ତେବେ ଲଦାଖର ସମସ୍ତ ରାଜନୈତିକ, ଧାର୍ମିକ, ସାମାଜିକ ସଂଗଠନ ଏବଂ ଦଳ ଏକାଠି ହୋଇଛନ୍ତି । ଆଉ ନିର୍ବାଚନକୁ ବହିଷ୍କାର କରିଛନ୍ତି । ଏହି ସଂଗଠନଗୁଡ଼ିକ ଲଦାଖ ପାଇଁ ସମ୍ବିଧାନରେ ଅଧିକ ସୁରକ୍ଷା ଦାବି କରୁଛନ୍ତି ।
Trending Photos
ନୂଆଦିଲ୍ଲୀ: କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ (Ladakh) ରେ ଅକ୍ଟୋବରରେ ଲଦାଖ ସ୍ୱୟଂଶାସିତ ହିଲ୍ ଡେଭଲପମେଣ୍ଟ କାଉନସିଲ୍ (LAHDC ଅର୍ଥାତ୍ ଲଦାଖ ସ୍ୱୟଂଶାସିତ ମାଉଣ୍ଟେନ୍ ଡେଭଲପମେଣ୍ଟ କାଉନସିଲ୍) ର ନିର୍ବାଚନ ହେବ । ଅଗଷ୍ଟ ୫, ୨୦୧୯ରେ କେନ୍ଦ୍ର ସରକାର ଜମ୍ମୁ କାଶ୍ମୀର (Jammu and Kashmir) ର ବିଶେଷ ସାମ୍ବିଧାନିକ ମାନ୍ୟତାକୁ ରଦ୍ଦ କରି ଏହାକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରିଥିଲେ । ସେବେଠାରୁ ଏହା ହେଉଛି ପ୍ରଥମ ନିର୍ବାଚନ ।
ତେବେ ଲଦାଖର ସମସ୍ତ ରାଜନୈତିକ, ଧାର୍ମିକ, ସାମାଜିକ ସଂଗଠନ ଏବଂ ଦଳ ଏକାଠି ହୋଇଛନ୍ତି । ଆଉ ନିର୍ବାଚନକୁ ବହିଷ୍କାର କରିଛନ୍ତି । ଏହି ସଂଗଠନଗୁଡ଼ିକ ଲଦାଖ ପାଇଁ ସମ୍ବିଧାନରେ ଅଧିକ ସୁରକ୍ଷା ଦାବି କରୁଛନ୍ତି । ସଂଗଠନଗୁଡ଼ିକର ଏହି ନିଷ୍ପତ୍ତିର ଘୋଷଣା ମଙ୍ଗଳବାର ଲେହରେ ଏକ ସାମ୍ବାଦିକ ସମ୍ମିଳନୀରେ କରାଯାଇଛି । ଏହି ଅଞ୍ଚଳର ପୂର୍ବତନ ରାଜନେତାଙ୍କ ଗୋଷ୍ଠୀ, ଆମ୍ ଆଦମୀ ପାର୍ଟି, ବିଜେପି ଏବଂ କଂଗ୍ରେସର ପ୍ରତିନିଧୀ, ସମସ୍ତ ଆଞ୍ଚଳିକ ଦଳ ତଥା ଧାର୍ମିକ ଗୋଷ୍ଠୀର ପ୍ରତିନିଧୀମାନେ ମିଳିତ ବୟାନ ଜାରି କରି ସର୍ବସମ୍ମିତରେ ନିର୍ବାଚନ ବହିଷ୍କାର କରିବାର ଘୋଷଣା କରିଛନ୍ତି ।
ଅଧିକ ପଢ଼ନ୍ତୁ:-ଆରଜେଡିକୁ ଲାଗିଲା ଜୋରଦାର ଝଟକା, ମହାମେଣ୍ଟରୁ ଅଲଗା ହେଲା ଆରଏଲଏସପି
ବୟାନରେ କୁହାୟାଇଛି ଯେ, ଲଦାଖ ପାଇଁ ଷଷ୍ଠ ଅନୁସୂଚି ଲାଗି ଜନ ଅଭିଯାନର ନେତୃତ୍ୱ ସେତେଯାଏ LADHC ର ନିର୍ବାଚନକୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯେପର୍ଯ୍ୟନ୍ତ ଲଦାଖକୁ ସମ୍ୱିଧାନର ଷଷ୍ଠ ଅନୁସୂଚିରେ ସାମିଲ ନ କରାଯାଉଛି । ଲଦାଖ ଏବଂ ଏହାର ଲୋକଙ୍କୁ ମଧ୍ୟ ବୋଡୋ ଆଞ୍ଚଳିକ ପରିଷଦ ପରି ମାନ୍ୟତା ଦିଆଯିବା ଉଚିତ୍ । ସମ୍ବିଧାନର ଷଷ୍ଠ ଅନୁସୂଚୀରେ ଆସାମ, ମେଘାଳୟ, ତ୍ରିପୁରା ଏବଂ ମିଜୋରାମର ଆଦିବାସୀ ଅଞ୍ଚଳର ପ୍ରଶାସନ ସହ ଜଡିତ ପ୍ରାବଧାନ କରାଯାଇଛି । ସ୍ୱୟଂଶାସିତ ଜିଲ୍ଲା ପରିଷଦ (ADC) ମାଧ୍ୟମରେ ଆଦିବାସୀଙ୍କ ଅଧିକାରର ସୁରକ୍ଷା ନିଶ୍ଚିତ କରିବାକୁ ବ୍ୟବସ୍ଥା ରହିଛି ।
ଅଧିକ ପଢ଼ନ୍ତୁ:-ସଫା କରି ପୁଣିଥରେ ବିକ୍ରି କରାଯାଉଥିଲା ସାଢ଼େ ୩ ଲକ୍ଷ କଣ୍ଡୋମ
ADC ଜିଲ୍ଲାଗୁଡିକର ପ୍ରତିନିଧିତ୍ୱ କରେ ଏବଂ ସେମାନଙ୍କୁ ସମ୍ବିଧାନ ଅନୁଯାୟୀ ସୁବିଧା ଦିଆଯାଏ । ସେମାନେ ଜମି ଏବଂ ଏହାର ମାଲିକାନା ସମ୍ବନ୍ଧୀୟ ଆଇନ ପ୍ରସ୍ତୁତ କରିପାରିବେ । ଲଦାଖରେ ନିର୍ବାଚନକୁ ବହିଷ୍କାର କରିବା ପାଇଁ ଜାରି କରାଯାଇଥିବା ମିଳିତ ବୟାନରେ ବିଜେପି ଜିଲ୍ଲା ଅଧ୍ୟକ୍ଷ, ଆମ୍ ଆଦମୀ ପାର୍ଟିର ସଂଯୋଜକ, କଂଗ୍ରେସର ନୱାନ ରିଗଜିନ ଜୋରା ଏବଂ ଅନ୍ୟ ଧାର୍ମିକ ଦଳର ନେତାଙ୍କ ସମେତ 12 ଜଣଙ୍କ ଦସ୍ତଖତ ରହିଛି ।