NASA କହିଛି ଯେ, 2018VP1 ଆପୋଲୋ ଆଷ୍ଟେରଏଡ ଶ୍ରେଣୀରେ ଆସିଥାଏ । ଏହା ବହୁତ ଛୋଟ ଏବଂ ଆଦୌ କ୍ଷତିକାରକ ନୁହେଁ ।
Trending Photos
ୱାଶିଂଟନ: ଆମେରିକାରେ ନଭେମ୍ୱର ୩ରେ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ(US presidential elections 2020) ଅନୁଷ୍ଠିତ ହେବ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । କିଛି ଦିନ ପୂର୍ବେ ଏପରି ଦାବି କରାଯାଇଥିଲା ଯେ, ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ନଭେମ୍ବର ୩ରେ ଏକ ଉଲକା ପିଣ୍ଡ ବା ଆଷ୍ଟେରଏଡ୍(Asteroid) ପୃଥିବୀକୁ ଆଡ଼କୁ ଖସିବ । ତେବେ ଏହି ଦାବି ସମ୍ପର୍କରେ ଆମେରିକାର ସ୍ପେସ୍ ଏଜେନ୍ସି ନାସା(NASA) ଦ୍ୱାରା ବର୍ତ୍ତମାନ ଆଧିକାରୀକ ବୟାନ ଜାରି କରାଯାଇଛି ।
ଅଧିକ ପଢ଼ନ୍ତୁ:-ନିଜ ପରିବାର ହିଁ ଟ୍ରମ୍ପଙ୍କୁ କରୁଛି ଟାର୍ଗେଟ, ଏଥର ଜିତି ପାରିବେ କି ରାଷ୍ଟ୍ରପତି ନିର୍ବାଚନ ?
ସିଏନ୍ଏନ୍ ଅନୁଯାୟୀ, ଏହି ଧକ୍କା ହେବାର ସମ୍ଭାବନା ବହୁତ କମ୍ ବୋଲି ସ୍ପେସ୍ ଏଜେନ୍ସି NASA ସ୍ପଷ୍ଟ କରିଛି । ଏହା ବ୍ୟତୀତ ଯଦି ମାଧ୍ୟାକର୍ଷଣ କିମ୍ବା ଅନ୍ୟାନ୍ୟ କାରଣ ହେତୁ ଏହି ଧକ୍କା ହୁଏ, ତେବେ ପୃଥିବୀକୁ କ୍ଷତି କରିବାର କୌଣସି ସମ୍ଭାବନା ନାହିଁ । NASA ଟ୍ୱିଟ୍ କରିଛି ଯେ ଆଷ୍ଟେରଏଡ୍ 2018VP1 ବହୁତ ଛୋଟ ଅଟେ । ଏହାର ଆକାର ପ୍ରାୟ ୬.୫ ଫୁଟ ଏବଂ ଏହା ପୃଥିବୀ ପାଇଁ କୌଣସି ବିପଦ ସୃଷ୍ଟି କରିପାରିବ ନାହିଁ । ପୃଥିବୀର ବାୟୁମଣ୍ଡଳରେ ଏହାର ପ୍ରବେଶର ସମ୍ଭାବନା ୦.୪୧ ପ୍ରତିଶତ ଅଛି । କିନ୍ତୁ ଏହା ପ୍ରବେଶ କଲେ ମଧ୍ୟ କ୍ଷୟକ୍ଷତିର ସମ୍ଭାବନା ବହୁତ କମ୍ ରହିଛି । କାରଣ ଏହା ଛୋଟ ଆକାର ହେତୁ ଏହା ବାୟୁମଣ୍ଡଳରେ ପ୍ରବେଶ କଲାବେଳେ ଭାଙ୍ଗି ଜଳିଯିବ ।
Asteroid 2018VP1 is very small, approx. 6.5 feet, and poses no threat to Earth! It currently has a 0.41% chance of entering our planet’s atmosphere, but if it did, it would disintegrate due to its extremely small size.
— NASA Asteroid Watch (@AsteroidWatch) August 23, 2020
NASA କହିଛି ଯେ, 2018VP1 ଆପୋଲୋ ଆଷ୍ଟେରଏଡ ଶ୍ରେଣୀରେ ଆସିଥାଏ । ଏହା ବହୁତ ଛୋଟ ଏବଂ ଆଦୌ କ୍ଷତିକାରକ ନୁହେଁ । ଏଗୁଡ଼ିକ ପୃଥିବୀ ନିକଟରେ ମହଜୁଦ ଏପରି ଆଷ୍ଟେରଏଡ, ଯାହାର କକ୍ଷପଥ ପୃଥିବୀଠାରୁ ବଡ ହୋଇଥାଏ । ତଥାପି ସେଗୁଡ଼ିକ ପୃଥିବୀର କକ୍ଷପଥରେ ଆସିଯାଆନ୍ତି । ପ୍ରଥମ ଆଷ୍ଟେରଏଡ୍ ଆପୋଲୋ ୧୮୬୨ ମସିହାରେ ଆବିଷ୍କୃତ ହୋଇଥିଲା ।
ଅଧିକ ପଢ଼ନ୍ତୁ:-କିମ ଜୋଙ୍ଗ ମୃତ ! ଉତ୍ତର କୋରିଆରେ ହାଇ ଆଲର୍ଟ ଜାରି
ନାସା କହିଛି ଯେ, ପୃଥିବୀରେ ପ୍ରତିଦିନ ଏହିପରି ଟନ୍ ଧୂଳି ପଡ଼େ ଏବଂ 2018VP1 ଆକାରର ଆଷ୍ଟେରଏଡଗୁଡିକ କୌଣସି କ୍ଷତି କରିବାକୁ ବହୁତ ଛୋଟ । ନାସାର ସେଣ୍ଟ୍ରି ରିସ୍କ ସାରଣୀ(Sentry Risk Table) ଏପରି ବିପଜ୍ଜନକ ଆଷ୍ଟେରଏଡ ଉପରେ ନଜର ରଖିଥାଏ । ଯାହା ଦ୍ୱାରା ଭବିଷ୍ୟତରେ ଏଥିରୁ ହେବାକୁ ଥିବା କ୍ଷତିକୁ ଏଡାଯାଇପାରିବ ।
ଅଧିକ ପଢ଼ନ୍ତୁ:-BCCIର ଏହି ପଦକ୍ଷେପ ଅବସର ପାଇଁ ଧୋନିଙ୍କୁ କରିଥିଲା ବାଧ୍ୟ !
ଆମେରିକା ସ୍ପେସ୍ ଏଜେନ୍ସି NASA ଆହୁରି କହିଛି ଯେ, ପୂର୍ବରୁ ଅନେକ ଥର ଆପଣ ଏପରି ଛୋଟ ଉଲକା ପିଣ୍ଡ ବାୟୁମଣ୍ଡଳରେ ପ୍ରବେଶ ହେବା ପରେ ଜଳୁଥିବାର ଦେଖିଥିବେ । ଏପରି ଆଷ୍ଟେରଏଡ ୨୦୧୮ରେ କାଲିଫର୍ଣ୍ଣିଆର ପାଲୋମାର ଅବଜର୍ଭେଟୋରୀରେ ଆବିଷ୍କୃତ ହୋଇଛି । ଏହାର ଛୋଟ ଆକାର ଯୋଗୁଁ ଏହା ସମ୍ଭାବ୍ୟ ବିପଜ୍ଜନକ ବସ୍ତୁ(Potentially Hazardous Objects) ତାଲିକାରେ ସାମିଲ କରାଯାଇ ନାହିଁ ।