ଘୋର ଖାଦ୍ୟ ସଙ୍କଟ: କଫିର ଦାମ ୭ ହଜାର ତ କଦଳୀ କେଜି ୩,୩୩୫ ଟଙ୍କା, ଦେଶର ମୁଦ୍ରାସ୍ଫୀତି ଜାଣିଲେ ଉଡ଼ିଯିବ ଆପଣଙ୍କ ହୋସ୍!
Advertisement

ଘୋର ଖାଦ୍ୟ ସଙ୍କଟ: କଫିର ଦାମ ୭ ହଜାର ତ କଦଳୀ କେଜି ୩,୩୩୫ ଟଙ୍କା, ଦେଶର ମୁଦ୍ରାସ୍ଫୀତି ଜାଣିଲେ ଉଡ଼ିଯିବ ଆପଣଙ୍କ ହୋସ୍!

ରିପୋର୍ଟରେ କୁହାଯାଇଛି ଯେ ଉତ୍ତର କୋରିଆର ରାଜଧାନୀ ପ୍ୟୋଙ୍ଗୟାଙ୍ଗରେ ଖାଦ୍ୟ ସଙ୍କଟ ଏତେ ବଢ଼ିଯାଇଛି ଯେ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀର ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇଛି ।

ଘୋର ଖାଦ୍ୟ ସଙ୍କଟ: କଫିର ଦାମ ୭ ହଜାର ତ କଦଳୀ କେଜି ୩,୩୩୫ ଟଙ୍କା, ଦେଶର ମୁଦ୍ରାସ୍ଫୀତି ଜାଣିଲେ ଉଡ଼ିଯିବ ଆପଣଙ୍କ ହୋସ୍!

ନୂଆଦିଲ୍ଲୀ: ସାରା ବିଶ୍ୱରେ କୋରୋନା ସଙ୍କଟ ଦେଖାଦେଇଛି । ଦେଶଗୁଡ଼ିକ ଏହି ମହାମାରୀର ସାମ୍ନା କରିବା ସହ ବିଭିନ୍ନ ସଙ୍କଟ ମଧ୍ୟ ଦେଇ ଗତି କରୁଛନ୍ତି ।  ଏହି ସମୟରେ ଉତ୍ତର କୋରିଆ (North Korea) ରେ ଘୋର ଖାଦ୍ୟ ସଙ୍କଟ (Food Crisis) ଦେଖାଦେଇଛି । ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ (North Korean dictator Kim Jong Un) ଙ୍କ ଦେଶରେ ଲୋକମାନେ ଖାଦ୍ୟ ପାଇଁ ଡହଳ ବିକଳ ହେଉଛନ୍ତି । ବାସ୍ତବରେ ଉତ୍ତର କୋରିଆରେ ଖାଦ୍ୟ ସାମଗ୍ରୀ ମୂଲ୍ୟରେ ଦ୍ରୁତ ଗତିରେ ବୃଦ୍ଧି ଘଟିଛି । ସେଠାରେ ଖାଦ୍ୟ ସାମଗ୍ରୀର ଅଭାବ ଦେଖାଦେଇଛି । ଦେଶର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ମଧ୍ୟ ସ୍ୱୀକାର କରିଛନ୍ତି ଯେ ପରିସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ରହିଛି ।

ଅଧିକ ପଢ଼ନ୍ତୁ:-ଦେଶରେ ବର୍ତ୍ତମାନ ଯାଏଁ ୩ କୋଟିରୁ ଉର୍ଦ୍ଧ୍ୱ ଲୋକ ସଂକ୍ରମିତ, ଦିନକରେ ସାମ୍ନାକୁ ଆସିଲା ଏତିକି ମାମଲା

ଉତ୍ତର କୋରିଆର ସରକାରୀ ନ୍ୟୁଜ୍ ଏଜେନ୍ସି କୋରିଆ ସେଣ୍ଟ୍ରାଲ ଅନୁଯାୟୀ କିମ ଜୋଙ୍ଗ ଉନ କହିଛନ୍ତି ଯେ, "ବର୍ତ୍ତମାନ ଲୋକଙ୍କ ପାଇଁ ଖାଦ୍ୟ ସ୍ଥିତି ସଂଘର୍ଷପୂର୍ଣ୍ଣ ହେବାରେ ଲାଗିଛି । କାରଣ କୃଷି କ୍ଷେତ୍ର ଗତ ବର୍ଷ ଟାଇଫୁନ ଝଡ଼ରେ ହୋଇଥିବା କ୍ଷୟକ୍ଷତି ଯୋଗୁଁ ଶସ୍ୟ ଉତ୍ପାଦନ ଯୋଜନା ପୂରଣ କରିବାରେ ବିଫଳ ରହିଛି ।"

ରିପୋର୍ଟରେ କୁହାଯାଇଛି ଯେ ଉତ୍ତର କୋରିଆର ରାଜଧାନୀ ପ୍ୟୋଙ୍ଗୟାଙ୍ଗରେ ଖାଦ୍ୟ ସଙ୍କଟ ଏତେ ବଢ଼ିଯାଇଛି ଯେ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀର ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇଛି । ରାଜଧାନୀରେ କଦଳୀ ୪୫ ଡଲାର (୩,୩୩୫ ଟଙ୍କା) ପ୍ରତି କିଲୋଗ୍ରାମ, ବ୍ଲାକ୍ ଟିର ପ୍ୟାକେଟ ୭୦ ଡଲାର (୫,୧୯୦ ଟଙ୍କା) ଏବଂ କଫିର ଏକ ପ୍ୟାକେଟ ୧୦୦ ଡଲାର (୭,୪୧୪ ଟଙ୍କା) ରେ ମିଳୁଛି । ସେହି ଅନୁଯାୟୀ, ଅନ୍ୟ ଦେଶରେ ମିଳୁଥିବା ଏହି ଜିନିଷ ତୁଳନାରେ ଉତ୍ତର କୋରିଆର ମୂଲ୍ୟ ବହୁ ଅଧିକ ହୋଇଛି ।

ଅଧିକ ପଢ଼ନ୍ତୁ:-ମହଙ୍ଗା ଭତ୍ତା ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆସିଲା ଖୁସି ଖବର!

କେନ୍ଦ୍ରୀୟ କମିଟି ବୈଠକରେ କିମ ଜୋଙ୍ଗ ଦଳର ନେତାମାନଙ୍କୁ ଖାଦ୍ୟ ଅଭାବର ଶୀଘ୍ର ସମାଧାନ କରିବାକୁ କହିଛନ୍ତି । ରିପୋର୍ଟରେ ଦର୍ଶାଯାଇଛି ଯେ କୃଷି ଉତ୍ପାଦନ ବିଫଳ ହେତୁ ଉତ୍ତର କୋରିଆ ଖାଦ୍ୟ ସଙ୍କଟର ସମ୍ମୁଖୀନ ହୋଇଛି । ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ଉତ୍ତର କୋରିଆରେ ୮,୬୦,୦୦୦ ଟନ୍ ଖାଦ୍ୟ ଅଭାବ ରହିଛି ।

ଅଧିକ ପଢ଼ନ୍ତୁ:-ଚାକିରି ଲୋଭରେ ଶ୍ୟାମ ବନିଲେ ଉମର

କିମ ଜୋଙ୍ଗ ଉନ ଖାଦ୍ୟ ସଙ୍କଟକୁ ଯଥାଶୀଘ୍ର ଶେଷ କରିବାକୁ କହିଛନ୍ତି । ତେବେ ଏହି ସଙ୍କଟକୁ କିପରି ଦୂର କରାଯାଇପାରିବ ସେନେଇ ଏପର୍ଯ୍ୟନ୍ତ କୌଣସି ପରାମର୍ଶ ଦିଆଯାଇ ନାହିଁ । ଏଥି ସହିତ କୋରୋନା ଭୂତାଣୁ ଯୋଗୁଁ ଉତ୍ତର କୋରିଆ ସମସ୍ତ ସୀମା ବନ୍ଦ କରି ରଖିଛି । ତେବେ ସେଠାରେ କୋରୋନା ଭୂତାଣୁର କୌଣସି ନିଶ୍ଚିତ ମାମଲା ନାହିଁ ।