'ଅଳିଆ ପାର୍ଟିରେ ପରିଣତ ହୋଇଛି ବିଜେପି, ହାରିବା ପରେ ତାଙ୍କ ଲୋକମାନେ ମଧ୍ୟ ଟ୍ରମ୍ପ ସମର୍ଥକଙ୍କ ପରି କରିବେ ହଙ୍ଗାମା'
Advertisement
Article Detail0/zeeodisha/odisha825755

'ଅଳିଆ ପାର୍ଟିରେ ପରିଣତ ହୋଇଛି ବିଜେପି, ହାରିବା ପରେ ତାଙ୍କ ଲୋକମାନେ ମଧ୍ୟ ଟ୍ରମ୍ପ ସମର୍ଥକଙ୍କ ପରି କରିବେ ହଙ୍ଗାମା'

ରାଜ୍ୟରେ ଶାସକ ଦଳର ବହୁ ବଡ ନେତା କ୍ରମାଗତ ଭାବରେ ଦଳ ଛାଡି ବିଜେପିରେ ଯୋଗ ଦେଉଛନ୍ତି । ଏଥି ସହିତ ବିଜେପି ଧୀରେ ଧୀରେ ବଙ୍ଗଳା ଉପରେ ନିଜର ସ୍ଥିତିକୁ ମଜବୁତ କରୁଥିବା ଦେଖାଯାଉଛି ।

'ଅଳିଆ ପାର୍ଟିରେ ପରିଣତ ହୋଇଛି ବିଜେପି, ହାରିବା ପରେ ତାଙ୍କ ଲୋକମାନେ ମଧ୍ୟ ଟ୍ରମ୍ପ ସମର୍ଥକଙ୍କ ପରି କରିବେ ହଙ୍ଗାମା'

କୋଲକାତା: West Bengal Assembly Polls 2021: ଆଜିକାଲି ପଶ୍ଚିମବଙ୍ଗରେ ରାଜନୈତିକ ଝଡ଼ ଲାଗି ରହିଛି । ଭାରତୀୟ ଜନତା ପାର୍ଟି (BJP) ଓ ତୃଣମୂଳ କଂଗ୍ରେସ (TMC) ର ନେତାଙ୍କ ମଧ୍ୟରେ ପ୍ରାୟ ଦିନ ବାକ୍ ଯୁଦ୍ଧ ଦେଖିବାକୁ ମିଳୁଛି । ଏହି କ୍ରମରେ ଏକ ନିର୍ବାଚନ ସଭାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ବିଜେପି ଉପରେ ଜୋରଦାର ପ୍ରହାର କରିଛନ୍ତି । ସେ କହିଛନ୍ତି ଯେ, "ବିଜେପି ବର୍ତ୍ତମାନ ଏକ 'ଅଳିଆ' ପାର୍ଟିରେ ପରିଣତ ହୋଇଛି ।" ଏହା ବ୍ୟତୀତ ସେ ଆହୁରି ମଧ୍ୟ କହିଛନ୍ତି ଯେ, "ଯେଉଁ ଦିନ ବିଜେପି ନିର୍ବାଚନରେ ​​ହାରିବ, ସେହି ଦିନ ଏହାର ସମର୍ଥକମାନେ ଟ୍ରମ୍ପ ସମର୍ଥକଙ୍କ ଭଳି ଆଚରଣ କରିବେ ।"

ଅଧିକ ପଢ଼ନ୍ତୁ:-ନିର୍ବାଚନ ପୂର୍ବରୁ ଓୱେସୀଙ୍କୁ ବଡ଼ ଝଟକା ଦେଲେ ମମତା, ଟିଏମସିରେ ସାମିଲ ହେଲେ AIMIM ର ବଙ୍ଗଳା ମୁଖ୍ୟ

ରାଜ୍ୟରେ ଶାସକ ଦଳର ବହୁ ବଡ ନେତା କ୍ରମାଗତ ଭାବରେ ଦଳ ଛାଡି ବିଜେପିରେ ଯୋଗ ଦେଉଛନ୍ତି । ଏଥି ସହିତ ବିଜେପି ଧୀରେ ଧୀରେ ବଙ୍ଗଳା ଉପରେ ନିଜର ସ୍ଥିତିକୁ ମଜବୁତ କରୁଥିବା ଦେଖାଯାଉଛି । ଟିଏମସିରୁ ବହୁ ବରିଷ୍ଠ ନେତାଙ୍କ ଇସ୍ତଫା ପରେ ମମତା ବାନାର୍ଜୀ କହିଛନ୍ତି ଯେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିର ତଦନ୍ତ ଭୟରେ ଅନେକ ଲୋକ ବିଜେପିରେ ଯୋଗ ଦେଉଛନ୍ତି । ଅନେକ ଲୋକ ଟଙ୍କା ରୋଜଗାର କରିଥିଲେ । ସେମାନଙ୍କୁ ଭୟଭୀତ କରାଇ ବିଜେପି ନିଜ ସପକ୍ଷରେ କରୁଛି । ଅନ୍ୟ ଦଳର ଅଦରକାରୀ ଲୋକଙ୍କୁ ମିଶାଇ ବିଜେପି 'ଅଳିଆ' ପାର୍ଟିରେ ପରିଣତ ହୋଇଛି ।

ଅଧିକ ପଢ଼ନ୍ତୁ:-ନୀତିଶ କୁମାରଙ୍କ ଦୁଃଖ, ବଦଳିଲା ମାଞ୍ଝୀଙ୍କ ମୁଡ୍, ଏନଡିଏରେ ନାହିଁ ସବୁକିଛି ଠିକ୍!

ରାଲିରେ ମମତା ଗୋଟିଏ ପରେ ଗୋଟିଏ ବିଜେପି ଉପରେ ଆକ୍ରମଣ କରି ସେ କହିଛନ୍ତି ଯେ, ନିର୍ବାଚନ ପୂର୍ବରୁ କହୁଥିଲେ ସମସ୍ତଙ୍କୁ ଚାକିରି ଦେବେ । ସମସ୍ତଙ୍କୁ ନାଗରିକତା ଦେବେ । କିନ୍ତୁ ନିର୍ବାଚନ ପରେ ଡଗଡୁଗି ବଜାଇ ପଳାୟ କରନ୍ତି । ମମତା ପୁଣି ଥରେ ଦୋହରାଇଛନ୍ତି ଯେ ସେ ବଙ୍ଗଳାରେ NRC କୁ ଲାଗୁ କରିବାକୁ ଦେବେ ନାହିଁ ।

ଅଧିକ ପଢ଼ନ୍ତୁ:-ରାଜସ୍ଥାନରେ ପୁଣି ବିଦ୍ରୋହ କରିବେ ସଚିନ ପାଇଲଟ?

ସୂଚନାଯୋଗ୍ୟ, ଗତ ସପ୍ତାହରେ ଲକ୍ଷ୍ମୀ ରତନ ଶୁକ୍ଲା ଟିଏମସିରୁ ଇସ୍ତଫା ଦେଇଥିଲେ । ଲକ୍ଷ୍ମୀ ରତନ ଶୁକ୍ଲା ବଙ୍ଗଳା ସରକାରଙ୍କ କ୍ରୀଡ଼ା ମନ୍ତ୍ରୀ ଥିଲେ । ସେ ମନ୍ତ୍ରୀ ପଦ ସହିତ ହାୱାର ଜିଲ୍ଲା ସଭାପତି ପଦ ଛାଡିଥିଲେ । ଏହାପୂର୍ବରୁ ଶୁଭେନ୍ଦୁ ଅଧିକାରୀ ଟିଏମସିର ସମସ୍ତ ପଦରୁ ଇସ୍ତଫା ଦେଇଥିଲେ । ପରେ ବିଜେପିରେ ସାମିଲ ହୋଇଥିଲେ । ଏପ୍ରିଲ-ମେ ମାସରେ ବଙ୍ଗଳାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ।