ରାଷ୍ଟ୍ରପତି ନିର୍ବାଚନୁ ନେଇ ବଡ଼ ଘୋଷଣା କଲେ ମାୟାବତୀ, ଏହି ପ୍ରାର୍ଥୀଙ୍କୁ ସମର୍ଥନ କରିବ BSP
Advertisement

ରାଷ୍ଟ୍ରପତି ନିର୍ବାଚନୁ ନେଇ ବଡ଼ ଘୋଷଣା କଲେ ମାୟାବତୀ, ଏହି ପ୍ରାର୍ଥୀଙ୍କୁ ସମର୍ଥନ କରିବ BSP

Presidential Election 2022: ରାଷ୍ଟ୍ରପତି ନିର୍ବାଚନକୁ ନେଇ ବହୁଜନ ସମାଜବାଦୀ ପାର୍ଟି (BSP) ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି । ବିଏସପି ମୁଖ୍ୟ ମାୟାବତୀ (BSP Chief Mayawati) ଏକ ସାମ୍ବାଦିକ ସମ୍ମିଳନୀ କରି ଶନିବାର ଏକ ବଡ଼ ଘୋଷଣା କରିଛନ୍ତି । ଏହି ସମୟ ସେ ସ୍ପଷ୍ଟ କରିଛନ୍ତି ଯେ, ବିଏସପି ରାଷ୍ଟ୍ରପତି ନିର୍ବାଚନକୁ ନେଇ ବିରୋଧୀ ପ୍ରାର୍ଥୀ

ରାଷ୍ଟ୍ରପତି ନିର୍ବାଚନୁ ନେଇ ବଡ଼ ଘୋଷଣା କଲେ ମାୟାବତୀ, ଏହି ପ୍ରାର୍ଥୀଙ୍କୁ ସମର୍ଥନ କରିବ BSP

ନୂଆଦିଲ୍ଲୀ: Presidential Election 2022: ରାଷ୍ଟ୍ରପତି ନିର୍ବାଚନକୁ ନେଇ ବହୁଜନ ସମାଜବାଦୀ ପାର୍ଟି (BSP) ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି । ବିଏସପି ମୁଖ୍ୟ ମାୟାବତୀ (BSP Chief Mayawati) ଏକ ସାମ୍ବାଦିକ ସମ୍ମିଳନୀ କରି ଶନିବାର ଏକ ବଡ଼ ଘୋଷଣା କରିଛନ୍ତି । ଏହି ସମୟ ସେ ସ୍ପଷ୍ଟ କରିଛନ୍ତି ଯେ, ବିଏସପି ରାଷ୍ଟ୍ରପତି ନିର୍ବାଚନକୁ ନେଇ ବିରୋଧୀ ପ୍ରାର୍ଥୀ (Opposition Presidential Nominee) ଯଶୱନ୍ତ ସିହ୍ନା (Yashwant Sinha) ନା ଏନଡିଏର ପ୍ରାର୍ଥୀ (NDA Presidential Nominee) ଦ୍ରୌପଦୀ ମୁର୍ମୁ (Draupadi Murmu) ଙ୍କୁ ସମର୍ଥନ କରିବେ ।

ବିଏସପି ମୁଖ୍ୟ ମାୟାବତୀ (Mayawati) କହିଛନ୍ତି ଯେ, "ଆମର ଦଳ ଆଦିବାସୀ ସମାଜକୁ ନିଜର ଆନ୍ଦୋଳନର ଏକ ବିଶେଷ ଅଂଶ ଭାବରେ ମନେ କରେ । ତେଣୁ ରାଷ୍ଟ୍ରପତି ପଦ ପାଇଁ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ଆମର ଦଳ ନିଷ୍ପତ୍ତି ନେଇଛି । ଆମେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଜେପି ଓ ଏନଡିଏ ସପକ୍ଷ କିମ୍ବା ବିରୋଧୀ ଦଳ ବିପକ୍ଷରେ ନେଇନାହୁଁ । ବରଂ ଆମ ଦଳର ଆନ୍ଦୋଳନକୁ ଧ୍ୟାନରେ ରଖି ଆଦିବାସୀ ସମାଜର ଜଣେ ଦକ୍ଷ ତଥା ପରିଶ୍ରମୀ ମହିଳାଙ୍କୁ ଦେଶର ରାଷ୍ଟ୍ରପତି କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।"

ଏହା ବି ପଢ଼ନ୍ତୁ:-ରାସନ କାର୍ଡଧାରୀଙ୍କ ପାଇଁ ବଡ଼ ଖବର, ଆପଣଙ୍କ ଫାଇଦା ପାଇଁ ସାରା ଦେଶରେ ଲାଗୁ ହେଲା ଏହି ସୁବିଧା

ଏହା ବି ପଢ଼ନ୍ତୁ:-ଉଦ୍ଧବଙ୍କ ଗାଦି ବଞ୍ଚାଇବାକୁ ସଫଳ ହେବେ ଶରଦ ପାୱାର? ଉପମୁଖ୍ୟମନ୍ତ୍ରୀ ଦେଲେ ବଡ଼ ବୟାନ

ଏହା ବି ପଢ଼ନ୍ତୁ:-ରାଷ୍ଟ୍ରପତି ପଦର ନାମାଙ୍କନ ପତ୍ର ଦାଖଲ ସାଂସଦ ଓ ବିଧାୟକଙ୍କ ଠାରୁ କେତେ ହୋଇଥାଏ ଅଲଗା? ଜାଣନ୍ତୁ ପୁରା ପ୍ରକ୍ରିୟା

ମାୟାବତୀ କହିଛନ୍ତି ଯେ, "ବିଏସପି ଗରିବ ଓ ଦଳିତଙ୍କ ଦଳ । ବିଜେପି କେବଳ ରାଷ୍ଟ୍ରପତି ନିର୍ବାଚନରେ କଥାବାର୍ତ୍ତା ହେବାର ଦେଖାଣିଆ କରିଛି । ଶରଦ ପାୱାର ଓ ମମତା ବାନାର୍ଜୀ ବିଏସପିକୁ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଆମନ୍ତ୍ରଣ କରିନଥିଲେ । କିନ୍ତୁ ଆମ ଦଳ ମିଛ ପ୍ରତିଶୃତି କରୁନାହିଁ । ଆମେମାନେ ମାନବବାଦୀ ଚିନ୍ତାଧାରାର ।"

ସେ କହିଛନ୍ତି ଯେ, କଂଗ୍ରେସ ଓ ବିଜେପି ଆମ୍ବେଦକରଙ୍କ ଚିନ୍ତାଧାରାକୁ କାର୍ଯ୍ୟକାରୀ କରିବାକୁ ଚାହୁଁ ନାହାଁନ୍ତି । ଉତ୍ତର ପ୍ରଦେଶରେ ୪ ଥର ବିଏସପି ଶାସନକାଳରେ ବିକାଶ ଘଟିଛି । କିନ୍ତୁ ଜାତିଭିତ୍ତିକ ମାନସିକତାର ଲୋକମାନେ ବିଏସପି ପ୍ରତି ନିମ୍ନ ମାନସିକତା ରଖିଛନ୍ତି । ସେହିପରି କେନ୍ଦ୍ରର ପାର୍ଟି ସର୍ବଦା ବିଏସପିକୁ ଭାଙ୍ଗି ଥାଏ ।

ଏଠାରେ କହି ରଖୁଛୁ ଯେ, ରାଷ୍ଟ୍ରପତିଙ୍କ ନିର୍ବାଚନୀ କଲେଜ (President's electoral college) ହେଉଛି ୧୦,୯୦,୯୦୩ ଭୋଟ୍ । ଏଥିରେ ବିଜୟ ହାସଲ ପାଇଁ ସଂଖ୍ୟାଗରିଷ୍ଠତା ସଂଖ୍ୟା ହେଉଛି ୫,୪୯,୪୫୨ । ଏଥିରେ ଜଣେ ସାଂସଦଙ୍କ ଭୋଟ୍ ମୂଲ୍ୟ ୭୦୮ ରହିଥାଏ । ଦେଶର ୪,୧୨୦ ବିଧାୟକଙ୍କ ମଧ୍ୟରେ ପ୍ରତ୍ୟେକ ରାଜ୍ୟର ଜନସଂଖ୍ୟା ଓ ଆସନ ସଂଖ୍ୟା ଉପରେ ନିର୍ଭର କରି ଜଣେ ବିଧାୟକଙ୍କ ଭୋଟର ମୂଲ୍ୟ ଭିନ୍ନ ଭିନ୍ନ ହୋଇଥାଏ । ଉତ୍ତର ପ୍ରଦେଶର ବିଧାୟକଙ୍କ ସବୁଠାରୁ ଅଧିକ ୨୦୮ ଭୋଟ୍ ମୂଲ୍ୟ ରହିଛି । ବିଜେଡି (BJD) ଓ YSR ର ସମର୍ଥନରେ ଏହି ସଂଖ୍ୟା ପୂରଣ ହେବାର ସମ୍ଭାବନା ଅଛି । କିନ୍ତୁ ବର୍ତ୍ତମାନ ବିଏସପି ଏନଡିଏ ପ୍ରାର୍ଥୀଙ୍କ ସମର୍ଥନ କରିବାର ଘୋଷଣା ପରେ ତାଙ୍କ ବିଜୟର ମାର୍ଜିନ ବଢ଼ିବାର ସମ୍ଭାବନା ରହିଛି ।