ତାଲିବାନ ଦଖଲରେ ଆଫଗାନିସ୍ତାନର ରାଷ୍ଟ୍ରପତି ଭବନ, କାବୁଲ ବିମାନବନ୍ଦରରେ ବ୍ୟାପକ ଗୁଳି ବିନିମୟ
Advertisement
Article Detail0/zeeodisha/odisha965830

ତାଲିବାନ ଦଖଲରେ ଆଫଗାନିସ୍ତାନର ରାଷ୍ଟ୍ରପତି ଭବନ, କାବୁଲ ବିମାନବନ୍ଦରରେ ବ୍ୟାପକ ଗୁଳି ବିନିମୟ

କ୍ଷମତା ପରିବର୍ତ୍ତନ ପରେ ବର୍ତ୍ତମାନ ଆଫଗାନିସ୍ତାନର କମାଣ ୫୩ ବର୍ଷୀୟ ମୁଲ୍ଲା ଅବଦୁଲ ଘାନି ବରାଦର (Mullah Abdul Ghani Baradar) ଙ୍କ ହାତରେ ଯିବ । ମୁଲ୍ଲା ଅବଦୁଲ ଘାନି ବରାଦର ତାଲିବାନର ପ୍ରତିଷ୍ଠାତା ସଦସ୍ୟ ଓ ବର୍ତ୍ତମାନ ଅନ୍ତରୀଣ ତାଲିବାନ ସରକାରର ମୁଖ୍ୟ । କିନ୍ତୁ ତାଙ୍କ ସର୍ବଶେଷ ପରିଚୟ ହେଉଛି ଯେ ଆଫଗାନିସ୍ତାନର ପରବର୍ତ୍ତୀ ରାଷ୍ଟ୍ରପତି ହେବା ପ୍ରାୟ ନିଶ୍ଚିତ ।

ତାଲିବାନ ଦଖଲରେ ଆଫଗାନିସ୍ତାନର ରାଷ୍ଟ୍ରପତି ଭବନ, କାବୁଲ ବିମାନବନ୍ଦରରେ ବ୍ୟାପକ ଗୁଳି ବିନିମୟ

ନୂଆଦିଲ୍ଲୀ: ପୁଣିଥରେ ଆଫଗାନିସ୍ତାନ (Afghanistan) କୁ କବଜା କଲା ତାଲିବାନ (Afghanistan) । ଦୀର୍ଘ ୨୦ ବର୍ଷର ଲଢେଇ ପରେ ଆଫଗାନିସ୍ତାନରୁ ଆମେରିକାର ସୈନ୍ୟ ପ୍ରତ୍ୟାହାରର କିଛି ଦିନ ମଧ୍ୟରେ ପ୍ରାୟ ସମଗ୍ର ଦେଶ ପୁନର୍ବାର ତାଲିବାନ ଦଖଲକୁ ଆସିଯାଇଛି । ଗତକାଲି ଅର୍ଥାତ ଅଗଷ୍ଟ ୧୫ରେ ତାଲିବାନ କାବୁଲ ଦଖଲ ପାଇଁ ଅଗ୍ରସର ହେଉଥିବା ସମୟରେ ରାଷ୍ଟ୍ରପତି ଅଶରଫ ଘନି (Ashraf Ghani) ଦେଶ ଛାଡି ତାଜିକିସ୍ତାନ ଚାଲଯାଇଥିଲେ । ଯାହା ସ୍ପଷ୍ଟ କରିଛନ୍ତି ବରିଷ୍ଠ ଅଧିକାରୀ । ଏଥିସହ ଘନି ସରକାରଙ୍କ କିଛି ବରିଷ୍ଠ ସଦସ୍ୟ ମଧ୍ୟ ଆଫଗାନିସ୍ତାନ ଛାଡି ଦେଶ ବାହାରକୁ ଚାଲିଯାଇଛନ୍ତି । 

କ୍ଷମତା ପରିବର୍ତ୍ତନ ପରେ ବର୍ତ୍ତମାନ ଆଫଗାନିସ୍ତାନର କମାଣ ୫୩ ବର୍ଷୀୟ ମୁଲ୍ଲା ଅବଦୁଲ ଘାନି ବରାଦର (Mullah Abdul Ghani Baradar) ଙ୍କ ହାତରେ ଯିବ । ମୁଲ୍ଲା ଅବଦୁଲ ଘାନି ବରାଦର ତାଲିବାନର ପ୍ରତିଷ୍ଠାତା ସଦସ୍ୟ ଓ ବର୍ତ୍ତମାନ ଅନ୍ତରୀଣ ତାଲିବାନ ସରକାରର ମୁଖ୍ୟ । କିନ୍ତୁ ତାଙ୍କ ସର୍ବଶେଷ ପରିଚୟ ହେଉଛି ଯେ ଆଫଗାନିସ୍ତାନର ପରବର୍ତ୍ତୀ ରାଷ୍ଟ୍ରପତି ହେବା ପ୍ରାୟ ନିଶ୍ଚିତ ।

କାବୁଲ ବିମାନବନ୍ଦରରେ ବ୍ୟାପକ ଗୁଳି ବିନିମୟ 

କାବୁଲର ବିମାନବନ୍ଦରରେ ଜବରଦସ୍ତ ଗୁଳି ବିନିମୟ ହୋଇଛି । ଏହି ଗୁଳି ବିନିମୟ ପରେ ବିମାନବନ୍ଦରରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ତାଲିବାନ ଦଖଲ ପରେ ଆମେରିକା ଭଳି ଦେଶ ମଧ୍ୟ ଅସହାୟ ମନେହେଉଛି । ବିମାନବନ୍ଦରରେ ଆକ୍ରମଣ ଖବର ପାଇବା ପରେ ଆମେରିକା ଏହାର ନାଗରିକମାନଙ୍କୁ ବିମାନ ବନ୍ଦରକୁ ଯିବାକୁ ବାରଣ କରିଛି । ଆମେରିକା ଏହାର ନାଗରିକମାନଙ୍କୁ ଏକ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ କହିଛି ।

ତାଲିବାନ ଆଫଗାନିସ୍ତାନର ରାଷ୍ଟ୍ରପତି ଭବନକୁ କରିଛି କବଜା

ଅଲ-ଜଜିରା ନ୍ୟୁଜ୍ ନେଟୱାର୍କରେ ପ୍ରସାରିତ ଭିଡିଓ ଫୁଟେଜ୍ ଅନୁଯାୟୀ ତାଲିବାନ ଆତଙ୍କୀମାନେ ଆଫଗାନିସ୍ତାନର ରାଷ୍ଟ୍ରପତି ଭବନକୁ ଦଖଲ କରିଛି । ଏହି ଫୁଟେଜରେ ରାଜଧାନୀ କାବୁଲର ରାଷ୍ଟ୍ରପତି ଭବନ ଭିତରେ ତାଲିବାନ ଆତଙ୍କୀଙ୍କ ଏକ ବଡ଼ ଦଳ ଦେଖିବାକୁ ମିଳିଛି । ତାଲିବାନମାନେ ରାଷ୍ଟ୍ରପତି ଭବନରୁ ଆଫଗାନିସ୍ତାନ ଦଖଲ କରିବାକୁ ଘୋଷଣା ଓ ଦେଶର ନାମକୁ 'ଇସଲାମିକ ଏମିରେଟ ଅଫ୍ ଆଫଗାନିସ୍ତାନ' ଭାବରେ ନାମିତ କରିବେ ବୋଲି ଆଶା କରାଯାଉଛି ।

ଅଧିକ ପଢ଼ନ୍ତୁ:-ଦେଶରେ କୋରୋନା ସଙ୍କଟ ଜାରି: ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ମୃତ୍ୟୁ ବରଣ କଲେ ୪୯୩ ସଂକ୍ରମିତ

ଅଧିକ ପଢ଼ନ୍ତୁ:-ପୁରୁଷଙ୍କ ଯୌନ ସମସ୍ୟାକୁ ଦୂର କରିବାରେ ବହୁତ ପ୍ରଭାବଶାଳୀ ୧୨ଟି କିସମିସ! ଏହି ସମୟରେ କରନ୍ତୁ ସେବନ, ମିଳିବ ଆଶ୍ଚର୍ଯ୍ୟଜନକ ଲାଭ

ଅଧିକ ପଢ଼ନ୍ତୁ:-LIC ଅଛି ତ ହୋଇଯାଆନ୍ତୁ ସାବଧାନ, ନ ହେଲେ ବୁଡ଼ି ଯିବ ଆପଣଙ୍କ ଟଙ୍କା!

ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍ ନୂଆ ଦାମ୍, ଗାଡ଼ିରେ ତେଲ ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍

ଅଧିକ ପଢ଼ନ୍ତୁ:-ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉପରେ ପେଟ୍ରୋଲ ବୋମାମାଡ଼, ଶିଲଂରେ ଲାଗିଲା ୨ ଦିନିଆ କର୍ଫ୍ୟୁ

ଖୁବ୍ ଶୀଘ୍ର ଘୋଷଣା କରାଯିବ ଆଫଗାନିସ୍ତାନକୁ ଇସଲାମିକ ଏମିରେଟ ଅଫ୍ ଆଫଗାନିସ୍ତାନ:-ତାଲିବାନ

ତାଲିବାନର ଜଣେ ଅଧିକାରୀ କହିଛନ୍ତି ଯେ, ବିଦ୍ରୋହୀ ଗୋଷ୍ଠୀ ଖୁବ ଶୀଘ୍ର କାବୁଲ ସ୍ଥିତ 
ରାଷ୍ଟ୍ରପତି ଭବନ ପରିସରରୁ ଆଫଗାନିସ୍ତାନକୁ 'ଇସଲାମିକ ଏମିରେଟ ଅଫ୍ ଆଫଗାନିସ୍ତାନ' ବୋଲି ଘୋଷଣା କରିବ । ୧୧ ସେପ୍ଟେମ୍ବର ୨୦୦୧ ଆତଙ୍କୀ ଆକ୍ରମଣ ପରେ ଆଫଗାନିସ୍ତାନରୁ ତାଲିବାନକୁ ହଟାଇବା ପାଇଁ ଆମେରିକାର ନେତୃତ୍ୱାଧୀନ ସେନ୍ୟ ବାହିନୀ ଦ୍ୱାରା ଆରମ୍ଭ ହୋଇଥିବା ଆକ୍ରମଣ ପୂର୍ବରୁ ମଧ୍ୟ ଯୁଦ୍ଧଗ୍ରସ୍ତ ଦେଶର ନାମ ଇସଲାମିକ ଏମିରେଟ ଅଫ୍ ଆଫଗାନିସ୍ତାନର ଥିଲା । 

ପାକିସ୍ତାନ ସହ ଆଲୋଚନା କରିବାକୁ ଇସଲାମାବାଦରେ ପହଞ୍ଚିଛନ୍ତି ଆଫଗାନ ନେତା

ତାଲିବାନ ଆଫଗାନିସ୍ତାନର ରାଜଧାନୀକୁ କବଜା କରିବା ଓ ରାଷ୍ଟ୍ରପତି ଅଶରଫ ଘାନି ଦେଶ ଛାଡି ଚାଲିଯିବାରୁ ଆଫଗାନିସ୍ତାନର ଅନେକ ବରିଷ୍ଠ ନେତା ରବିବାର ପାକିସ୍ତାନରେ ପହଞ୍ଚିଥିଲେ । ଏହି ପ୍ରତିନିଧୀଙ୍କ ମଧ୍ୟରେ ବାଚସ୍ପତି ଉଲୁସି ଜିର୍ଗା ମିର ରହମାନି, ପୂର୍ବତନ ମନ୍ତ୍ରୀ ସଲାହୁଦ୍ଦିନ ରାବଣୀ, ପୂର୍ବତନ ଉପରାଷ୍ଟ୍ରପତି ମହମ୍ମଦ ୟୁନୁସ କାନୁନୀ, ବରିଷ୍ଠ ନେତା ଅହମ୍ମଦ ଜିଆ ମାସୁଦ, ଅହମ୍ମଦ ୱାଲି ମାସୁଦ, ଅବଦୁଲ ଲତିଫ ପେଡେରାମ, ଖାଲିଦ ନୁର ଏବଂ ଉସ୍ତାଦ୍ ମୋହଦ୍ ମୋହିକ୍ ଅଛନ୍ତି । ଏହି ଗୋଷ୍ଠୀରେ ସେହି ବ୍ୟକ୍ତିମାନେ ଅଛନ୍ତି  ଯେଉଁମାନେ ୨୦୦୧ରେ ତାଲିବାନକୁ କ୍ଷମତାରୁ ହଟାଇବା ପରେ ବିଭିନ୍ନ ସରକାରରେ ସାମିଲ ଥିଲେ ।