ସୂଚନାଯୋଗ୍ୟ, ଅରୁଣାଚଳ ପ୍ରଦେଶରେ ଦଳର ୬ ଜଣ ବିଧାୟକ ଭାରତୀୟ ଜନତା ପାର୍ଟି (BJP) ରେ ଯୋଗ ଦେଇଛନ୍ତି । ଏଥି ସହ ଅରୁଣାଚଳ ପ୍ରଦେଶର ପିପୁଲ୍ସ ପାର୍ଟି (PPA) ର ଜଣେ ବିଧାୟକ ମଧ୍ୟ ଦଳ ପରିବର୍ତ୍ତନ କରି ବିଜେପିରେ ସାମିଲ ହୋଇଛନ୍ତି ।
Trending Photos
ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ଜନତା ଦଳ ୟୁନାଇଟେଡ (JDU) ର ୬ ଜଣ ବିଧାୟକ ବିଜେପି (BJP) ରେ ଯୋଗ ଦେଇଛନ୍ତି । ବିହାରରେ ବିଜେପି ସହିତ ସରକାର ଚଳାଉଥିବା ଜେଡିୟୁ ପାଇଁ ଏହା ଅରୁଣାଚଳରେ ଏକ ବଡ଼ ଝଟକା ଭାବେ ଦେଖାଯାଉଛି । ଯେତେବେଳେ ବିହାରର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିଶ କୁମାର (Nitish Kumar) ଙ୍କୁ ଏହି ପୂରା ଘଟଣା ଉପରେ ପ୍ରଶ୍ନ ପଚରାଯାଇଥିଲା, ସେତେବେଳେ ସେ କିଛି କହିବାକୁ ମନା କରିଦେଇଛନ୍ତି ।
ଅଧିକ ପଢ଼ନ୍ତୁ:-'ଗୁଣ୍ଡା-ମାଫିଆ ରାଜ୍ୟ ଛାଡି ଦିଅ, ନଚେତ୍ ୧୦ ଫୁଟ ମାଟି ତଳେ ପୋତି ଦେବି'
ଶୁକ୍ରବାର ପାଟନାରେ ନୀତିଶ କୁମାର କହିଛନ୍ତି ଯେ, ଆସନ୍ତାକାଲି ଠାରୁ ଆମର ଏକ ସମ୍ମିଳନୀ (ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ) ହେବ । ଏହା ବ୍ୟତୀତ ସେ କିଛି କହି ନାହାଁନ୍ତି । ବିଜେପି ସହିତ ଜେଡିୟୁ କେବଳ ବିହାରରେ ନୁହେଁ କେନ୍ଦ୍ରରେ ମୋଦି ସରକାରରେ ମଧ୍ୟ ଅଛନ୍ତି । ନୀତିଶ କୁମାରଙ୍କ ବୟାନରୁ ଏହା ସ୍ପଷ୍ଟ ହୋଇଛି ଯେ ଜେଡିୟୁ ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଏହି ପ୍ରସଙ୍ଗରେ ଆଲୋଚନା କରିବ ।
ଅଧିକ ପଢ଼ନ୍ତୁ:-ଜମ୍ମୁ କାଶ୍ମୀର: ଫେକ୍ ଏନକାଉଣ୍ଟର କଥା ମାନିଲା ସେନା
ସୂଚନାଯୋଗ୍ୟ, ଅରୁଣାଚଳ ପ୍ରଦେଶରେ ଦଳର ୬ ଜଣ ବିଧାୟକ ଭାରତୀୟ ଜନତା ପାର୍ଟି (BJP) ରେ ଯୋଗ ଦେଇଛନ୍ତି । ଏଥି ସହ ଅରୁଣାଚଳ ପ୍ରଦେଶର ପିପୁଲ୍ସ ପାର୍ଟି (PPA) ର ଜଣେ ବିଧାୟକ ମଧ୍ୟ ଦଳ ପରିବର୍ତ୍ତନ କରି ବିଜେପିରେ ସାମିଲ ହୋଇଛନ୍ତି । ବିଜେପିରେ ଯୋଗ ଦେଉଥିବା ଜେଡିୟୁ ବିଧାୟକଙ୍କ ନାମ ହେଉଛି ତଲିମ ତବୋହ, ଜିକ୍କେ ତାକୋ, ହୟେଙ୍ଗ ମଙ୍ଗଫି, ଡୋର୍ଜି ୱାଙ୍ଗଡି ଖର୍ମା, ଡୋଙ୍ଗ୍ରୁ ସେଙ୍ଗଜୁ, କଙ୍ଗୋଙ୍ଗ ଟାକୁ । ଏଥି ସହିତ ବିଜେପିରେ ସାମିଲ ହୋଇଥିବା ପିପିଏ ବିଧାୟକଙ୍କ ନାମ ହେଉଛି କର୍ଡୋ ନ୍ୟାଗୟୋର୍ । ପାର୍ଟି ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗ କରି ପିପିଏ ଚଳିତ ମାସ ଆରମ୍ଭରେ ନ୍ୟାଗୟୋରଙ୍କୁ ନିଲମ୍ବିତ କରିଥିଲା ।