Akhilesh Yadav: ବିହାରରେ କ୍ଷମତା ପରିବର୍ତ୍ତନ ପରେ ଉତ୍ସାହିତ ହୋଇଉଠିଲେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ
Advertisement
Article Detail0/zeeodisha/odisha1298554

Akhilesh Yadav: ବିହାରରେ କ୍ଷମତା ପରିବର୍ତ୍ତନ ପରେ ଉତ୍ସାହିତ ହୋଇଉଠିଲେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ

Uttar Pradesh Opposition Leader: ବିହାର  ରାଜନୀତିରେ  ବିଜେପି ଜେଡିୟୁ ମେଣ୍ଟ ଭାଙ୍ଗିବା ଭାରତୀୟ ରାଜନୀତି ପାଇଁ ଏକ ଭଲ ଆରମ୍ଭ। ଦେଶର ସ୍ୱାଧିନତା ଆନ୍ଦୋଳନ ସମୟରେ ଦିଆଯାଇଥିବା 'ଇଂରେଜ ଭରତ ଛୋଡ' ସ୍ଲୋଗାନ ମାଧ୍ୟମରେ 'ବିଜେପି  କ୍ଷମତା ଛାଡୁ' ବୋଲି ସଙ୍କେତ ଦେଇଛି। 

Akhilesh Yadav: ବିହାରରେ କ୍ଷମତା ପରିବର୍ତ୍ତନ ପରେ ଉତ୍ସାହିତ ହୋଇଉଠିଲେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ

Samajwadi Party President: ବିହାର ରାଜନୀତିରେ ହୋଇଥିବା କ୍ଷମତା ପରିବର୍ତ୍ତନକୁ ନେଇ ଉତ୍ସାହିତ ହୋଇଉଠିଛନ୍ତି ଉତ୍ତର ପ୍ରଦେଶ ବିରୋଧି ଦଳ ନେତା ତଥା ସମାଜବାଡି ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ। ବିହାର ରାଜନୀତିରେ ସରକାର ପରିବର୍ତ୍ତନ ହେବା ପରେ ତାଙ୍କ ଆତ୍ମ ବିଶ୍ୱାସ ବୃଦ୍ଧିପାଇଛି। ବିହାର  ରାଜନୀତିରେ  ବିଜେପି ଜେଡିୟୁ ମେଣ୍ଟ ଭାଙ୍ଗିବା ଭାରତୀୟ ରାଜନୀତି ପାଇଁ ଏକ ଭଲ ଆରମ୍ଭ ବୋଲି କହିଛନ୍ତି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ।

ଏନେଇ ପ୍ରତିକ୍ରିୟା ରଖି ଉତ୍ତର ପ୍ରଦେଶ ବିରୋଧି ଦଳ ନେତା (Uttar Pradesh Opposition Leader) ତଥା ସମାଜବାଡି ପାର୍ଟି ଅଧ୍ୟକ୍ଷ (Samajwadi Party President) ଅଖିଲେଶ ଯାଦବ (Akhilesh Yadav) କହିଛନ୍ତି ଏହା ଏକ ଶେଷର ଆରମ୍ଭ। ଏହା ଦେଶର ସ୍ୱାଧିନତା ଆନ୍ଦୋଳନ ସମୟରେ ଦିଆଯାଇଥିବା 'ଇଂରେଜ ଭରତ ଛୋଡ' ସ୍ଲୋଗାନ ମାଧ୍ୟମରେ 'ବିଜେପି  କ୍ଷମତା ଛାଡୁ' ବୋଲି ସଙ୍କେତ ଦେଇଛି। ଆମ ସମ୍ପ୍ରଦାୟର ଲୋକଙ୍କୁ ଆଉ କୌଣସି ଅନୁଷ୍ଠାନରେ ନିଯୁକ୍ତି ମିଳୁନାହିଁ। ରାଜ୍ୟର ବିଶ୍ୱବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ବିଜେପି ସମର୍ଥକଙ୍କୁ ନିଯୁକ୍ତ କରାଯାଉଛି।

ସେ ଚେତାବନୀ ଦେଇଛନ୍ତି ଯେ ଯଦି ସେମାନେ ଅଧିକ ଶକ୍ତିଶାଳୀ ହୋଇଯାନ୍ତି ତାହେଲେ ଆପଣଙ୍କର ଭୋଟ୍ ଦେବାର ଅଧିକାର ମଧ୍ୟ ଛଡ଼ାଇ ନିଆଯାଇପାରେ। ଲୋକମାନେ ଏଭଳି ସମ୍ଭାବନାକୁ ହାଲୁକା ଭାବରେ ଗ୍ରହଣ କରିବା ଠିକ ନୁହେଁ। କାରଣ ଭାରତର ପଡ଼ୋଶୀ ଦେଶରେ ଏପରି ଘଟଣା ଘଟୁଛି।

ସରକାରୀ ଉଦ୍ୟୋଗକୁ (Government Enterprise) ବିଜେପି ସରକାର (BJP Govt) କର୍ପୋରେଟ୍ ସେକ୍ଟର (Corporate Sector) ହାତକୁ ଟେକି ଦେଉଥିବା ନେଇ ଅଭିଯୋଗ କରିଛନ୍ତି ଅଖିଳେଶ ଯାଦବ। ଏନେଇ ସେ ସ କହିଛନ୍ତି ରେଳବାଇ, ବିମାନବନ୍ଦର ଏବଂ ସରକାରୀ ବିମାନ ସେବା ପ୍ରଦାନକାରୀ ପ୍ରତିଷ୍ଠାନ ବିକ୍ରି କରି ଦିଆଯାଉଛି। ଏପରି ଏକ ସମୟ ଆସିବ ଯେତେବେଳେ ଲୋକଙ୍କୁ ଦାସ ଭଳି ବ୍ୟବହାର କରାଯିବ। ଯଦି ବିଜେପି କ୍ଷମତାରେ ରହେ ତାହେଲେ ଆମେ ସମସ୍ତେ ଦାସ ହୋଇଯିବୁ। ଆଗାମୀ ଦିନରେ ସରକାର ଆପଣଙ୍କ ଗହମ କିଣିବେ ନାହିଁ। ଘରୋଇ କମ୍ପାନୀ ଆପଣଙ୍କ ଗହମ କିଣିବେ। ବିଜେପି ସରକାର ଗରିବ ଏବଂ କୃଷକଙ୍କ ସରକାର ନୁହେଁ ବରଂ ଧନୀ ଏବଂ କର୍ପୋରେଟ ହାଉସ ସରକାର।

Also Read: Akhilesh Yadav: କ୍ଷୀର-ଦହି ଉପରେ ଜିଏସଟି ଲଗାଇବାକୁ ନେଇ ସମାଜବାଦୀ ପାର୍ଟି ଅଧ୍ୟକ୍ଷଙ୍କ କଟାକ୍ଷ

ବିଜେପି ହେଉଛି ଶିଳ୍ପପତିଙ୍କ ସରକାର। ବିଜେପି କ୍ଷମତାକୁ ଆସିବା ଦିନଠାରୁ ଦରଦାମ ବୃଦ୍ଧି ପାଉଛି। ଡିଜେଲ-ପେଟ୍ରୋଲ ଠାରୁ ଆରମ୍ଭ କରି ଗ୍ୟାସ ସିଲିଣ୍ଡର, ଦୁଗ୍ଧ, ଦହି ସବୁକିଛି ମହଙ୍ଗା ହଇଯାଇଛି। କୃଷକ କୃଷିରେ କ୍ଷତି ସହୁଛନ୍ତି। କୃଷକଙ୍କୁ ସେମାନଙ୍କ 
ଫସଲର ମୂଲ୍ୟ ମିଳୁନାହିଁ। ବିଜେପି ସରକାର ସେନା ବାହିନୀରେ ଅଗ୍ନବୀର ଯୋଜନା ଆଣି ଯୁବକଙ୍କୁ ଠକିଛନ୍ତି। ଆଗାମୀ ଦିନରେ ପୋଲିସ ଏବଂ ପିଏସି ନିଯୁକ୍ତିରେ ବିଜେପି ସରକାର ଏହି ସମାନ ଯୋଜନା ଆଣିବେ। ଚୁକ୍ତିନାମା ଅନୁଯାୟୀ ସରକାରୀ ଚାକିରୀ ପ୍ରଦାନ କରିବା ବିଜେପି ସରକାରଙ୍କ ଉଦ୍ଦେଶ୍ୟ। ଯୁବକଙ୍କୁ ଚାକିରୀ ମିଳୁନାହାଁ। ବହୁ ସଂଖ୍ୟାରେ ଯୁବକ ବେକାର ଅଛନ୍ତି। ବିଜେପି ସରକାର କେବଳ ଶିଳ୍ପପତିଙ୍କ ସୁବିଧା ପାଇଁ କାର୍ଯ୍ୟ କରୁଛି।