IND vs PAK: ଏସିଆ କପ୍ ୨୦୨୨ରେ ପାକିସ୍ତାନ ବିପକ୍ଷରେ ପରାଜୟ ପରେ ଟିମ୍ ଇଣ୍ଡିଆର ଯୁବ ଦ୍ରୁତ ବୋଲର ଅର୍ଶଦୀପ ସିଂ (Arshdeep Singh) ସୋସିଆଲ ମିଡିଆରେ ଜୋରଦାର୍ ଟ୍ରୋଲ ହୋଇଥିଲେ । କିନ୍ତୁ ଟି-20 ବିଶ୍ୱକପରେ ସେ ତାଙ୍କର ସମସ୍ତ ହିସାବକୁ ବରାବର କରିନେଇଛନ୍ତି ।
Trending Photos
IND vs PAK T20 World Cup Match: ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ର ସୁପର-୧୨ ରାଉଣ୍ଡର ମ୍ୟାଚରେ ପାକିସ୍ତାନକୁ ୪ ୱିକେଟରେ ଭାରତ ପରାସ୍ତ କରିଛି । ଏହି ମ୍ୟାଚର ହିରୋ ଥିଲେ ବିରାଟ କୋହଲି (Virat Kohli) । ଭାରତ ଓ ପାକିସ୍ତାନ ମ୍ୟାଚ (India vs Pakistan Match) ରେ ବିରାଟ କୋହଲି ଦମଦାର୍ ୮୨ ରନର ଇନିଂସ ଖେଳିଥିଲେ । କିନ୍ତୁ ଏହି ମ୍ୟାଚରେ ଟିମ୍ ଇଣ୍ଡିଆ (Team India) ର ଆଉ ଜଣେ ଖେଳାଳି ମଧ୍ୟ ପାକିସ୍ତାନ (Pakistan) ଠାରୁ ନିଜର ପୁରୁଣା ପ୍ରତିଶୋଧ ନେଇଛନ୍ତି । ଏହି ଖେଳାଳି ଏସିଆ କପ୍ ୨୦୨୨ (Asia Cup 2022) ସମୟରେ ପାକିସ୍ତାନ ବିପକ୍ଷରେ ପରାଜୟର କାରଣ ପାଲଟିଥିଲେ । ଏହି ଖେଳାଳି ଟି-20 ବିଶ୍ୱକପରେ ଟିମ ଇଣ୍ଡିଆର ପ୍ରଥମ ମ୍ୟାଚରେ ନିଜର ପ୍ରଦର୍ଶନ ସହିତ ଟ୍ରୋଲରମାନଙ୍କୁ ଏକ ଉପଯୁକ୍ତ ଜବାବ ଦେଇଛନ୍ତି । ଏସିଆ କପ୍ ୨୦୨୨ରେ ପାକିସ୍ତାନ ବିପକ୍ଷରେ ପରାଜୟ ପରେ ଟିମ୍ ଇଣ୍ଡିଆର ଯୁବ ଦ୍ରୁତ ବୋଲର ଅର୍ଶଦୀପ ସିଂ (Arshdeep Singh) ସୋସିଆଲ ମିଡିଆରେ ଜୋରଦାର୍ ଟ୍ରୋଲ ହୋଇଥିଲେ । କିନ୍ତୁ ଟି-20 ବିଶ୍ୱକପରେ ସେ ତାଙ୍କର ସମସ୍ତ ହିସାବକୁ ବରାବର କରିନେଇଛନ୍ତି ।
ଭାରତ ଓ ପାକିସ୍ତାନ ମ୍ୟାଚରେ ଅର୍ଶଦୀପ ସିଂ (Arshdeep Singh) ପାକିସ୍ତାନର ବ୍ୟାଟିଂ କ୍ରମକୁ ଜୋରଦାର ଝଟକା ଦେଇଥିଲେ । ସେ ଏହି ମ୍ୟାଚରେ ଦମଦାର୍ ବୋଲିଂ କରି ୩ ୱିକେଟ ନେଇଥିଲେ । ଏସିଆ କପ୍ ୨୦୨୨ ସମୟରେ ଅର୍ଶଦୀପ ସିଂ ଆସିଫ୍ ଅଲିଙ୍କ କ୍ୟାଚକୁ ଛାଡ଼ି ଦେଇଥିଲେ । ଏହା ପରେ ସେ ପାକିସ୍ତାନ ପାଇଁ ମ୍ୟାଚ୍ ଶେଷ କରିବା କାର୍ଯ୍ୟ କରିଥିଲେ । ଯଦିଓ ଅର୍ଶଦୀପ ସିଂ ଆସିଫଙ୍କୁ ଆଉଟ କରିଥିଲେ ମଧ୍ୟ ସେତେବେଳକୁ ମ୍ୟାଚ୍ ଟିମ୍ ଇଣ୍ଡିଆ ଠାରୁ ଦୂରେଇ ଯାଇଥିଲା । ଏହି ମ୍ୟାଚ୍ ପରେ ତାଙ୍କୁ ଜୋରଦାର୍ ଟ୍ରୋଲ କରାଯାଇଥିଲା, କିନ୍ତୁ ଏଥର ସେ ଟିମ୍ ଇଣ୍ଡିଆର ବୋଲିଂର ସବୁଠାରୁ ବଡ଼ ହିରୋ ବୋଲି ପ୍ରମାଣିତ ହୋଇଛନ୍ତି ।
ଅଧିକ ପଢ଼ନ୍ତୁ:-ବାହାଘରର ମାତ୍ର ୩ ଘଣ୍ଟା ପରେ 'ମା' ହେଲେ ନୂଆ ବୋହୂ, ଡାକ୍ତର କହିଲେ-ଅଭିନନ୍ଦନ ପୁଅ ହୋଇଛି
ଅଧିକ ପଢ଼ନ୍ତୁ:-'ଉର୍ବଶୀ, ଉର୍ବଶୀ, ଉର୍ବଶୀ' କହି ଋଷଭ ପନ୍ତଙ୍କୁ ବାଉଣ୍ଡ୍ରିରେ ଚିଡ଼ାଉଥିବାର ନଜରକୁ ଆସିଲେ ଫ୍ୟାନ୍ସ, ଦେଖନ୍ତୁ ଭିଡିଓ
ଅଧିକ ପଢ଼ନ୍ତୁ:-ବାବର ଆଜମ କହିଲେ ବିରାଟ କୋହଲିଙ୍କୁ ଆଉଟ କରିବା ପାଇଁ କେମିତି ତିଆରି କରିଥିଲେ ଚକ୍ରବ୍ୟୁହ, କିନ୍ତୁ କାମ ଦେଲାଣି ତାଙ୍କର ପ୍ଲାନ୍
ଅର୍ଶଦୀପ ସିଂ (Arshdeep Singh) ଙ୍କ ଏହା ହେଉଛି ପ୍ରଥମ ଟି-20 ବିଶ୍ୱକପ (T20 World Cup) । ସେ ଏହି ଟୁର୍ଣ୍ଣାମେଣ୍ଟରେ ନିଜର ପ୍ରଥମ ବଲରେ ବାବର ଆଜମ (Babar Azam) ଙ୍କୁ ଶିକାର କରିଥିଲେ । ଏହା ପରେ ଅର୍ଶଦୀପ ସିଂ ମ୍ୟାଚର ଚତୁର୍ଥ ଓଭରରେ ଶେଷ ବଲରେ ପାକିସ୍ତାନର ଇନଫର୍ମ ବ୍ୟାଟ୍ସମ୍ୟାନ୍ ମହମ୍ମଦ ରିଜୱାନଙ୍କୁ ୪ ରନର ସ୍କୋରରେ ଆଉଟ କରିଥିଲେ । ଭୁବନେଶ୍ୱର କୁମାର ଏହି କ୍ୟାଚ୍ ଧରିଥିଲେ । ଏହା ପରେ ଅର୍ଶଦୀପ ସିଂ ଶେଷ ଓଭରରେ ବୋଲିଂ କରି ତାଙ୍କ ନାମରେ ଆଉ ଏକ ୱିକେଟ୍ କରିନେଇଥିଲେ । ଦଳର ବିଜୟରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।