ଗୁଜୁରାଟରେ କଂଗ୍ରେସକୁ ଲାଗିଲା ଆଉ ଏକ ଝଟକା! ଆପରେ ଯୋଗ ଦେଲେ ଏହି ୨ ବଡ଼ ନେତା
Advertisement
Article Detail0/zeeodisha/odisha1153361

ଗୁଜୁରାଟରେ କଂଗ୍ରେସକୁ ଲାଗିଲା ଆଉ ଏକ ଝଟକା! ଆପରେ ଯୋଗ ଦେଲେ ଏହି ୨ ବଡ଼ ନେତା

Gujarat Assembly Election 2022: ଏହି ସବୁ ଘଟଣାକ୍ରମ ମଧ୍ୟରେ କଂଗ୍ରେସ ନେତାଙ୍କ AAP କୁ ଯିବା ଦଳ ପାଇଁ ଏକ ଝଟକା ଠାରୁ କମ୍ ନୁହେଁ । ନିକଟ ଅତୀତରେ ପଞ୍ଜାବ ନିର୍ବାଚନରେ ବିଜୟର ସ୍ୱାଦ ଚାଖିଥିବା ଆମ୍ ଆଦମୀ ପାର୍ଟି ଗୁଜୁରାଟରେ ନିଜର ପାଦ ବିସ୍ତାର କରୁଛି । AAP ରେ ଯୋଗ ଦେଇଥିବା ଇନ୍ଦ୍ରନୀଲ ପୂର୍ବରୁ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଥିଲେ ଓ ସେହି ଦିନଠାରୁ ସେ ଆପରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ଚାଲୁଥିଲା ।

ଗୁଜୁରାଟରେ କଂଗ୍ରେସକୁ ଲାଗିଲା ଆଉ ଏକ ଝଟକା! ଆପରେ ଯୋଗ ଦେଲେ ଏହି ୨ ବଡ଼ ନେତା

ଗାନ୍ଧୀନଗର: Gujarat Assembly Election 2022: ଚଳିତ ବର୍ଷର ଶେଷ ଆଡ଼କୁ ହେବାକୁ ଥିବା ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ (Congress) କୁ ଏକ ବଡ଼ ଝଟକା ଲାଗିଛି । ଦଳର ଦୁଇ ନେତା ଆମ୍ ଆଦମୀ ପାର୍ଟି (Aam Aadmi Party:AAP) ରେ ଯୋଗ ଦେଇଛନ୍ତି । ଗୁଜୁରାଟର କଂଗ୍ରେସ ନେତା ଇନ୍ଦ୍ରନୀଲ ରାଜଗୁରୁ (Congress Leader Indranil Rajguru) ଓ ବଶ୍ରମଭାଇ ସାଗାଥିଆ (Vasrambhai Sagathia) ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିୱାଲ (Arvind Kejriwal) ଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି ।

ଗୁଜୁରାଟର ସୌରାଷ୍ଟ୍ରର ଜଣେ ଭେଟେରାନ୍ ନେତା ଭାବରେ ବିବେଚିତ କଂଗ୍ରେସର ପୂର୍ବତନ ବିଧାୟକ ଇନ୍ଦ୍ରନୀଲ ରାଜଗୁରୁ (Former Congress MLA Indranil Rajyaguru) ଓ ରାଜକୋଟ ମ୍ୟୁନିସିପାଲିଟି କର୍ପୋରେସନର ପୂର୍ବତନ ନେତା ବଶ୍ରମଭାଇ ସାଗାଥିଆ ଦଳରୁ ଇସ୍ତଫା ଦେଇ ଆମ୍ ଆଦମୀ ପାର୍ଟି (AAP) ରେ ଯୋଗ ଦେଇଛନ୍ତି ।

ନିର୍ବାଚନ ପୂର୍ବରୁ କଂଗ୍ରେସରେ ଜାରି ଗୋଷ୍ଠୀ କନ୍ଦଳ ମଧ୍ୟରେ ଏହା ଏକ ବଡ଼ ଝଟକା । ବାସ୍ତବରେ ଗୋଟିଏ ଦିନ ପୂର୍ବରୁ ଗୁଜୁରାଟ କଂଗ୍ରେସର ପାଟିଦାର ନେତା ତଥା କାର୍ଯ୍ୟକାରୀ ଅଧ୍ୟକ୍ଷ ହାର୍ଦ୍ଦିକ ପଟେଲ (Gujarat Congress Working President Hardik Patel) ନିଜକୁ ଅଣଦେଖା କରିଥିବା ଅଭିଯୋଗ କରିଛନ୍ତି । ଏହା ବ୍ୟତୀତ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (Prashant Kishor) ଙ୍କୁ ଦଳକୁ ଆଣିବାରେ ମଧ୍ୟ ଅନେକ ମତଭେଦ ଦେଖିବାକୁ ମିଳିଛି ।

ଏହି ସବୁ ଘଟଣାକ୍ରମ ମଧ୍ୟରେ କଂଗ୍ରେସ ନେତାଙ୍କ AAP କୁ ଯିବା ଦଳ ପାଇଁ ଏକ ଝଟକା ଠାରୁ କମ୍ ନୁହେଁ । ନିକଟ ଅତୀତରେ ପଞ୍ଜାବ ନିର୍ବାଚନରେ ବିଜୟର ସ୍ୱାଦ ଚାଖିଥିବା ଆମ୍ ଆଦମୀ ପାର୍ଟି ଗୁଜୁରାଟରେ ନିଜର ପାଦ ବିସ୍ତାର କରୁଛି । AAP ରେ ଯୋଗ ଦେଇଥିବା ଇନ୍ଦ୍ରନୀଲ ପୂର୍ବରୁ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଥିଲେ ଓ ସେହି ଦିନଠାରୁ ସେ ଆପରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ଚାଲୁଥିଲା ।

ଏହା ବି ପଢ଼ନ୍ତୁ:-ପଞ୍ଜାବର ପ୍ରକୃତ ମୁଖ୍ୟମନ୍ତ୍ରୀ କିଏ? ଭଗବନ୍ତ ମାନ ନା ଅରବିନ୍ଦ କେଜ୍ରିୱାଲ

ଏହା ବି ପଢ଼ନ୍ତୁ:-ଏହି ୩ଟି ପରିସ୍ଥିତିରେ ଋଷ ଉପରେ ଆକ୍ରମଣ କରିବ ଆମେରିକା!

ଏହା ବି ପଢ଼ନ୍ତୁ:-ଉତ୍ତରାଖଣ୍ଡ କଂଗ୍ରେସରେ ପରିବର୍ତ୍ତନ ପରେ ବିଦ୍ରୋହ, ଦଳ ଛାଡ଼ିବେ ୧୦ ବିଧାୟକ!

ସୂଚନାଯୋଗ୍ୟ, ୨୦୧୨ ଗୁଜୁରାଟ ବିଧାନସଭାରେ ୧୨୨ କୋଟି ଟଙ୍କାର ସମ୍ପତ୍ତି ସହିତ ସବୁଠାରୁ ଧନୀ ବିଧାୟକ ଥିଲେ ଇନ୍ଦ୍ରନୀଲ । ବିଗତ କିଛି ଦିନ ଧରି ବ୍ୟବସାୟୀ ରାଜନେତା ଇନ୍ଦ୍ରନୀଲ ରାଜଗୁରୁ କଂଗ୍ରେସକୁ ଛାଡ଼ି ଅଲଗା  ବିକଳ୍ପ ଖୋଜୁଥିଲେ । ଯାହାକୁ ନେଇ ଚର୍ଚ୍ଚା ମଧ୍ୟ ଜୋର ଧରିଥିଲା । ତେବେ ରାଜ୍ୟରେ କଂଗ୍ରେସର ସମସ୍ୟାକୁ ବଢ଼ାଇ, ରାଜଗୁରୁ AAP ରେ ଯୋଗ ଦେଇଛନ୍ତି ।