ମାର୍ଚ୍ଚ-ଏପ୍ରିଲରେ ପଶ୍ଚିମବଙ୍ଗ (West Bengal), କେରଳ (Kerala), ତାମିଲନାଡୁ (Tamil Nadu), ଆସାମ (Assam) ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ (Puducherry) ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ।
Trending Photos
ପୁଣେ: ଏନସିପି ଅଧ୍ୟକ୍ଷ ଶରଦ ପାୱାର (NCP President Sharad Pawar) ରବିବାର ଦାବି କରିଛନ୍ତି ଯେ, ଆସାମ (Assam) କୁ ଛାଡ଼ି ଭାରତୀୟ ଜନତା ଦଳ (BJP) ଅବଶିଷ୍ଟ ଚାରିଟି ରାଜ୍ୟରେ ନିର୍ବାଚନ ହାରିବ । ସେ କହିଛନ୍ତି ଯେ, ପାଞ୍ଚଟି ରାଜ୍ୟର ନିର୍ବାଚନରୁ ଦେଶକୁ ଏକ ନୂଆ ଦିଗ ମିଳିବ । ମହାରାଷ୍ଟ୍ର (Maharashtra) ର ପୁଣେ ଜିଲ୍ଲାର ବାରାମତୀ ସହରରେ ସାମ୍ବାଦିକମାନଙ୍କ ସହ ବାର୍ତ୍ତାଳାପ ସମୟରେ ସେ ନିର୍ବାଚନୀ ରାଜ୍ୟ ପଶ୍ଚିମବଙ୍ଗରେ (କଥିତ ରୂପରେ) କ୍ଷମତାର ଅପବ୍ୟବହାର କରିଥିବାରୁ କେନ୍ଦ୍ର ସରକାର (Central Govt) ଙ୍କୁ ସମାଲୋଚନା କରିଛନ୍ତି । ମହାରାଷ୍ଟ୍ରର ଶିବସେନା (Shiv Sena) ନେତୃତ୍ୱାଧୀନ ସରକାରରେ ଶରଦ ପାୱାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (NCP) ମଧ୍ୟ କଂଗ୍ରେସ (Congress) ସହ ଏକ ସହଯୋଗୀ ।
ଅଧିକ ପଢ଼ନ୍ତୁ:-ସଚିନଙ୍କୁ ଉପଦେଶ ଦେଲେ ପାୱାର, କହିଲେ-ନିଜ କ୍ଷେତ୍ରଠାରୁ ଅଲଗା ବିଷୟ ଉପରେ କହିବା ବେଳେ...
ମାର୍ଚ୍ଚ-ଏପ୍ରିଲରେ ପଶ୍ଚିମବଙ୍ଗ (West Bengal), କେରଳ (Kerala), ତାମିଲନାଡୁ (Tamil Nadu), ଆସାମ (Assam) ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ (Puducherry) ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଭୋଟ ମେ ୨ରେ ଗଣାଯିବ । ପୂର୍ବତନ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, "ଆଜି ୫ଟି ରାଜ୍ୟରେ ନିର୍ବାଚନ ଫଳାଫଳ ବିଷୟରେ ଆଲୋଚନା କରିବା ଭୁଲ, କାରଣ ଏହି ରାଜ୍ୟଗୁଡ଼ିକର ଲୋକମାନେ ଏହା ଉପରେ ନିଷ୍ପତ୍ତି ନେବେ । କେରଳ କଥା ଯଦି କହିବା ଏଠାରେ ବାମପନ୍ଥୀ ଓ ଏନସିପି ଏକାଠି ହୋଇଛନ୍ତି । ଆମେ ଏହି କଥାକୁ ନେଇ ନିଶ୍ଚିତ ଯେ ଆମେ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିବୁ । ତାମିଲନାଡୁର ଲୋକମାନେ ଡିଏମକେ (DMK) ଓ ଏହାର ଅଧ୍ୟକ୍ଷ ଏମ.କେ ଷ୍ଟାଲିନଙ୍କୁ ସମର୍ଥନ କରୁଛନ୍ତି ଏବଂ ସେମାନେ ହିଁ କ୍ଷମତାକୁ ଆସିବେ ।"
ଅଧିକ ପଢ଼ନ୍ତୁ:-ଆପଣଙ୍କ LPG ସବସିଡି ହୋଇଯାଇଛି କି ବନ୍ଦ? ତେବେ ତୁରନ୍ତ କରନ୍ତୁ ଏହି କାମ
ଏନସିପି ମୁଖ୍ୟ କହିଛନ୍ତି ଯେ, ପଶ୍ଚିମବଙ୍ଗରେ କେନ୍ଦ୍ର, ବିଶେଷକରି ବିଜେପି କ୍ଷମତାର ଅପବ୍ୟବହାର କରୁଛି ଏବଂ ଜଣେ ଭଉଣୀ (ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ) ଉପରେ ଆକ୍ରମଣ କରିବାକୁ ପ୍ରୟାସ କରୁଛି, ଯିଏ ରାଜ୍ୟବାସୀଙ୍କ ପାଇଁ ଲଢ଼ିବାକୁ ଚେଷ୍ଟା କରୁଛନ୍ତି । ସେ କହିଛନ୍ତି ଯେ ମୋତେ କୌଣସି ସନ୍ଦେହ ନାହିଁ ଯେ ମମତା ବାନାର୍ଜୀ (Mamata Banerjee) ଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ (TMC) (ନିର୍ବାଚନ ପରେ) କ୍ଷମତାରେ ରହିବ ।
ଅଧିକ ପଢ଼ନ୍ତୁ:-ସାବଧାନ! ପୁଣି ଦ୍ରୁତ ଗତିରେ ବଢ଼ୁଛି କୋରୋନା ଗ୍ରାଫ୍, ମହାରାଷ୍ଟ୍ର ପରେ ଏବେ ଏହି ରାଜ୍ୟ ବଢ଼ାଇଲାଣି ଟେନସନ୍
ଶରଦ ପାୱାର କହିଛନ୍ତି ଯେ, "ଆସାମର ପରିସ୍ଥିତି ବିଷୟରେ ମୁଁ ଅବଗତ ଅଛି ଏବଂ ନିଜ ଦଳର ଲୋକଙ୍କଠାରୁ ମିଳିଥିବା ସୂଚନାକୁ ଆଧାର କରି ଏପରି ଲାଗୁଛି ଯେ ସେଠାରେ ଶାସକ ବିଜେପି (BJP) ଅନ୍ୟମାନଙ୍କ ତୁଳନାରେ ଭଲ ସ୍ଥିତିରେ ରହିଛି । ମୋଟାମୋଟି ଭାବେ ଆସାମରେ ବିଜେପି କ୍ଷମତାରେ ରହିବ କିନ୍ତୁ ଅନ୍ୟ ନିର୍ବାଚନୀ ରାଜ୍ୟରେ ସେ ପରାଜୟର ସମ୍ମୁଖୀନ ହେବ ଏବଂ ଅନ୍ୟ ଦଳମାନେ ସେହି ରାଜ୍ୟରେ କ୍ଷମତାକୁ ଆସିବେ । ମୋତେ ପୁରା ଭରସା ରହିଛି ଯେ ଏହି ପରିଣାମ ଦେଶକୁ ଏକ ନୂତନ ଦିଗ ଦେବ ।"