ବଦଳିବ ବିହାରର ରାଜନୈତିକ ସମୀକରଣ, ଏକାଠି ହେବେ କହ୍ନେୟା ଓ ତେଜସ୍ୱୀ ଯାଦବ !
Advertisement

ବଦଳିବ ବିହାରର ରାଜନୈତିକ ସମୀକରଣ, ଏକାଠି ହେବେ କହ୍ନେୟା ଓ ତେଜସ୍ୱୀ ଯାଦବ !

ମୁଖ୍ୟତଃ ବିଗତ କିଛି ହେବ ଜେଏନୟୁ ଛାତ୍ର ସଂଗଠନର ପୂର୍ବତନ ଅଧ୍ୟକ୍ଷ (former president of JNU Students' Union) କହ୍ନେୟା କୁମାର (Kanhaiya Kumar)ଙ୍କ ତୁଳନା ଆରଜେଡି(RJD) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ (Lalu Prasad Yadav)ଙ୍କ ରାଜନୈତିକ ଉତ୍ତରାଧିକାରୀ ପୂର୍ବତନ ଡେପୁଟି ସିଏମ ତେଜସ୍ୱୀ ଯାଦବ (Tejashwi Yadav)ଙ୍କ ସହ କରାଯାଇଛି । ପ୍ରକୃତ କଥା ହେଉଛି ଉଭୟ ବିରୋଧୀ ଦଳର ନେତା ଯୁବକ ଅଛନ୍ତି ।

ବଦଳିବ ବିହାରର ରାଜନୈତିକ ସମୀକରଣ, ଏକାଠି ହେବେ କହ୍ନେୟା ଓ ତେଜସ୍ୱୀ ଯାଦବ !

ତମାଲ ବାକଚି, ପାଟନା: ପାଖେଇ ଆସୁଛି ବିହାର ବିଧାନସଭା ନିର୍ବାଚନ (Bihar Assembly Polls 2020) । ଏହା ପୂର୍ବରୁ ରଣନୀତି ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି ସମସ୍ତ ରାଜନୈତିକ ଦଳ । ଏହି କ୍ରମରେ ବୁଧବାର ଆରଜେଡି (RJD) ସହିତ ବିହାରର ବାମପନ୍ଥୀ ଦଳ (Left parties)ର ଏକ ବୈଠକରେ ସହମତି ହୋଇଛି ଯେ ଆରଜେଡି, କଂଗ୍ରେସ(Congress), ସମସ୍ତ ବାମ ଦଳ ଏବଂ ଅନ୍ୟ ଗଣତାନ୍ତ୍ରିକ ଦଳ ମିଳିତ ଭାବେ ସମସ୍ତ ୨୪୩ଟି ଆସନରେ ନିର୍ବାଚନ ଲଢ଼ିବେ । ତେବେ ଆସନ ଭାଗ ବଣ୍ଟା ନେଇ ପ୍ରଶ୍ନ ଉଠିଛି । ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି ଯେ ବିହାର  ବିଧାନସଭା ନିର୍ବାଚନ ଦୃଷ୍ଟିରେ ମହାମେଣ୍ଟରେ ବାମ ଦଳ ସାମିଲ ହେବା ଏକ ବଡ଼ ନିଷ୍ପତ୍ତି । ରାଷ୍ଟ୍ରୀୟ ଜନତା ଦଳ (RJD), କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (CPI) ଏବଂ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି (CPI-M) ଏକାଠି ହେବାର ଅର୍ଥ କେବଳ ସାଂଗଠନିକ ଶକ୍ତି ଏବଂ ଜନ ସମର୍ଥନରେ ବୃଦ୍ଧି ଭାବରେ ଦେଖାଯିବା ଉଚିତ ନୁହେଁ, ଏହାର ଅନ୍ୟ ଏକ ରାଜନୈତିକ ଅର୍ଥ ମଧ୍ୟ ରହିଛି । ବାସ୍ତବରେ ଏହି ଡିଲ୍ ସହିତ ରାଜ୍ୟର ଦୁଇ ଯୁବ ନେତା ତେଜସ୍ୱୀ ଯାଦବ (Tejashwi Yadav) ଏବଂ କହ୍ନେୟା କୁମାର (Kanhaiya Kumar) ଗୋଟିଏ ମଞ୍ଚରେ ଆସିବେ ବୋଲି ସ୍ଥିର ହୋଇଯାଇଛି ।

ଅଧିକ ପଢ଼ନ୍ତୁ:-ମହାକାଶରୁ ମାଡି ଆସୁଛି ଆଉ ଏକ ବିପଦ, ଆମେରିକା ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ପୃଥିବୀ ଆଡ଼କୁ ଖସିବ ଉଲକା ପିଣ୍ଡ !

ମୁଖ୍ୟତଃ ବିଗତ କିଛି ହେବ ଜେଏନୟୁ ଛାତ୍ର ସଂଗଠନର ପୂର୍ବତନ ଅଧ୍ୟକ୍ଷ (former president of JNU Students' Union) କହ୍ନେୟା କୁମାର (Kanhaiya Kumar)ଙ୍କ ତୁଳନା ଲାଲୁ ପ୍ରସାଦ ଯାଦବ (Lalu Prasad Yadav)ଙ୍କ ରାଜନୈତିକ ଉତ୍ତରାଧିକାରୀ ପୂର୍ବତନ ଡେପୁଟି ସିଏମ ତେଜସ୍ୱୀ ଯାଦବଙ୍କ ସହ କରାଯାଇଛି । ପ୍ରକୃତ କଥା ହେଉଛି ଉଭୟ ବିରୋଧୀ ଦଳର ନେତା ଯୁବକ ଅଛନ୍ତି । ପ୍ରାୟ ସମାନ ବୟସ ଏବଂ ଉଭୟଙ୍କର ନିଜର ରାଜନୈତିକ ସାମର୍ଥ୍ୟ ଅଛି । କହ୍ନେୟା କୁମାର ହେଉଛନ୍ତି ଜଣେ ଓଜସ୍ୱୀ ବକ୍ତା ଓ ତେଜସ୍ୱୀଙ୍କର ବିହାରରେ ଏକ ବଡ଼ ରାଜନୈତିକ ଜନସମର୍ଥନ ରହିଛି ।

ଅଧିକ ପଢ଼ନ୍ତୁ:-ନିଜ ପରିବାର ହିଁ ଟ୍ରମ୍ପଙ୍କୁ କରୁଛି ଟାର୍ଗେଟ, ଏଥର ଜିତି ପାରିବେ କି ରାଷ୍ଟ୍ରପତି ନିର୍ବାଚନ ?

ଗତ ଜାନୁୟାରୀ-ଫେବୃଆରୀରେ ଯେତେବେଳେ କହ୍ନେୟା କୁମାର CAA-NRC ବିରୋଧରେ 'ଜନ ଗଣ ଯାତ୍ରା' ବାହାର କରୁଥିଲେ, ସେତେବେଳେ ଚାରିଆଡ଼େ ତାଙ୍କର ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏହି କାରଣରୁ ସେ ମୁସଲମାନ ସମ୍ପ୍ରଦାୟରେ ସହାନୁଭୂତି ପାଇଥିଲେ । ଆଉ ଏକ ଭଲ ପରିଚୟ ମଧ୍ୟ କରିନେଇଛନ୍ତି । ଏହି ସମୟ ମଧ୍ୟରେ ସେ ତେଜସ୍ୱୀଙ୍କୁ ଟକ୍କର ଦେଉଛନ୍ତି ବୋଲି କୁହାଯାଇଥିଲା । ବୋଧହୁଏ ରାଜନୈତିକ କଳ୍ପନାଜଳ୍ପନା ମଧ୍ୟରେ ତେଜସ୍ୱୀ ଫେବୃଆରୀ ୨୩ରୁ ବିହାର ଯାତ୍ରା ଆରମ୍ଭ କରିଥିଲେ । CAA, NRC ସହିତ ବେରୋଜଗାରକୁ ତାଙ୍କ ଏଜେଣ୍ଡାରେ ସାମିଲ କରିଥିଲେ ।

ଅଧିକ ପଢ଼ନ୍ତୁ:-ବିଜେପି ଭିତରେ ବିରୋଧର ସାମ୍ନା କରୁଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ !

ଅନ୍ୟପକ୍ଷେ ଏହି ସମୟରେ ଦେଖାଦେଇଥିବା ଏକ ସାଧାରଣ କଥା ହେଲା କହ୍ନେୟା ଓ ତେଜସ୍ୱୀ ପରସ୍ପରକୁ ଟାର୍ଗେଟ କରିନଥିଲେ । ଯଦି କହ୍ନେୟାଙ୍କୁ ଟାର୍ଗେଟରେ ମୋଦୀ ସରକାର ଥାଆନ୍ତେ, ତେବେ ବିହାରର ଏନଡିଏ ସରକାର ଏବଂ ନୀତୀଶ କୁମାର-ସୁଶୀଲ ମୋଦୀ (Nitish Kumar-Sushil Modi) ତେଜସ୍ୱୀଙ୍କ ଟାର୍ଗେଟରେ ଥିଲେ । ଏପରି ମନେ କରାଯାଏ ଯେ ଏଥର ସମାନ ପରିଦୃଶ୍ୟ ଦେଖିବାକୁ ମିଳିବ ଯେତେବେଳେ ଏହି ଦୁଇଜଣ ଗୋଟିଏ ମଞ୍ଚରେ ଏକାଠି ଦେଖାଯିବେ ।

ଅଧିକ ପଢ଼ନ୍ତୁ:-କିମ ଜୋଙ୍ଗ ମୃତ ! ଉତ୍ତର କୋରିଆରେ ହାଇ ଆଲର୍ଟ ଜାରି

ରାଜନୈତିକ ବିଶେଷଜ୍ଞମାନେ ମଧ୍ୟ ମନେ କରନ୍ତି ଯେ, ଯଦି କହ୍ନେୟା କୁମାର କେବଳ ବିହାରରେ କଠିନ ପରିଶ୍ରମ ଜାରି ରଖନ୍ତି, ତେବେ ସେ ଆଗାମୀ ସମୟରେ ରାଜ୍ୟ ରାଜନୀତିରେ ଏକ ବିକଳ୍ପ ହୋଇପାରନ୍ତି । ଅନ୍ୟପକ୍ଷରେ ତେଜସ୍ୱୀ ଯାଦବଙ୍କୁ  ବିକଳ୍ପ ଭାବେ ଦେଖାଯାଇଥାଏ । ବିହାରରେ ନୀତୀଶ କୁମାରଙ୍କ ବିକଳ୍ପ ଭାବରେ ତେଜସ୍ୱୀ ଚେହେରା ହୋଇପାରନ୍ତି । କହ୍ନେୟା ହେଉଛନ୍ତି ଜଣେ ଭଲ ବକ୍ତା , କିନ୍ତୁ ବିକଳ୍ପ ଚେହେରା ହୋଇପାରିବ ନାହିଁ ।