Bihar Assembly Election 2020: ବରିଷ୍ଠ ଆରଜେଡି ନେତା ଭାଇ ବିରେନ୍ଦ୍ର କହିଛନ୍ତି ଯେ, ମହାମେଣ୍ଟ (Grand Alliance) ରେ ଆସନ ବୁଝାମଣା ନେଇ ସବୁକିଛି ନିଷ୍ପତ୍ତି ହୋଇସାରିଛି
Trending Photos
ପାଟନା: ଚଳିତ ବର୍ଷ ଅକ୍ଟୋବର-ନଭେମ୍ୱରରେ ହୋଇପାରେ ବିହାର ବିଧାନସଭା ନିର୍ବାଚନ (Bihar Assembly Election 2020) । ଏଥିପାଇଁ ଆଉ କିଛି ଦିନ ମଧ୍ୟରେ ଘୋଷଣା ହୋଇପାରେ ତାରିଖ । ଏହାପୂର୍ବରୁ ରଣନୀତି ପ୍ରସ୍ତୁତିରେ ଲାଗିଛନ୍ତି ସମସ୍ତ ରାଜନୈତିକ ଦଳ । ମେଣ୍ଟ ଗଢ଼ିବାର ପର୍ଯ୍ୟାୟ ମଧ୍ୟ ଆରମ୍ଭ ହୋଇସାରିଛି । କିଏ କେଉଁ ମେଣ୍ଟରେ ସାମିଲ ହେବେ ତାହା ମଧ୍ୟ ସ୍ପଷ୍ଟ ହେବାରେ ଲାଗିଛି । ଏହାସହ ଆସନ ବୁଝାମଣା ପାଇଁ ମାନସ ମନ୍ଥନ କରୁଛନ୍ତି ରାଜନୈତିକ ଦଳର ନେତାଗଣ । ଏହି କ୍ରମରେ ବିଧାନସଭା ନିର୍ବାଚନ ପାଇଁ ମହାମେଣ୍ଟର ସବୁଠାରୁ ବଡ଼ ଦଳ ରାଷ୍ଟ୍ରୀୟ ଜନତା ଦଳ (RJD) କହିଛି ଯେ ଆସନ ବୁଝାମଣା ନେଇ ସବୁକିଛି ଚୂଡାନ୍ତ ହୋଇଯାଇଛି । ବରିଷ୍ଠ ଆରଜେଡି ନେତା ଭାଇ ବିରେନ୍ଦ୍ର କହିଛନ୍ତି ଯେ, ମହାମେଣ୍ଟ (Grand Alliance) ରେ ଆସନ ବୁଝାମଣା ନେଇ ସବୁକିଛି ନିଷ୍ପତ୍ତି ହୋଇସାରିଛି ।
ଅଧିକ ପଢ଼ନ୍ତୁ:-ଏହି କାରଣରୁ ବିହାରରେ ମଜଭୁତ ହେଉଛି କଂଗ୍ରେସ, ଜାଣନ୍ତୁ କ’ଣ ରହିଛି ରାଜନୈତିକ ସମୀକରଣ
ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆରଜେଡି (RJD) ୧୩୫-୧୪୦, କଂଗ୍ରେସ (Congress) ୪୫ ରୁ ୫୦, ଆରଏଲଏସପି (RLSP) ୨୩-୨୫, ସିପିଆଇ ମାଲେ (CPI Male) ୧୫, ମୁକେଶ ସାହନିଙ୍କ ଭିଆଇପି ପାର୍ଟି (VIP Party) ୮-୧୦, ସିପିଆଇ (CPI) ୩-୫ ଏବଂ ସିପିଆଇ-ଏମ (CPI-M) ୨-୩ ଟି ଆସନ ମିଳିପାରେ । ତଥାପି ଏହି ତଥ୍ୟ କେବଳ ଚର୍ଚ୍ଚା ଏବଂ କଳ୍ପନା ଉପରେ ଆଧାରିତ ।
ଅଧିକ ପଢ଼ନ୍ତୁ:-ବଦଳିବ ବିହାରର ରାଜନୈତିକ ସମୀକରଣ, ଏକାଠି ହେବେ କହ୍ନେୟା ଓ ତେଜସ୍ୱୀ ଯାଦବ !
ଭାଇ ବିରେନ୍ଦ୍ର କହିଛନ୍ତି ଯେ, ମହାମେଣ୍ଟରେ ଆସନ ବୁଝାମଣାକୁ ନେଇ କୌଣସି ଅସୁବିଧା ନାହିଁ । ଆସନ ବୁଝାମଣାକୁ ନେଇ ଆମର ସମସ୍ତ ଦଳର ନେତା ଖୁସି ଅଛନ୍ତି । ଆସନ ଭାଗବଣ୍ଟାର ଗଣିତର ସୂଚନା ଅତିଶୀଘ୍ର ମିଳିତ ପ୍ରେସ କନଫରେନ୍ସ କରି ଦିଆଯିବ । ଏହା ସହିତ ଭୋଇ ବିରେନ୍ଦ୍ର ଏହା ମଧ୍ୟ କହିଛନ୍ତି ଯେ ଉପେନ୍ଦ୍ର କୁଶୱାହା କହିଛନ୍ତି ଯେ ନୀତୀଶ ସରକାରଙ୍କୁ ହଟାଇବା ପାଇଁ ସେ ବିଷ ମଧ୍ୟ ପିଇ ପାରିବେ । ଅନ୍ୟପକ୍ଷରେ ବିହାରର ଶାସକ ଦଳ ଜେଡିୟୁ (JDU) ଆସନ ବୁଝାମଣାକୁ ନେଇ ପାଇଁ ମହାମେଣ୍ଟ ଉପରେ ଆକ୍ରମଣ କରିଛି ।