ସୋନିଆ ଗାନ୍ଧୀ ଆଜି ଇଡି ଆଗରେ ହେବେ ହାଜର, ଜାଣନ୍ତୁ ଏହି ମାମଲାରେ ଏପର୍ଯ୍ୟନ୍ତ କ'ଣ କ'ଣ ହୋଇଛି...
Advertisement
Article Detail0/zeeodisha/odisha1267137

ସୋନିଆ ଗାନ୍ଧୀ ଆଜି ଇଡି ଆଗରେ ହେବେ ହାଜର, ଜାଣନ୍ତୁ ଏହି ମାମଲାରେ ଏପର୍ଯ୍ୟନ୍ତ କ'ଣ କ'ଣ ହୋଇଛି...

Sonia Gandhi: ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ସୋନିଆ ଗାନ୍ଧୀଙ୍କୁ ଇଡି ତରଫରୁ ବିଶେଷ ରିହାତି ମିଳିଛି । ଅତ୍ୟାବଶ୍ୟକ ଔଷଧ ଖାଇବା ପାଇଁ ପର୍ଯ୍ୟାୟ ବିରତି ଦିଆଯିବ । ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ସୋନିଆ ଗାନ୍ଧୀଙ୍କୁ ଇଡି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଛାଡ଼ିବା ପାଇଁ ଯାଇପାରନ୍ତି ।

ସୋନିଆ ଗାନ୍ଧୀ ଆଜି ଇଡି ଆଗରେ ହେବେ ହାଜର, ଜାଣନ୍ତୁ ଏହି ମାମଲାରେ ଏପର୍ଯ୍ୟନ୍ତ କ'ଣ କ'ଣ ହୋଇଛି...

ନୂଆଦିଲ୍ଲୀ: Sonia Gandhi: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ (Rahul Gandhi) ଙ୍କ ପରେ ବର୍ତ୍ତମାନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ର ଟିମ୍ ଆଜି କଂଗ୍ରେସ ଅଧ୍ୟକ୍ଷା (Congress President) ସୋନିଆ ଗାନ୍ଧୀ (Sonia Gandhi) ଙ୍କୁ ପଚରାଉଚରା କରିବ । କଂଗ୍ରେସ ନେତାମାନଙ୍କ ବିରୋଧରେ କ୍ଷତିରେ ଚାଲୁଥିବା ନ୍ୟାସନାଲ ହେରାଲ୍ଡ ଖବରକାଗଜ  (National Herald) କୁ ଜାଳିଆତି ଓ ଅର୍ଥର ହେରଫେର ମାଧ୍ୟମରେ ଦଖଲ କରିବାର ଅଭିଯୋଗ ହୋଇଛି । ସୋନିଆ ଗାନ୍ଧୀ ଆଜି (ଜୁଲାଇ ୨୧) ସକାଳ ୧୧.୩୦ରେ ଘରୁ ବାହାରି ୧୧.୪୫ରେ ଇଡି କାର୍ଯ୍ୟାଳୟରେ ପହଞ୍ଚିବେ ।  ନ୍ୟାସନାଲ ହେରାଲ୍ଡ  ଖବରକାଗଜ ସହ ଜଡିତ ମନି ଲଣ୍ଡରିଂ ମାମଲା (Money Laundering Case) ରେ ଇଡି କଂଗ୍ରେସ ଅଧ୍ୟକ୍ଷାଙ୍କୁ ପଚରାଉଚରା କରିବ ।

ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ସୋନିଆ ଗାନ୍ଧୀଙ୍କୁ ଇଡି ତରଫରୁ ବିଶେଷ ରିହାତି ମିଳିଛି । ଅତ୍ୟାବଶ୍ୟକ ଔଷଧ ଖାଇବା ପାଇଁ ପର୍ଯ୍ୟାୟ ବିରତି ଦିଆଯିବ । ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ସୋନିଆ ଗାନ୍ଧୀଙ୍କୁ ଇଡି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଛାଡ଼ିବା ପାଇଁ ଯାଇପାରନ୍ତି । ଏବେ ଆସନ୍ତୁ ଜାଣିବା ନ୍ୟାସନାଲ ହେରାଲ୍ଡ ମାମଲାରେ କ'ଣ କ'ଣ ହୋଇଛି...

ବର୍ତ୍ତମାନ ପର୍ଯ୍ୟନ୍ତ କ'ଣ କ'ଣ ହୋଇଛି.?

୧. ୧ ନଭେମ୍ବର ୨୦୧୨ରେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ଏକ ମାମଲା ଦାୟର କରିଥିଲେ ।

୨. ୨୬ ଜୁନ୍ ୨୦୧୪ରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କୋର୍ଟ ସମନ ଜାରି କରିଥିଲେ ।

୩. 1 ଅଗଷ୍ଟ ୨୦୧୪ରେ ଇଡି ଏହି ମାମଲା ରୁଜୁ କରିଥିଲା ।

୪. ୧୯ ଡିସେମ୍ବର ୨୦୧୫ରେ ସମସ୍ତ ଅଭିଯୁକ୍ତଙ୍କୁ ଦିଲ୍ଲୀର ପଟିଆଲା ହାଉସ କୋର୍ଟରୁ ଜାମିନ ମିଳିଥିଲା ।

୫. ୨୦୧୬ ସୁପ୍ରିମକୋର୍ଟ କଂଗ୍ରେସ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ମନା କରି ଦେଇଥିଲେ ।

୬. ସେପ୍ଟେମ୍ବର ୨୦୧୮ରେ ସୋନିଆ ଓ ରାହୁଲ ଗାନ୍ଧୀ ଆୟକର ବିଭାଗର ନୋଟିସ ବିରୋଧରେ ଦାଖଲ କରିଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଥିଲେ ।

୭. ଚଳିତ ବର୍ଷ ଜୁନ ୨ରେ ସୋନିଆଙ୍କୁ ପଚରାଉଚରା ପାଇଁ ସମନ ଜାରି କରାଯାଇଥିଲା ।

୮. ରାହୁଲ ଗାନ୍ଧୀଙ୍କୁ ପ୍ରାୟ ୫୦ ଘଣ୍ଟା ଧରି ପଚରାଉଚରା କରାଯାଇଛି । ଆଜି ସୋନିଆ ଗାନ୍ଧୀଙ୍କୁ ପଚରାଉଚରା କରାଯିବ । ସୋନିଆ ଜୁନ ୮ରେ ଇଡିରେ ହାଜର ହେବାର ଥିଲା । କିନ୍ତୁ ଅସୁସ୍ଥତା ଯୋଗୁଁ ହାଜର ହୋଇପାରି ନଥିଲେ । ସୋନିଆ ଗାନ୍ଧୀଙ୍କୁ ପଚରାଉଚରା କରିବାକୁ ଇଡି ପ୍ରସ୍ତୁତ ହେଉଥିବାବେଳେ କଂଗ୍ରେସ ନେତା ଓ କର୍ମୀମାନେ ସୋନିଆଙ୍କ ସହ ଏକଜୁଟ ପ୍ରଦର୍ଶନ କରିବାକୁ ରାସ୍ତାରେ ଓହ୍ଲାଇବେ। କଂଗ୍ରେସର ପ୍ରଦର୍ଶନ ତିନୋଟି ମୋର୍ଚ୍ଚାରେ ହେବ ।

ଏହା ବି ପଢ଼ନ୍ତୁ:-ପରପାରିରେ ଓଡ଼ିଆ ଅଭିନେତ୍ରୀ ରାଜେଶ୍ୱରୀ ରାୟ

ଏହା ବି ପଢ଼ନ୍ତୁ:-ସୁସ୍ମିତା ସେନ-ଲଲିତ ମୋଦିଙ୍କ ସମ୍ପର୍କ ମଧ୍ୟରେ ପୂର୍ବତନ ପ୍ରେମିକା ରୋହମାନଙ୍କ ଆସିଲା ପ୍ରତିକ୍ରିୟା, ଜାଣନ୍ତୁ କ'ଣ କହିଲେ

ଏହା ବି ପଢ଼ନ୍ତୁ:-ସତ ହେବାରେ ଲାଗିଛି ବାବା ଭେଙ୍ଗାଙ୍କ ଭୟାନକ ଭବିଷ୍ୟବାଣୀ, ତେବେ କ'ଣ ଖୁବ୍ ଶୀଘ୍ର ଧ୍ୱଂସ ହୋଇଯିବ ଦୁନିଆ?

 

୯. କଂଗ୍ରେସ ସାଂସଦମାନେ ସଂସଦ ଗୃହ ବାହାରେ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ବିରୋଧ ପ୍ରଦର୍ଶନ କରିବେ ।

୧୦. ନେତା ଓ କାର୍ଯ୍ୟକର୍ତ୍ତାମାନେ କଂଗ୍ରେସ ମୁଖ୍ୟାଳୟରୁ ଇଡି କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା କରିବେ । କଂଗ୍ରେସ କର୍ମୀମାନେ ବିଭିନ୍ନ ରାଜ୍ୟରେ ବିରୋଧ ପ୍ରଦର୍ଶନ କରିବେ ।