ବିହାର ଏନଡିଏରେ ଫାଟ: ନୀତିଶ ସରକାରଙ୍କଠୁ ସମର୍ଥନ ପ୍ରତ୍ୟାହାର କରିବ ଏଲଜେପି !
Advertisement
Article Detail0/zeeodisha/odisha742710

ବିହାର ଏନଡିଏରେ ଫାଟ: ନୀତିଶ ସରକାରଙ୍କଠୁ ସମର୍ଥନ ପ୍ରତ୍ୟାହାର କରିବ ଏଲଜେପି !

ନିକଟ ଅତୀତରେ ହିନ୍ଦୁସ୍ତାନୀ ଆୱାମ ମୋର୍ଚା (HUM) ମହାମେଣ୍ଟ (Grand Alliance) ରୁ ସମସ୍ତ ସମ୍ପର୍କ ଛିନ୍ନ କରି ଏନଡିଏ (NDA) ରେ ଯୋଗ ଦେଇଛନ୍ତି । ଏଲଜେପି (LJP) କୁ ପ୍ରତିହତ କରିବା ପାଇଁ ନୀତିଶ ଜିତନ ରାମ ମାଁଝୀ (Jitan Ram Manjhi) ଙ୍କ ନେତୃତ୍ୱାଧୀନ ହମ ପାର୍ଟିକୁ ଏନଡିଏରେ ସାମିଲ କରାଇଛନ୍ତି ବୋଲି ମନେରାଯାଉଛି ।

ବିହାର ଏନଡିଏରେ ଫାଟ: ନୀତିଶ ସରକାରଙ୍କଠୁ ସମର୍ଥନ ପ୍ରତ୍ୟାହାର କରିବ ଏଲଜେପି !

ପାଟନା: Bihar Election 2020: ପାଖେଇ ଆସୁଛି ବିହାର ବିଧାନସଭା ନିର୍ବାଚନ । କିନ୍ତୁ ଏବେ ବି ଏନଡିଏ (NDA)ରେ ଫାଟ ସୃଷ୍ଟି ହେବାର ସମ୍ଭାବନା ରହିଛି । ବାସ୍ତବରେ ଏନଡିଏର ସହଯୋଗୀ ଏଲଜେପି (LJP) ବିହାରରେ ନୀତିଶ ସରକାର (Nitish Govt) ଙ୍କ ଠାରୁ ସମର୍ଥନ ପ୍ରତ୍ୟାହାର କରିପାରେ । ବର୍ତ୍ତମାନ ଏହି ପ୍ରସଙ୍ଗରେ ମନ୍ଥନ କରିବା ପାଇଁ ଏଲଜେପି (LJP) ସୋମବାର ବିହାର ସଂସଦୀୟ କମିଟିର ବୈଠକ ଡାକିଛି । ଯେଉଁଥିରେ ବିଧାନସଭା ନିର୍ବାଚନର ରଣନୀତି ଉପରେ ଚର୍ଚ୍ଚା କରାଯାଇପାରେ ।

ଅଧିକ ପଢ଼ନ୍ତୁ:-ଏହି କାରଣରୁ ବିହାରରେ ମଜଭୁତ ହେଉଛି କଂଗ୍ରେସ, ଜାଣନ୍ତୁ କ’ଣ ରହିଛି ରାଜନୈତିକ ସମୀକରଣ

ଏହି ବୈଠକରେ ଏଲଜେପି (LJP) ର ବିହାର ୟୁନିଟର ନେତା ତଥା ଦଳର ଅଧ୍ୟକ୍ଷ ଚିରାଗ ପାସୱାନ (Chirag Paswan) ସାମିଲ ହେବେ । ସୂଚନାନୁସାରେ, ଦଳ ନୀତିଶ ସରକାର (Nitish Govt) ଙ୍କ ଠାରୁ ସମର୍ଥନ ପ୍ରତ୍ୟାହାର କରିବା ଏବଂ ଜେଡିୟୁ (JDU) ବିରୋଧରେ ପ୍ରାର୍ଥୀ ଦେବା ପାଇଁ ନିଜର ବକଳ୍ପକୁ ନେଇ ମନ୍ଥନ କରିପାରେ । ବିଗତ କିଛି ସମୟ ଧରି ଜେଡିୟୁ (JDU) ଓ ଏଲଜେପି (LJP) ମଧ୍ୟରେ ତିକ୍ତତା ଦେଖାଦେଇଛି । ଦୁଇ ଦଳ ପରସ୍ପର ବିରୋଧରେ ଖୋଲାଖୋଲି ଆକ୍ରମଣ କରୁଛନ୍ତି ।

ନିକଟ ଅତୀତରେ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (HUM) ମହାମେଣ୍ଟ (Grand Alliance) ରୁ ସମସ୍ତ ସମ୍ପର୍କ ଛିନ୍ନ କରି ଏନଡିଏ (NDA) ରେ ଯୋଗ ଦେଇଥିଲା । ଏଲଜେପି (LJP) କୁ ପ୍ରତିହତ କରିବା ପାଇଁ ନୀତିଶ ଜିତନ ରାମ ମାଁଝୀ (Jitan Ram Manjhi) ଙ୍କ ନେତୃତ୍ୱାଧୀନ ହମ ପାର୍ଟିକୁ ଏନଡିଏରେ ସାମିଲ କରାଇଛନ୍ତି ବୋଲି ମନେରାଯାଉଛି । ମୁଖ୍ୟତଃ, ଏଲଜିପି ମୁଖ୍ୟ ଚିରାଗ ପାସୱାନ ଲଗାତର ନୀତୀଶ କୁମାର ଏବଂ ତାଙ୍କ ସରକାରଙ୍କୁ ଟାର୍ଗେଟ କରୁଛନ୍ତି ।

ଅଧିକ ପଢ଼ନ୍ତୁ:-ମଧ୍ୟପ୍ରଦେଶ ଉପନିର୍ବାଚନ : 'ଆରଏସଏସର ସର୍ଭେରୁ ଡରି ଯାଇଛି ବିଜେପି, ସମସ୍ତ ୨୭ଟି ଆସନରେ ହେବ ପରାଜୟ' 

ଏଲଜେପି (LJP) ଅଭିଯୋଗ କରିଛି ଯେ, ନୀତିଶ କୁମାର ବିହାରରେ ଏଲଜେପିକୁ ଦୂରେଇ ରଖିବାକୁ ଚେଷ୍ଟା କରୁଛନ୍ତି । ନିକଟରେ ବିହାରରେ ଖବରକାଗଜଗୁଡ଼ିକର ଫ୍ରଣ୍ଟ ପେଜରେ ଏଲଜେପି ବିଜ୍ଞାପନ ଦେଇଥିଲା । ଯେଉଁଥିରେ ନୀତିଶ କୁମାର ସରକାରଙ୍କୁ ଇସାରାରେ ଟାର୍ଗେଟ କରାଯାଇଥିଲା । ବିଜ୍ଞାପନରେ ଏକ ପଞ୍ଚ୍ ଲାଇନ ଲେଖା ଯାଇଥିଲା, ଯେଉଁଥିରେ କୁହାଯାଇଛି ଯେ, "ସେମାନେ ଲଢୁଛନ୍ତି ଆମ ଉପରେ ଶାସନ କରିବା ପାଇଁ, ଆଉ ଆମେ ଲଢୁଛୁ ବିହାର ଉପରେ ଗର୍ବ କରିବା ପାଇଁ ।"

ଅଧିକ ପଢ଼ନ୍ତୁ:-କଂଗ୍ରେସରେ ଫୁଟିଲା ଆଉ ଏକ ଲେଟର 'ବୋମା', ସୋନିଆଙ୍କୁ ଅନୁରୋଧ କରି କହିଲେ-ପରିବାରର ମୋହ ଛାଡ଼ି କରନ୍ତୁ କାମ

ବାସ୍ତବରେ,  ଏଲଜେପି (LJP) ଓ ଜେଡିୟୁ (JDU) ମଧ୍ୟରେ ଆସନ ଭାଗବଣ୍ଟା ପ୍ରସଙ୍ଗକୁ ନେଇ ମତଭେଦ ଦେଖାଦେଇଛି । ବିହାର ବିଧାନସଭା ନିର୍ବାଚନରେ ​​ଏଲଜେପି ୩୬ଟି ଆସନ ଦାବି କରୁଥିବାବେଳେ ନୀତିଶ କୁମାର ଏଲଜେପିକୁ ୨୫ରୁ ଅଧିକ ଆସନ ଦେବାକୁ ପ୍ରସ୍ତୁତ ନୁହଁନ୍ତି ବୋଲି ସୂଚନା ମିଳିଛି । ଗତ ବିଧାନସଭା ନିର୍ବାଚନରେ ​​ଏଲଜେପି ୪୨ଟି ଆସନରେ ପ୍ରାର୍ଥୀ ଦେଇଥିଲା । କିନ୍ତୁ କେବଳ ଦୁଇଟି ଆସନ ଜିତିବାରେ ସଫଳ ହୋଇପାରିଥିଲା ।