ପ୍ରଶାନ୍ତ କିଶୋରଙ୍କୁ କଡ଼ା ଚେତାବନୀ ଦେଲେ 'ଦିଦି'!
Advertisement
Article Detail0/zeeodisha/odisha812066

ପ୍ରଶାନ୍ତ କିଶୋରଙ୍କୁ କଡ଼ା ଚେତାବନୀ ଦେଲେ 'ଦିଦି'!

ସୋମବାର ପ୍ରଶାନ୍ତ କିଶୋର (Prashant Kishore) ଟ୍ୱିଟ୍ କରି କହିଛନ୍ତି, ଗଣମାଧ୍ୟମର ଏକ ବର୍ଗ ବିଜେପି (BJP) କୁ ସମର୍ଥନ କରି ପରିସ୍ଥିତି ଅନୁକୂଳ କରିବାକୁ ଚେଷ୍ଟା କରୁଛି, ବାସ୍ତବରେ ବିଜେପି ପଶ୍ଚିମବଙ୍ଗରେ ଦୁଇ ଅଙ୍କ ପାଇଁ ମଧ୍ୟ ସଂଘର୍ଷ କରିବ ।

ପ୍ରଶାନ୍ତ କିଶୋରଙ୍କୁ କଡ଼ା ଚେତାବନୀ ଦେଲେ 'ଦିଦି'!

ନୂଆଦିଲ୍ଲୀ: ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ (West Bengal Assembly Polls) ହେବାର ଅଛି । ଏହାପୂର୍ବରୁ ଶାସକ ତୃଣମୂଳ କଂଗ୍ରେସ (TMC) ର ନେତାମାନେ କ୍ରମାଗତ ଭାବରେ ଦଳ ଛାଡି ଅନ୍ୟ ଦଳରେ ଯୋଗ ଦେଉଛନ୍ତି । ଦଳ ଏହି ବିଦ୍ରୋହୀଙ୍କୁ ଅଟକାଇବାକୁ ସକ୍ଷମ ହେଉନାହିଁ । ଦଳ ଭିତରେ ବିଦ୍ରୋହ କ୍ରମାଗତ ଭାବେ ତୀବ୍ର ହେଉଛି । ଏଭଳି ପରିସ୍ଥିତିରେ ଦଳର ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (Prashant Kishore) ଓରଫ ପିକେଙ୍କ ଉପରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ଅତ୍ୟଧିକ ଅସନ୍ତୁଷ୍ଟ ଅଛନ୍ତି । 

ଅଧିକ ପଢ଼ନ୍ତୁ:-ରାତିରେ ଶୋଇବା ପୂର୍ବରୁ କରନ୍ତୁନି ଏସବୁ ଖାଦ୍ୟର ସେବନ, ହୋଇପାରେ ରୋଗର କାରଣ

ସେପଟେ ପ୍ରଶାନ୍ତ କିଶୋର ବିଜେପି (BJP) କୁ ନେଇ ଏକ ବଡ ଦାବି କରିଛନ୍ତି । ସେ କହିଛନ୍ତି ଯେ ବିଜେପି ରାଜ୍ୟରେ ଦୁଇ ଅଙ୍କ ମଧ୍ୟ ଛୁଇଁ ପାରିବ ନାହିଁ । ଅନ୍ୟପଟେ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କୈଳାଶ ବିଜୟଭାର୍ଗୀୟ (Kailash Vijayvargiya) ତାଙ୍କ ଉପରେ ପାଲଟା ଆକ୍ରମଣ କରିଛନ୍ତି । ବିଜେପି ନେତା କହିଛନ୍ତି ଯେ ନିର୍ବାଚନ ପରେ ଦେଶକୁ ଏକ ନିର୍ବାଚନ ରଣନୀତିଜ୍ଞ ହରାଇବାକୁ ପଡିବ ।

ସୋମବାର ପ୍ରଶାନ୍ତ କିଶୋର (Prashant Kishore) ଟ୍ୱିଟ୍ କରି କହିଛନ୍ତି, ଗଣମାଧ୍ୟମର ଏକ ବର୍ଗ ବିଜେପି (BJP) କୁ ସମର୍ଥନ କରି ପରିସ୍ଥିତି ଅନୁକୂଳ କରିବାକୁ ଚେଷ୍ଟା କରୁଛି, ବାସ୍ତବରେ ବିଜେପି ପଶ୍ଚିମବଙ୍ଗରେ ଦୁଇ ଅଙ୍କ ପାଇଁ ମଧ୍ୟ ସଂଘର୍ଷ କରିବ । ଦୟାକରି ଏହି ଟ୍ୱିଟକୁ ସଂରକ୍ଷିତ କରି ରଖନ୍ତୁ ଏବଂ ଯଦି ବିଜେପି ଏହାଠାରୁ ଭଲ ପ୍ରଦର୍ଶନ କରେ, ତେବେ ମୁଁ ଏହି କାମ ଛାଡିଦେବି ।

ଅଧିକ ପଢ଼ନ୍ତୁ:-ଜାନୁଆରୀ ୩୧ରେ ଭିକ ମାଗିବେ ଏହି ରାଜ୍ୟର ଅଧିକାରୀ ଓ କର୍ମଚାରୀ

ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କୈଲାଶ ବିଜୟଭାର୍ଗୀୟ ପ୍ରଶାନ୍ତ କିଶୋରଙ୍କ ଉପରେ ବର୍ଷିଛନ୍ତି ଏବଂ କହିଛନ୍ତି ଯେ ବଙ୍ଗଳାରେ ବିଜେପିର ଯେଉଁ ଝଡ଼ ଚାଲୁଛି,  ସରକାର ଗଠନ ହେବା ପରେ ଏହି ଦେଶକୁ ଏକ ନିର୍ବାଚନ ରଣନୀତିଜ୍ଞ ହରାଇବାକୁ ପଡ଼ିବ ।

ସେପଟେ ଦଳର ନେତାଙ୍କ ବିଦ୍ରୋହକୁ ଦୃଷ୍ଟିରେ ରଖି ମମତା ପିକେଙ୍କୁ ଅଲ୍ଟିମେଟମ୍ ବା ଚେତାବନୀ ଦେଇଛନ୍ତି । ଯଦି ସେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ବିଫଳ ହୁଅନ୍ତି, ତେବେ ମମତା ନିଜେ ଅନ୍ତିମ ନିଷ୍ପତ୍ତି ନେବେ । ଟିଏମସିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ (Shubhendu Adhikari) ଙ୍କ ସମେତ ଅନେକ ନେତା ଦଳ ଛାଡିବା ପରେ ଦଳ ବର୍ତ୍ତମାନ ଡେମେଜ କଣ୍ଟ୍ରୋଲରେ ଲାଗିଛନ୍ତି । ପାର୍ଟିରେ ମତଭେଦ ଦୂର କରିବା ପାଇଁ ମମତା ବାନାର୍ଜୀଙ୍କୁ ମୈଦାନରେ ଓହ୍ଲାଇବାକୁ ପଡୁଛି ।

ଅଧିକ ପଢ଼ନ୍ତୁ:-ଜାନୁଆରୀ ୧ରୁ ହେବାକୁ ଯାଉଛି ଏହି ୯ଟି ବଡ଼ ପରିବର୍ତ୍ତନ, ଦେଶର କୋଟି କୋଟି ଲୋକ ହେବେ ପ୍ରଭାବିତ!

ଟିଏମସି ବିରୋଧରେ ବିଦ୍ରୋହ କରିଥିବା ନେତା ତଥା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ସର୍ବାଧିକ ଅସନ୍ତୋଷ ପିକେ ଏବଂ ତାଙ୍କ କମ୍ପାନୀ ଆଇ ପ୍ୟାକ୍ କାରଣରୁ ସାମ୍ନାକୁ ଆସିଛି । ଅସନ୍ତୁଷ୍ଟ ନେତାମାନେ କହିଛନ୍ତି ଯେ ଏହି ଲୋକମାନେ ଦଳର ଲୋକ ନୁହଁନ୍ତି ବରଂ କର୍ପୋରେଟ୍ ଶୈଳୀରେ ଚଳାଇବାକୁ ଚାହୁଁଛନ୍ତି । ଏହା ବଙ୍ଗଳାର ରାଜନୈତିକ ରୂଚିର ଅନୁରୂପ ନୁହେଁ । ଏହି କାରଣରୁ ଅସନ୍ତୁଷ୍ଟ ନେତାମାନେ ଦଳରୁ  ଦୂରେଇ ଯାଉଛନ୍ତି ।