ମମତା ବାନାର୍ଜୀଙ୍କୁ ଲାଗିଲା ବଡ଼ ଝଟକା, ଇସ୍ତଫା ଦେଲେ ଆଉ ଜଣେ ମନ୍ତ୍ରୀ
Advertisement
Article Detail0/zeeodisha/odisha822263

ମମତା ବାନାର୍ଜୀଙ୍କୁ ଲାଗିଲା ବଡ଼ ଝଟକା, ଇସ୍ତଫା ଦେଲେ ଆଉ ଜଣେ ମନ୍ତ୍ରୀ

ଲକ୍ଷ୍ମୀ ରତନ ଶୁକ୍ଲା (Laxmi Ratan Shukla) ଟିଏମସି ହାୱଡା ଜିଲ୍ଲା ଅଧ୍ୟକ୍ଷ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ତେବେ ସେ ଟିଏମସି ବିଧାୟକ (TMC MLA) ଭାବରେ କାର୍ଯ୍ୟ ଜାରି ରଖିବେ ।

ମମତା ବାନାର୍ଜୀଙ୍କୁ ଲାଗିଲା ବଡ଼ ଝଟକା, ଇସ୍ତଫା ଦେଲେ ଆଉ ଜଣେ ମନ୍ତ୍ରୀ

କୋଲକାତା: West Bengal Assembly Polls 2021: ପାଖେଇ ଆସୁଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ସକ୍ରିୟ ହୋଇଉଠିଛନ୍ତି ସମସ୍ତ ରାଜନୈତିକ ଦଳ । ନିର୍ବାଚନ ପୂର୍ବରୁ ଶାସକ ଦଳ ତୃଣମୂଳ କଂଗ୍ରେସ ((TMC) କୁ ଗୋଟିଏ ପରେ ଗୋଟିଏ ବଡ଼ ଝଟକା ଲାଗୁଛି । ଏହି କ୍ରମରେ ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ (Mamata Banerjee) ଙ୍କୁ ଆଉ ଏକ ଝଟକା ଲାଗିଛି । ତାଜା ଝଟକା ବଙ୍ଗଳା ସରକାରର ମନ୍ତ୍ରୀ ଲକ୍ଷ୍ମୀ ରତନ ଶୁକ୍ଲା (Laxmi Ratan Shukla) ଦେଇଛନ୍ତି । ସେ ବଙ୍ଗଳାର କ୍ରୀଡ଼ା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସେ ଜଣେ ପୂର୍ବତନ କ୍ରିକେଟର ମଧ୍ୟ ।

ଅଧିକ ପଢ଼ନ୍ତୁ:-ଶିବରାଜ କ୍ୟାବିନେଟରେ ସିନ୍ଧିଆଙ୍କ ଦବଦବାରୁ ଅସନ୍ତୁଷ୍ଟ ବିଜେପିର ବରିଷ୍ଠ ନେତା!

ଲକ୍ଷ୍ମୀ ରତନ ଶୁକ୍ଲା (Laxmi Ratan Shukla) ଟିଏମସି ହାୱଡା ଜିଲ୍ଲା ଅଧ୍ୟକ୍ଷ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ତେବେ ସେ ଟିଏମସି ବିଧାୟକ (TMC MLA) ଭାବରେ କାର୍ଯ୍ୟ ଜାରି ରଖିବେ । ଗଣମାଧ୍ୟମର ରିପୋର୍ଟରେ କୁହାଯାଇଛି ଯେ ସେ ରାଜନୀତି ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି ।

ଅଧିକ ପଢ଼ନ୍ତୁ:-ପଶ୍ଚିମବଙ୍ଗରେ ବିଜେପିକୁ ମିଳିବ କେତେ ଆସନ? ସେନେଇ କରାଯାଇଛି 'ଆଭ୍ୟନ୍ତରୀଣ ସର୍ଭେ'

ସୂଚନାଯୋଗ୍ୟ, ଗତ ମାସରେ ମେଦିନାପୁରରେ ଅମିତ ଶାହ (Amit Shah) ଙ୍କ ରାଲିରେ ଟିଏମସି (TMC), କଂଗ୍ରେସ (Congress) ଏବଂ ସିପିଏମ (CPM) ର ୭୨ ଜଣ ନେତା ବିଜେପି (BJP) ରେ ଯୋଗ ଦେଇଥିଲେ । ଟିଏମସିର ଜଣେ ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ମଧ୍ୟ ଅମିତ ଶାହଙ୍କ ସହ ଉପସ୍ଥିତିରେ ଏହି ରାଲିରେ ବିଜେପିରେ ଯୋଗ ଦେଇଥିଲେ । ଏହା ପରେ ତାଙ୍କ ଭାଇ ସୌମେନ୍ଦୁ ଅଧିକାରୀ ମଧ୍ୟ ବିଜେପିରେ ସାମିଲ ହୋଇଥିଲେ । ମେଦିନାପୁରରେ ଅନୁଷ୍ଠିତ ରାଲିରେ ଅମିତ ଶାହ କହିଥିଲେ ଯେ ଏକା ସାଙ୍ଗରେ ଜଣେ ସାଂସଦ, ନଅ ଜଣ ବିଧାୟକ, ଜଣେ ପୂର୍ବତନ ମନ୍ତ୍ରୀ, ଜଣେ ଏମଓଏସ, ୧୫ କାଉନସିଲର, ୪୫ ଚେୟାରମ୍ୟାନ୍ ଏବଂ ଜିଲ୍ଲା ପଞ୍ଚାୟତର ଦୁଇ ଅଧ୍ୟକ୍ଷ ଦଳରେ ସାମିଲ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ:-ମମତା ବାନାର୍ଜୀଙ୍କ ବଡ ଘୋଷଣା, ରାଜ୍ୟବାସୀଙ୍କୁ ମିଳିବ ଏହି ଲାଭ

ଏହି ବିଧାୟକମାନଙ୍କ ମଧ୍ୟରେ ଶୁଭେନ୍ଦୁ ଅଧିକାରୀ, ତାପସୀ ମଣ୍ଡଳ, ଅଶୋକ ଡିଣ୍ଡା, ସୁଦୀପ ମୁଖାର୍ଜୀ, ସୈକତ ପଞ୍ଜା, ଶୀଲଭଦ୍ର ଦତ୍ତା, ଦୀପାଲି ବିଶ୍ୱାସ, ଶୁକ୍ରା ମୁଣ୍ଡା, ଶ୍ୟାମପଦ ମୁଖାର୍ଜୀ, ବିଶ୍ୱଜିତ କୁଣ୍ଡୁ ଏବଂ ବନସାରୀ ମାଳୀ ସାମିଲ ଥିଲେ । ଏହା ବ୍ୟତୀତ ପୂର୍ବ ବର୍ଦ୍ଧମାନର ଟିଏମସି ସାଂସଦ ସୁନୀଲ ମଣ୍ଡଳ ଏବଂ ପୂର୍ବତନ ସାଂସଦ ଦଶରଥ ତିର୍କ ମଧ୍ୟ ବିଜେପିରେ ଯୋଗ ଦେଇଥିଲେ ।