କଂଗ୍ରେସ (Congress) ପକ୍ଷରୁ ବିଜେପି ନେତା (BJP Leader) ଙ୍କ ତଥାକଥିତ ଫୋନ୍ ଟ୍ୟାପିଂ ମାମଲା ସାମ୍ନାକୁ ଆସିଥିଲା ।
Trending Photos
ନୂଆଦିଲ୍ଲୀ: ପ୍ରାୟ ପାଞ୍ଚ ମାସ ପୂର୍ବେ ରାଜସ୍ଥାନରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ (Sachin Pilot) ଏବଂ ତାଙ୍କର ସମର୍ଥକ ବିଧାୟକଙ୍କ ବିଦ୍ରୋହ ପରେ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଥିଲା । ବର୍ତ୍ତମାନ ସମାନ ପରିସ୍ଥିତି ରାଜସ୍ଥାନ ରାଜନୀତିରେ ଦେଖିବାକୁ ମିଳୁଛି । ସରକାରକୁ ଭାଙ୍ଗିବା ଓ ବଞ୍ଚାଇବାର ଚର୍ଚ୍ଚା ମଧ୍ୟରେ ଇଡି, ଆୟକର ବିଭାଗ, SOG ଠାରୁ ଆରମ୍ଭ କରି ACB ପର୍ଯ୍ୟନ୍ତ ରାଜନୈତିକ ବ୍ୟବହାର ହୋଇଥିଲା ।
ଅଧିକ ପଢ଼ନ୍ତୁ:-କେନ୍ଦ୍ରୀୟ କର୍ମଚାରୀଙ୍କୁ ଏହି ଦିନ ପରେ ମିଳିବ ବଡ଼ ଉପହାର!
କଂଗ୍ରେସ (Congress) ପକ୍ଷରୁ ବିଜେପି ନେତା (BJP Leader) ଙ୍କ ତଥାକଥିତ ଫୋନ୍ ଟ୍ୟାପିଂ ମାମଲା ସାମ୍ନାକୁ ଆସିଥିଲା । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ (Ashok Gehlot) ଏଥିରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କ ଉପରେ ସରକାରଙ୍କୁ ହଟାଇବା ଷଡଯନ୍ତ୍ରରେ ସମ୍ପୃକ୍ତ ଥିବା ଅଭିଯୋଗ କରିଛନ୍ତି । କୋରୋନା କାଳରେ ଗେହଲଟଙ୍କୁ ତାଙ୍କ ବିଧାୟକମାନଙ୍କୁ ପ୍ରାୟ ୩୪ ଦିନ ହୋଟେଲରେ ବନ୍ଦ କରି ରଖିବାକୁ ପଡିଥିଲା । କଂଗ୍ରେସର ବରିଷ୍ଠ ନେତୃତ୍ୱଙ୍କ ହସ୍ତକ୍ଷେପ ପରେ ସମଗ୍ର ସମସ୍ୟାର ସମାଧାନ ହୋଇଥିଲା । ତଥାପି ବିରୋଧର ନିଆଁ ସଂପୂର୍ଣ୍ଣ ଭାବେ ଲିଭି ନ ଥିଲା ।
ପାଇଲଟଙ୍କୁ ଡେପୁଟି ସିଏମ ଓ ପ୍ରଦେଶାଧ୍ୟକ୍ଷ ପଦ ଚାଲିଯାଇଥିଲା । ତାଙ୍କ ସହ ଆସିଥିବା କ୍ୟାବିନେଟ ମନ୍ତ୍ରୀ ବିଶ୍ୱନ୍ଦ୍ର ସିଂ ଏବଂ ରମେଶ ମୀନାଙ୍କୁ ମଧ୍ୟ ବରଖାସ୍ତ କରିଦିଆଯାଇଛି । ଏବେ ପୁଣି ସମାନ ପରିସ୍ଥିତି ସୃଷ୍ଟି ହେଉଛି । ସବୁଠୁ ବଡ଼ ପ୍ରଶ୍ନ ହେଉଛି ରାଜନୈତିକ ସଙ୍କଟ ସମୟରେ କଂଗ୍ରେସ କ’ଣ କରିଛି? ଗତ ୫ ମାସରୁ କୌଣସି ରାଜନୈତିକ ନିଯୁକ୍ତି କିମ୍ବା ସଂଗଠନରେ ପରିବର୍ତ୍ତନ ହୋଇନାହିଁ । କ୍ୟାବିନେଟରେ ପରିବର୍ତ୍ତନ ମଧ୍ୟ କରାଯାଇନାହିଁ । ରାଜନୈତିକ ସଙ୍କଟରେ ଗେହଲଟଙ୍କୁ ସମର୍ଥନ କରିଥିବା ବିଧାୟକମାନେ ନିଜ ପାଇଁ ଉପହାର ଆଶା କରୁଥିଲେ । କିନ୍ତୁ ସେମାନେ ମଧ୍ୟ କୌଣସି ପ୍ରକାରର ପୁରସ୍କାର ପାଇନାହାଁନ୍ତି । ଏଭଳି ପରିସ୍ଥିତିରେ ଅନେକ ବିଧାୟକଙ୍କ ମଧ୍ୟରେ ଅସନ୍ତୋଷ ବହ୍ନି ବଢ଼ିବାରେ ଲାଗିଛି ।
ଅଧିକ ପଢ଼ନ୍ତୁ:-ଏହି ଦିନ ଚାଷୀଙ୍କୁ ମିଳିବ ୨୦୦୦ ଟଙ୍କା, ଯଦି ଆପଣଙ୍କୁ ମିଳି ନାହିଁ କିସ୍ତି ତେବେ ଏପରି ଚେକ୍ କରନ୍ତୁ ଲିଷ୍ଟରେ ନିଜର ନାଁ
ବିରୋଧୀ ଦଳର ନେତା ଗୁଲାବଚନ୍ଦ କଟାରିଆ କହିଛନ୍ତି ଯେ ସରକାର ଗଠନ ହେବା ପରେ ଦିଲ୍ଲୀରେ ପ୍ୟାରେଡ ଆରମ୍ଭ ହୋଇଥିଲା । ଉପମୁଖ୍ୟମନ୍ତ୍ରୀଙ୍କୁ ଆରମ୍ଭରୁ ଅଣଦେଖା କରାଯାଇଥିଲା । ଯାହାଫଳରେ ସରକାର ଶୀଘ୍ର ଭାଙ୍ଗିବାର ସ୍ଥିତି ଦେଖା ଦେଇଥିଲା । ସରକାରକୁ ବଞ୍ଚାଇବା ପାଇଁ ଲୋକଙ୍କୁ ଆଶ୍ୱାସନା ଦେଇ ସେମାନଙ୍କୁ କ୍ୟାମ୍ପରେ ରଖିବା ଏବଂ ଯଦି ଏହି ଆଶ୍ୱାସନା ପୂରଣ ନହୁଏ ତେବେ ସେମାନେ ବିଦ୍ରୋହ ଆଡକୁ ଯାଉଛନ୍ତି ବୋଲି ଅନୁଭବ କରୁଛନ୍ତି ।