ଉଦ୍ଧବ ସରକାର ଭାଙ୍ଗିବାକୁ ନେଇ ବହୁତ ବଡ଼ ବୟାନ ଦେଲେ ମଧ୍ୟ ପ୍ରଦେଶ ଗୃହମନ୍ତ୍ରୀ
Advertisement
Article Detail0/zeeodisha/odisha1238514

ଉଦ୍ଧବ ସରକାର ଭାଙ୍ଗିବାକୁ ନେଇ ବହୁତ ବଡ଼ ବୟାନ ଦେଲେ ମଧ୍ୟ ପ୍ରଦେଶ ଗୃହମନ୍ତ୍ରୀ

Uddhav Government Fall: ଏପ୍ରିଲରେ ମହାରାଷ୍ଟ୍ରର ସ୍ୱାଧୀନ ସାଂସଦ ନଭନୀତ ରାଣା ଓ ତାଙ୍କ ସ୍ୱାମୀ ରବି ରାଣା ମୁମ୍ବାଇର ବାନ୍ଦ୍ରାସ୍ଥିତ ଶିବସେନା ମୁଖ୍ୟଙ୍କ ଘର ମାତୋଶ୍ରୀ ସମ୍ମୁଖରେ ହନୁମାନ ଚାଲିସା ପାଠ କରିବାକୁ ଘୋଷଣା କରିଥିଲେ । ଯାହା ପରେ ଉଭୟଙ୍କୁ ଏପ୍ରିଲ ୨୩ରେ ଗିରଫ କରାଯାଇଥିଲା । 

ଉଦ୍ଧବ ସରକାର ଭାଙ୍ଗିବାକୁ ନେଇ ବହୁତ ବଡ଼ ବୟାନ ଦେଲେ ମଧ୍ୟ ପ୍ରଦେଶ ଗୃହମନ୍ତ୍ରୀ

ନୂଆଦିଲ୍ଲୀ: Uddhav Government Fall: ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ମଧ୍ୟରେ ମଧ୍ୟ ପ୍ରଦେଶ ଗୃହମନ୍ତ୍ରୀ (Madhya Pradesh Home Minister) ନରୋତ୍ତମ ମିଶ୍ରା (Narottam Mishra) ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ହନୁମାନ ଚାଲିସାର ପ୍ରଭାବ ଯୋଗୁଁ ୪୦ ଦିନ ମଧ୍ୟରେ ୪୦ ଜଣ ବିଧାୟକ ଉଦ୍ଧବ ଠାକରେ ଓ ମହାବିକାଶ ଅଘାଡ଼ି (MVA) ମେଣ୍ଟ ଛାଡ଼ି ଚାଲିଯାଇଛନ୍ତି ।

ମିଶ୍ରା କହିଛନ୍ତି ଯେ, ମୋର ଦେଶ ବଦଳୁଛି । ମହାରାଷ୍ଟ୍ର ହେଉଛି ସେହି ରାଜ୍ୟ ଯେଉଁଠାରେ ପ୍ରଥମ ଥର ପାଇଁ ହିନ୍ଦୁତ୍ୱ ନାମରେ ସରକାର ଭାଙ୍ଗିଛି । ସଞ୍ଜୟ ରାଉତଙ୍କୁ କଟାକ୍ଷ କରି ମିଶ୍ରା କହିଛନ୍ତି ଯେ ଆପଣଙ୍କର ବିଧାୟକମାନେ ଅପହରଣ ହୋଇନଥିଲେ, ବରଂ ଗେରୁଆ ରଙ୍ଗରେ ରଙ୍ଗେଇ ହୋଇଯାଇଥିଲେ । ଏହା ହନୁମାନ ଚାଲିସାର ପ୍ରଭାବ ଯେ ଚାଳିଶ ଦିନ ମଧ୍ୟରେ ଚାଳିଶ ଜଣ ବିଧାୟକ ଉଦ୍ଧବ ଠାକରେଙ୍କ ସାଥ୍ ଛାଡି ଚାଲିଯାଇଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ କଂଗ୍ରେସର ସଂଗତିରେ ଯିଏ ଆସେ ସେ ସଫା ହୋଇଯାଏ । ଯେତେବେଳେ ଉଦ୍ଧବ ଠାକରେ କଂଗ୍ରେସ ସହିତ ସମ୍ପର୍କରେ ଆସିଲେ, ସେତେବେଳେ ତାଙ୍କ ଦଳ ମଧ୍ୟ ସଫା ହୋଇଗଲା ।

ଆମେ ଆପଣଙ୍କୁ କହିରଖୁଛୁ ଯେ, ଏପ୍ରିଲରେ ମହାରାଷ୍ଟ୍ରର ସ୍ୱାଧୀନ ସାଂସଦ ନଭନୀତ ରାଣା ଓ ତାଙ୍କ ସ୍ୱାମୀ ରବି ରାଣା ମୁମ୍ବାଇର ବାନ୍ଦ୍ରାସ୍ଥିତ ଶିବସେନା ମୁଖ୍ୟଙ୍କ ଘର ମାତୋଶ୍ରୀ ସମ୍ମୁଖରେ ହନୁମାନ ଚାଲିସା ପାଠ କରିବାକୁ ଘୋଷଣା କରିଥିଲେ । ଯାହା ପରେ ଉଭୟଙ୍କୁ ଏପ୍ରିଲ ୨୩ରେ ଗିରଫ କରାଯାଇଥିଲା । ତେବେ ପରେ ମେ ମାସରେ ତାଙ୍କୁ ଜାମିନରେ ମୁକ୍ତ କରାଯାଇଥିଲା । ଜାମିନରେ ମୁକ୍ତ ହେବା ପରେ ନଭନୀତ ରାଣା ମଧ୍ୟ ଠାକରେଙ୍କୁ ହିନ୍ଦୁ ବିରୋଧୀ ଓ ହନୁମାନ ଚାଲିସା ବିରୋଧୀ ବୋଲି କହିଥିଲେ ।

ଏହା ବି ପଢ଼ନ୍ତୁ:-ମହାରାଷ୍ଟ୍ରରେ MVA ସରକାରର ପତନ, ଜାଣନ୍ତୁ ସେହି ୫ଟି ବଡ଼ ନିଷ୍ପତ୍ତି ଯେଉଁଥି ପାଇଁ ଉଦ୍ଧବ ସରକାରଙ୍କୁ ମନେ ରଖିବେ ଲୋକ

ଏହା ବି ପଢ଼ନ୍ତୁ:-ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ ସଞ୍ଜୟ ରାଉତଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ'ଣ କହିଲେ

ଏହା ବି ପଢ଼ନ୍ତୁ:-ଉଦୟପୁରରେ ଦରଜି କହ୍ନେୟା ଲାଲଙ୍କ ନିର୍ମମ ହତ୍ୟାକୁ ନେଇ ସଚିନ ପାଇଲଟ ଦେଲେ ବଡ଼ ବୟାନ

ସୂଚନାଯୋଗ୍ୟ, ବୁଧବାର ସୁପ୍ରିମକୋର୍ଟଙ୍କ ତରଫରୁ ଫ୍ଲୋର ଟେଷ୍ଟ ପାଇଁ ରାସ୍ତା ସଫା ହେବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଫେସବୁକ୍ ଲାଇଭ୍ କରି ନିଜ ପଦ ଛାଡିବାକୁ ଘୋଷଣା କରିଥିଲେ । ଏହି ଫେସବୁକ୍ ଲାଇଭରେ ତାଙ୍କର ସଫଳତା ସହିତ ସେ ବିଦ୍ରୋହକୁ ନେଇ ଦୁଃଖ ପ୍ରକାଶ କରିଥିଲେ । ଉଦ୍ଧବ ଠାକରେ କହିଛନ୍ତି ଯେ, ଭଲ ଲୋକମାନଙ୍କୁ ଶୀଘ୍ର ନଜର ଲାଗିଯାଇଥାଏ । ଉଦ୍ଧବ ଠାକରେ ସୋନିଆ ଗାନ୍ଧୀ ଓ ଶରଦ ପାୱାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ ଯେଉଁମାନଙ୍କୁ ସେ ବହୁତ କିଛି ଦେଇଛନ୍ତି ସେମାନେ ଅସନ୍ତୁଷ୍ଟ ଅଛନ୍ତି ଓ ଯେଉଁମାନଙ୍କୁ ସେ କିଛି ଦେଇ ନାହାଁନ୍ତି ତଥାପି ସେମାନେ ତାଙ୍କ ସହିତ ଅଛନ୍ତି ।