ପୁଣି ଷ୍ଟୁଡିଓରେ ସୁର ଭାଇନା, ନୂଆବର୍ଷରେ ଆସୁଛି ନୂଆ ଗୀତ
Advertisement

ପୁଣି ଷ୍ଟୁଡିଓରେ ସୁର ଭାଇନା, ନୂଆବର୍ଷରେ ଆସୁଛି ନୂଆ ଗୀତ

ପୁଣି ଥରେ ବିଧାୟକ ସୁର ରାଉତରାୟ (Sura Rautray) ଷ୍ଟୁଡିଓରେ ଗୀତ ରେକଡିଂ କରିଛନ୍ତି।  ନିଜ ବିନଦାସ ଅନ୍ଦାଜରେ ଗୀତରେ ସ୍ୱର ଦେଇଛନ୍ତି। ତାଙ୍କର ପୂର୍ବ ଆଲବମ ଗୀତ (Album Song)  ରଙ୍ଗବତୀ ଭଳି ଏହି ନୂତନ ଗୀତରେ ମଧ୍ୟ ସୁର ରାପ୍‌ (Rap) କରିଛନ୍ତି। 

ପୁଣି ଷ୍ଟୁଡିଓରେ ସୁର ଭାଇନା

ଭୁବନେଶ୍ୱର: ସଙ୍ଗିତ ପ୍ରେମରେ ବିଧାୟକ ସୁର ରାଉତରାୟ। ତାଙ୍କୁ ଛାଡୁନି ନିର୍ଦ୍ଦେଶକ ଜାପାନୀଙ୍କ ଷ୍ଟୁଡିଓ। ପୁଣିଥରେ ଓଡିଆଙ୍କ ପ୍ରିୟ ରାଜନେତା ସୁର ଭାଇନା ଏକ ଗୀତ ରେକଡିଂ କରିଛନ୍ତି। ତେବେ ଏଥର ସେ ମନୋରଞ୍ଜନ ସହ ସଚେତନତାର ବାର୍ତ୍ତା ଦେବାକୁ ଟେଷ୍ଟା କରିଛନ୍ତି।

ପୁଣି ଥରେ ବିଧାୟକ ସୁର ରାଉତରାୟ (Sura Rautray) ଷ୍ଟୁଡିଓରେ ଗୀତ ରେକଡିଂ କରିଛନ୍ତି।  ନିଜ ବିନଦାସ ଅନ୍ଦାଜରେ ଗୀତରେ ସ୍ୱର ଦେଇଛନ୍ତି। ତାଙ୍କର ପୂର୍ବ ଆଲବମ ଗୀତ (Album Song)  ରଙ୍ଗବତୀ ଭଳି ଏହି ନୂତନ ଗୀତରେ ମଧ୍ୟ ସୁର ରାପ୍‌ (Rap) କରିଛନ୍ତି। ଶନିବାର ଅପରାହ୍ନରେ କଟକ ମିଲନ ଷ୍ଟୁଡିଓରେ ତାଙ୍କ ଗୀତ ରେକଡିଂ କରାଯାଇଥିଲା।

Also Read: ଷ୍ଟୁଡିଓରେ ଗୀତ ଗାଇଲେ ବିଧାୟକ ସୁର ରାଉତରାୟ

ସଂଙ୍ଗୀତ ନିର୍ଦ୍ଦେଶ ଜାପାନୀ (Music director Japani) ଓ ଗୀତିକାର ତପୁଙ୍କ ଲିଖିତ ଗୀତର କିଛି ଅଂଶକୁ ରାପ ଭାବେ ସୁରରାଉତଙ୍କ ସ୍ୱରକୁ ରେକଡିଂ କରାଯାଇଛି। ଏଥର ଯୁବପିଢିଙ୍କୁ ନିଶା ସେବନରୁ ଦୂରେଇ ରଖିବା ପାଇଁ ସଚେତନତା ଗୀତ ପ୍ରସ୍ତୁତ କରାଯାଇଛି। ଏହି ଗୀତ ରେକଡିଂ ସମୟରେ  ବିଧାୟକ ସୁର ରାଉତରାୟ ବେଶ ଉତ୍ସାହିତ ରହିଥିଲେ। ଗୀତ ମାଧ୍ୟମରେ ନିଶା ସେବନକୁ ନେଇ ସଚେତନତା ବାର୍ତ୍ତା ଦେବା ଲାଗି ପ୍ରୟାସ କରାଯାଇଥିବା ସଂଙ୍ଗୀତ ନିର୍ଦ୍ଦେଶକ ଓ ଗୀତ ଲେଖକ କହିଛନ୍ତି।

ସୁର ରାଉତରାୟ ବର୍ତ୍ତମାନ ଓଡିଶା ଯୁବପିଢିଙ୍କ ଏକ ପ୍ରିୟ ନେତା ପାଲଟିଛନ୍ତି। ତାଙ୍କ ପ୍ରତ୍ୟକ ବାର୍ତ୍ତାକୁ ଲୋକେ ଗମ୍ଭୀରତାର ସହ ନିଅନ୍ତି। ସୁରଙ୍କ ପୂର୍ବ ଗୀତ ରଙ୍ଗବତୀଙ୍କୁ ଖୁବ ଲୋକ ପ୍ରିୟତା ମିଳିଥିଲା। ଯାହାକୁ ଦୃଷ୍ଟିରେ ରଖି ପୁଣି ଥରେ ଆଉ ଗୋଟିଏ ଗୀତରେ ତାଙ୍କୁ ନିଆଯାଇଛି। ଏହି ନୂଆ ଗୀତ ନୂଆବର୍ଷରେ ଆସିବ ବୋଲି ଆଶା କରାଯାଉଛି।