ମହାମେଣ୍ଟର ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଚିରାଗ ପାସୱାନ
Advertisement

ମହାମେଣ୍ଟର ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଚିରାଗ ପାସୱାନ

ଏହା ପୂର୍ବରୁ ମହାମେଣ୍ଟ (Mahagathbandhan) ଜବରଦସ୍ତ ରାଜନୈତିକ ଚାଲ୍ ଖେଳି LJP ପ୍ରମୁଖ ଚିରାଗ ପାସୱାନ (Chirag Paswan) ଙ୍କ ମା' ରୀନା ପାସୱାନ (Reena Paswan) ଙ୍କୁ ମହାମେଣ୍ଟ ତରଫରୁ ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ହେବାକୁ ପ୍ରସ୍ତାବ ଦେଇଥିଲା । 

ମହାମେଣ୍ଟର ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଚିରାଗ ପାସୱାନ

ନୂଆଦିଲ୍ଲୀ: ବିହାରରେ ରାଜ୍ୟସଭାର ଗୋଟିଏ ଆସନ ପାଇଁ ରାଜୈତିକ ପାରା ବଢ଼ିଯାଇଛି । ରାମ ବିଲାସ ପାସୱାନ (Ram Vilas Paswan) ଙ୍କ ମୃତ୍ୟୁ ପରେ ଖାଲି ହୋଇଥିବା ଏହି ଆସନରେ ସୁଶୀଲ କୁମାର ମୋଦି (Sushil Kumar Modi) ଙ୍କୁ ଏନଡିଏ ପ୍ରାର୍ଥୀ (NDA Candidate) କରିବାର ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ମହାମେଣ୍ଟ (Grand Alliance) ତରଫରୁ ଶ୍ୟାମ ରଜକ (Shyam Rajak) ପ୍ରାର୍ଥୀ କରିବା ଉପରେ ବିଚାର କରାଯାଉଛି । ଗୃହରେ ଶାସକ ଏନଡିଏ (NDA) ଠାରୁ ମାତ୍ର କିଛି ଆସନର ପଛରେ ଛିଡା ହୋଇଥିବା ମହାମେଣ୍ଟ, ବାଚସ୍ପତି ପଦର ନିର୍ବାଚନ ପରି ରାଜ୍ୟସଭାର ଏହି ଆସନ ପାଇଁ ନିର୍ବାଚନରେ ​​ନିଜର ପ୍ରାର୍ଥୀ ଦେବାକୁ  ସ୍ଥିର କରିଛି । ମହାମେଣ୍ଟ ପୂର୍ବରୁ ସ୍ଥିର କରିସାରିଛି ଯେ ସେ ଦୃଢ଼ ବିରୋଧୀ ପରି ନୀତୀଶ ସରକାର (Nitish Kumar) କୁ କଡ଼ା ଚ୍ୟାଲେଞ୍ଜ ଦେବାକୁ ଚେଷ୍ଟା କରିବ । ସେହି ଅନୁସାରେ ମହାମେଣ୍ଟ ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ଉପରେ ମନ୍ଥନ ଜାରି ରଖିଛି ।

ଅଧିକ ପଢ଼ନ୍ତୁ:-ଶାହଙ୍କୁ ଏନଡିଏର ସହଯୋଗୀ ଦଳର ଧମକ, କୃଷି ଆଇନ ପ୍ରତ୍ୟାହାର କରନ୍ତୁ, ନଚେତ୍...

ଏହା ପୂର୍ବରୁ ମହାମେଣ୍ଟ (Mahagathbandhan) ଜବରଦସ୍ତ ରାଜନୈତିକ ଚାଲ୍ ଖେଳି LJP ପ୍ରମୁଖ ଚିରାଗ ପାସୱାନ (Chirag Paswan) ଙ୍କ ମା' ରୀନା ପାସୱାନ (Reena Paswan) ଙ୍କୁ ମହାମେଣ୍ଟ ତରଫରୁ ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ହେବାକୁ ପ୍ରସ୍ତାବ ଦେଇଥିଲା । ଏଲଜେପିକୁ ଦେଇଥିବା ଏହି ପ୍ରସ୍ତାବ ମାଧ୍ୟମରେ ମହାମେଣ୍ଟ ଗୋଟିଏ ତୀରରେ ଅନେକ ଟାର୍ଗେଟ କରିବାକୁ ପ୍ରଚେଷ୍ଟା କରିଥିଲା । ସର୍ବ ପ୍ରଥମେ ବିହାର ରାଜନୀତିରେ ଅଲଗା ପଡ଼ିଥିବା ଏଲଜେପିକୁ ମହାମେଣ୍ଟରେ ଯୋଗଦେବାର ପ୍ରସ୍ତାବ ଦିଆଯାଇଥିଲା । ସେହିପରି ମେଣ୍ଟ ଦଳିତ ସମାଜ ପ୍ରତି ନିଜର ସହାନୁଭୂତି ମଧ୍ୟ ବ୍ୟକ୍ତ କରିଛି ।

ଆରଜେଡି ମୁଖପାତ୍ର ଶକ୍ତି ଯାଦବ କହିଛନ୍ତି ଯେ ଯଦି ରୀନା ପାସୱାନ ମୈଦାନକୁ ଆସନ୍ତି, ତେବେ ଆରଜେଡି (RJD) ତାଙ୍କୁ ବିନା ସର୍ତ୍ତରେ ସମର୍ଥନ କରିବ । ଏହି ଆସନଟି LJP ର ଅଟେ ।

ଅଧିକ ପଢ଼ନ୍ତୁ:-କିଏ ସେ ଯୋଗିନ୍ଦର ସିଂ ଉଗ୍ରାହାନ, ଯିଏ ଚାଷୀ ଆନ୍ଦୋଳନ ମାଧ୍ୟମରେ ମୋଦି ସରକାରଙ୍କ ହଜାଇ ଦେଇଛନ୍ତି ନିଦ!

ମହାମେଣ୍ଟର ଏହି ଚାଲକୁ ହୃଦୟଙ୍ଗମ କରି LJP ଆରଜେଡି ତରଫରୁ ମିଳିଥିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି । LJP ମୁଖ୍ୟ ଚିରାଗ ପାସୱାନ୍ ମହାମେଣ୍ଟରେ ଯୋଗଦେବାକୁ ସମ୍ପୂର୍ଣ୍ଣ ଭାବେ ମନା କରି ଦେଇଛନ୍ତି । ଏହା ପଛର କାରଣ ହେଉଛି ଯେ ମହାମେଣ୍ଟର ପ୍ରତ୍ୟେକ ପଦକ୍ଷେପକୁ LJP ଭଲଭାବେ ବୁଝିଛନ୍ତି । LJP ଏହାକୁ ବିଜେପି ବିରୋଧରେ ବ୍ୟବହାର କରିବାକୁ ଚାହୁଁନାହିଁ । ଏହାର କାରଣ ହେଉଛି ଚିରାଗ ପାସୱାନ ଏନଡିଏରେ ତାଙ୍କ ଭବିଷ୍ୟତକୁ ସୁରକ୍ଷିତ ଦେଖୁଛନ୍ତି । ସେ ମହାମେଣ୍ଟର ଏକ ଅଂଶ ହୋଇ କେନ୍ଦ୍ରରେ ତାଙ୍କ ଭବିଷ୍ୟତକୁ ଶେଷ କରିବାକୁ ଚାହୁଁନାହାଁନ୍ତି । ଅନ୍ୟପକ୍ଷରେ ରାଜ୍ୟସଭା ନିର୍ବାଚନର ଗଣିତ ମଧ୍ୟ ଏନଡିଏ ସପକ୍ଷରେ ଅଛି । ଏଭଳି ପରିସ୍ଥିତିରେ କୌଣସି ଅନିଶ୍ଚିତ ଲାଭ ପାଇଁ ଏଲଜେପି ବିଜେପିର ବନ୍ଧୁତା ହରାଇବାକୁ ଚାହୁଁନାହିଁ ।