ଗରିବଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି! ଶ୍ରମିକଙ୍କ ଖାତାକୁ ସରକାର ପଠାଇଲେ ୫-୫ ହଜାର ଟଙ୍କା
Advertisement
Article Detail0/zeeodisha/odisha1151244

ଗରିବଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି! ଶ୍ରମିକଙ୍କ ଖାତାକୁ ସରକାର ପଠାଇଲେ ୫-୫ ହଜାର ଟଙ୍କା

ସୂଚନାଯୋଗ୍ୟ, ରାଜଧାନୀ ଦିଲ୍ଲୀରେ ପ୍ରାୟ ୧୧ ଲକ୍ଷ ନିର୍ମାଣ ଶ୍ରମିକ ଅଛନ୍ତି, ସେଥିମଧ୍ୟରୁ ନଅ ଲକ୍ଷ ଶ୍ରମିକ କଲ୍ୟାଣ ବୋର୍ଡରେ ପଞ୍ଜୀକୃତ ହୋଇଛନ୍ତି । ସିସୋଦିଆ କହିଛନ୍ତି ଯେ, ଯେଉଁ ଶ୍ରମିକମାନେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ସମସ୍ୟା କିମ୍ବା ଆକାଉଣ୍ଟର ଅପଡେଟ୍ ଯୋଗୁଁ ସହାୟତା ପାଇନାହାଁନ୍ତି, ସେମାନେ ଇ-ଡିସଟ୍ରିକ୍ଟ ୱେବସାଇଟରେ ମାଗଣାରେ ବ୍ୟାଙ୍କ ଆକାଉଣ୍ଟ ବିବରଣୀକୁ ସଂଶୋଧିତ କରିନିଅନ୍ତୁ ।

ଗରିବଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି! ଶ୍ରମିକଙ୍କ ଖାତାକୁ ସରକାର ପଠାଇଲେ ୫-୫ ହଜାର ଟଙ୍କା

ନୂଆଦିଲ୍ଲୀ: ଗରିବ ଲୋକଙ୍କୁ ଦିଲ୍ଲୀ ସରକାର (Delhi Government) ବଡ଼ ରିହାତି ପ୍ରଦାନ କରିଛନ୍ତି । ସରକାର ୨୩,୨୫୬ ନିର୍ମାଣ ଶ୍ରମିକ (Delhi Construction Workers) ଙ୍କୁ ୫-୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଆସନ୍ତା ଏକ କିମ୍ବା ଦୁଇ ଦିନ ମଧ୍ୟରେ ମୋଟ ୧୧.୬ କୋଟି ଟଙ୍କା ସମସ୍ତ କର୍ମଚାରୀଙ୍କ ଆକାଉଣ୍ଟରେ ଆସିବ ।

ସାହାଯ୍ୟ କରିବାର ପ୍ରୟାସ

ଗତ ବର୍ଷ ପ୍ରଦୂଷଣ ଯୋଗୁଁ ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବନ୍ଧକ କାରଣରୁ ପ୍ରଭାବିତ ଶ୍ରମିକମାନଙ୍କୁ ରିଲିଫ ଯୋଗାଇବା ପାଇଁ କେଜ୍ରିୱାଲ ସରକାର (Kejriwal Government) ସୋମବାର ସହାୟତା ରାଶି ପ୍ରକାଶ କରିଛନ୍ତି । ଏପର୍ଯ୍ୟନ୍ତ ସରକାର ବିଭିନ୍ନ ଶ୍ରମିକଙ୍କୁ ଆର୍ଥିକ ସହାୟତା ପାଇଁ ବିଭିନ୍ନ ପର୍ଯ୍ୟାୟରେ ୩୫୦ କୋଟି ଟଙ୍କା ପଠାଇଛନ୍ତି । ଅଧିକାରୀଙ୍କ କହିବାନୁସାରେ, ବିଲଡିଂ ଓ କନଷ୍ଟ୍ରକ୍ସନ୍ ୱାର୍କର୍ସ ୱେଲଫେୟାର ବୋର୍ଡରେ ପଞ୍ଜିକୃତ ହୋଇଥିବା ୪.୯୨ ଲକ୍ଷ ଶ୍ରମିକଙ୍କୁ ଟଙ୍କା ପଠାଯାଇଛି । କିଛି କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଡକ୍ୟୁମେଣ୍ଟ ଅଭାବ ଯୋଗୁଁ ସେମାନେ ଟଙ୍କା ପାଇ ନାହାଁନ୍ତି ।

ଶ୍ରମିକମାନେ ଦେଶର ମେରୁଦଣ୍ଡ

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ (Deputy CM Manish Sisodia) କହିଛନ୍ତି ଯେ, ଦିଲ୍ଲୀ ସରକାର ନିର୍ମାଣ ଶ୍ରମିକଙ୍କ ସହ ପ୍ରତି କ୍ଷେତ୍ରରେ ଛିଡ଼ା ହୋଇଛନ୍ତି । ନିର୍ମାଣ ଶ୍ରମିକମାନେ ହେଉଛନ୍ତି ଦେଶର ମେରୁଦଣ୍ଡ । ଦିଲ୍ଲୀରେ ନିର୍ମାଣ କାର୍ଯ୍ୟ ଉପରେ ରୋକ ଯୋଗୁଁ ଶ୍ରମିକଙ୍କ ଜୀବିକାକୁ ପ୍ରଭାବିତ କରିଛି ବୋଲି ସେ କହିଛନ୍ତି । ଏହାର କ୍ଷତିପୂରଣ ଦେବା ପାଇଁ ଏହି ଆର୍ଥିକ ସହାୟତା ଦିଆଯାଉଛି ।

ଏହା ବି ପଢ଼ନ୍ତୁ:-ଆମେରିକାକୁ ନେଇ ଭାରତର ସ୍ଥିତି ଉପରେ ଚୀନ ବହୁତ ଖୁସ୍, ଜାଣନ୍ତୁ କ'ଣ ରହିଛି କାରଣ

ଏହା ବି ପଢ଼ନ୍ତୁ:-ପେଟ୍ରୋଲ ଶସ୍ତା, LPG ସିଲିଣ୍ଡର ହେବ ମହଙ୍ଗା! ଜାଣନ୍ତୁ ମୋଦି ସରକାରଙ୍କ ନୂଆ ପ୍ଲାନ୍ ବିଷୟରେ...

ଏହା ବି ପଢ଼ନ୍ତୁ:-'..ତେବେ ମୁଁ ଇସ୍ତଫା ଦେବି', ଜାଣନ୍ତୁ ପିଏମ ଗାଦି ସମ୍ଭାଳିବା ମାତ୍ରେ ଏପରି କାହିଁକି କହିଲେ ଶାହବାଜ ସରିଫ

 

ସୂଚନାଯୋଗ୍ୟ, ରାଜଧାନୀ ଦିଲ୍ଲୀରେ ପ୍ରାୟ ୧୧ ଲକ୍ଷ ନିର୍ମାଣ ଶ୍ରମିକ ଅଛନ୍ତି, ସେଥିମଧ୍ୟରୁ ନଅ ଲକ୍ଷ ଶ୍ରମିକ କଲ୍ୟାଣ ବୋର୍ଡରେ ପଞ୍ଜୀକୃତ ହୋଇଛନ୍ତି । ସିସୋଦିଆ କହିଛନ୍ତି ଯେ, ଯେଉଁ ଶ୍ରମିକମାନେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ସମସ୍ୟା କିମ୍ବା ଆକାଉଣ୍ଟର ଅପଡେଟ୍ ଯୋଗୁଁ ସହାୟତା ପାଇନାହାଁନ୍ତି, ସେମାନେ ଇ-ଡିସଟ୍ରିକ୍ଟ ୱେବସାଇଟରେ ମାଗଣାରେ ବ୍ୟାଙ୍କ ଆକାଉଣ୍ଟ ବିବରଣୀକୁ ସଂଶୋଧିତ କରିନିଅନ୍ତୁ ।

ସେ ଆଗକୁ କହିଛନ୍ତି ଯେ, ଯେଉଁମାନଙ୍କର ପୁରୁଣା ପଞ୍ଜୀକରଣ ନବୀକରଣ ହୋଇନାହିଁ, ସେମାନେ ସେମାନଙ୍କର ପଞ୍ଜୀକରଣ ପ୍ରକ୍ରିୟା ମଧ୍ୟ ସମ୍ପୂର୍ଣ୍ଣ କରିନିଅନ୍ତୁ । ନିର୍ମାଣ ଶ୍ରମିକମାନଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ ସୁବିଧା, ବିବାହ, ମାତୃତ୍ୱ, ପେନସନ୍ ଇତ୍ୟାଦି ବିଭିନ୍ନ ଯୋଜନାର ଲାଭ ମଧ୍ୟ ମିଳିଥାଏ ।