ୟକତା ରହିଛି, ଅନ୍ୟପଟେ ରାଷ୍ଟ୍ରପତି ଭୋଲୋଦିମିର ଜେଲେସ୍କି (Volodymyr Zelenskyy) ନିଜେ ଜଣେ ଯିହୁଦୀ (Jewish) । ଖବର ସରବରାହ ସଂସ୍ଥା ରଏଟର୍ସ ରିପୋର୍ଟ ଅନୁଯାୟୀ, ଲାଭ୍ରୋଭ ଏହି ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ଯେତେବେଳେ ସେମାନେ କୁହନ୍ତି କି ଯଦି ଆମେ ଯିହୁଦୀ ତେବେ ଏହା କି ପ୍ରକାର ନାଜିକରଣ, ମୁଁ ଭାବୁଛି ହିଟଲର ମଧ୍ୟ ଯିହୁଦୀ ଥିଲେ । ତେଣୁ ଏହି ଯୁକ୍ତିର କୌଣସି ଅର୍ଥ ନାହିଁ ।
ଲାଭ୍ରୋଭଙ୍କ ବୟାନକୁ ନେଇ ଇସ୍ରାଏଲ କଡ଼ା ବିରୋଧ କରିଥିଲା । ସେତେବେଳେ ଇସ୍ରାଏଲର ବୈଦେଶିକ ମନ୍ତ୍ରୀ ୟାୟର ଲାପିଡ (Israel Foreign Minister Yair Lapid) କହିଥିଲେ ଯେ, "ଋଷର ବୈଦେଶିକ ମନ୍ତ୍ରୀଙ୍କ ମନ୍ତବ୍ୟ କ୍ଷମା ଯୋଗ୍ୟ ନୁହେଁ, ଅପମାନଜନକ ଏବଂ ଏହା ମଧ୍ୟ ଏକ ଐତିହାସିକ ଭୁଲ । ଆମ ଆଶା କରୁଛୁ ଯେ ସେ ଏଥିପାଇଁ କ୍ଷମା ପ୍ରାର୍ଥନା କରିବେ ।"
ଏହା ବି ପଢ଼ନ୍ତୁ:-'ଯଦି ମୁଁ ପ୍ରଧାନମନ୍ତ୍ରୀ ହେବି ତ ପ୍ରଥମେ ଅକ୍ଷୟ କୁମାରଙ୍କୁ ପଠାଇବି କାନାଡା'
ଏହା ବି ପଢ଼ନ୍ତୁ:-କାର୍ତ୍ତିକ ଆର୍ଯ୍ୟନଙ୍କ ବିରୋଧରେ ବଲିଉଡ? କରଣ ଜୋହରଙ୍କ ସହ ବିବାଦକୁ ନେଇ ମଧ୍ୟ ପ୍ରଥମ ଥର ଖୋଲିଲେ ମୁହଁ
ଏହା ବି ପଢ଼ନ୍ତୁ:-ଋଷରେ ହେବ କ୍ଷମତା ପରିବର୍ତ୍ତନ! ଗାଦିରୁ ହଟିବା ପରେ ହୋଇପାରେ ପୁଟିନଙ୍କ ହତ୍ୟା
ଇସ୍ରାଏଲର ବୈଦେଶିକ ମନ୍ତ୍ରୀ କହିଥିଲେ ଯେ, "ୟହୁଦୀମାନେ ହୋଲକୋଷ୍ଟରେ ନିଜ ନିଜର ଜୀବନ ନେଇ ନଥିଲେ । ୟହୁଦୀଙ୍କ ବିରୋଧରେ ବର୍ଣ୍ଣଭେଦ ସବୁଠାରୁ ଖରାପ ସ୍ତରରେ ଅଛି ଓ ସେମାନଙ୍କ ଉପରେ ହିଁ ୟହୁଦୀ ବିରୋଧୀ ହେବାର ଅଭିଯୋଗ ଲଗାଯାଉଛି । ମେ ୫ରେ ଇସ୍ରାଏଲ ଦାବି କରିଛି ଯେ ଋଷର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ବେନେଟଙ୍କ ସହ ଫୋନରେ କଥା ହୋଇଛନ୍ତି ଓ ତାଙ୍କ ବୈଦେଶିକ ମନ୍ତ୍ରୀଙ୍କ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ଅନ୍ୟପଟେ ଋଷ ତରଫରୁ ଏହି ବାର୍ତ୍ତାଳାପର ଯେଉଁ ବିବରଣୀ ଦିଆଯାଇଛି, ସେଥିରେ କ୍ଷମାର ଉଲ୍ଲେଖ ନାହିଁ ।