କ୍ୟାପଟେନଙ୍କ ବଡ଼ ବୟାନ, କହିଲେ- ମୁଁ ଆଉ କଂଗ୍ରେସରେ ରହିବି ନାହିଁ
Advertisement
Article Detail0/zeeodisha/odisha996972

କ୍ୟାପଟେନଙ୍କ ବଡ଼ ବୟାନ, କହିଲେ- ମୁଁ ଆଉ କଂଗ୍ରେସରେ ରହିବି ନାହିଁ

Punjab Congress Fight: କ୍ୟାପଟେନ ଅମରିନ୍ଦର ସିଂ କହିଛନ୍ତି ଯେ ପଞ୍ଜାବ ନିର୍ବାଚନ ଏଥର ବହୁତ ଭିନ୍ନ ହେବ, କଂଗ୍ରେସ-ଅକାଳୀ ଦଳ ପୂର୍ବରୁ ସେଠାରେ ଅଛନ୍ତି ଏବଂ ବର୍ତ୍ତମାନ ଆମ୍ ଆଦମୀ ପାର୍ଟି ମଧ୍ୟ ସେଠାରେ ଆଗକୁ ବଢୁଛି ।

କ୍ୟାପଟେନଙ୍କ ବଡ଼ ବୟାନ, କହିଲେ- ମୁଁ ଆଉ କଂଗ୍ରେସରେ ରହିବି ନାହିଁ

ନୂଆଦିଲ୍ଲୀ: Punjab Congress Fight: ପଞ୍ଜାବରେ ଚାଲିଥିବା ରାଜନୈତିକ ଝଡ଼ ଥମିବାର ନାଁ ନେଉନାହିଁ । ଆଜି ଅର୍ଥାତ ଗୁରୁବାର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ (Captain Amarinder Singh) ଏକ ବଡ଼ ବୟାନ ଦେଇଛନ୍ତି । ସେ ଆଉ କଂଗ୍ରେସ (Congress) ରେ ରହିବେ ନାହିଁ ବୋଲି କ୍ୟାପଟେନ ଅମରିନ୍ଦର ସିଂ ସ୍ପଷ୍ଟ କରିଛନ୍ତି ।

ଅମରିନ୍ଦର ସିଂ (Captain Amarinder Singh) କହିଛନ୍ତି ଯେ, "ମୁଁ ମୋର ଆଭିମୁଖ୍ୟ ସ୍ପଷ୍ଟ କରିଛି ଯେ ମୁଁ ଏପରି ଅପମାନ ସହି ପାରିବି ନାହିଁ । ଯେପରି ମୋ ସହିତ ବ୍ୟବହାର କରାଯାଇଛି, ତାହା ଠିକ୍ ନୁହେଁ ।" ତେବେ ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସେ ବିଜେପି (BJP) ରେ ଯୋଗ ଦେଉନାହାଁନ୍ତି ।

ଏକ ଟିଭି ଚ୍ୟାନେଲକୁ ଦିଆଯାଇଥିବା ଏକ ସାକ୍ଷାତକାରରେ କ୍ୟାପଟେନ ଅମରିନ୍ଦର ସିଂ କହିଛନ୍ତି ଯେ, "ଯେପରି ଭାବେ ବିଧାୟକ ଦଳର ବୈଠକ ଡକାଗଲା ଓ ଶେଷ ସମୟରେ ମୋତେ ଏହି ବିଷୟରେ ଅବଗତ କରାଗଲା, ମୁଁ ସେତେବେଳେ ସ୍ପଷ୍ଟ କରିଥିଲି ଯେ ମୁଁ ଏହି ପଦ ଛାଡୁଛି । ଯଦି ମୋ ଉପରେ କାହାର ବିଶ୍ୱାସ ନାହିଁ, ତେବେ ମୋର ରହିବାର ଲାଭ କ’ଣ?"

'ପଞ୍ଜାବରେ କଂଗ୍ରେସର ଗ୍ରାଫ୍ ତଳେ'

ନବଜୋତ ସିଂ ସିଦ୍ଧୁଙ୍କ ବିଷୟରେ କ୍ୟାପଟେନ ଅମରିନ୍ଦର ସିଂ କହିଛନ୍ତି ଯେ ସେ ଟିମ୍ ପ୍ଲେୟର ନୁହଁନ୍ତି, ପଞ୍ଜାବ କଂଗ୍ରେସ ସଭାପତି (Punjab Congress President) ପଦ ପାଇଁ ଜଣେ ଟିମ୍ ପ୍ଲେୟରର ଆବଶ୍ୟକ । ପଞ୍ଜାବରେ କଂଗ୍ରେସର ଲୋକପ୍ରିୟତା ହ୍ରାସ ପାଉଛି ଓ ଆମ୍ ଆଦମୀ ପାର୍ଟି (AAP) ର ଗ୍ରାଫ୍ ବଢୁଛି ବୋଲି ଅମରିନ୍ଦର ସିଂ ସ୍ୱୀକାର କରିଛନ୍ତି ।

କ୍ୟାପଟେନ ଅମରିନ୍ଦର ସିଂ କହିଛନ୍ତି ଯେ ପଞ୍ଜାବ ନିର୍ବାଚନ ଏଥର ବହୁତ ଭିନ୍ନ ହେବ, କଂଗ୍ରେସ-ଅକାଳୀ ଦଳ ପୂର୍ବରୁ ସେଠାରେ ଅଛନ୍ତି ଏବଂ ବର୍ତ୍ତମାନ ଆମ୍ ଆଦମୀ ପାର୍ଟି ମଧ୍ୟ ସେଠାରେ ଆଗକୁ ବଢୁଛି ।

ଅମରିନ୍ଦର ସିଂ କହିଛନ୍ତି ଯେ ଯଦିଓ ସେ ପଞ୍ଜାବର ମୁଖ୍ୟମନ୍ତ୍ରୀ ନୁହଁନ୍ତି, ପଞ୍ଜାବ ତଥାପି ତାଙ୍କର ଅଟେ । ସେଥିପାଇଁ ଗୃହମନ୍ତ୍ରୀ ଅମିତ ଶାହ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିଛନ୍ତି ।

ସୂଚନାଯୋଗ୍ୟ, ବୁଧବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିବା ପରେ କ୍ୟାପଟେନ ଅମରିନ୍ଦର ସିଂଙ୍କ ଏହି ବୟାନ ଆସିଛି । ଅମରିନ୍ଦର ସିଂଙ୍କ ଏହି ସାକ୍ଷାତ ଗୁଡ଼ିକ ବିଷୟରେ ଅନେକ କଳ୍ପନାଜଳ୍ପନା କରାଯାଉଥିଲା ।

ଅଧିକ ପଢ଼ନ୍ତୁ:-ପେନସନ ନିୟମ ବଦଳାଇଲେ ମୋଦି ସରକାର! ବର୍ତ୍ତମାନ ଏତିକି ମିଳିବ ମାସିକ ପେନସନ; ଜାଣନ୍ତୁ ନୂଆ ନିୟମ

ଅଧିକ ପଢ଼ନ୍ତୁ:-ଏଣିକି ଋଷ ସହ ହାତ ମିଳାଇ ଆଫଗାନିସ୍ତାନରେ ଆମେରିକା କରିବ ପ୍ରହାର; ଏହିପରି ଆତଙ୍କୀଙ୍କ ହେବ ବିନାଶ

ଅଧିକ ପଢ଼ନ୍ତୁ:-ପୁଣି କୋରୋନା ମାମଲାରେ ବୃଦ୍ଧି, ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ

ଅଧିକ ପଢ଼ନ୍ତୁ:-କ୍ୟାପଟେନଙ୍କ ପତ୍ନୀ ହୋଇପାରନ୍ତି ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ, ସିଦ୍ଧୁଙ୍କୁ ମନେଇବେନି ହାଇକମାଣ୍ଡ!