ୟୁପି ରାଜନୀତିରେ ଝଡ଼, ଭାଙ୍ଗିଯିବ କି BSP?
Advertisement

ୟୁପି ରାଜନୀତିରେ ଝଡ଼, ଭାଙ୍ଗିଯିବ କି BSP?

ବିକ୍ରମାଦିତ୍ୟ ସ୍ଥିତ ଏସପି କାର୍ଯ୍ୟାଳୟରେ ଅଖିଳେଶ ଯାଦବଙ୍କୁ ଭେଟିବାକୁ ଯାଇଥିବା ବିଧାୟକଙ୍କ ନେତୃତ୍ୱ ଶ୍ରାବସ୍ତୀର ବିଧାୟକ ଅସଲାମ ରାଇନୀ ନେଇଥିଲେ । ନିକଟ ଅତୀତରେ ବିଏସପିରୁ ବହିଷ୍କୃତ ହୋଇଥିବା ଲାଲଜୀ ବର୍ମାଙ୍କ ନେତୃତ୍ୱରେ ଏକ ନୂତନ ଦଳ ଗଠନ କରିବେ ବୋଲି ସେ ଦାବି କରିଛନ୍ତି । ତାଙ୍କ ସହିତ ଦଳର ୧୧ ଜଣ ବିଧାୟକ ଅଛନ୍ତି । ଯଦି ଏହା ଘଟେ, ତେବେ BSP ଭାଙ୍ଗିବା ସୁନିଶ୍ଚିତ ବୋଲି ମନେକରାଯାଉଛି ।

ୟୁପି ରାଜନୀତିରେ ଝଡ଼, ଭାଙ୍ଗିଯିବ କି BSP?

ନୂଆଦିଲ୍ଲୀ: Uttar Pradesh Politics: ଆଗାମୀ ବର୍ଷ ଦେଶର ସବୁଠାରୁ ବଡ଼ ରାଜ୍ୟ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ (UP Election 2022) ହେବାର ଅଛି । ଏଥିପାଇଁ ସମସ୍ତ ରାଜନୈତିକ ଦଳ ଜୋରସରରେ ପ୍ରସ୍ତୁତିରେ ଲାଗିଛନ୍ତି । ଏହି କ୍ରମରେ ରାଜନୈତିକ ଦଳଗୁଡ଼ିକ ପରସ୍ପର ମଧ୍ୟରେ ମେଣ୍ଟ କରିବାରେ ବ୍ୟସ୍ତ ଅଛନ୍ତି । ଏହାସହ ନିଜ ସୁବିଧା ଅନୁଯାୟୀ ବିଭିନ୍ନ ନେତା ଦଳ ପରିବର୍ତ୍ତନ କରିବାରେ ଲାଗିଛନ୍ତି । ଏହି ସମୟରେ ବହୁଜନ ସମାଜବାଦୀ ପାର୍ଟି (BSP) ରେ ବିଦ୍ରୋହ ଖବର ସାମ୍ନାକୁ ଆସୁଛି । ଯାହା ପରେ ହଠାତ୍ ରାଜ୍ୟରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି । ବିଏସପି (BSP) ରୁ ନିଲମ୍ବିତ ୧୧ ଜଣ ବିଧାୟକ ଲାଲଜୀ ବର୍ମାଙ୍କ ନେତୃତ୍ୱରେ ଏକ ଅଲଗା ଦଳ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଗତକାଲି ଲକ୍ଷ୍ନୌରେ ୫ ଜଣ ବିଦ୍ରୋହୀ ବିଧାୟକ ସମାଜବାଦୀ ପାର୍ଟି (SP) ର ଜାତୀୟ ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ (Akhilesh Yadav) ଙ୍କୁ ଭେଟିଛନ୍ତି । BSP ର ମୋଟ ୧୮ ଜଣ ବିଧାୟକଙ୍କ ମଧ୍ୟରୁ ଦଳ ୯ ଜଣଙ୍କୁ ନିଲମ୍ବିତ କରିଛି ଏବଂ ଦୁଇଜଣଙ୍କୁ ବହିଷ୍କାର କରାଯାଇଛି ।

ଅଧିକ ପଢ଼ନ୍ତୁ:-କୋରୋନା କଟକଣାକୁ ଆଂଶିକ କୋହଳ କଲେ ରାଜ୍ୟ ସରକାର, ଜାଣନ୍ତୁ କ'ଣ ଖୋଲା, କ'ଣ ରହିବ ବନ୍ଦ?

ବିକ୍ରମାଦିତ୍ୟ ସ୍ଥିତ ଏସପି କାର୍ଯ୍ୟାଳୟରେ ଅଖିଳେଶ ଯାଦବଙ୍କୁ ଭେଟିବାକୁ ଯାଇଥିବା ବିଧାୟକଙ୍କ ନେତୃତ୍ୱ ଶ୍ରାବସ୍ତୀର ବିଧାୟକ ଅସଲାମ ରାଇନୀ ନେଇଥିଲେ । ନିକଟ ଅତୀତରେ ବିଏସପିରୁ ବହିଷ୍କୃତ ହୋଇଥିବା ଲାଲଜୀ ବର୍ମାଙ୍କ ନେତୃତ୍ୱରେ ଏକ ନୂତନ ଦଳ ଗଠନ କରିବେ ବୋଲି ସେ ଦାବି କରିଛନ୍ତି । ତାଙ୍କ ସହିତ ଦଳର ୧୧ ଜଣ ବିଧାୟକ ଅଛନ୍ତି । ଯଦି ଏହା ଘଟେ, ତେବେ BSP ଭାଙ୍ଗିବା ସୁନିଶ୍ଚିତ ବୋଲି ମନେକରାଯାଉଛି ।

ଅଧିକ ପଢ଼ନ୍ତୁ:-କୋଭିଶିଲ୍ଡର ଦୁଇଟି ଡୋଜର ବ୍ୟବଧାନକୁ ବୃଦ୍ଧି କରିବାର ନିଷ୍ପତ୍ତକୁ ନେଇ ଏପରି କିଛି କହିଲେ NTAGI ଅଧ୍ୟକ୍ଷ

ବିଏସପି ବିଦ୍ରୋହୀ ବିଧାୟକ ଭିନଗା ଶ୍ରାବସ୍ତିରୁ ବିଧାୟକ ଅସଲମ ରାଇନୀ,  ପ୍ରତାପପୁର ପ୍ରୟାଗରାଜରୁ ବିଧାୟକ ମହମ୍ମଦ ମୁଜତୱା ସିଦ୍ଦିକି, ହାଣ୍ଡିଆ ପ୍ରୟାଗରାଜରୁ ବିଧାୟକ ହାକିମ ଲାଲ ବିନ୍ଦ, ସିଧୌଲି-ସୀତାପୁରରୁ ବିଧାୟକ ଡକ୍ଟର ହରଗୋବିନ୍ଦ ଭାର୍ଗବ, ମୁଙ୍ଗ୍ରା ବାଦଶାହପୁର ଜୌନପୁରରୁ ବିଧାୟକ ସୁଷମା ପଟେଲ ଅଖିଳେଶ ଯାଦବଙ୍କ ସହ ପାର୍ଟି କାର୍ଯ୍ୟାଳୟରେ ବନ୍ଦ କଠୋରୀରେ ଆଲୋଚନା କରିଛନ୍ତି । ଧୌଲାନା ହାପୁରର ଅସଲମ ଅଲିଙ୍କୁ ମଧ୍ୟ ତାଙ୍କ ସାଙ୍ଗରେ ଆସିବାର ଥିଲୋ । କିନ୍ତୁ ଜିଲା ପଞ୍ଚାୟତ ଅଧ୍ୟକ୍ଷ ନିର୍ବାଚନରେ ବ୍ୟସ୍ତ ହେବା କାରଣରୁ ସେ ଆସିପାରିନଥିଲେ । ବିଶେଷଜ୍ଞମାନେ କହିଛନ୍ତି ଯେ ଏସପି ମୁଖ୍ୟ ବିଏସପିର ସମସ୍ତ ବିଦ୍ରୋହୀ ବିଧାୟକଙ୍କୁ ଭେଟି ଆଗାମୀ ବିଧାନସଭା ନିର୍ବାଚନ ଉପରେ ଆଲୋଚନା କରିଛନ୍ତି । ରାଜ୍ୟସଭା ନିର୍ବାଚନ ସମୟରେ ବିଦ୍ରୋହ ପରେ ଏହି ବିଧାୟକମାନେ ଅଖିଳେଶଙ୍କ ସହ ନିରନ୍ତର ସମ୍ପର୍କରେ ରହିଆସିଛନ୍ତି ।

ବିଏସପିର ସମୁଦାୟ ୧୮ ଜଣ ବିଧାୟକ ଅଛି । ଏଥିମଧ୍ୟରୁ ୯ ଜଣଙ୍କୁ ଦଳରୁ ନିଲମ୍ବିତ କରାଯାଇଛି ଏବଂ ଦୁଇଜଣଙ୍କୁ ବହିଷ୍କାର କରାଯାଇଛି । ଲାଲଜୀ ବର୍ମା ଓ ରାମ ଅଚଲ ରାଜଭରଙ୍କୁ ବହିଷ୍କାର ପରେ ଦଳ ପରବର୍ତ୍ତୀ ପଦକ୍ଷେପ ଘୋଷଣା କରିନାହିଁ । ଏସପିଙ୍କୁ ଭେଟିବା ପରେ ବିଏସପି ବିଧାୟକମାନେ ଏକଜୁଟ ହୋଇ କୌଣସି ବୟାନ ଦେଇନାହାଁନ୍ତି । କେହି କେହି ଏହାକୁ ଏକ ଔପଚାରିକ ସାକ୍ଷାତ ବୋଲି କହିଥିବାବେଳେ କିଛି ଅଲଗା ଦଳ ଗଠନ କରିବାର କଥା କହିଛନ୍ତି । କିନ୍ତୁ ଚର୍ଚ୍ଚା ହୋଇଛି ଯେ ବିଦ୍ରୋହୀ ବିଧାୟକମାନେ ଖୁବ୍ ଶୀଘ୍ର ଏସପି (SP) ରେ ଯୋଗଦେବେ ଏବଂ ଆସନ୍ତା ବିଧାନସଭା ନିର୍ବାଚନରେ ଦଳର ବ୍ୟାନରରେ ଲଢିବେ ।

ଅଧିକ ପଢ଼ନ୍ତୁ:-ଦେଶରେ ଗତ ୨୪ ଘଣ୍ଟାରେ ୬୨ ହଜାରରୁ ଉର୍ଦ୍ଧ୍ୱ ମାମଲା ଚିହ୍ନଟ, ଆଖି ବୁଜିଲେ ଏତିକି ଆକ୍ରାନ୍ତ

ବିଏସପି ବିଦ୍ରୋହୀ ତଥା ଶ୍ରାବସ୍ତୀ ବିଧାୟକ ଅସଲମ ରାଇନୀ ଦାବି କରିଛନ୍ତି ଯେ ତାଙ୍କ ସହ ୧୧ ଜଣ ବିଧାୟକ ଅଛନ୍ତି । ଆଉ ଜଣେ ବିଧାୟକ ଆସିବା ମାତ୍ରେ ଏକ ନୂତନ ଦଳ ଗଠନ କରିବୁ ଏବଂ ଏହାର ନେତା ଲାଲଜୀ ବର୍ମା ହେବେ । ଏହା ମଧ୍ୟ ଦାବି କରିଛି ଯେ ରାମଅଚଲ ରାଜଭର ମଧ୍ୟ ତାଙ୍କ ସହ ଆସିବେ । ତେବେ ଲାଲଜୀ ବର୍ମା ଏ ସମ୍ପର୍କରେ କୌଣସି ଟିପ୍ପଣୀ କରିବାକୁ ମନା କରିଦେଇଛନ୍ତି । ଏଠାରେ କହି ରଖୁଛୁ ଯେ BSP ରୁ ବହିଷ୍କୃତ ହୋଇଥିବା ମୋଟ ବିଧାୟକଙ୍କ ସଂଖ୍ୟା ହେଉଛି ୧୧ । ଅଲଗା ଦଳ ଗଠନ ପାଇଁ ଅତି କମରେ ୧୨ ଜଣ ବିଧାୟକ ଆବଶ୍ୟକ ।

ମୁଙ୍ଗରା ବାଦଶାହପୁର ଜୌନପୁରର ବିଧାୟକ ସୁଷମା ପଟେଲ କହିଛନ୍ତି ଯେ ସେ ଜଣେ ନିର୍ବାଚିତ ବିଧାୟକ । ବିନା କାରଣରେ ତାଙ୍କୁ ନିଲମ୍ୱିତ କରାଯାଇଥିଲା ଏବଂ ଭବିଷ୍ୟତରେ ବିଏସପିର ବ୍ୟାନର ବ୍ୟବହାର କରିପାରିବେ ନାହିଁ ବୋଲି କୁହାଯାଇଥିଲା। ସେଥିପାଇଁ ନିର୍ବାଚନ କୌଣସି ନା କୌଣସି ଦଳରୁ ଲଢିବାକୁ  ପଡ଼ିବ ।

ଅଧିକ ପଢ଼ନ୍ତୁ:-ରାମ ମନ୍ଦିର: ଚମ୍ପତ ରାୟ ବୁଝାଇଲେ ଜମି କିଣାର ସମ୍ପୂର୍ଣ୍ଣ 'ଗଣିତ', ଲୋକଙ୍କୁ କଲେ ଏହି ଅପିଲ

ଏହି ୯ ଜଣ ବିଧାୟକଙ୍କୁ ନିଲମ୍ବିତ କରାଯାଇଛି

- ଅସଲମ ରାଇନୀ (ଭିନଗା-ଶ୍ରାବସ୍ତି)
- ଅସଲମ୍ ଅଲି (ଧୌଲାନା-ହାପୁର)
- ମୁଜତାୱା ସିଦ୍ଦିକି (ପ୍ରତାପପୁର-ପ୍ରୟାଗରାଜ)
ହାକିମ ଲାଲ ବନ୍ଧ (ହାଣ୍ଡିଆ- ପ୍ରୟାଗରାଜ)
- ହରଗୋବିନ୍ଦ ଭାର୍ଗବ (ସିଧୌଲି-ସୀତାପୁର)
-ସୁଷମା ପଟେଲ (ମୁଙ୍ଗରା ବାଦଶାହପୁର ଜୌନପୁର)
-ବନ୍ଦନା ସିଂ (ସଗଡି-ଆଜମଗଡ)
- ଅନିଲ ସିଂ (ପୁରୱା-ଉନ୍ନାଓ)
-ରାମବୀର ଉପାଧ୍ୟାୟ (ସାଦାବାଦ-ହାଥରସ)
- ଲାଲଜୀ ବର୍ମା ବହିଷ୍କୃତ (କେଟେହରି ଆମ୍ବେଦକର ନଗର)
- ରାମ ଅଚଲ ରାଜଭର ବହିଷ୍କୃତ (ଆକବରପୁର ଆମ୍ବେଦକର ନଗର)