ସୌରଭ ଗାଙ୍ଗୁଲିଙ୍କଠୁ ଜମି ଫେରାଇ ନେବାର ପ୍ରକ୍ରିୟା ଆରମ୍ଭ କଲେ ମମତା ସରକାର
Advertisement

ସୌରଭ ଗାଙ୍ଗୁଲିଙ୍କଠୁ ଜମି ଫେରାଇ ନେବାର ପ୍ରକ୍ରିୟା ଆରମ୍ଭ କଲେ ମମତା ସରକାର

ବାସ୍ତବରେ ପଶ୍ଚିମବଙ୍ଗରେ କ୍ଷମତା ପରିବର୍ତ୍ତନ ହେବାର ସଂକେତ ମିଳୁଛି । ଏବଂ ଭାରତୀୟ ଜନତା ପାର୍ଟି (BJP) ରାଜ୍ୟର କ୍ଷମତା ଦଖଲ କରିବା ଲକ୍ଷ୍ୟରେ ଆଗକୁ ବଢୁଛି ।

ସୌରଭ ଗାଙ୍ଗୁଲିଙ୍କଠୁ ଜମି ଫେରାଇ ନେବାର ପ୍ରକ୍ରିୟା ଆରମ୍ଭ କଲେ ମମତା ସରକାର

କୋଲକାତା: West Bengal Assembly Polls 2021: ବର୍ତ୍ତମାନ ସାରା ଦେଶରେ ପଶ୍ଚିମବଙ୍ଗ ରାଜନୀତିକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆଉ କିଛି ମାସ ପରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର ଅଛି । ଏହା ମଧ୍ୟରେ ବେଙ୍ଗଲ ରାଜନୀତିର ପାରା ବଢ଼ିବାରେ ଲାଗିଛି । ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର (West Bengal Governor Jagdeep Dhankhar) ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ (Amit Shah) ଙ୍କ ସହ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି (Sourav Ganguly) ଙ୍କ ସାକ୍ଷାତ ପରେ ମମତା ବାନାର୍ଜୀ ସରକାର (Mamata Govt) ତାଙ୍କୁ ଦିଆଯାଇଥିବା ଜମି  ଫେରାଇ ନେବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହାପୂର୍ବରୁ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଦ୍ୱାରା ପ୍ରତିଷ୍ଠିତ ବିଶ୍ୱ ଭାରତ ବିଶ୍ୱବିଦ୍ୟାଳୟ ତରଫରୁ ମମତା ସରକାରଙ୍କ ଉପରେ ଅସହଯୋଗର ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟକୁ ଦିଆଯାଇଥିବା ରାସ୍ତା ପ୍ରତ୍ୟାହାର କରିନେଇଛନ୍ତି ।

ଅଧିକ ପଢ଼ନ୍ତୁ:-ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ସୌରଭ ଗାଙ୍ଗୁଲି?

ବାସ୍ତବରେ ପଶ୍ଚିମବଙ୍ଗରେ କ୍ଷମତା ପରିବର୍ତ୍ତନ ହେବାର ସଂକେତ ମିଳୁଛି । ଏବଂ ଭାରତୀୟ ଜନତା ପାର୍ଟି (BJP) ରାଜ୍ୟର କ୍ଷମତା ଦଖଲ କରିବା ଲକ୍ଷ୍ୟରେ ଆଗକୁ ବଢୁଛି । ସୌରଭ ଗାଙ୍ଗୁଲି ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଏହି ସମୟରେ ବିଜେପି ନେତାଙ୍କ ସହ ଗାଙ୍ଗୁଲିଙ୍କ ବଢୁଥିବା ଘନିଷ୍ଠତାକୁ ନେଇ ହେଡଲାଇନ ମଧ୍ୟ ପ୍ରସ୍ତୁତ କରାଯାଉଛି । ଏଭଳି ପରିସ୍ଥିତିରେ ମମତା ବାନାର୍ଜୀ ସରକାର ବର୍ତ୍ତମାନ ନ୍ୟୁ ଟାଉନରେ ସୌରଭଙ୍କୁ ଦିଆଯାଇଥିବା ଜମିକୁ ଫେରାଇ ନେବାର ପ୍ରକ୍ରିୟା ଆରମ୍ଭ କରିବାର ନିର୍ଦ୍ଦେଶ ୱେଷ୍ଟ ବେଙ୍ଗଲ ଭିତ୍ତିଭୂମି ଗୃହ ନିର୍ମାଣ ନିଗମ (HIDCO) କୁ  ଦେଇଛନ୍ତି ।

ଅଧିକ ପଢ଼ନ୍ତୁ:-'ମମତା ବାନାର୍ଜୀଙ୍କୁ କଂଗ୍ରେସର ଶରଣରେ ଆସିବାକୁ ହିଁ ପଡ଼ିବ'

ଏହି ପରିପ୍ରେକ୍ଷୀରେ ହିଡକୋର ଚେୟାରମ୍ୟାନ୍ ଦେବାଶିଷ ସେନ୍ କହିଛନ୍ତି ଯେ, ସୌରଭ ଗାଙ୍ଗୁଲି ହିଁ ଜମି ଫେରାଇବାକୁ ଆବେଦନ କରିଥିଲେ । ସେହି ଅନୁଯାୟୀ, ତାଙ୍କ ଦ୍ୱାରା କରାଯାଇଥିବା ପେମେଣ୍ଟକୁ ଫେରାଇ ଜମି ଫେରସ୍ତ କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି ।

ଅଧିକ ପଢ଼ନ୍ତୁ:-ନୂଆ ବର୍ଷରେ ସାଧାରଣ ଜନତାଙ୍କୁ ଝଟକା! ବଢ଼ିଲା ଏଲପିଜି ସିଲିଣ୍ଡରର ଦାମ

ସୂଚନାଯୋଗ୍ୟ, ୨୦୧୩ରେ ମମତା ବାନାର୍ଜୀ ସରକାର ସ୍କୁଲ ନିର୍ମାଣ ପାଇଁ ଗାଙ୍ଗୁଲିଙ୍କୁ ଦୁଇ ଏକର ଜମି ନ୍ୟୁଟାଉନର ଆକ୍ସନ୍ ଅଞ୍ଚଳରେ ଦେଇଥିଲେ । ଗରିବ ପରିବାରର ପିଲାମାନଙ୍କ ପଢ଼ିବା ପାଇଁ ଏଠାରେ ଏକ ବିଦ୍ୟାଳୟ ନିର୍ମାଣ କରିବାକୁ ସୌରଭ ଗାଙ୍ଗୁଲି ନିଜର ଇଚ୍ଛା ପ୍ରକାଶ କରିଥିଲେ । ପରେ ଚଳିତ ବର୍ଷ ଅଗଷ୍ଟ ମାସରେ ସେ ରାଜ୍ୟ ସରକାରଙ୍କୁ ଏକ ଚିଠି ଲେଖି ଜମି ଫେରାଇ ନେବାକୁ ଅନୁରୋଧ କରିଥିଲେ ଏବଂ କହିଥିଲେ ଯେ ସେ ଏକ ବିଦ୍ୟାଳୟ ନିର୍ମାଣ ନିଷ୍ପତ୍ତି ବାତିଲ କରିଛନ୍ତି । ଏହା ପରେ ଅଗଷ୍ଟରୁ ଡିସେମ୍ବର ପର୍ଯ୍ୟନ୍ତ ରାଜ୍ୟ ସରକାର ଏ ବାବଦରେ କିଛି କରିନାହାଁନ୍ତି ଏବଂ ଚୁପ୍ ରହିଥିଲେ ।