Akhilesh Yadav: କ୍ଷୀର-ଦହି ଉପରେ ଜିଏସଟି ଲଗାଇବାକୁ ନେଇ ସମାଜବାଦୀ ପାର୍ଟି ଅଧ୍ୟକ୍ଷଙ୍କ କଟାକ୍ଷ
Advertisement
Article Detail0/zeeodisha/odisha1267850

Akhilesh Yadav: କ୍ଷୀର-ଦହି ଉପରେ ଜିଏସଟି ଲଗାଇବାକୁ ନେଇ ସମାଜବାଦୀ ପାର୍ଟି ଅଧ୍ୟକ୍ଷଙ୍କ କଟାକ୍ଷ

Akhilesh Yadav on GST: ଗୁରୁବାର ଜୟ ଶ୍ରୀକୃଷ୍ଣ ଅଭିଭାଷଣରୁ ଆରମ୍ଭ ହୋଇଥିବା ଏକ ଟ୍ୱିଟ କରି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ କହିଛନ୍ତି ଯେ ଜନ୍ମାଷ୍ଟମୀର ଏକ ମାସ ପୂର୍ବରୁ କ୍ଷୀର, ଦହି, ଲହୁଣୀ ଉପରେ ଜିଏସଟି ଲଗାଇ ବିଜେପି ସରକାର କୃଷ୍ଣଭକ୍ତଙ୍କୁ ଆଘାତ ଦେଇଛନ୍ତି। 

Akhilesh Yadav: କ୍ଷୀର-ଦହି ଉପରେ ଜିଏସଟି ଲଗାଇବାକୁ ନେଇ ସମାଜବାଦୀ ପାର୍ଟି ଅଧ୍ୟକ୍ଷଙ୍କ କଟାକ୍ଷ

Akhilesh Yadav on GST: ଦୁଗ୍ଧ ଜାତୀୟ ଦ୍ରବ୍ୟ ଉପରେ ଦ୍ରବ୍ୟ ଏବଂ ସେବା କର ଲାଗୁ କରିବାକୁ ନେଇ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ତଥା ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। କ୍ଷୀର, ଦହି, ଲହୁଣୀ ଜିଏସଟି ଲାଗୁ ହେବାପରେ ସେ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ ବର୍ତ୍ତମାନ ଦୁଗ୍ଧ ଜାତୀୟ ଦ୍ରବ୍ୟ ଉପରେ ଜିଏସଟି ଦେବାକୁ ହେବ?

ଗୁରୁବାର ଜୟ ଶ୍ରୀକୃଷ୍ଣ ଅଭିଭାଷଣରୁ ଆରମ୍ଭ ହୋଇଥିବା ଏକ ଟ୍ୱିଟ କରି ସମାଜବାଦୀ ପାର୍ଟି ଅଧ୍ୟକ୍ଷ (Samajwadi Party Chief) ତଥା ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ (Former Chief Minister of Uttar Pradesh) ଅଖିଳେଶ ଯାଦବ (Akhilesh Yadav) କହିଛନ୍ତି ଯେ ଜନ୍ମାଷ୍ଟମୀର ଏକ ମାସ ପୂର୍ବରୁ କ୍ଷୀର, ଦହି, ଲହୁଣୀ ଉପରେ ଜିଏସଟି ଲଗାଇ ବିଜେପି ସରକାର କୃଷ୍ଣଭକ୍ତଙ୍କୁ ଆଘାତ ଦେଇଛନ୍ତି। ଆହତ ହୋଇ ପ୍ରତ୍ୟେକ କୃଷ୍ଣଭକ୍ତ ପ୍ରଶ୍ନ କରୁଛନ୍ତି ଯେ ବର୍ତ୍ତମାନ  ଦୁଗ୍ଧ ଜାତୀୟ ଦ୍ରବ୍ୟ ଉପରେ ଜିଏସଟି ଦେବାକୁ ହେବ?

ଗତ ଜୁଲାଇ ୧୮ ତାରିଖରେ କେନ୍ଦ୍ର ସରକାର ପ୍ୟାକିଂ ହୋଇଥିବା ଦହି, ଲସି, ପନୀର, ଲହୁଣୀ ଭଳି ଦୁଗ୍ଧଜାତ ଦ୍ରବ୍ୟ ଉପରେ ୫% ଦ୍ରବ୍ୟ ଏବଂ ସେବା କର ଲାଗୁ କରିଛନ୍ତି। ଏହା ବ୍ୟତୀତ ଚାଉଳ, ଅଟା ଏବଂ ଗହମ ଉପରେ ଜିଏସଟି ଲଗାଯାଇଛି। ଯେଉଁଥିପାଇଁ ଦୈନନ୍ଦିନ ଜୀବନରେ ବ୍ୟବହାର ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇଛି। 

ଅଖିଳେଶ ଯାଦବ ପ୍ରତିଦିନ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଏହି ଟ୍ୱିଟ୍ ସହିତ ରାଜନୈତିକ ଗତିବିଧି ବାବଦରେ କଳ୍ପନାଜଳ୍ପନା ପ୍ରକାଶ ପାଉଛି। ସେ  ଜୟ ଶ୍ରୀକୃଷ୍ଣ' ସହିତ ଏହି ଟ୍ୱିଟ୍ ଆରମ୍ଭ କରିଥିଲେ। ଏଭଳି ପରିସ୍ଥିତିରେ ତାଙ୍କର ଏହି ଟ୍ୱିଟ୍ ଭଗବାନ କୃଷ୍ଣଙ୍କ ସହ ଯୋଡି ହୋଇ ରହିଛି। ଯଦିଓ ଅଖିଳେଶ ଯାଦବ ଭଗବାନ କୃଷ୍ଣଙ୍କ ବାବଦରେ ଅନେକ ଥର କହିସାରିଛନ୍ତି।

Also Read: ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଚର୍ଚ୍ଚାରେ ସମାଜବାଦୀ ପାର୍ଟି କର୍ମକର୍ତ୍ତାଙ୍କ କାରନାମା

Also Read: ନିର୍ବାଚନ ପରାଜୟକୁ ବରଣ କରି ପାରିଲେ ନାହିଁ ଦଳୀୟ କର୍ମକର୍ତ୍ତା; ନେଲେ ଏପରି ଭୟାନକ ପଦକ୍ଷେପ

Also Read: ନିର୍ବାଚନ ହାରିବା ପରେ ଦଳୀୟ କର୍ମକର୍ତ୍ତାଙ୍କୁ ପୁରସ୍କୃତ କଲେ ସମାଜବାଦୀ ପାର୍ଟି ମୁଖ୍ୟ