ଆମେରିକାକୁ ନେଇ ଭାରତର ସ୍ଥିତି ଉପରେ ଚୀନ ବହୁତ ଖୁସ୍, ଜାଣନ୍ତୁ କ'ଣ ରହିଛି କାରଣ
Advertisement
Article Detail0/zeeodisha/odisha1151185

ଆମେରିକାକୁ ନେଇ ଭାରତର ସ୍ଥିତି ଉପରେ ଚୀନ ବହୁତ ଖୁସ୍, ଜାଣନ୍ତୁ କ'ଣ ରହିଛି କାରଣ

 PM Modi-Biden meeting: ସିଙ୍ଗୁଆ ବିଶ୍ୱବିଦ୍ୟାଳୟର ନ୍ୟାସନାଲ ଷ୍ଟ୍ରାଟେଜୀ ଇନଷ୍ଟିଚ୍ୟୁଟର ଅନୁସନ୍ଧାନ ବିଭାଗର ନିର୍ଦ୍ଦେଶକ କିଆନ ଫେଙ୍ଗ କହିଛନ୍ତି ଯେ, ଆମେରିକାର ରାଷ୍ଟ୍ରପତି ବାଇଡେନ (Joe Biden) ଭାରତର ସ୍ଥିତିକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ୟୁକ୍ରେନ ପ୍ରସଙ୍ଗରେ ଭାରତ ନିଜର ନିରପେକ୍ଷ ଆଭିମୁଖ୍ୟକୁ ପରିବର୍ତ୍ତନ କରିବ ନାହିଁ, ଯାହା ଦେଶ ପାଇଁ ଲାଭଦାୟକ ଅଟେ ।

ଆମେରିକାକୁ ନେଇ ଭାରତର ସ୍ଥିତି ଉପରେ ଚୀନ ବହୁତ ଖୁସ୍, ଜାଣନ୍ତୁ କ'ଣ ରହିଛି କାରଣ

ବେଜିଂ: PM Modi-Biden meeting: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ (PM Narendra Modi) ଓ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ (US President Joe Biden) ଙ୍କ ମଧ୍ୟରେ ହୋଇଥିବା ଭର୍ଚୁଆଲ ବୈଠକକୁ ନେଇ ସାରା ଦୁନିଆର ନଜର ଥିଲା । ଚୀନ (China) ମଧ୍ୟ ଏହା ଉପରେ ନଜର ରଖିଥିଲା । ବର୍ତ୍ତମାନ ଚୀନ ବିଶେଷଜ୍ଞମାନେ ଏହି ବୈଠକକୁ ନେଇ ନିଜର ମତ ରଖିଛନ୍ତି । ମିଳିଥିବା ସୂଚନା ଅନୁସାରେ ଏହି ବୈଠକକୁ ନେଇ ଭାରତର ଆଭିମୁଖ୍ୟକୁ ଚୀନ ପ୍ରଶଂସା କରିଛି ।

ଚୀନର ଖବରକାଗଜ 'ଗ୍ଲୋବାଲ ଟାଇମ୍ସ' (Global Times) ରେ ପ୍ରକାଶିତ ଏକ ଆର୍ଟିକିଲରେ କୁହାଯାଇଛି ଯେ, ଭାରତ (India) କୁ ଋଷ (Russia) ବିରୁଦ୍ଧରେ କରିବା ପାଇଁ ଆମେରିକା (America) ସବୁ ପ୍ରକାର ଚେଷ୍ଟା କରିଛି, କିନ୍ତୁ ସଫଳ ହୋଇପାରି ନାହିଁ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି (PM Modi) ଏକ ନିରପେକ୍ଷ ଆଭିମୁଖ୍ୟ ରଖିଛନ୍ତି ଓ ଋଷ-ୟୁକ୍ରେନ (Russia-Ukraine) ମଧ୍ୟରେ ଶାନ୍ତି ଆଲୋଚନାକୁ ଦୋହରାଇଛନ୍ତି । ଆର୍ଟିକିଲ ଅନୁଯାୟୀ, ଚାଇନାର ପର୍ଯ୍ୟବେକ୍ଷକମାନେ ମନେ କରନ୍ତି ଯେ, ଭାରତ ନିଜର ରଣନୈତିକ ସ୍ୱତନ୍ତ୍ରତା ଓ ଆମେରିକାର ବିଶ୍ୱସନୀୟତା ଉପରେ ଚିନ୍ତାକୁ ଦୃଷ୍ଟିରେ ରଖି ଏହି ପ୍ରସଙ୍ଗରେ ସହଜରେ ମୁଣ୍ଡ ନୁଆଁଇବ ନାହିଁ । ଉଭୟ ପକ୍ଷ ସହଯୋଗକୁ ବଜାୟ ରଖିବେ ଓ ଇଣ୍ଡୋ-ପାସିଫିକ୍ ରଣନୀତି ସେମାନଙ୍କ ଆଲୋଚନାର ଏକ ପ୍ରମୁଖ କାରଣ ଅଟେ । କିନ୍ତୁ ଭାରତ ଓ ଆମେରିକାର ଅଲଗା ଅଲଗା ଆଶା ଥିବାରୁ ନୂଆଦିଲ୍ଲୀ ଏହି କ୍ଷେତ୍ରରେ ୱାଶିଂଟନ୍‌ର ମୋହର ଭଳି କାର୍ଯ୍ୟ କରିବ ନାହିଁ ।

ସିଙ୍ଗୁଆ ବିଶ୍ୱବିଦ୍ୟାଳୟର ନ୍ୟାସନାଲ ଷ୍ଟ୍ରାଟେଜୀ ଇନଷ୍ଟିଚ୍ୟୁଟର ଅନୁସନ୍ଧାନ ବିଭାଗର ନିର୍ଦ୍ଦେଶକ କିଆନ ଫେଙ୍ଗ କହିଛନ୍ତି ଯେ, ଆମେରିକାର ରାଷ୍ଟ୍ରପତି ବାଇଡେନ (Joe Biden) ଭାରତର ସ୍ଥିତିକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ୟୁକ୍ରେନ ପ୍ରସଙ୍ଗରେ ଭାରତ ନିଜର ନିରପେକ୍ଷ ଆଭିମୁଖ୍ୟକୁ ପରିବର୍ତ୍ତନ କରିବ ନାହିଁ, ଯାହା ଦେଶ ପାଇଁ ଲାଭଦାୟକ ଅଟେ ।

କିୟାନ୍ ଆହୁରି ମଧ୍ୟ କହିଛନ୍ତି ଯେ, ଆମେରିକା ଓ ଭାରତ ନିକଟତର ହୋଇସାରିଛନ୍ତି, କିନ୍ତୁ ଭାରତର ନିଜର ରଣନୀତିକ ଆଭିମୁଖ୍ୟ ରହିଛି, ଯାହା ୟୁକ୍ରେନ ସଙ୍କଟରେ ସ୍ପଷ୍ଟ ହୋଇଛି କି ଭାରତ (India), ଜାପାନ (Japan) କିମ୍ବା ଅଷ୍ଟ୍ରେଲିଆ (Australia) ଭଳି କାର୍ଯ୍ୟ କରିବ ନାହିଁ । ଏହାର ଅର୍ଥ ହେଉଛି ଆମେରିକା ଭାରତକୁ ଏକ ଖେଳନା ଭାବରେ ବ୍ୟବହାର କରିବାରେ ସକ୍ଷମ ହେବ ନାହିଁ ।

ଏଥି ସହିତ ଚାଇନା ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଟରନ୍ୟାସନାଲ୍ ଷ୍ଟଡିଜ୍ର ଏସିଆ-ପାସିଫିକ୍ ଷ୍ଟଡିଜ୍ ବିଭାଗର ମୁଖ୍ୟ ଲାନ୍ ଜିଆନକ୍ସ କହିଛନ୍ତି ଯେ, ଆମେରିକା ଚାହୁଁଛି ଯେ ଭାରତ ଋଷ ବିରୋଧରେ ତା'ର ଅଭିଯାନର ଏକ ଅଂଶ ହେଉ, ଏଥିପାଇଁ ସେ ସହଯୋଗୀ ଦେଶ- ଅଷ୍ଟ୍ରେଲିଆ, ଜାପାନ ଏବଂ ବ୍ରିଟେନ ସହିତ ନିଜ ଅଧିକାରୀମାନଙ୍କୁ ଦିଲ୍ଲୀ ପଠାଇଛି । ବାଇଡେନ ନିଜେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।

ଏହା ବି ପଢ଼ନ୍ତୁ:-ପେଟ୍ରୋଲ ଶସ୍ତା, LPG ସିଲିଣ୍ଡର ହେବ ମହଙ୍ଗା! ଜାଣନ୍ତୁ ମୋଦି ସରକାରଙ୍କ ନୂଆ ପ୍ଲାନ୍ ବିଷୟରେ...

ଏହା ବି ପଢ଼ନ୍ତୁ:-'..ତେବେ ମୁଁ ଇସ୍ତଫା ଦେବି', ଜାଣନ୍ତୁ ପିଏମ ଗାଦି ସମ୍ଭାଳିବା ମାତ୍ରେ ଏପରି କାହିଁକି କହିଲେ ଶାହବାଜ ସରିଫ

ଏହା ବି ପଢ଼ନ୍ତୁ:-ଏହି କାରଣରୁ ପୁଣି ଥରେ ଗୃହବନ୍ଦୀ ହେଲେ ମେହବୁବା ମୁଫତି

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିହେବ ନାହିଁ ଯେ ଭାରତକୁ ନିଜ ଶିବିରକୁ ଆଣିବା ପାଇଁ ଆମେରିକା ଏକ ଆକର୍ଷଣୀୟ ଅଫର ଦେଇଛି, କିନ୍ତୁ ଭାରତ ଆମେରିକା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହେବ ନାହିଁ । ଲାନ କହିଛନ୍ତି ଯେ ଯେତେବେଳେ ଚୀନ କଥା ଆସେ, ସେତେବେଳେ ଭାରତ ଓ ଆମେରିକାର ରାସ୍ତା ଅଲଗା ଅଟେ । ଆମେରିକା ନିଜର ଅତ୍ୟଧିକ ଚାପ ପକାଇବା ଆଭିମୁଖ୍ୟ ଛାଡିବ ନାହିଁ । ଭାରତ ଚୀନ ସହିତ ଯୋଗାଯୋଗ ବଜାୟ ରଖିବ ବୋଲି ଆଶା କରାଯାଉଛି, କାରଣ ଦୁହେଁ ପଡୋଶୀ ଅଟନ୍ତି ଓ ସେମାନଙ୍କୁ ଅଲଗା କରିହେବ ନାହିଁ ।