ଦୁନିଆର ଏହି ୧୦ଟି ଦେଶରେ କୋରୋନା ସବୁଠାରୁ ଅଧିକ ମାରାତ୍ମକ
Advertisement

ଦୁନିଆର ଏହି ୧୦ଟି ଦେଶରେ କୋରୋନା ସବୁଠାରୁ ଅଧିକ ମାରାତ୍ମକ

ସମଗ୍ର ବିଶ୍ୱରେ ମୋଟ କୋରୋନା ସଂକ୍ରମିତ (COVID-19 Positive) ମାମଲା ପ୍ରାୟ ୨.୫ କୋଟି ପହଞ୍ଚିଥିବାବେଳେ ୮ ଲକ୍ଷ ୩୨ ହଜାରରୁ ଅଧିକ ମୃତ୍ୟୁ ଘଟିଛି । ଆପଣଙ୍କୁ ଜାଣିବା ଉଚିତ ଯେ ଏହି ବୈଶ୍ୱିକ ମହାମାରୀ ଯୋଗୁଁ ବିଶ୍ୱର କେଉଁ ଅଂଶରେ ଅଧିକାଂଶ ଲୋକ ପ୍ରାଣ ହରାଉଛନ୍ତି ।

ଦୁନିଆର ଏହି ୧୦ଟି ଦେଶରେ କୋରୋନା ସବୁଠାରୁ ଅଧିକ ମାରାତ୍ମକ

ନୂଆଦିଲ୍ଲୀ: ଯେଉଁଠାରେ କୋରୋନା ଭୂତାଣୁ (Coronavirus) ତାଣ୍ଡବ ସବୁଠାରୁ ଅଧିକ ରହିଛି, ବିଶ୍ୱର ସେହି ଅଂଶର ନାଁ ହେଉଛି କୋସୋଭୋ ରିପବ୍ଲିକ୍ (Republic of Kosovo) । ଚାରି ପାର୍ଶ୍ୱରୁ ଅନ୍ୟ ଦେଶର ଭୂମି ଦ୍ୱାରା ଘେରି ରହିଥିବା ଏହି ଭୂ-ଭାଗ (Landlocked Country) ରେ ଗତ ସପ୍ତାହରେ ହାରାହାରି ୫୪.୨ ପ୍ରତିଶତ ହାରରେ ମୃତ୍ୟୁ ରେକର୍ଡ ହୋଇଛି । ଯାହା ଆମେରିକାର କଲମ୍ବିଆ (Columbia) ରାଜ୍ୟଠାରୁ ଟିକେ ଅଧିକ । ଅର୍ଥାତ୍ କଲମ୍ବିଆ ଦ୍ୱିତୀୟ ସ୍ଥାନରେ ଅଛି । କେବଳ ଏହି ସପ୍ତାହ ନୁହେଁ, ଏହି ମାସ ବିଷୟରେ ଚର୍ଚ୍ଚା କରାଗଲେ ମଧ୍ୟ କୋସୋଭୋ ଏହି ମାମଲାରେରେ ଆଗୁଆ ରହିଛି ।

ଅଧିକ ପଢ଼ନ୍ତୁ:-କୋରୋନା ମାମଲାରେ ବିଶ୍ୱ ରେକର୍ଡ କଲା ଭାରତ

ସମଗ୍ର ବିଶ୍ୱରେ ମୋଟ କୋରୋନା ସଂକ୍ରମିତ ମାମଲା ପ୍ରାୟ ୨.୫ କୋଟି ପହଞ୍ଚିଥିବାବେଳେ ୮ ଲକ୍ଷ ୩୨ ହଜାରରୁ ଅଧିକ ମୃତ୍ୟୁ ଘଟିଛି । ଆପଣଙ୍କୁ ଜାଣିବା ଉଚିତ ଯେ ଏହି ବୈଶ୍ୱିକ ମହାମାରୀ ଯୋଗୁଁ ବିଶ୍ୱର କେଉଁ ଅଂଶରେ ଅଧିକାଂଶ ଲୋକ ପ୍ରାଣ ହରାଉଛନ୍ତି । ଅନ୍ୟପକ୍ଷେ ଭାରତରେ ମୃତ୍ୟୁ ହାର ମାତ୍ର ୧.୮୨ ପ୍ରତିଶତ ରହିଛି । ତାଜା ତଥ୍ୟ ଅନୁଯାୟୀ ଦେଶରେ ସୁସ୍ଥ ହାର ୭୬ ପ୍ରତିଶତକୁ ବୃଦ୍ଧି ପାଇଛି । କୋଭିଡ-19 ଯୋଗୁ ଅଧିକାଂଶ ଜୀବନ ହରାଉଥିବା ଦୁନିଆର ସେହି ୧୦ଟି ଅଞ୍ଚଳରେ ଆମେରିକା ମହାଦେଶର ଅନେକ ଦେଶ ସାମିଲ ରହିଛି ।

କୋରୋନା ଯୋଗୁଁ ସବୁଠାରୁ ମାରାତ୍ମକ ସ୍ଥାନଗୁଡିକର ତାଲିକାରେ କୋସାଭୋ ଶୀର୍ଷରେ ରହିଛି । ଯେଉଁଠାରେ ପ୍ରାୟ ୧୮ ଲକ୍ଷ ଜନସଂଖ୍ୟା ୨୫ ବର୍ଷରୁ କମ୍ ବୟସର ରହିଛି । ଏହି ଟ୍ରେଣ୍ଡ ବିଜ୍ଞାନ ପାଇଁ ବହୁତ ଉପଯୋଗୀ ହୋଇପାରେ । ତେବେ ଗତ ସପ୍ତାହରେ ଏହି ଦେଶରେ ନୂଆ ମାମଲା ସଂଖ୍ୟା ହ୍ରାସ ପାଇଛି । ଏହି ତାଲିକାରେ କୋସୋଭୋ ଆସିବା ପଛରେ କିଛି କାରଣ ବୁଝିବା ଆବଶ୍ୟକ ।

ଅଧିକ ପଢ଼ନ୍ତୁ:-ପୁଟିନଙ୍କ ଏହି ଘୋଷଣା ପରେ ବଢ଼ିଲା ଉତ୍ତେଜନା, ଫୋର୍ସ ପଠାଇବାକୁ ପ୍ରସ୍ତୁତି କରୁଛି ଋଷ

ପ୍ରଥମତଃ ସର୍ବିଆ ସହିତ ସୀମା ବିବାଦ ହେତୁ ଏହି ଦେଶ କ୍ରମାଗତ ଭାବରେ ଯୁଦ୍ଧରେ ଜଡିତ ରହିଥାଏ । ଏହା ୟୁରୋପର ସବୁଠାରୁ ଗରିବ ଦେଶ । ଦ୍ୱିତୀୟତଃ ଏହି ଦେଶ ସେହି ଅର୍ଥ ଉପରେ ବହୁତ ପରିମାଣରେ ନିର୍ଭର କରେ, ଯିଏ ଦେଶ ଛାଡ଼ି ଅନ୍ୟ ଅଞ୍ଚଳକୁ କାମ କରିବାକୁ ଯାଇ ସ୍ୱଦେଶକୁ ଅର୍ଥ ପଠାନ୍ତି । ମୋଟ ଉପରେ ଦୁର୍ନୀତି ଏତେ ବ୍ୟାପିଛି ଯେ ସ୍ୱାସ୍ଥ୍ୟ ବ୍ୟବସ୍ଥା କ୍ଷେତ୍ରରେ ଏହି ଦେଶ ବହୁତ ପଛୁଆ ।

ଏଠାରେ ଆଉ ଏକ ବଡ଼ କାରଣ ମଧ୍ୟ ଅଛି ଯେ ଏଠାରେ କୋରୋନା ବୃଦ୍ଧି ପଛରେ ରାଜନୈତିକ ଷଡ଼ଯନ୍ତ୍ର ରହିଛି । କୋରୋନା କାଳରେ ଠିକ୍ ସମୟ ଉପରେ ଉପଯୁକ୍ତ ପଦକ୍ଷେପ ନେବାରେ ସରକାର ଅବହେଳା ଦେଖାଇଥିଲେ । କୋସୋଭୋର ନୀତି ଏବଂ ଆଭ୍ୟନ୍ତରୀଣ ରାଜନୀତି ପାଇଁ ବିଶେଷଜ୍ଞମାନେ ଦାୟୀ କରି କହିଛନ୍ତି ଯେ ସଠିକ୍ ପଦକ୍ଷେପ ନିଆଯାଇନଥିଲା । ଏଠାରେ ପ୍ରତିଦିନ କୋରୋନା ପରୀକ୍ଷା ସଂଖ୍ୟା ବୃଦ୍ଧି କରିବାକୁ ମଧ୍ୟ ପ୍ରୟାସ କରାଯାଉଛି ।

ଅଧିକ ପଢ଼ନ୍ତୁ:-ମଧ୍ୟପ୍ରଦେଶ ଉପନିର୍ବାଚନର ଫଳାଫଳ ବଦଳାଇ ଦେବ ମୁଖ୍ୟମନ୍ତ୍ରୀଙ୍କ ଚେହେରା ! ଜାଣନ୍ତୁ ବିଧାନସଭାର ଗଣିତ...

କୋରୋନା ଯୋଗୁଁ ସବୁଠାରୁ ଅଧିକ ମୃତ୍ୟୁ ହାର ମାମଲାରେ କୋସୋଭୋ ପରେ କଲମ୍ୱିଆ ଦ୍ୱିତୀୟ ସ୍ଥାନରେ ରହିଛି । ଏଠାରେ ୫୦.୪ ପ୍ରତିଶତ ମୃତ୍ୟୁ ୧୦ ଲକ୍ଷ ଜନସଂଖ୍ୟାରେ ଘଟିଛି । କଲମ୍ବିଆ ବ୍ୟତୀତ ଆର୍ଜେଣ୍ଟିନା, ବ୍ରାଜିଲ, ମେକ୍ସିକୋ ଏବଂ ଚିଲି ଭଳି ଅନ୍ୟ କେତେକ ଦକ୍ଷିଣ ଆମେରିକୀୟ ଦେଶ ମଧ୍ୟ ଏହି ମାମଲାରେ ୧୦ଟି ଦେଶର ତାଲିକାରେ ସାମିଲ ଅଛନ୍ତି । ଆର୍ଜେଣ୍ଟିନା ଏବଂ ବ୍ରାଜିଲରେ ୩୦ ଓ ମେକ୍ସିକୋ ଏବଂ ଚିଲିରେ ୨୦ରୁ ଅଧିକ ମୃତ୍ୟୁ ପ୍ରତି ମିଲିୟନ ଜନସଂଖ୍ୟାରେ ଘଟିଛି ।

ଅଧିକ ପଢ଼ନ୍ତୁ:-LIC ପଲିସି ଧାରକଙ୍କ ପାଇଁ ଖୁସି ଖବର

ଏହି ଦେଶଗୁଡ଼ିକ ବ୍ୟତୀତ ବୋଲିଭିଆ, ପେରୁ, ରୋମାନିଆ ଏବଂ ପାନାମା ହେଉଛି ଚାରୋଟି ଦେଶ ଯେଉଁଠାରେ କୋରୋନା ସବୁଠାରୁ ମାରାତ୍ମକ ବୋଲି ଜଣାପଡିଛି । ଏକ ଅନ୍ତର୍ଜାତୀୟ ସମାଚାର ଏଜେନ୍ସି ରିପୋର୍ଟରେ କୁହାଯାଇଛି ଯେ, ଅଗଷ୍ଟ ୨୬ ସୁଦ୍ଧା ବିଗତ ସାତ ଦିନ ମଧ୍ୟରେ ସର୍ବାଧିକ ମୃତ୍ୟୁ ସଂଖ୍ୟାରେ ବୋଲିଭିଆ ତୃତୀୟ ସ୍ଥାନରେ ଥିବାବେଳେ ଟପ୍-10 ତାଲିକାର ଚିଲି ସବୁଠାରୁ ତଳେ ରହିଛି ।

ଅଧିକ ପଢ଼ନ୍ତୁ:-ସେପ୍ଟେମ୍ବରରୁ ସାରା ଦେଶରେ ଛାଡ କରାଯିବ ବିଜୁଳି ବିଲ୍ ? ଜାଣନ୍ତୁ ସଂପୂର୍ଣ୍ଣ ମାମଲା…

ଏହି ତାଲିକା ପୁଣି ଥରେ ପ୍ରମାଣିତ କରିଛି ଯେ ଆମେରିକୀୟ ଦେଶରେ କୋରୋନା ଭାଇରସକୁ ନେଇ ଏବେ ବି ସ୍ଥିତି ବହୁତ ଚିନ୍ତାଜନକ ରହିଛି । ଆମେରିକା ବ୍ୟତୀତ ୟୁରୋପରେ ନୂତନ ହଟସ୍ପଟ୍ ଏବଂ ଗୁରୁତର ଅବସ୍ଥା ଥିବା ଅଞ୍ଚଳ ମଧ୍ୟ ସାମ୍ନାକୁ ଆସୁଛି ।