ସୂଚନାଯୋଗ୍ୟ, କଂଗ୍ରେସ ନେତା (Congress Leaders) ଙ୍କୁ ୨୦୨୪ର ନିର୍ବାଚନୀ ପ୍ଲାନ ଉପସ୍ଥାପନ କରିବା ସମୟରେ ପ୍ରଶାନ୍ତ କିଶୋର ସାମ୍ପ୍ରଦାୟିକ ଧ୍ରୁବୀକରଣର ଦଲିଲକୁ ଖାରଜ କରିଛନ୍ତି । ବିଧାନସଭା ଓ ଲୋକସଭା ନିର୍ବାଚନରେ ବିଜେପିର ବିଜୟର କାରଣ କେବଳ ସାମ୍ପ୍ରଦାୟିକ ଧ୍ରୁବୀକରଣ ନୁହେଁ ବୋଲି ସେ କହିଛନ୍ତି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ବାୟନାଡ ସାଂସଦ ରାହୁଲ ଗାନ୍ଧୀ (Rahul Gandhi) ମଧ୍ୟ ପ୍ରଶାନ୍ତଙ୍କ ମତ ଉପରେ ସହମତ ବ୍ୟକ୍ତ କରିଛନ୍ତି ।
Trending Photos
ନୂଆଦିଲ୍ଲୀ: ନାମ ପ୍ରଶାନ୍ତ କିଶୋର (Political Strategist Prashant Kishor), ନା ଏ କୂଳର ନା ସେ କୂଳର । ଭାରତୀୟ ରାଜନୀତିର ଚର୍ଚିତ ବ୍ୟକ୍ତିତ୍ୱ । ଯାହାଙ୍କୁ ସମସ୍ତ ରାଜନୈତିକ ଦଳ ଭରସା କରୁଥାନ୍ତି, ତାଙ୍କ ଉପରେ ଆଜି କଂଗ୍ରେସ (Congress) ଭରସା କରିପାରୁ ନାହିଁ । ରାଜନୈତିକ ଅଙ୍କ କଷିବରେ ପ୍ରଶାନ୍ତଙ୍କୁ କଂଗ୍ରେସ ଦଳରେ ସାମିଲ କରାଇବାକୁ ନେଇ ଆପତ୍ତି ଉଠାଇଛନ୍ତି କଂଗ୍ରେସର କିଛି ମଙ୍ଗୁଆଳ । ଦିନେ ପ୍ରଶାନ୍ତ କିଶୋରଙ୍କ ଶରଣ ନେଇଥିବା କଂଗ୍ରେସ ଆଜି ତାଙ୍କୁ ହଠାଇ ଦୂରେଇ ଦେଇଛି । ସେପଟେ ବିଗତ ଦିନରେ ୫ଟି ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଦଳରେ ଅସ୍ଥିରତା ଲାଗି ରହିଛି । ଦଳ ଲଗାତର ଗୋଟିଏ ପରେ ଗୋଟିଏ ବୈଠକ କରି ସଂଗଠନକୁ ମଜଭୁତ କରିବା ପାଇଁ ମାନସ ମନ୍ଥନ କରୁଛି । ଏହି ସମୟରେ ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଖୁବ୍ ଶୀଘ୍ର କଂଗ୍ରେସରୁ ନୂଆ ଇଂନିସ ଆରମ୍ଭ କରିପାରନ୍ତି । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି । ଏହା ଉପରେ ସପ୍ତାହ ମଧ୍ୟରେ ସ୍ଥିତି ସ୍ପଷ୍ଟ ହୋଇଯିବ । କିନ୍ତୁ ତାଙ୍କୁ ଦଳରେ ସାମିଲ କରାଇବା ଏତେ ସହଜ ହେବନାହିଁ । କାରଣ ଦଳ ଭିତରେ ଅସନ୍ତୁଷ୍ଟ ନେତାଙ୍କ ସମେତ ଏକ ବଡ଼ ଗୋଷ୍ଠୀ ପ୍ରଶାନ୍ତ କିଶୋର (Prashant Kishor) ଙ୍କ ସାମିଲକୁ ବିରୋଧ କରୁଛନ୍ତି ।
ଦଳର ନେତାମାନେ (Congress Leaders) କହିଛନ୍ତି ଯେ, ପ୍ରଶାନ୍ତ କିଶୋରଙ୍କ କାର୍ଯ୍ୟଶୈଳୀ କଂଗ୍ରେସ (Congress) ର କାର୍ଯ୍ୟଶୈଳ ସହ ମେଳ ଖାଉନାହିଁ । ଅନେକ ନେତା ତାଙ୍କ ଅନ୍ୟ ଦଳ ସହ ସମ୍ପର୍କକୁ ନେଇ ମଧ୍ୟ ପ୍ରଶ୍ନ ଉଠାଉଛନ୍ତି । ଏହାସହ ଜଣେ ବରିଷ୍ଠ ନେତା କହିଛନ୍ତି ଯେ ପ୍ରଶାନ୍ତ କିଶୋରଙ୍କୁ ଦଳରେ ସାମିଲ କରାଇବା କି ନାହିଁ, ତାହାର ନିଷ୍ପତ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନେବେ ।
ପାଞ୍ଚଟି ରାଜ୍ୟରେ ପରାୟଜ ଓ ଆଗାମୀ ଗୁଜୁରାଟ ଓ ହିମାଚଳ ପ୍ରଦେଶର ବିଧାନସଭା ନିର୍ବାଚନକୁ ନେଇ କଂଗ୍ରେସ (Congress) ନେତୃତ୍ୱ ଉପରେ ଚାପ ବଢ଼ି ବଢ଼ି ଚାଲିଛି । ଏଥିପାଇଁ ପ୍ରଶାନ୍ତ କିଶୋର (Prashant Kishor) ଙ୍କ ସହ ପୁଣିଥରେ ଆଲୋଚନା ଆରମ୍ଭ ହୋଇଛି । ଦଳ ତାଙ୍କୁ ଗୁଜୁରାଟ ଭିତରେ ସୀମିତ ରଖିବାକୁ ଚାହୁଁଛି, କିନ୍ତୁ ସେ ୨୦୨୪ ଲୋକସଭା ନିର୍ବାଚନରେ ଦଳ ପାଇଁ ମଧ୍ୟ ରଣନୀତି ପ୍ରସ୍ତୁତ କରିବାର ଦାୟିତ୍ୱ ଚାହୁଁଛନ୍ତି । ଜଣେ ଅସନ୍ତୁଷ୍ଟ ନେତା କହିଛନ୍ତି ଯେ କଂଗ୍ରେସକୁ ପୁଣି ଥରେ ମଜଭୁତ କରିବା ପାଇଁ ସମସ୍ତଙ୍କୁ ସ୍ୱାଗତ କିନ୍ତୁ ଦଳର ନିଜସ୍ୱ ବିଚାରଧାରା-ପରମ୍ପରା ଅଛି । ତେଣୁ ପ୍ରଶାନ୍ତ କିଶୋରଙ୍କ ଭୂମିକା ସ୍ଥିର କରିବା ସମୟରେ ଏହାକୁ ଧ୍ୟାନରେ ରଖିବା ଉଚିତ । ନଚେତ୍ କ୍ଷତି ହୋଇପାରେ ।
ଏହା ବି ପଢ଼ନ୍ତୁ:-ଇମ୍ରାନଙ୍କୁ ଚାପୁଡ଼ା ମାରିଥିଲେ ISI ଚିଫ୍! ସାମ୍ନାକୁ ଆସିଲା ଏହାର କାରଣ
ଏହା ବି ପଢ଼ନ୍ତୁ:-ଇମ୍ରାନ ଖାନ ଦେଲେ ଏପରି ବୟାନ, ପାକିସ୍ତାନ ସେନା ରାଗି ପାଚି ହେଲା ଲାଲ
ଏହା ବି ପଢ଼ନ୍ତୁ:-କୋରୋନାକୁ ନେଇ ପୁଣି କଡ଼ା ଚେତାବନୀ ଜାରି କଲା WHO
ସୂଚନାଯୋଗ୍ୟ, କଂଗ୍ରେସ ନେତା (Congress Leaders) ଙ୍କୁ ୨୦୨୪ର ନିର୍ବାଚନୀ ପ୍ଲାନ ଉପସ୍ଥାପନ କରିବା ସମୟରେ ପ୍ରଶାନ୍ତ କିଶୋର ସାମ୍ପ୍ରଦାୟିକ ଧ୍ରୁବୀକରଣର ଦଲିଲକୁ ଖାରଜ କରିଛନ୍ତି । ବିଧାନସଭା ଓ ଲୋକସଭା ନିର୍ବାଚନରେ ବିଜେପିର ବିଜୟର କାରଣ କେବଳ ସାମ୍ପ୍ରଦାୟିକ ଧ୍ରୁବୀକରଣ ନୁହେଁ ବୋଲି ସେ କହିଛନ୍ତି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ବାୟନାଡ ସାଂସଦ ରାହୁଲ ଗାନ୍ଧୀ (Rahul Gandhi) ମଧ୍ୟ ପ୍ରଶାନ୍ତଙ୍କ ମତ ଉପରେ ସହମତ ବ୍ୟକ୍ତ କରିଛନ୍ତି ।