Rajya Sabha Election 2022: କିପରି ବଦଳିବ ସମୀକରଣ? ୧୬ ଆସନରେ କାହା ପଲ୍ଲା ଭାରୀ?
Advertisement
Article Detail0/zeeodisha/odisha1213908

Rajya Sabha Election 2022: କିପରି ବଦଳିବ ସମୀକରଣ? ୧୬ ଆସନରେ କାହା ପଲ୍ଲା ଭାରୀ?

ଯେଉଁ ୫୭ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ପୂରଣ ହେଉଛି ସେମାନଙ୍କ ମଧ୍ୟରେ ୨୬ ବିଜେପି, ୬ କଂଗ୍ରେସ,  ୩ ଡିଏମକେ, ୩ ଏଆଇଏଡିଏମକେ, ୩ ସମାଜବାଦୀ ପାର୍ଟି, ୩ ବିଜେଡି, ୨ ଟିଆରଏସ, ୨ ବିଏସପି  ସାଂସଦ ଅଛନ୍ତି। ସେହି ୱାଏସଆର, କଂଗ୍ରେସ, ଏନସିପି, ଶିବସେନା, ଆରଜେଡି, ଜେଡିୟୁ ଏବଂ ଅକାଳୀ ଦଳରୁ ଜଣେ ଲେଖାଁଏ ସାଂସଦ ଅଛନ୍ତି।

Rajya Sabha Election 2022: କିପରି ବଦଳିବ ସମୀକରଣ? ୧୬ ଆସନରେ କାହା ପଲ୍ଲା ଭାରୀ?

Rajya Sabha Election 2022: ଦେଶର ୧୫ ରାଜ୍ୟର ୫୭ ରାଜ୍ୟସଭା ଆସନରେ ଜୁନ୍ ୧୦ ତାରିଖରେ ହେବାକୁ ଯାଉଛି ନିର୍ବାଚନ। ହେଲେ ଏହା ପୂର୍ବରୁ ବିଭିନ୍ନ ଦଳର ମୋଟ ୪୧ ଜଣ ପ୍ରାର୍ଥୀ ବିଭିନ୍ନ ରାଜ୍ୟରୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ବାକି ୪ ରାଜ୍ୟରେ ୧୬ ଆସନରେ ମୋଟ ୨୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏହି ଆସ ଜୁନ ୧୦ ତାରିଖରେ ଅନୁଷ୍ଠିତ ହେବ ଏବଂ ସେହି ଦିନ ଫଳାଫଳ ଘୋଷଣା କରାଯିବ। ଫଳାଫଳ ପରେ ରାଜ୍ୟସଭାରେ ବିଭିନ୍ନ ଦଳର ସମୀକରଣ ବଦଳିଯିବ। 

ବର୍ତ୍ତମାନର ସ୍ଥିତି ଅନୁଯାୟୀ ରାଜ୍ୟସଭାରେ ୯୫ ବିଜେପି, ୨୯ କଂଗ୍ରେସ, ୧୩ ଟିଏମସି, ୧୦ ଡିଏମକେ, ୮ ବିଜେଡି, ୮ ଆମ ଆଦମୀ ପାର୍ଟି, ୭ ଟିଆରଏସ, ୬ ୱାଏସଆର କଂଗ୍ରେସ, ୫ ସିପିଏମ, ୫ ଏଆଇଏଡିଏମକେ, ୫ ସମାଜବାଦୀ ପାର୍ଟି, ୫ ଆରଜେଡି, ୫ ଜେଡିୟୁ,  ୪ ଏନସିପି, ୩ ବିଏସପି, ୩ ଶିବସେନା ୭ ସିପିଆଇ, ଗୋଟିଏ ଦଳରୁ  ଜଣେ ଲେଖାଁଏ ସାଂସଦ ଅଛନ୍ତି।  ମନୋନୀତ ସାଂସଦଙ୍କୁ ମିଶଷାଇ ସେମାନଙ୍କର ମୋଟ ସଂଖ୍ୟା ହେଉଛି ୧୭।

ଦେଶର ୧୫ ରାଜ୍ୟର ୫୭ ରାଜ୍ୟସଭା ଆସନରେ ଜୁନ୍ ୧୦ ତାରିଖରେ ହେବାକୁ ଯାଉଛି ନିର୍ବାଚନ। ଯେଉଁଥିରେ ଉତ୍ତର ପ୍ରଦେଶରେ ୧୧, ମହାରାଷ୍ଟ୍ରର ୬, ତାମିଲନାଡୁର ୪, ବିହାରର ୫, ଆନ୍ଧ୍ରପ୍ରଦେଶର ୪, କର୍ଣ୍ଣାଟକ ୪,  ରାଜସ୍ଥାନର ୪, ଓଡ଼ିଶାର ୩, ମଧ୍ୟପ୍ରଦେଶର ୩, ଝାଡଖଣ୍ଡର ୨ , ଛତିଶଗଡର ୨, ତେଲେଙ୍ଗାନାର ୨, ହରିୟାଣାର ୨, ପଞ୍ଜାବର ୨ ଆସନ, ଉତ୍ତରାଖଣ୍ଡର ଗୋଟିଏ ଅନ୍ତର୍ଭୁକ୍ତ ରହିଛି। 

ଯେଉଁ ୫୭ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ପୂରଣ ହେଉଛି ସେମାନଙ୍କ ମଧ୍ୟରେ ୨୬ ବିଜେପି, ୬ କଂଗ୍ରେସ,  ୩ ଡିଏମକେ, ୩ ଏଆଇଏଡିଏମକେ, ୩ ସମାଜବାଦୀ ପାର୍ଟି, ୩ ବିଜେଡି, ୨ ଟିଆରଏସ, ୨ ବିଏସପି  ସାଂସଦ ଅଛନ୍ତି। ସେହି ୱାଏସଆର, କଂଗ୍ରେସ, ଏନସିପି, ଶିବସେନା, ଆରଜେଡି, ଜେଡିୟୁ ଏବଂ ଅକାଳୀ ଦଳରୁ ଜଣେ ଲେଖାଁଏ ସାଂସଦ ଅଛନ୍ତି। ଅନ୍ୟପଟେ କଂଗ୍ରେସ ସାଂସଦ ଓସ୍କାର ଫର୍ଣ୍ଣାଣ୍ଡିସଙ୍କ ମୃତ୍ୟୁ ଏବଂ ଜେଡିୟୁ କୋଟାରୁ ନିର୍ବାଚିତ ଶରଦ ଯାଦବଙ୍କ ଅଯୋଗ୍ୟତା କାରଣରୁ ଖାଲି ଆସନରେ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେଉଛି। ଏହି ଦୁଇଟି ସିଟ୍ ଯୋଡାଯାଏ ତାହେଲେ କଂଗ୍ରେସ ପାଖରେ ୭ ଏବଂ ଜେଡିୟୁ ପାଖରେ ୨ ଜଣ କମ୍ ସାଂସଦ ଅଛନ୍ତି।

ଜୁନ୍ ୧୦ ତାରିଖରେ ହେବାକୁ ଯାଉଥିବା ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିଭିନ୍ନ ଦଳର ମୋଟ ୪୧ ଜଣ ପ୍ରାର୍ଥୀ ବିଭିନ୍ନ ରାଜ୍ୟରୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଉତ୍ତର ପ୍ରଦେଶର ୧୧ ଆସନରେ ଅନୁଷ୍ଠିତ ହେଉଥିବା ନିର୍ବାଚନରେ ୮ ଆସନରେ ବିଜେପି ଏବଂ ୩ ଆସନରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଉଛନ୍ତି। ଏହି ନିର୍ବାଚନରେ ନିର୍ବାଚିତ ହୋଇଥିବା ବିଜେପି ପ୍ରାର୍ଥୀ ହେଉଛନ୍ତି ଡକ୍ଟର ଲକ୍ଷ୍ମୀକାନ୍ତ ବାଜପେୟୀ, ସୁରେନ୍ଦ୍ର କୁମାର ନାଗର, ଡକ୍ଟର କେ.ଲକ୍ଷ୍ମଣ, ମିଥଲେଶ କୁମାର, ବାବୁ ରାମ ନିଷାଦ, ଡ.ରାଧା ମୋହନ ଦାସ ଅଗ୍ରୱାଲ, ଦର୍ଶନ ସିଂହ ଏବଂ ସଙ୍ଗୀତ ଯାଦବ। ସେହିପରି ସମାଜାବଦୀ ପାର୍ଟି ସମର୍ଥିତ ପ୍ରାର୍ଥୀ କପିଲ ଶିବଲ, ଆରଏଲଡି ଅଧ୍ୟକ୍ଷ ଜୟନ୍ତ ଚୌଧୁରୀ, ଦଳୀୟ ଜାଭେଦ ଅଲି ଖାନ ବିନା ନିର୍ବାଚନରେ ​​ନିର୍ବାଚିତ ହୋଇଛନ୍ତି। 

ମଧ୍ୟ ପ୍ରଦେଶରୁ ବିଜେପି ପ୍ରାର୍ଥୀ କବିତା ପଟିଦାର ଓ ସୁମିତ୍ରା ବାଲ୍ମିକୀ ଏବଂ କଂଗ୍ରେସ ପ୍ରାର୍ଥୀ ବିବେକ ତନଖା ମଧ୍ୟ ​​ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଝାଡଖଣ୍ଡରୁ ବିଜେପି ପ୍ରାର୍ଥୀ ଆଦିତ୍ୟ ସାହୁ ଏବଂ ଜେଏମଏମ ପ୍ରାର୍ଥୀ ମହୁଆ ମାଜି ନିର୍ଦ୍ୱନ୍ଦ୍ୱରେ ​​ନିର୍ବାଚିତ ହୋଇଛନ୍ତି। ବିହାରରୁ ବିଜେପି ପ୍ରାର୍ଥୀ ସତୀଶ ଚନ୍ଦ୍ର ଦୁବେ ଏବଂ ଶମ୍ଭୁ ଶରଣ ପଟେଲ, ଜେଡିୟୁ ପ୍ରାର୍ଥୀ କ୍ଷୀରୁ ମାହତୋ, ଆରଜେଡି ପ୍ରାର୍ଥୀ ମିସା ଭାରତୀ ଏବଂ ଫୈୟଜ ଅହମ୍ମଦ ବିନା ନିର୍ବାଚନରେ ​​ନିର୍ବାଚିତ ହୋଇଛନ୍ତି।    

ଛତିଶଗଡରୁ କଂଗ୍ରେସ ପ୍ରାର୍ଥୀ ରାଜୀବ ଶୁକ୍ଳା ଏବଂ ରଞ୍ଜିତ ରଞ୍ଜନ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ସଂଖ୍ୟା ବଳ କମ ହେବା କାରଣରୁ ବିଜେପି ଏଠାରେ ପ୍ରାର୍ଥୀ ଛିଡ଼ା କରିନଥିଲା। ଓଡିଶାରୁ ବିଜେଡି ପ୍ରାର୍ଥୀ ସସ୍ମିତ ପାତ୍ର, ମାନସ ମଙ୍ଗରାଜ ଏବଂ ସୁଲତା ଦେଓ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ପଞ୍ଜାବରୁ ଆମ ଆଦମୀ ପାର୍ଟି ପ୍ରାର୍ଥୀ ସନ୍ତ ବଲବୀର ସିଂହ ସୀଚେୱାଲ ଏବଂ ବିକ୍ରମଜିତ ସିଂହ ସାହନି ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ଅନ୍ୟପଟେ ଉତ୍ତରାଖଣ୍ଡ ବିଜେପି ପ୍ରାର୍ଥୀ କଳ୍ପନା ସୈନୀ ବିନା ପ୍ରତିଦ୍ୱନ୍ଦ୍ୱିତାରେ ରାଜ୍ୟସଭାରେ ପହଞ୍ଚିଛନ୍ତି।

ତାମିଲନାଡୁରୁ କଂଗ୍ରେସ ପ୍ରାର୍ଥୀ  ପି ଚିଦାମ୍ବରମ, ଡିଏମକେ ପ୍ରାର୍ଥୀ କେ.ଏସ୍ କଲ୍ୟାଣସୁନ୍ଦରମ୍, ଆର ଗିରିରାଜନ୍, କେଆରଏନ୍ ରାଜେଶ କୁମାର, ଏଆଇଏଡିଏମକେ ପ୍ରାର୍ଥୀ ସିଭି ଶାନମୁଗମ୍ ଏବଂ ଆର ଧର୍ମର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଅନ୍ୟପଟେ ଆନ୍ଧ୍ର ପ୍ରଦେଶରୁ  ୱାଇଏସଆର କଂଗ୍ରେସ ପ୍ରାର୍ଥୀ ବି.ବିଜୟାସାଇ ରେଡ୍ଡି,  ମସ୍ତାନ୍ ରାଓ, ଆର କୃଷ୍ଣୈୟା, ଏସ୍ ନିରଞ୍ଜନ ରେଡ୍ଡୀ ବିନା ପ୍ରତିଦ୍ୱନ୍ଦ୍ୱିତାରେ ରାଜ୍ୟସଭାରେ ପହଞ୍ଚିଛନ୍ତି।

ବାକି ୪ ରାଜ୍ୟରେ ୧୬ ଆସନରେ ମୋଟ ୨୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏହି ଆସନ ଲାଗି ଜୁନ ୧୦ ତାରିଖରେ ଅନୁଷ୍ଠିତ ହେବ ଏବଂ ସେହି ଦିନ ଫଳାଫଳ ଘୋଷଣା କରାଯିବ। ରାଜ୍ୟସଭା ନିର୍ବାଚନ ହେବାକୁ ଯାଉଥିବା ରାଜ୍ୟ ହେଉଛନ୍ତି ମହାରାଷ୍ଟ୍ର ରାଜସ୍ଥାନ, ହରିୟାଣା ଏବଂ କର୍ଣ୍ଣାଟକ।  

ମହାରାଷ୍ଟ୍ରର ୬ ଆସନରେ ନିର୍ବାଚନ ଅନୁଷ୍ଠିତ ହେଉଛି। ଏଠାରେ କଂଗ୍ରେସ, ଏନସିପି ଏବଂ ଶିବସେନା ସହଜରେ ଗୋଟିଏ ଏବଂ ବିଜେପି ଦୁଇଟି ସିଟ୍ ଦଖଲ କରିବ। ମାତ୍ର ଏଠାରେ ଗୋଟିଏ ଆସନ ଲାଗି ଶିବସେନାର ଦ୍ୱିତୀୟ ତଥା ବିଜେପିର ତୃତୀୟ ପ୍ରାର୍ଥୀଙ୍କ ମଧ୍ୟରେ ମୁକାବିଲା ହେବ। କର୍ଣ୍ଣାଟକର ୪ ଆସନରେ ରୋଚକପୂର୍ଣ୍ଣ ମୁକାବିଲା ହେବାକୁ ଯାଉଛି। ରାଜ୍ୟର ୪ ଆସନରେ ୬ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ଏଠାରେ ବିଜେପି ୩, କଂଗ୍ରେସ ୨, ଜେଡିଏସ ଜଣେ ପ୍ରାର୍ଥୀଙ୍କୁ ଛିଡା଼ କରିଛି। ଏଠାରେ ୨ ସିଟ୍ ବିଜେପି ଏବଂ ଗୋଟିଏ ସିଟ ଦଖଲ କରିପାରେ। ମାତ୍ର ଚତୁର୍ଥ ଆସନ ଲାଗି ବିଜେପି, କଂଗ୍ରେସ, ଜେଡିଏସ ପ୍ରାର୍ଥୀଙ୍କ ମଧ୍ୟରେ ମୁକାବିଲା ହେବ। 
  
ରାଜସ୍ଥାନରେ ଖାଲି ହେଉଥିବା ୪ ସିଟ୍ ମଧ୍ୟରୁ କଂଗ୍ରେସ ୨ ଏବଂ ବିଜେପି ଗୋଟିଏ ଆସନ ଦଖଲ କରିବା ସନୁଶ୍ଚିତ। ମାତ୍ର ବାକି ରହୁଥିବା ଗୋଟିଏ ଆସନରେ କଂଗ୍ରେସ ଏବଂ ବିଜେପି ସମର୍ଥିତ ସ୍ୱାଧିନ ପ୍ରାର୍ଥୀଙ୍କ ମଧ୍ୟରେ ମୁକାବିଲା ହେବ। ହରିୟାଣାର ଯେଉଁ ୨ ଆସନରେ ନିର୍ବାଚନ ଅନୁଷ୍ଠିତ ହେଉଛି ତାହା ମଧ୍ୟରୁ ଗୋଟିଏ ଆସନ ବିଜେପି ଖାତାକୁ ଯିବା ସୁନିଶ୍ଚିତ। ମାତ୍ର ଦ୍ୱିତୀୟ ଆସନରେ ବିଜେପି ସମର୍ଥିତ ସ୍ୱାଧିନ ପ୍ରାର୍ଥୀ କାର୍ତ୍ତିକେୟ ଶର୍ମା ଏବଂ କଂଗ୍ରେସ  ପ୍ରାର୍ଥୀ  ଅଜୟ ମାକେନଙ୍କ ମଧ୍ୟରେ ମୁକାବିଲା ହେବ।   

ରାଜ୍ୟସଭା ନିର୍ବାଚନ ଫଳାଫଳ ଆସିବା ପରେ ବିଜେପି ଆସନ ସଂଖ୍ୟା ୨୧-୨୩ ମଧ୍ୟରେ ରହିବ। ପୂର୍ବରୁ ଦଳର ୧୪ ଜଣ ସାଂସଦ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇସାରିଛନ୍ତି। ଏହା ସହିତ ଯେଉଁ ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେଉଛି ସେଠାରେ ୭ ଆସନ ଦଖଲ କରିପାରେ ଦଳ। ଅବସର ନେଉଥିବା ୨୬ ବିଜେପି ସାଂସଦଙ୍କ ବଦଳରେ ରାଜ୍ୟସଭାକୁ ନିର୍ବାଚିତ ହେଉଥିବା ନୂଆ ସାଂସଦଙ୍କ ସଂଖ୍ୟା କମ୍ ହେବ। ଦଳ ରାଜ୍ୟସଭା ନିର୍ବାଚନରେ ତିନୋଟିରୁ ପାଞ୍ଚଟି ସିଟ୍ ହରାଇବ। 

ଅନ୍ୟପଟେ କଂଗ୍ରେସ ସାଂସଦଙ୍କ ସଂଖ୍ୟା ୮-୧୧ ମଧ୍ୟରେ ରହିବ। ଅବସର ନେଉଥିବା ୬ କଂଗ୍ରେସ ସାଂସଦଙ୍କ ବଦଳରେ ରାଜ୍ୟସଭାକୁ ୫ ଜଣ ଅଧିକ ସାଂସଦ ଆସିବେ। ସେହିପରି ବିଏସପି ଭଳି ଦଳର କୌଣସି ପ୍ରତିନିଧିତ୍ୱ ରାଜ୍ୟସଭାରେ ରହିବ ନାହିଁ। ଅନ୍ୟପଟେ ନିର୍ବାଚନ ପରେ ଆମ ଆଦମୀ ପାର୍ଟି ଏବଂ ୱାଏସଆଇ କଂଗ୍ରେସ ଭଳି ଦଳର ସାଂସଦଙ୍କ ସଂଖ୍ୟା ପୂର୍ବ ତୁଳନାରେ ବୃଦ୍ଧି ପାଇବ।

Also Read: Rajya Sabha Election 2022: ମତଦାନ ପୂର୍ବରୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ବିଭିନ୍ନ ଦଳର ପ୍ରାର୍ଥୀ

Also Read: Rajya Sabha Election ୨୦୨୨: କଂଗ୍ରେସ ପ୍ରାର୍ଥୀଙ୍କୁ ଚେକମେଟ ଦେବା ଲାଗି ପ୍ରସ୍ତୁତ ବିଜେପି

Also Read: Rajya Sabha Election 2022: ବିଜେପି ରଣନୀତିରେ ଫସିଗଲା କଂଗ୍ରେସ!