ମୋଦି ଓ ସୋନିଆଙ୍କ ମଧ୍ୟରେ କିଏ ଭଲ? ପ୍ରଶାନ୍ତ କିଶୋର ଦେଲେ ଏପରି କିଛି ଜବାବ
Advertisement
Article Detail0/zeeodisha/odisha1181014

ମୋଦି ଓ ସୋନିଆଙ୍କ ମଧ୍ୟରେ କିଏ ଭଲ? ପ୍ରଶାନ୍ତ କିଶୋର ଦେଲେ ଏପରି କିଛି ଜବାବ

ବିଜେପିର ପ୍ରଶ୍ନ ଉପରେ ସେ କହିଛନ୍ତି ଯେ, ଏହା ନୁହେଁ ଯେ ବିଜେପିକୁ ପରାଜିତ କରିହେବ ନାହିଁ । ସଂଘ ଓ ସମସ୍ତ ରାଜନୈତିକ ମେଣ୍ଟ ସତ୍ତ୍ୱେ ବିଜେପିକୁ ମାତ୍ର ୪୦ ପ୍ରତିଶତ ଭୋଟ୍ ମିଳିଛି । ଅର୍ଥାତ ୬୦ ପ୍ରତିଶତ ଲୋକ ତାଙ୍କ ସହ ସହମତ ନୁହଁନ୍ତି । ତଥ୍ୟ ଦେଖିବେ ତ ବିଜେପିକୁ ପରାଜିତ କରିପାରିବେ ।

ମୋଦି ଓ ସୋନିଆଙ୍କ ମଧ୍ୟରେ କିଏ ଭଲ? ପ୍ରଶାନ୍ତ କିଶୋର ଦେଲେ ଏପରି କିଛି ଜବାବ

ନୂଆଦିଲ୍ଲୀ: ବର୍ତ୍ତମାନ କିଛି ଦିନ ଧରି ଦେଶର ରାଜନୀତିରେ ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (Prashant Kishor) ଙ୍କୁ ନେଇ ଚର୍ଚ୍ଚା ଚାଲିଛି । ସେ ଦେଶର ଅନେକ ଟିଭି ଚ୍ୟାନେଲଙ୍କୁ ସାକ୍ଷାତକାର ମଧ୍ୟ ଦେଉଛନ୍ତି । ଏହି ସମୟରେ ସେ ଦେଶର ବର୍ତ୍ତମାନ ରାଜନୀତି ଓ ଭବିଷ୍ୟତର ରାଜନୀତିକୁ ନେଇ ନିଜର ମତ ରଖିଛନ୍ତି । ଏହି କ୍ରମରେ ତାଙ୍କୁ ଏକ ସାକ୍ଷାତକାରରେ ପଚାରା ଯାଇଥିଲା କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଓ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ (Congress President Sonia Gandhi) ଙ୍କ ମଧ୍ୟରେ କିଏ ଭଲ? ଯାହା ଉପରେ କିଶୋର କହିଛନ୍ତି ଯେ, ଅନ୍ୟ ଦେଶରୁ ଆସି ରାଜନୀତିରେ ଏତେ ବଡ଼ ଶକ୍ତି ହେବାକୁ ପ୍ରକୃତରେ ପ୍ରଶଂସନୀୟ । ସୋନିଆ (Sonia Gandhi) ଯେଉଁ ପ୍ରତିଷ୍ଠା ଅର୍ଜନ କରିଛନ୍ତି ତାହା ପ୍ରଶଂସନୀୟ । ମୋଦି (Modi) ଙ୍କୁ ନେଇ ସେ କହିଛନ୍ତି ଯେ ସେ ଯେଉଁ ସ୍ଥାନରୁ ଆସିଛନ୍ତି ଓ ଆଜି ସେ ଯେଉଁଠାରେ ଅଛନ୍ତି ତାହା ମଧ୍ୟ ଏକ ବଡ଼ ସଫଳତା । ସେ କହିଛନ୍ତି ଯେ ଦୁଇଜଣଙ୍କୁ ତୁଳନା କରିବା ଭୁଲ୍ ।

ଏକ ଘରୋଇ ଟିଭି ଚ୍ୟାନେଲର କାର୍ଯ୍ୟକ୍ରମରେ ପି.କେ (PK) କହିଛନ୍ତି ଯେ, ମୋଦି (PM Modi) ଙ୍କ ପରେ ଅମିତ ଶାହ (Amit Shah) ହେଉଛନ୍ତି ବିଜେପି (BJP) ର ସବୁଠାରୁ ଶକ୍ତିଶାଳୀ ନେତା । ରାହୁଲ ଗାନ୍ଧୀ (Rahul Gandhi) ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା (Priyanka Gandhi Vadra) ଙ୍କ ମଧ୍ୟରେ କଂଗ୍ରେସ ପାଇଁ କିଏ ଭଲ? ଏହାପ ଜବାବରେ ସେ କହିଛନ୍ତି ଯେ, ଏହି ନିଷ୍ପତ୍ତି କଂଗ୍ରେସ (Congress) କୁ ନେବାକୁ ପଡ଼ିବ । ରାପିଡ ଫାୟର ରାଉଣ୍ଡର ଶେଷରେ ତାଙ୍କୁ ପଚରାଯାଇଥିଲା ଯେ ଦୁଇଟି ଲଡୁ ଆପଣଙ୍କ ପାଖକୁ ଆସିଛି, ଯେଉଁଥିରେ ଗୋଟିଏ ଉପରେ ଲେଖା ହୋଇଛି ଦେଶର ପ୍ରଧାନମନ୍ତ୍ରୀ ଓ ଅନ୍ୟଟିରେ ଲେଖା ହୋଇଛି ବିହାରର ସିଏମ୍, ଆପଣ କେଉ ଲଡୁ ନେବେ । ଏହାର ଜବାବରେ ପିକେ କହିଛନ୍ତି ଯେ, ପାଣି ପିଇବାକୁ ଦୌଡ଼ିବେ ।

ବିଜେପିର ପ୍ରଶ୍ନ ଉପରେ ସେ କହିଛନ୍ତି ଯେ, ଏହା ନୁହେଁ ଯେ ବିଜେପିକୁ ପରାଜିତ କରିହେବ ନାହିଁ । ସଂଘ ଓ ସମସ୍ତ ରାଜନୈତିକ ମେଣ୍ଟ ସତ୍ତ୍ୱେ ବିଜେପିକୁ ମାତ୍ର ୪୦ ପ୍ରତିଶତ ଭୋଟ୍ ମିଳିଛି । ଅର୍ଥାତ ୬୦ ପ୍ରତିଶତ ଲୋକ ତାଙ୍କ ସହ ସହମତ ନୁହଁନ୍ତି । ତଥ୍ୟ ଦେଖିବେ ତ ବିଜେପିକୁ ପରାଜିତ କରିପାରିବେ ।

ଏହା ବି ପଢ଼ନ୍ତୁ:-'ଯଦି ଭାରତ ଶତ୍ରୁ ତେବେ ଭାରତୀୟ ଚ୍ୟାନେଲକୁ ଯାଆନ୍ତୁ ନାହିଁ'

ଏହା ବି ପଢ଼ନ୍ତୁ:-ତାଜମହଲର ବନ୍ଦ ପଡ଼ିଥିବା ୨୨ କୋଠରୀରର କାହାଣୀ: 'ରାଜା ଜୟ ସିଂଙ୍କ ଠାରୁ ୧୭ ଏକର ଜମି କିଣିଥିଲେ ଶାହାଜାହାନ'

ଏହା ବି ପଢ଼ନ୍ତୁ:-ଯଦି Google ରେ ସର୍ଚ୍ଚ କରିବେ ଏହି ୩ଟି ଜିନିଷ ତ ସିଧା ଯିବେ ଜେଲ!

 

କଂଗ୍ରେସରୁ ମୋହ ଭଙ୍ଗ କାହିଁକି ହେଉ ନାହିଁ? ଏହି ପ୍ରଶ୍ନ ଉପରେ ପିକେ କହିଛନ୍ତି ଯେ, ସେମାନେ ମୋତେ ଡାକିଲେ ଏହା ସେମାନଙ୍କର ମହାନତା । କଥା ଜମିଲା ନାହିଁ, ତାହା ଏକ ଭିନ୍ନ ବିଷୟ । ସେ କହିଛନ୍ତି ଯେ, କଂଗ୍ରେସର ସମ୍ବିଧାନରେ ସବୁକିଛି ପାଇଁ ଅଲଗା ଅଲଗା ପଦ ଓ ପ୍ରକୋଷ୍ଟ ସୃଷ୍ଟି କରାଯାଇଛି । ଯେଉଁ ସ୍ଥାନ ପାଇଁ ମୋତେ ଅଫର୍ ଦିଆଯାଉଥିଲା, ମୋତେ ଲାଗୁ ନାହିଁ ସେହି ସ୍ଥାନ ନିଷ୍ପତ୍ତି ନେବା ପାଇଁ ଠିକ୍ ଥିଲା । ପିକେ କହିଛନ୍ତି ଯେ, କଂଗ୍ରେସ ଦେଶରୁ କେବେ ବି ଶେଷ ହେବ ନାହିଁ । ଆଜିର ଦିନରେ ଗାନ୍ଧୀ ପରିବାର ଏଥିପାଇଁ ସର୍ବୋତ୍ତମ ଉପଯୁକ୍ତ । କିନ୍ତୁ ଯଦି ଦଳ ସୁଧାର କରେ, ତେବେ ନିଶ୍ଚିତ ଭାବରେ ଏକ ବଡ଼ ଶକ୍ତିରେ ପରିଣତ ହୋଇପାରେ ।