ଉଦ୍ଧବଙ୍କ ଗାଦି ବଞ୍ଚାଇବାକୁ ସଫଳ ହେବେ ଶରଦ ପାୱାର? ଉପମୁଖ୍ୟମନ୍ତ୍ରୀ ଦେଲେ ବଡ଼ ବୟାନ
Advertisement

ଉଦ୍ଧବଙ୍କ ଗାଦି ବଞ୍ଚାଇବାକୁ ସଫଳ ହେବେ ଶରଦ ପାୱାର? ଉପମୁଖ୍ୟମନ୍ତ୍ରୀ ଦେଲେ ବଡ଼ ବୟାନ

Maharashtra Political Crisis: ଅଜିତ ପାୱାର କହିଛନ୍ତି ଯେ, ସରକାରରେ କୌଣସି ମନ୍ତ୍ରୀଙ୍କ ଅସନ୍ତୋଷ ବ୍ୟକ୍ତ କରିବାର ଅଧିକାର ରହିଛି । ଯଦି କୌଣସି ଅସନ୍ତୋଷ ଅଛି, ତେବେ ଏହାକୁ ସିଏମଙ୍କୁ କହିବାର ଆବଶ୍ୟକତା ରହିଛି । ଅଜିତ ପାୱାର ଅଟଳ ବିହାରୀ ବାଜପେୟୀଙ୍କ ମେଣ୍ଟକୁ ମନେ ପକାଇ କହିଛନ୍ତି ଯେ ଯଦି ବାଜପେୟୀ ୨୫ଟି ଦଳ ସହ ମିଶି ସରକାର ଚଳାଇପାରିଥିଲେ ତେବେ ଏହା ବର୍ତ୍ତମାନ କାହିଁକି ହୋଇପାରିବ ନାହିଁ ।

ଉଦ୍ଧବଙ୍କ ଗାଦି ବଞ୍ଚାଇବାକୁ ସଫଳ ହେବେ ଶରଦ ପାୱାର? ଉପମୁଖ୍ୟମନ୍ତ୍ରୀ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ: Maharashtra Political Crisis: ମହାରାଷ୍ଟ୍ରର ରାଜନୈତିକ ସଙ୍କଟରେ ଶିବସେନା (Shiv Sen) ଫସି ଥିବାର ନଜରକୁ ଆସୁଛି । ଏହା ମଧ୍ୟରେ ଦଳ ପାଇଁ ଏକ ଭଳ ଖବର ଅଛି । ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ବା ଏନସିପି (NCP) ତରଫରୁ ଏହା ସ୍ପଷ୍ଟ ଭାବେ କୁହାଯାଇଛି ଯେ ଆମେ ଉଦ୍ଧବ ଠାକରେ (Uddhav Thackeray) ଙ୍କ ସହ ଛିଡ଼ା ଅଛୁ । ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର (Ajit Pawar) କହିଛନ୍ତି ଯେ, ଆଜିର ବୈଠକରେ କିଛି ଘଟିନାହିଁ । ଆମେ ଆମେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଅଛୁ ।

ଅଜିତ ପାୱାରଙ୍କ ଅନୁଯାୟୀ, ଆଜି ସନ୍ଧ୍ୟା ୬.୩୦ରେ ଜୟନ୍ତ ପାଟିଲ, ପ୍ରଫୁଲ୍ଲ ପଟେଲ ଏବଂ ସେ ସିଏମ ଉଦ୍ଧବ ଠାକରେଙ୍କୁ ଭେଟିବାକୁ ଯାଉଛନ୍ତି । ସେ କହିଛନ୍ତି ଯେ ବର୍ତ୍ତମାନ ସିଏମ୍ ଶିବସେନାର ଓ ଯଦି କଂଗ୍ରେସ ଏବଂ ଏନସିପିର ସମର୍ଥନ ଅଛି ତେବେ ସରକାର ସଂଖ୍ୟାଗରିଷ୍ଠତା ହାସଲ କରୁଛନ୍ତି । ଯଦି ସରକାର ସଂଖ୍ୟାଗରିଷ୍ଠତାରେ ରହିଛି ତେବେ ମୁଖ୍ୟମନ୍ତ୍ରୀଙ୍କୁ ନିଷ୍ପତ୍ତି ନେବାକୁ ସମ୍ପୂର୍ଣ୍ଣ ଅଧିକାର ଅଛି ।

ଅଜିତ ପାୱାର କହିଛନ୍ତି ଯେ, ସରକାରରେ କୌଣସି ମନ୍ତ୍ରୀଙ୍କ ଅସନ୍ତୋଷ ବ୍ୟକ୍ତ କରିବାର ଅଧିକାର ରହିଛି । ଯଦି କୌଣସି ଅସନ୍ତୋଷ ଅଛି, ତେବେ ଏହାକୁ ସିଏମଙ୍କୁ କହିବାର ଆବଶ୍ୟକତା ରହିଛି । ଅଜିତ ପାୱାର ଅଟଳ ବିହାରୀ ବାଜପେୟୀଙ୍କ ମେଣ୍ଟକୁ ମନେ ପକାଇ କହିଛନ୍ତି ଯେ ଯଦି ବାଜପେୟୀ ୨୫ଟି ଦଳ ସହ ମିଶି ସରକାର ଚଳାଇପାରିଥିଲେ ତେବେ ଏହା ବର୍ତ୍ତମାନ କାହିଁକି ହୋଇପାରିବ ନାହିଁ ।

ଏହା ବି ପଢ଼ନ୍ତୁ:-ରାଷ୍ଟ୍ରପତି ପଦର ନାମାଙ୍କନ ପତ୍ର ଦାଖଲ ସାଂସଦ ଓ ବିଧାୟକଙ୍କ ଠାରୁ କେତେ ହୋଇଥାଏ ଅଲଗା? ଜାଣନ୍ତୁ ପୁରା ପ୍ରକ୍ରିୟା

ଏହା ବି ପଢ଼ନ୍ତୁ:-ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଫେସବୁକରେ ଆପତ୍ତିଜନକ କମେଣ୍ଟ, ମାମଲା ରୁଜୁ

ଏହା ବି ପଢ଼ନ୍ତୁ:-ଦାନ କରିଛନ୍ତି ଆଖି..ଦୁଇ ପୁଅ ଓ ସ୍ୱାମୀଙ୍କୁ ହରାଇଲେ; ଏମିତି ଥିଲା ଦ୍ରୌପଦୀ ମୁର୍ମୁଙ୍କ ସଂଘର୍ଷମୟ ଜୀବନ

ଅଜିତ ପାୱାର ଏହା ମଧ୍ୟ କହିଛନ୍ତି ଯେ, ଆମ ଦଳର ସମ୍ପୂର୍ଣ୍ଣ ସମର୍ଥନ ସିଏମ ଭାବେ ତାଙ୍କ ସହ (ଉଦ୍ଧବ ଠାକରେ) ରହିଛି । ଆଜି ବୈଠକରେ ଏନସିପି ମୁଖ୍ୟ ଶରଦ ପାୱାର ମଧ୍ୟ ଉପସ୍ଥିତ ରହିବେ । ବାସ୍ତବରେ ମହାରାଷ୍ଟ୍ରର ସିଏମ୍ ଉଦ୍ଧବ ଠାକରେ ବାରମ୍ବାର କହିଛନ୍ତି ଯେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବା ପଛରେ ଶରଦ ପାୱାରଙ୍କର ସବୁଠାରୁ ବଡ଼ ହାତ ରହିଛି ।