ଦ୍ରୌପଦୀ ମୁର୍ମୁ ମାଗିଥିଲେ ବିଜେଡିର ସମର୍ଥନ, ନବୀନ ପଟ୍ଟନାୟଙ୍କ ଆସିଲା ବୟାନ
Advertisement
Article Detail0/zeeodisha/odisha1228490

ଦ୍ରୌପଦୀ ମୁର୍ମୁ ମାଗିଥିଲେ ବିଜେଡିର ସମର୍ଥନ, ନବୀନ ପଟ୍ଟନାୟଙ୍କ ଆସିଲା ବୟାନ

Presidential Election 2022: ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପି (BJP) ନେତୃତ୍ୱାଧୀନ ଏନଡିଏ (NDA) ମେଣ୍ଟ ନିଜର ପ୍ରାର୍ଥୀ ଘୋଷଣା କରିଛି । ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ (Draupadi Murmu) ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହେବେ । ନାମ ଘୋଷଣା ପରେ ଦ୍ରୌପଦୀ ମୁର୍ମୁ ପ୍ରଥମେ ବିଜୁ ଜନତା ଦଳ (BJD) କୁ ସମର୍ଥନ ପାଇଁ ଅପ

ଦ୍ରୌପଦୀ ମୁର୍ମୁ ମାଗିଥିଲେ ବିଜେଡିର ସମର୍ଥନ, ନବୀନ ପଟ୍ଟନାୟଙ୍କ ଆସିଲା ବୟାନ

ନୂଆଦିଲ୍ଲୀ: Presidential Election 2022: ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପି (BJP) ନେତୃତ୍ୱାଧୀନ ଏନଡିଏ (NDA) ମେଣ୍ଟ ନିଜର ପ୍ରାର୍ଥୀ ଘୋଷଣା କରିଛି । ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ (Draupadi Murmu) ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହେବେ । ନାମ ଘୋଷଣା ପରେ ଦ୍ରୌପଦୀ ମୁର୍ମୁ ପ୍ରଥମେ ବିଜୁ ଜନତା ଦଳ (BJD) କୁ ସମର୍ଥନ ପାଇଁ ଅପିଲ କରିଥିଲେ । ଏବେ ଏହା ଉପରେ ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ (BJD Chief Naveen Patnaik) ଙ୍କ ପ୍ରତିକ୍ରିୟା ଆସିଛି ।

ନବୀନ ପଟ୍ଟନାୟକ କହିଛନ୍ତି ଯେ, ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ କରିବା ଓଡିଶା ପାଇଁ ଏକ ଗର୍ବର ମୁହୂର୍ତ୍ତ । ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋ ସହ ଏହି ବିଷୟରେ ଆଲୋଚନା କରିଥିଲେ ମୁଁ ବହୁତ ଖୁସି ଥିଲି । ସେ ଦେଶରେ ମହିଳା ସଶକ୍ତିକରଣ ପାଇଁ ଏକ ଉଦାହରଣ ସୃଷ୍ଟି କରିବେ । ନବୀନ ପଟ୍ଟନାୟକଙ୍କ ଏହି ବୟାନକୁ ଦ୍ରୌପଦୀ ମୁର୍ମୁଙ୍କ ଅପିଲ ଉପରେ ଅନ୍ତିମ ମୋହର ଭାବେ ଦେଖାଯାଉଛି । 

ଏଠାରେ କହି ରଖୁଛୁ, ମୟୂରଭଞ୍ଜ ଜିଲ୍ଲାର ଗର୍ବ ଦ୍ରୋପଦୀ ମୁର୍ମୁ ରାଇରଙ୍ଗପୁରରେ ୨୦ ଜୁନ ୧୯୫୮ରେ ଜନ୍ମ ଗ୍ରହଣ କରିଥିଲେ । ଏହାପରେ ରମାଦେବୀ ବିଶ୍ଵ ବିଦ୍ୟାଳୟରେ ପାଠ ପଢା ପରେ ରାଜନୀତିରେ ପାଦ ଦେଇଥିଲେ । ପରେ ପରେ ରାଇରଙ୍ଗପୁର ବିଧାୟକ ଭାବେ ୨୦୦୦ ମସିହାଠାରୁ ୨୦୦୯ ମସିହା ପର୍ଯ୍ୟନ୍ତ ନିର୍ବାଚିତ ହୋଇଥିଲେ । ଏଥି ସହିତ ୨୦୧୫ ଠାରୁ ୨୦୨୧ ପର୍ଯ୍ୟନ୍ତ ଝାଡ଼ଖଣ୍ଡ ରାଜ୍ୟରେ ମହାମହିମ ରାଜ୍ୟପାଳ ଭାବରେ କାର୍ଯ୍ୟ ଭାର ସମ୍ଭାଳି ଥିଲେ ।

ଏହା ବି ପଢ଼ନ୍ତୁ:-କିପରି ହୋଇଥାଏ ରାଷ୍ଟ୍ରପତି ନିର୍ବାଚନ, କିଏ କିଏ ଦିଅନ୍ତି ଭୋଟ୍; ଜାଣନ୍ତୁ ପୁରା ପ୍ରକ୍ରିୟା

ଏହା ବି ପଢ଼ନ୍ତୁ:-ଏକନାଥ ସିନ୍ଦେ କାହିଁକି କଲେ ବିଦ୍ରୋହ? ସାମ୍ନାକୁ ଆସିଲା ସବୁଠାରୁ ବଡ଼ କାରଣ

ଏହା ବି ପଢ଼ନ୍ତୁ:-ଉଦ୍ଧବ ଠାକରେଙ୍କୁ ନାଲି ଆଖି ଦେଖାଇଲେ ଏକନାଥ ସିନ୍ଦେ! ଦଳ ନ ଭାଙ୍ଗିବା ପାଇଁ ରଖିଲେ ଏହି ସର୍ତ୍ତ

 

ଦ୍ରୌପଦୀ ମୁର୍ମୁ ଭାରତ ଜନତା ପାର୍ଟି (BJP) ଓ ବିଜୁ ଜନତା ଦଳ (BJD) ମେଣ୍ଟ ସରକାରରେ ୨୦୦୦–୨୦୦୨ ପର୍ଯ୍ୟନ୍ତ ବାଣିଜ୍ୟ ଏବଂ ପରିବହନ ପାଇଁ ସ୍ୱତନ୍ତ୍ର ପ୍ରଭାର ଓ ୬ ଅଗଷ୍ଟ ୨୦୦୨ରୁ ମେ ପର୍ଯ୍ୟନ୍ତ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ରାଜ୍ୟ ମନ୍ତ୍ରୀ ଥିଲେ । ସେ ଝାଡଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ହେବାର ଗୌରବ ଅର୍ଜନ କରିଛନ୍ତି । ସେ କାଉନସିଲର ଭାବରେ ନିଜର ରାଜନୈତିକ କ୍ୟାରିଅର୍ ଆରମ୍ଭ କରିଥିଲେ, ପରେ ରାଇରଙ୍ଗପୁର ଜାତୀୟ ପରାମର୍ଶଦାତା ପରିଷଦର ଉପାଧ୍ୟକ୍ଷ ହୋଇଥିଲେ । ୨୦୧୩ରେ ସେ ଦଳର ଏସଟି ମୋର୍ଚ୍ଚାର ଜାତୀୟ କାର୍ଯ୍ୟନିର୍ବାହୀ ସଦସ୍ୟ ପଦରେ ପହଞ୍ଚିଥିଲେ ।

ସେ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିବା ଓଡିଶାର ପ୍ରଥମ ମହିଳା ତଥା ଆଦିବାସୀ ନେତା । ନିର୍ବାଚିତ ହେବା ପରେ ଦ୍ରୌପଦୀ ମୁର୍ମୁ ଭାରତର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ତଥା ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହେବେ । ଏହା ବ୍ୟତୀତ ସେ ପ୍ରଥମ ଓଡ଼ିଆ ରାଷ୍ଟ୍ରପତି ହେବାର ଗୌରବ ଅର୍ଜନ ମଧ୍ୟ କରିପାରନ୍ତି ।