ସତୀଶ ସିକରୱାର (Satish Sikarwar) ଙ୍କ ପାରିବାରିକ ପୃଷ୍ଠଭୂମି ବିଜେପି (BJP) ର ରହିଛି । ତାଙ୍କ ପିତା ଗଜରାଜ ସିଂ ଏବଂ ଭାଇ ସତ୍ୟପାଲ ସିଂ ମଧ୍ୟ ବିଜେପିର ବିଧାୟକ ରହି ସାରିଛନ୍ତି । କିନ୍ତୁ ଜ୍ୟୋତିରାଦିତ୍ୟ ସିନ୍ଧିଆ (Jyotiraditya Scindia) ଙ୍କ ଆଗମନ ସହିତ ଦଳରେ ପୁରୁଣା ବିଜେପି ନେତାଙ୍କୁ ଅଣଦେଖା କରାଯାଉଛି ।
Trending Photos
ଭୋପାଳ: ମଧ୍ୟପ୍ରଦେଶ ବିଧାନସଭା ଉପନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି (BJP) କୁ ବଡ଼ ଝଟକା ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଳ ନାଥ (Kamal Nath) । ବିଜେପି (BJP) କୁ ଏହି ଝଟକା ଜ୍ୟୋତିରାଦିତ୍ୟ ସିନ୍ଧିଆ (Jyotiraditya Scindia) ଙ୍କ ଗଡ଼ରେ ମିଳିଛି । ୨୦୧୮ ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ସତୀଶ ସିକରୱା (Satish Sikarwar) ର କଂଗ୍ରେସ (Congress) ରେ ଯୋଗ ଦେଇଛନ୍ତି । କମଳ ନାଥଙ୍କ ଉପସ୍ଥିତିରେ ସିକରୱାର ସମେତ ଶତାଧିକ ବିଜେପି କର୍ମୀ କଂଗ୍ରେସରେ ସାମିଲ ହୋଇଛନ୍ତି । ଗ୍ୱାଲିଅର୍-ଚମ୍ବଲରେ ବିଜେପି ପାଇଁ ଏହା ଏକ ବଡ଼ ଝଟକା ଭାବେ ଦେଖାଯାଉଛି ।
ଅଧିକ ପଢ଼ନ୍ତୁ:-'ଆରଏସଏସର ସର୍ଭେରୁ ଡରି ଯାଇଛି ବିଜେପି, ସମସ୍ତ ୨୭ଟି ଆସନରେ ହେବ ପରାଜୟ'
ବାସ୍ତବରେ ସତୀଶ ସିକୱାରଙ୍କୁ ଗ୍ୱାଲିଅରର ବଡ଼ ନେତା ଭାବେ ଦେଖାଯାଏ । ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ଆସିବା ପରେ ସତୀଶ ଅସନ୍ତୁଷ୍ଟ ଥିଲେ । ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ ମୁନ୍ନାଲାଲ ଗୋୟଲଙ୍କ ଠାରୁ ସତୀଶ ପରାଜିତ ହୋଇଥିଲେ । ଉପ-ନିର୍ବାଚନରେ ମୁନ୍ନାଲାଲ ଗୋୟଲ ଗ୍ୱାଲିଅର ପୂର୍ବରୁ ବିଜେପି ପ୍ରାର୍ଥୀ ହେବେ । ଅନ୍ତଃକନ୍ଦଳ ଯୋଗୁଁ ଗ୍ୱାଲିଅର-ଚମ୍ବଲରେ ବିଜେପି ପାଇଁ ଏକ ବଡ ଝଟକା ବୋଲି ମନେ କରାଯାଉଛି । ଚର୍ଚ୍ଚା ଚାଲୁଛି ଯେ ବିଜେପିର ଅନେକ ଅସନ୍ତୁଷ୍ଟ ଲୋକ କଂଗ୍ରେସ ସମ୍ପର୍କ ଅଛନ୍ତି ।
बीजेपी नेता कांग्रेस में शामिल :
ग्वालियर क्षेत्र के भाजपा नेता डॉ.सतीश सिकरवार ने प्रदेश कांग्रेस अध्यक्ष कमलनाथ जी की उपस्थिति में अपने सैंकड़ों समर्थकों के साथ कांग्रेस का दामन थामा।
मध्य प्रदेश बचाने की इस मुहिम में सभी का स्वागत है।
“जय कांग्रेस, जय मध्यप्रदेश” pic.twitter.com/nCDX7FnaIo
— MP Congress (@INCMP) September 8, 2020
ଅଧିକ ପଢ଼ନ୍ତୁ:-PHOTOS: ଦେଖନ୍ତୁ ଉର୍ବଶୀ ରୌତେଲାଙ୍କର ଏହି ୧୦ଟି ସୁନ୍ଦର ଫଟୋ
ସତୀଶ ସିକରୱାରଙ୍କ ପାରିବାରିକ ପୃଷ୍ଠଭୂମି ବିଜେପିର ରହିଛି । ତାଙ୍କ ପିତା ଗଜରାଜ ସିଂ ଏବଂ ଭାଇ ସତ୍ୟପାଲ ସିଂ ମଧ୍ୟ ବିଜେପିର ବିଧାୟକ ରହି ସାରିଛନ୍ତି । କିନ୍ତୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଆଗମନ ସହିତ ଦଳରେ ପୁରୁଣା ବିଜେପି ନେତାଙ୍କୁ ଅଣଦେଖା କରାଯାଉଛି । ଏଥି ସହିତ, ଗ୍ୱାଲିଅର୍-ଚମ୍ବଲରେ କ୍ରମାଗତ ବିଜେପି ନେତାମାନେ ନିଜ ନେତାମାନଙ୍କୁ ମନେଇବାରେ ବ୍ୟସ୍ତ ଅଛନ୍ତି ।
ଅଧିକ ପଢ଼ନ୍ତୁ:-ପାକିସ୍ତାନ ସେନା ଯୋଗୁଁ ବ୍ୟାକଫୁଟରେ ଚୀନ୍, CPEC ଉପରେ ସଙ୍କଟ
୨୦୧୮ ବିଧାନସଭା ନିର୍ବାଚନରେ ସତୀଶ ସିକରୱାର ୧୭,୮୧୯ ଭୋଟରେ କଂଗ୍ରେସର ମୁନ୍ନାଲାଲ ଗୋୟଲଙ୍କ ଠାରୁ ପରାଜିତ ହୋଇଥିଲେ । ପୁଣି ଥରେ ଏହି ଆସନରେ ଗୋୟଲ ଓ ସିକରୱାରଙ୍କ ମଧ୍ୟରେ ଲଢ଼େଇ ହେବାକୁ ଯାଉଛି । ଗୋୟଲ ବର୍ତ୍ତମାନ ବିଜେପିରେ ଅଛନ୍ତି ଏବଂ ସିକରୱାର କଂଗ୍ରେସରେ ଅଛନ୍ତି । ଚର୍ଚ୍ଚା ଜୋର ଧରିଛି ଯେ କଂଗ୍ରେସ ଗ୍ୱାଲିଅର ପୂର୍ବରୁ ମୁନ୍ନାଲାଲ ଗୋୟଲଙ୍କ ବିରୋଧରେ ସତୀଶ ସିକରୱାରଙ୍କୁ ମୈଦାନରେ ଓହ୍ଲାଇବ ।
ଅଧିକ ପଢ଼ନ୍ତୁ:-କୋରୋନା ଭ୍ୟାକ୍ସିନକୁ ନେଇ ବହୁତ ବଡ଼ ଖୁସି ଖବର ଦେଲା ଋଷ
ଅନ୍ୟପଟେ କଂଗ୍ରେସ ଗ୍ୱାଲିଅର-ଚମ୍ବଲରେ ବିଜେପିର ଅସନ୍ତୁଷ୍ଟ ନେତାଙ୍କ ଉପରେ ନଜର ରଖିଛି । ବିଜେପିର ସମସ୍ତ ପୁରୁଣା ନେତାଙ୍କ ମଧ୍ୟରେ ଅସନ୍ତୋଷ ରହିଛି । କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ପ୍ରଦେଶାଧ୍ୟକ୍ଷ ଭି.ଡି ଶର୍ମା, ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ସିଏମ୍ ଶିବରାଜ ସିଂ ଚୌହାନ ମଧ୍ୟ ସେହି ଅଞ୍ଚଳରେ କ୍ୟାମ୍ପ କରି ଦଳର ଅସନ୍ତୁଷ୍ଟଙ୍କୁ ମନାଇବା ପାଇଁ ଚେଷ୍ଟା କରୁଛନ୍ତି । ଏହା ସତ୍ତ୍ୱେ ଅସନ୍ତୋଷ ବନ୍ଦ ହେଉନାହିଁ । ଅନ୍ୟପକ୍ଷେ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି ଯେ, ସତୀଶ ସିକରୱାରଙ୍କ କାରଣରୁ ବିଜେପି କୌଣସି ଅସୁବିଧାର ସମ୍ମୁଖୀନ ହୋଇ ନାହିଁ ।