ଚାଲିଲାନି ଯୋଗୀଙ୍କ ଯାଦୁ! ବାରାଣାସୀରେ ହାରିଲା ବିଜେପି
Advertisement
Article Detail0/zeeodisha/odisha1151351

ଚାଲିଲାନି ଯୋଗୀଙ୍କ ଯାଦୁ! ବାରାଣାସୀରେ ହାରିଲା ବିଜେପି

UP MLC Election Result 2022: ଅନ୍ନପୂର୍ଣ୍ଣା ସିଂ (Annapurna Singh) ଙ୍କୁ ପ୍ରଥମ ପସନ୍ଦ ଭାବେ ୪,୨୩୪ ଭୋଟ, ଏସପି (SP) ପ୍ରାର୍ଥୀ ଉମେଶ ଯାଦବ ୩୪୫ ଏବଂ ବିଜେପି ପ୍ରାର୍ଥୀ ଡକ୍ଟର ସୁଦାମା ପଟେଲ ମାତ୍ର ୧୭୦ ଭୋଟ ପାଇଛନ୍ତି । ମୋଟ ବୈଧ ଭୋଟ୍ ୪,୭୪୯ ଭୋଟ୍ ଗଣନା କରାଯାଇଥିଲା । ୧୨୭ ଭୋଟ୍ ବାତିଲ ହୋଇଥିବାବେଳେ ବାରାଣାସୀ, ଚାନ୍ଦୁଲି ଏବଂ ଭଦୋହୀରେ ମୋଟ ୪,୯୪୯ ଭୋଟରଙ୍କ ମଧ୍ୟରୁ ୪,୮୭୬ ଜଣ ଏହି ଆସନରେ ମତଦାନ କରିଛନ୍ତି ।

ଚାଲିଲାନି ଯୋଗୀଙ୍କ ଯାଦୁ! ବାରାଣାସୀରେ ହାରିଲା ବିଜେପି

ଲକ୍ଷ୍ନୌ: UP MLC Election Result 2022: ଉତ୍ତର ପ୍ରଦେଶର ବିଧାନ ପରିଷଦ ନିର୍ବାଚନ (UP MLC Election 2022) ରେ ​​ଭାରତୀୟ ଜନତା ପାର୍ଟି (BJP) ଅଧିକାଂଶ ଆସନ ଜିତିଛି । କିନ୍ତୁ ବାରାଣାସୀ (Varanasi) ରେ ବିଜେପି (BJP) ର ଗଡ଼ ତଥା ପ୍ରଧାନମନ୍ତ୍ରୀ ମୋଦି ( (PM Modi) ଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀରେ ଗେରୁଆ ଦଳକୁ ଏକ ବଡ଼ ଝଟକା ଲାଗିଛି । ବାରାଣାସୀରେ ବିଜେପି ପ୍ରାର୍ଥୀ ତୃତୀୟ ସ୍ଥାନରେ ରହିଛି । ଏହି ଆସନରୁ ସ୍ୱାଧୀନ ପ୍ରାର୍ଥୀ ତଥା ବ୍ରିଜେଶ ସିଂ (Brijesh Singh) ଙ୍କ ପତ୍ନୀ ଅନ୍ନପୂର୍ଣ୍ଣା ସିଂ (Annapurna Singh) ଜିତିଛନ୍ତି ।

ଅନ୍ନପୂର୍ଣ୍ଣା ସିଂ (Annapurna Singh) ଙ୍କୁ ପ୍ରଥମ ପସନ୍ଦ ଭାବେ ୪,୨୩୪ ଭୋଟ, ଏସପି (SP) ପ୍ରାର୍ଥୀ ଉମେଶ ଯାଦବ ୩୪୫ ଏବଂ ବିଜେପି ପ୍ରାର୍ଥୀ ଡକ୍ଟର ସୁଦାମା ପଟେଲ ମାତ୍ର ୧୭୦ ଭୋଟ ପାଇଛନ୍ତି । ମୋଟ ବୈଧ ଭୋଟ୍ ୪,୭୪୯ ଭୋଟ୍ ଗଣନା କରାଯାଇଥିଲା । ୧୨୭ ଭୋଟ୍ ବାତିଲ ହୋଇଥିବାବେଳେ ବାରାଣାସୀ, ଚାନ୍ଦୁଲି ଏବଂ ଭଦୋହୀରେ ମୋଟ ୪,୯୪୯ ଭୋଟରଙ୍କ ମଧ୍ୟରୁ ୪,୮୭୬ ଜଣ ଏହି ଆସନରେ ମତଦାନ କରିଛନ୍ତି ।

ସୂଚନାଯୋଗ୍ୟ, ବାରାଣାସୀର ବିଜେପି ପ୍ରାର୍ଥୀ ସୁଦାମା ପଟେଲ (Sudama Patel) ପରାଜୟକୁ ନେଇ ପୂର୍ବରୁ ଆଶଙ୍କା କରିଥିଲେ । ନିକଟ ଅତୀତରେ ଗଣମାଧ୍ୟମ ସହ ଏକ ବାର୍ତ୍ତାଳାପରେ ସେ କହିଥିଲେ ଯେ ଦଳର ନେତାମାନେ ତାଙ୍କୁ ସମର୍ଥନ କରୁନାହାଁନ୍ତି ଓ ମାଫିଆ ବ୍ରିଜେଶ ସିଂଙ୍କ ପତ୍ନୀଙ୍କୁ ସମର୍ଥନ କରୁଛନ୍ତି । ତେବେ ବାରାଣାସୀରେ ଏମଏଲସି ଆସନ ଉପରେ ବ୍ରିଜେଶ ସିଂ ପ୍ରାଧାନ୍ୟ ବିସ୍ତାର କରିଛନ୍ତି । ବ୍ରିଜେଶ ସିଂଙ୍କ ପରିବାର ପ୍ରାୟ ଦୁଇ ଦଶନ୍ଧି ଧରି ଏହି ଆସନ ଉପରେ ନିଜର ଦବଦବା ଜାରି ରଖିଛି । ତେବେ ଏସପି ଠାରୁ ପଛରେ ରହିଯିବା ନିଶ୍ଚିତ ଭାବେ ବିଜେପି ପାଇଁ ଏକ ଝଟକା ।

ଏହା ବି ପଢ଼ନ୍ତୁ:-ଶିବପାଲଙ୍କ ବିଦ୍ରୋହ ପୂର୍ବରୁ ଅଖିଳେଶଙ୍କୁ ଲାଗିଲା ବଡ଼ ଝଟକା! ଆଗରୁ ମିଳିଥିଲା ଏମିତି ଇସାରା

ଏହା ବି ପଢ଼ନ୍ତୁ:-ଗରିବଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି! ଶ୍ରମିକଙ୍କ ଖାତାକୁ ସରକାର ପଠାଇଲେ ୫-୫ ହଜାର ଟଙ୍କା

ଏହା ବି ପଢ଼ନ୍ତୁ:-ଆମେରିକାକୁ ନେଇ ଭାରତର ସ୍ଥିତି ଉପରେ ଚୀନ ବହୁତ ଖୁସ୍, ଜାଣନ୍ତୁ କ'ଣ ରହିଛି କାରଣ

 

ଦୁଇଥର ବାହୁବଲୀ ବ୍ରିଜେଶ ସିଂଙ୍କ ଭାଇ ଚୁଲବୁଲ ସିଂ ଏମଏଲସି ପଦରେ ରହିସାରିଛନ୍ତି । ଏହା ପରେ ବ୍ରିଜେଶ ସିଂଙ୍କ ପତ୍ନୀ ଅନ୍ନପୂର୍ଣ୍ଣା ସିଂ ୨୦୧୦ରୁ ୨୦୧୬ ପର୍ଯ୍ୟନ୍ତ MLC ଥିଲେ । ୨୦୧୬ରେ ବ୍ରିଜେଶ ସିଂ ନିଜେ MLC ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡ଼ା ହୋଇଥିଲେ, ତାପରେ ସେ ଜିତିଥିଲେ । ଏଥର ବ୍ରିଜେଶ ସିଂ ଛିଡ଼ା ହେବା ପରେ  ତାଙ୍କ ନାମ ପ୍ରତ୍ୟାହାର କରିନେଇଥିଲେ । ଏହା ସହିତ ବାରାଣାସୀର ତ୍ରିକୋଣୀୟ ଲଢ଼େଇରେ ବ୍ରିଜେଶ ସିଂଙ୍କ ପତ୍ନୀ ଅନ୍ନପୂର୍ଣ୍ଣା ସିଂ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନରେ ​​ଏକ ବଡ଼ ବିଜୟ ହାସଲ କରିଛନ୍ତି ।