ସଞ୍ଜୟ ରାଉତ କଲେ ବଡ଼ ଘୋଷଣା, କଂଗ୍ରେସ-ଏନସିପିର ବଢ଼ିଲା ଚିନ୍ତା!
Advertisement
Article Detail0/zeeodisha/odisha1230112

ସଞ୍ଜୟ ରାଉତ କଲେ ବଡ଼ ଘୋଷଣା, କଂଗ୍ରେସ-ଏନସିପିର ବଢ଼ିଲା ଚିନ୍ତା!

Maharashtra Political Crisis: ସେପଟେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ମେଣ୍ଟ ଛାଡିବା ବୟାନ ମଧ୍ୟରେ କଂଗ୍ରେସ ବିଧାୟକଙ୍କ ଏକ ବୈଠକ ଡକାଇଛି ଦଳ ।

ସଞ୍ଜୟ ରାଉତ କଲେ ବଡ଼ ଘୋଷଣା, କଂଗ୍ରେସ-ଏନସିପିର ବଢ଼ିଲା ଚିନ୍ତା!

ନୂଆଦିଲ୍ଲୀ: Maharashtra Political Crisis: ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ତଥା ଶିବସେନାର ବରିଷ୍ଠ ନେତା ଏକନାଥ ସିନ୍ଦେଙ୍କ ବିଦ୍ରୋହ ପରେ ରାଜ୍ୟରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି । ଏହି ସମୟରେ ଶିବସେନା ସାଂସଦ ସଞ୍ଜୟ ରାଉତ ସମସ୍ତ ବିଦ୍ରୋହୀ ବିଧାୟକଙ୍କୁ ଫେରି ଆସିବାକୁ ଅପିଲ କରିଛନ୍ତି । ଦୁଇ ବିଦ୍ରୋହୀ ଶିବସେନା ବିଧାୟକଙ୍କ ପ୍ରତ୍ୟାବର୍ତ୍ତନ ପରେ ସଞ୍ଜୟ ରାଉତ କହିଛନ୍ତି ଯେ, ବିଦ୍ରୋହୀ ଶିବସେନା ବିଧାୟକମାନେ ୨୪ ଘଣ୍ଟା ମଧ୍ୟରେ ଫେରି ଆସୁ । ଆମେ ମହା ବିକାଶ ଅଘାଡ଼ୀରୁ ବାହାରକୁ ପ୍ରସ୍ତୁତ ଅଛୁ ।

ରାଉତ କହିଛନ୍ତି ଯେ, "ଏହି ଲୋକ (ଟିମ୍ ସିନ୍ଦେ) ଙ୍କୁ ମୁମ୍ବାଇ ଆସିବାକୁ ସାହସ ନାହିଁ । ଏଠାକୁ ଆସି ସେମାନଙ୍କୁ ଯାହା କିଛି କହିବାର ଅଛି, ତାହା କହିବା ଉଚିତ୍ । ଏଠାକୁ ଆସନ୍ତୁ ଓ ଚିଠି ଲେଖନ୍ତୁ । କିନ୍ତୁ ଏହି ସମସ୍ତ ଲୋକ ଗୁଆହାଟୀରେ ବସି କଥା କହୁଛନ୍ତି । ସାହସ ଅଛି ତ ମୁମ୍ବାଇକୁ ଫେରି ଆସନ୍ତୁ । ଉଦ୍ଧବ ଠାକରେଙ୍କ ଆଗରେ ନିଜର କଥା ରଖନ୍ତୁ । ମୋତେ ସଂପୂର୍ଣ୍ଣ ଭରସା ରହିଛି ଯେ ଆପଣଙ୍କ କଥା ଶୁଣା ଯିବ । ୨୪ ଘଣ୍ଟା ମଧ୍ୟରେ ଫେରି ଆସନ୍ତୁ । MVA ରୁ ବାହାରିବା ବିଷୟରେ ବିଚାର କରିବୁ ।"

ଗଣମାଧ୍ୟମକୁ ସମ୍ୱୋଧନ କରୁଥିବା ସମୟରେ ସେ ଆଗକୁ କହିଛନ୍ତି ଯେ, "ଟିମ୍ ସିନ୍ଦେଙ୍କ ୨୧ ଜଣ ବିଧାୟକ ସହ ଆମର ଯୋଗାଯୋଗରେ ରହିଛି । ଆମର ବିଧାୟକମାନେ ଅପହରଣ ହୋଇଛନ୍ତି ।"  ସେପଟେ ଫେରିଥିବା ଶିବସେନା ବିଧାୟକ ନିତିନ ଦେଶମୁଖ କହିଛନ୍ତି ଯେ, "ସୁରଟରେ ବହୁ ପୋଲିସ ସୁରକ୍ଷା ଥିଲା । ମୋତେ ଜବରଦସ୍ତ ସୁରଟକୁ ନିଆଯାଇଥିଲା ।" ସେହି ପରି କୈଳାସ ପାଟିଲ କହିଛନ୍ତି ଯେ, ମୋତେ ସୁରଟରେ କଏଦ କରି ରଖାଯାଇଥିଲା । ଏକ କିଲୋମିଟର ଦୌଡ଼ି ସେମାନଙ୍କ କବଳରୁ ରକ୍ଷା ପାଇଛି । ବାଧ୍ୟତାମୂଳକ ଯୋଗୁଁ ଅନେକ ବିଧାୟକ ମୁମ୍ବାଇ ଫେରିଯିବାକୁ ଅସମର୍ଥ ଅଛନ୍ତି ।"

ଏହା ବି ପଢ଼ନ୍ତୁ:-'ଦେଶର ମହାନ ରାଷ୍ଟ୍ରପତି ହେବେ ଦ୍ରୌପଦୀ ମୁର୍ମୁ'

ଏହା ବି ପଢ଼ନ୍ତୁ:-କାମ ଦେଲାନି ଉଦ୍ଧବ ଠାକରେଙ୍କ ଇମୋସନାଲ କାର୍ଡ: ଆଉ ୭ ବିଧାୟକ ପହଞ୍ଚିଲେ ଗୁଆହାଟୀ, ସିନ୍ଦେଙ୍କ ସମର୍ଥନରେ ଆସିଲେ ୧୭ ଶିବସେନା ସାଂସଦ!

 

ଅନ୍ୟପଟେ, ସଞ୍ଜୟ ରାଉତ କହିଛନ୍ତି ଯେ, ଉଦ୍ଧବ ଠାକରେ ଖୁବ୍ ଶୀଘ୍ର ସିଏମ୍ ବାସଭବନ ବର୍ଷାକୁ ଫେରିବେ । ଯଦି ଫ୍ଲୋର ଟେଷ୍ଟ କରାଯାଏ ତେବେ ଆମେ ଜିତିବୁ କାରଣ ଆମର ବିଧାୟକମାନଙ୍କୁ ଅପହରଣ କରାଯାଇଛି । ଆମେ ବର୍ତ୍ତମାନର ସରକାରରୁ ବାହାର ହେବାକୁ ପ୍ରସ୍ତୁତ । କିନ୍ତୁ ଆପଣଙ୍କର ଯାହା ବି ଦାବି ଅଛି, ମୁମ୍ବାଇକୁ ଆସନ୍ତୁ ଏବଂ ଯଦି ଆପଣ କହୁଛନ୍ତି ଯେ ଆପଣ ପ୍ରକୃତ ଶିବ ସୈନିକ, ତେବେ ମୁମ୍ବାଇକୁ ଫେରି ଆସନ୍ତୁ । 

ସେପଟେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ମେଣ୍ଟ ଛାଡିବା ବୟାନ ମଧ୍ୟରେ କଂଗ୍ରେସ ବିଧାୟକଙ୍କ ଏକ ବୈଠକ ଡକାଇଛି ଦଳ ।