Trending Photos
ପାଟନା: ଲୋକ ଜନଶକ୍ତି ପାର୍ଟି (LJP) ମୁଖ୍ୟ ଚିରାଗ ପାସୱାନ (Chirag Paswan) ଙ୍କୁ ବଡ଼ ଝଟକା ଲାଗିଛି । ରବିବାର ଦୁଇ ଡଜନରୁ ଅଧିକ ନେତା ଏଲଜେପିରୁ ଇସ୍ତଫା ଦେଇଛନ୍ତି । ଏଲଜେପି ବିଦ୍ରୋହୀ ନେତା କେଶବ ସିଂ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏଲଜେପିରୁ ଇସ୍ତଫା ଦେବା ପରେ ଆମେ ବର୍ତ୍ତମାନ ବିହାର ଏନଡିଏ (NDA) ର ସମସ୍ତ ସହଯୋଗୀ ଦଳଗୁଡ଼ିକ ସହ ଯୋଗାଯୋଗ କରିବୁ ।
ଅଧିକ ପଢ଼ନ୍ତୁ:-ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ
କେଶବ ସିଂ କହିଛନ୍ତି ଯେ, ସାଂସଦ ତଥା ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିରାଗ ପାସୱାନଙ୍କ କାର୍ଯ୍ୟ ଶୈଳୀରେ ନେତାମାନେ ଅସନ୍ତୁଷ୍ଟ ଥିଲେ । କେଶବ ସିଂ ଅଭିଯୋଗ କରିଛନ୍ତି ଯେ ନିର୍ବାଚନରେ ପ୍ରଶାନ୍ତ କିଶୋରଙ୍କ ସହ ମିଶି ଚିରାଗ ପାସୱାନ କାର୍ଯ୍ୟ କରିଛନ୍ତି । ନୀତିଶ କୁମାର (Nitish Kumar) ଙ୍କୁ ପରାସ୍ତ କରିବା ପାଇଁ କଂଗ୍ରେସ (Congress) ଏବଂ ଅନ୍ୟ ଦଳରୁ ଟଙ୍କା ନେଇ ଖେଳ କରାଯାଇଥିଲା । ସେ କହିଛନ୍ତି ମୁଁ ଶୀଘ୍ର ଟଙ୍କା ସମ୍ବନ୍ଧୀୟ ଅଧିକ ତଥ୍ୟ ପ୍ରକାଶ କରିବି ।
ଅଧିକ ପଢ଼ନ୍ତୁ:-LIC ର ଏହି ପଲିସିରେ ନିବେଶ କରି ତୁରନ୍ତ ପାଇପାରିବେ ପ୍ରତି ମାସରେ ୬ ହଜାର ଟଙ୍କା, ଜାଣନ୍ତୁ କେମିତି...
ସୂଚନାଯୋଗ୍ୟ, ଏଲଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିରାଗ ପାସୱାନଙ୍କ ନିର୍ଦ୍ଦେଶରେ ପ୍ରଦେଶାଧ୍ୟକ୍ଷ ପ୍ରିନ୍ସ ରାଜ ଦଳ ବିରୋଧୀ କାର୍ଯ୍ୟରେ ଜଡ଼ିତ ତଥା ଅନୁଶାସନହୀନତା କାରଣରୁ ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦକ କେଶବ ସିଂଙ୍କୁ ଦଳରୁ ୬ ବର୍ଷ ପାଇଁ ବହିଷ୍କାର କରିଥିଲେ । ସେହି ସମୟରେ ଦଳରୁ ବହିଷ୍କୃତ ହେବା ପରେ କେଶବ ସିଂ ଏଲଜେପି ମୁଖ୍ୟଙ୍କୁ ଅଭିନନ୍ଦନ ଜଣାଇବା ସହ କହିଥିଲେ ଯେ ଦଳରୁ ଏହିପରି ଉତ୍ସର୍ଗୀକୃତ କର୍ମୀଙ୍କୁ ହଟାଇ ଚିରାଗ ରାମ ବିଲାସ ପାସୱାନଙ୍କ ସ୍ୱପ୍ନକୁ ଭାଙ୍ଗିବାରେ ଲାଗିଛନ୍ତି ଏବଂ ଆରଜେଡି (RJD) କୁ ମଜବୁତ କରୁଛନ୍ତି ।