ଶାହଙ୍କୁ ଏନଡିଏର ସହଯୋଗୀ ଦଳର ଧମକ, କୃଷି ଆଇନ ପ୍ରତ୍ୟାହାର କରନ୍ତୁ, ନଚେତ୍...
Advertisement
Article Detail0/zeeodisha/odisha796940

ଶାହଙ୍କୁ ଏନଡିଏର ସହଯୋଗୀ ଦଳର ଧମକ, କୃଷି ଆଇନ ପ୍ରତ୍ୟାହାର କରନ୍ତୁ, ନଚେତ୍...

ରାଜସ୍ଥାନର ନାଗୌର ଲୋକସଭା ଆସନରୁ ସାଂସଦ ହନୁମାନ ବେନିୱାଲ ସୋମବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସମ୍ବୋଧିତ କରି ଟ୍ୱିଟ୍ କରିଛନ୍ତି ।

ଶାହଙ୍କୁ ଏନଡିଏର ସହଯୋଗୀ ଦଳର ଧମକ, କୃଷି ଆଇନ ପ୍ରତ୍ୟାହାର କରନ୍ତୁ, ନଚେତ୍...

ନୂଆଦିଲ୍ଲୀ: ମୋଦି ସରକାର (Modi Govt) ଙ୍କ ନୂତନ କୃଷି ଆଇନ (New Farm Laws) କୁ ନେଇ ସାରା ଦେଶରେ ବିରୋଧର ସ୍ୱର ଉଠିବାରେ ଲାଗିଛି । ପଞ୍ଜାବ-ହରିୟାଣାର ଚାଷୀମାନେ ଆନ୍ଦୋଳନରେ ଓହ୍ଲାଇଛନ୍ତି । ଏହି ସମୟରେ ନ୍ୟାସନାଲ ଡେମୋକ୍ରାଟିକ୍ ପାର୍ଟି (RLP) ର ସଂଯୋଜକ ତଥା ସାଂସଦ ହନୁମାନ ବେନିୱାଲ (Hanuman Beniwal) କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ (Amit Shah) ଙ୍କୁ ଚିଠି ଲେଖିଛନ୍ତି । ମୋଦି ସରକାରଙ୍କ ଠାରୁ ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବାକୁ ସେ ଦାବି କରିଛନ୍ତି । ଯଦି ଆଇନ ପ୍ରତ୍ୟାହାର ନହୁଏ ତେବେ ସେ ଏନଡିଏ ଛାଡିବାକୁ ଧମକ ଦେଇଛନ୍ତି । କେନ୍ଦ୍ରରେ କ୍ଷମତାରେ ଥିବା ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (NDA) ର ଏକ ସହଯୋଗୀ RLP ନିକଟ ଅତୀତରେ ଲାଗୁ ହୋଇଥିବା କୃଷି ଆଇନକୁ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାରଙ୍କୁ ଦାବି କରିଛି । ଦଳ କହିଛି ଯେ ଯଦି ଏହି ପ୍ରସଙ୍ଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ତେବେ ଏନଡିଏର ସହଯୋଗୀ ଦଳ ଭାବେ ସେ ରହିବା ଉପରେ ପୁନର୍ବିଚାର କରାଯିବ ।

ଅଧିକ ପଢ଼ନ୍ତୁ:-କିଏ ସେ ଯୋଗିନ୍ଦର ସିଂ ଉଗ୍ରାହାନ, ଯିଏ ଚାଷୀ ଆନ୍ଦୋଳନ ମାଧ୍ୟମରେ ମୋଦି ସରକାରଙ୍କ ହଜାଇ ଦେଇଛନ୍ତି ନିଦ!

ରାଜସ୍ଥାନର ନାଗୌର ଲୋକସଭା ଆସନରୁ ସାଂସଦ ହନୁମାନ ବେନିୱାଲ ସୋମବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସମ୍ବୋଧିତ କରି ଟ୍ୱିଟ୍ କରିଛନ୍ତି । ଏଥିରେ ସେ ଲେଖିଛନ୍ତି ଯେ, "ଅମିତ ଶାହଜୀ ଦେଶରେ ଚାଲିଥିବା କୃଷକ ଆନ୍ଦୋଳନର ଭାବନାକୁ ଦୃଷ୍ଟିରେ ରଖି ନିକଟ ଅତୀତରେ ଲାଗୁ ହୋଇଥିବା କୃଷି ସହ ଜଡିତ ତିନିଟି ବିଲ୍ ତୁରନ୍ତ ପ୍ରତ୍ୟାହାର କରାଯାଉ ଓ ସ୍ୱାମୀନାଥନ୍ କମିଶନର ସଂପୂର୍ଣ୍ଣ ସୁପାରିଶ ଲାଗୁ କରାଯାଉ ଏବଂ ଚାଷୀଙ୍କୁ ଦିଲ୍ଲୀରେ ଶୀଘ୍ର ବାର୍ତ୍ତା ପାଇଁ ଏକ ଉପଯୁକ୍ତ ସ୍ଥାନ ଦିଆଯିବା ଉଚିତ୍ ।"

ବେନିୱାଲ ଆହୁରି ଲେଖିଛନ୍ତି, "ଯେହେତୁ RLP ଏନଡିଏର ସହଯୋଗୀ ଦଳ କିନ୍ତୁ ଆରଏଲପିର ଶକ୍ତି ହେଉଛି କୃଷକ ଏବଂ ଯବାନ, ତେଣୁ ଯଦି ଏହି ପ୍ରସଙ୍ଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ, ତେବେ ମୋତେ କୃଷକଙ୍କ ସ୍ୱାର୍ଥରେ ଏନଡିଏ ସହଯୋଗୀ ହେବା ପ୍ରସଙ୍ଗକୁ ପୁନର୍ବିଚାର କରିବାକୁ ପଡିବ ।"

ଅଧିକ ପଢ଼ନ୍ତୁ:-ଡିସେମ୍ବର ୧ରୁ ହେବାକୁ ଯାଉଛି ଏହି ଚାରୋଟି ବଡ଼ ପରିବର୍ତ୍ତନ, ଜାଣନ୍ତୁ କିପରି ପ୍ରଭାବିତ ହେବେ ଆପଣ

ସୂଚନାଯୋଗ୍ୟ ଯେ, ଆରଏଲପି ଏବଂ ବିଜେପି ଗତ ଲୋକସଭା ନିର୍ବାଚନରେ ​​ମିଶି ଲଢିଥିଲେ । ଯାହା ଅନ୍ତର୍ଗତ ରାଜସ୍ଥାନର ୨୫ଟି ଆସନ ମଧ୍ୟରୁ ବିଜେପି ଗୋଟିଏ ଆସନ ଆରଏଲପିକୁ ଦେଇଥିଲା । ଏହି ନାଗୌର ଆସନରୁ ବେନିୱାଲ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ । ବିଧାନସଭାରେ ଆରଏଲପିର ତିନିଜଣ ବିଧାୟକ ଅଛି ।