କେବଳ ଏତିକି ନୁହେଁ, ଜାନୁଆରୀ ୯ରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା (JP Nadda) ଏହି ରିପୋର୍ଟର ଯାଞ୍ଚ କରିବେ ଓ ପ୍ରଦେଶ ନେତୃତ୍ୱ ସହ ନିର୍ବାଚନ ଦାୟିତ୍ୱ ସମ୍ଭାଳୁ ଥିବା ନେତାଙ୍କ ସହ ଆଲୋଚନା କରିବେ ।
Trending Photos
କୋଲକାତା: West Bengal Assembly Polls 2021: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତିରେ ଲାଗିଛି ବିଜେପି (BJP) । ଏଥିପାଇଁ ଦଳର ଶୀର୍ଷ ନେତୃତ୍ୱ ଲଗାତର ବଙ୍ଗଳା ଗସ୍ତ କରୁଛନ୍ତି । ଏହି କ୍ରମରେ ଆସନ୍ତା ବିଧାନସଭା ନିର୍ବାଚନ (West Bengal Assembly Polls 2021) ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ (Amit Shah) ବଙ୍ଗଳାରେ ୨୦୦ରୁ ଅଧିକ ଆସନ ଜିତିବାର ଲକ୍ଷ୍ୟ ରଖିଛନ୍ତି । କିନ୍ତୁ ବଙ୍ଗଳାରେ ବିଜେପିକୁ କେତେ ଆସନ ମିଳିବ ସେନେଇ କରାଯାଇଥିବା 'ଆଭ୍ୟନ୍ତରୀଣ ସର୍ଭେ'ରେ ଗେରୁଆ ବ୍ରିଗେଡ୍ ଅଳ୍ପ ପଛରେ ରହିଥିବାର ନଜରକୁ ଆସିଛି । ଏଭଳି ପରିସ୍ଥିତିରେ ଜାନୁଆରୀ ୩୦ରେ ବଙ୍ଗଳା ଗସ୍ତରେ ଆସୁଥିବା ଶାହଙ୍କୁ ପରବର୍ତ୍ତୀ ସମୟରେ କଣ କରାଯିବ ସେନେଇ ଏକ ରିପୋର୍ଟ ହସ୍ତାନ୍ତର କରାଯିବ ।
ଅଧିକ ପଢ଼ନ୍ତୁ:-ମମତା ବାନାର୍ଜୀଙ୍କ ବଡ ଘୋଷଣା, ରାଜ୍ୟବାସୀଙ୍କୁ ମିଳିବ ଏହି ଲାଭ
କେବଳ ଏତିକି ନୁହେଁ, ଜାନୁଆରୀ ୯ରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା (JP Nadda) ଏହି ରିପୋର୍ଟର ଯାଞ୍ଚ କରିବେ ଓ ପ୍ରଦେଶ ନେତୃତ୍ୱ ସହ ନିର୍ବାଚନ ଦାୟିତ୍ୱ ସମ୍ଭାଳୁ ଥିବା ନେତାଙ୍କ ସହ ଆଲୋଚନା କରିବେ । ଏହି ରିପୋର୍ଟ ଶାହଙ୍କ ପାଖରେ ଯିବା ପରେ ସେ ଏହାର ଯାଞ୍ଚ କରିବେ ଓ ଏହାକୁ ସିଲ୍ କରିବେ । ତେବେ ଏହି ଲକ୍ଷ୍ୟ ପୂରଣ କରିବାରେ କୌଣସି ଅସୁବିଧା ହେବ ନାହିଁ ବୋଲି ରାଜ୍ୟ ନେତାମାନେ ମନେ କରୁଛନ୍ତି । କାରଣ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ୧୮ଟି ଆସନ ଜିତିଛି ।
ଅଧିକ ପଢ଼ନ୍ତୁ:-'କୋରୋନା ଟିକା ଲଗାଇବି ନାହିଁ'
ଶୁଭେନ୍ଦୁ ଅଧିକାରୀ ଖଦଡ଼ାରେ ପାର୍ଟିର ବୈଠକରେ କହିଛନ୍ତି ଲୋକସଭା ନିର୍ବାଚନରେ ବିଜେପି ୧୨୦ଟି ଆସନରେ ଆଗୁଆ ରହିଥିଲା । ତେଣୁ କ୍ଷମତାକୁ ଆସିବା ପାଇଁ ଆମକୁ ଆଉ ୩୦ଟି ଆସନ ଆବଶ୍ୟକ ହେବ । ବଙ୍ଗଳାରେ କ୍ଷମଦା ଦଖଲ କରିବାକୁ ମ୍ୟାଜିକ ନମ୍ୱର ହେଉଛି ୧୪୮ । ଦଳର 'ଆଭ୍ୟନ୍ତରୀଣ ସର୍ଭେ' ଅନୁଯାୟୀ ବିଜେପି ୧୫୦ରୁ ୧୬୦ଟି ଆସନ ଜିତିପାରେ । ଅଧିକ ଶକ୍ତି ସହିତ ମୈଦାନରେ ଓହ୍ଲାଇଲେ ୨୦୦ଟି ଆସନ ମଧ୍ୟ ମିଳିବାର ସମ୍ଭାବନା ରହିଛି ।
ଅଧିକ ପଢ଼ନ୍ତୁ:-LIC ର ଖାସ୍ ପଲିସି! ଥରେ ଜମା କରନ୍ତୁ ଟଙ୍କା, ଆଜୀବନ ପାଆନ୍ତୁ ପେନସନର ଗ୍ୟାରେଣ୍ଟି…
ତେବେ ଗତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଲୋକପ୍ରିୟତା ଏବଂ ଯାଦୁକୁ ଅଣଦେଖା କରାଯାଇପାରିବ ନାହିଁ । କାରଣ ବଙ୍ଗଳାର ସ୍ଥିତି କେବେ କେମିତି ପରିବର୍ତ୍ତନ ହୋଇଯିବ, ତାହା କୁହାଯାଇପାରିବ ନାହିଁ । ତୃଣମୂଳ କଂଗ୍ରେସ ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଥିବା ପ୍ରଶାନ୍ତ କିଶୋର ମଧ୍ୟ କିଛି ଦିନ ପୂର୍ବରୁ ବିଜେପି ନେତାଙ୍କୁ ଚ୍ୟାଲେଞ୍ଜ କରି କହିଛନ୍ତି ଯେ ଯଦି ବିଜେପି ୯୯ ଅଙ୍କ ଅତିକ୍ରମ କରେ ତେବେ ସେ କାମ ଛାଡିଦେବେ । ଏପରି ପରିସ୍ଥିତିରେ ଏହି ସର୍ଭେ ଏବଂ ସମୀକ୍ଷା ରିପୋର୍ଟ କେତେ ସଠିକ୍ ପ୍ରମାଣିତ ହେବ ତାହା ସମୟ କହିବ ।