'ମଧ୍ୟପ୍ରଦେଶର କମଲନାଥ ସରକାର ଭାଙ୍ଗିବାରେ ପିଏମ ମୋଦିଙ୍କ ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା'
Advertisement
Article Detail0/zeeodisha/odisha808900

'ମଧ୍ୟପ୍ରଦେଶର କମଲନାଥ ସରକାର ଭାଙ୍ଗିବାରେ ପିଏମ ମୋଦିଙ୍କ ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା'

ବାସ୍ତବରେ, କୃଷକ ଆନ୍ଦୋଳନ ଏବଂ କୃଷି ଆଇନ ଉପରେ ବିତର୍କ ମଧ୍ୟରେ ଭାରତୀୟ ଜନତା ପାର୍ଟି (BJP) ବିଭିନ୍ନ ସହରରେ କିସାନ ସମ୍ମିଳନୀ ଆୟୋଜନ କରିଛି । ଇନ୍ଦୋରରେ କିସାନ ସମ୍ମିଳନୀର ଦାୟିତ୍ୱ କୈଳାଶ ବିଜୟଭାର୍ଗୀୟ ଏବଂ ନରୋତ୍ତମ ମିଶ୍ରାଙ୍କୁ ଦିଆଯାଇଥିଲା ।

'ମଧ୍ୟପ୍ରଦେଶର କମଲନାଥ ସରକାର ଭାଙ୍ଗିବାରେ ପିଏମ ମୋଦିଙ୍କ ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା'

ନୂଆଦିଲ୍ଲୀ: ଇନ୍ଦୋରରେ ଚାଷୀ ସମ୍ମିଳନୀକୁ ସମ୍ବୋଧିତ କରି ବିଜେପି ରାଷ୍ଟ୍ରୀୟ ମହାସଚିବ (BJP National General Secretary) କୈଳାଶ ବିଜୟଭାର୍ଗୀୟ (Kailash Vijayvargiya) ଏକ ବଡ଼ ବୟାନ ଦେଇଛନ୍ତି । ଚାଷୀ ସମ୍ମିଳନୀରେ ଦେଇଥିବା ଅଭିଭାଷଣରେ ବିଜୟଭାର୍ଗୀୟ କହିଛନ୍ତି ଯେ ମଧ୍ୟପ୍ରଦେଶର କମଲନାଥ ସରକାର (Kamal Nath Govt) ଙ୍କୁ ଭାଙ୍ଗିବାରେ ଯଦି କାହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା, ତେବେ ସେ ନରେନ୍ଦ୍ର ମୋଦି (PM ModI) ଙ୍କର ଥିଲା ।

ଅଧିକ ପଢ଼ନ୍ତୁ:-ଚତୁର୍ଥ ପର୍ଯ୍ୟାୟରେ ପହଞ୍ଚିଲା ଲାଲୁଙ୍କ କିଡନୀ ରୋଗ, ଆହୁରି ବିଗିଡିପାରେ ସ୍ୱାସ୍ଥ୍ୟାବସ୍ଥା

ବାସ୍ତବରେ, କୃଷକ ଆନ୍ଦୋଳନ ଏବଂ କୃଷି ଆଇନ ଉପରେ ବିତର୍କ ମଧ୍ୟରେ ଭାରତୀୟ ଜନତା ପାର୍ଟି (BJP) ବିଭିନ୍ନ ସହରରେ କିସାନ ସମ୍ମିଳନୀ ଆୟୋଜନ କରିଛି । ଇନ୍ଦୋରରେ କିସାନ ସମ୍ମିଳନୀର ଦାୟିତ୍ୱ କୈଳାଶ ବିଜୟଭାର୍ଗୀୟ ଏବଂ ନରୋତ୍ତମ ମିଶ୍ରାଙ୍କୁ ଦିଆଯାଇଥିଲା ।

ଏଥିରେ ନିଜ ଅଭିଭାଷଣରେ ବିଜୟଭାର୍ଗୀୟ କହିଛନ୍ତି ଯେ, "ଯେପର୍ଯ୍ୟନ୍ତ କମଲନାଥଙ୍କ ସରକାର ଥିଲା, ଗୋଟିଏ ଦିନେ ଶାନ୍ତିରେ ଶୋଇବାକୁ ଦେଇନାହିଁ । ଯଦି କୌଣସି ବିଜେପି କାର୍ଯ୍ୟକର୍ତ୍ତା ଥିଲେ ଯିଏ କମଲନାଥଜୀଙ୍କ ସ୍ୱପ୍ନରେ ମଧ୍ୟ ଦେଖାଦେଉଥିଲେ ସେ ହେଉଛନ୍ତି ନରୋତ୍ତମ ମିଶ୍ରା । କରତାଳି ବଜାଇ ନରୋତ୍ତମ ମିଶ୍ରାଙ୍କୁ ସ୍ୱାଗତ କରନ୍ତୁ । ମୁଁ ପରଦା ପଛର କଥା କହୁଛି, କାହାକୁ କୁହନ୍ତୁ ନାହିଁ, ମୁଁ ଆଜି ପର୍ଯ୍ୟନ୍ତ କାହାକୁ କହି ନାହିଁ, ପ୍ରଥମ ଥର ପାଇଁ ମୁଁ ଏହି ମଞ୍ଚରେ କହୁଛି ଯେ କମଲନାଥ ସରକାରଙ୍କୁ ହଟାଇରେ ଯଦି କେହି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ, ତେବେ ସେ ନରେନ୍ଦ୍ର ମୋଦି ଥିଲେ, ଧର୍ମେନ୍ଦ୍ର ପ୍ରଧାନଜୀଙ୍କ କୌଣସି ଭୂମିକା ନଥିଲା । କିନ୍ତୁ କାହାକୁ ଏହି କଥା କୁହନ୍ତୁ ନାହିଁ, ଆଜି ପର୍ଯ୍ୟନ୍ତ ମୁଁ କାହାକୁ କହି ନାହିଁ ।"

ଅଧିକ ପଢ଼ନ୍ତୁ:-କୋରୋନାକୁ ନେଇ ଭୟଙ୍କର ଚେତାବନୀ ଜାରି କଲା WHO, କହିଲା-୨୦୨୧ର ପ୍ରାରମ୍ଭରେ ତାଣ୍ଡବ କରି...

ଏଥି ସହିତ ଏହି ବୟାନ ପରେ କଂଗ୍ରେସ ନେତା ରଣଦୀପ ସୁରଜେୱାଲା କହିଛନ୍ତି ଯେ, "ମୋଦିଜୀ, ଆପଣ ୭୩ ବର୍ଷ ମଧ୍ୟରେ ପ୍ରଥମ ପ୍ରଧାନମନ୍ତ୍ରୀ, ଯାହାର ଦଳର ସାଧାରଣ ସମ୍ପାଦକ ଗର୍ବର ସହିତ କହିଛନ୍ତି ଯେ ଆପଣ ମଧ୍ୟପ୍ରଦେଶର ନିର୍ବାଚିତ ସରକାରକୁ ନିଜେ ଭାଙ୍ଗିଛନ୍ତି । ଏହା ଗଣତନ୍ତ୍ର ପ୍ରତି ଆପଣଙ୍କର ଅବିଶ୍ୱାସର ଏକ ସ୍ପଷ୍ଟ ପ୍ରମାଣ ନୁହେଁ କି? ଦେଶରେ ଗଣତନ୍ତ୍ର ଉପରେ ଯୋଜନାବଦ୍ଧ ଭାବେ ବିଜେପି ଆକ୍ରମଣର ପ୍ରମାଣ ସାମ୍ନାରେ ଅଛି ।"