କମନୱେଲଥ ଗେମ୍ସରେ ସୁଧର ଜିତିଲେ ସ୍ୱର୍ଣ୍ଣ ତ ମୁରଲୀ ଶ୍ରୀଶଙ୍କରଙ୍କୁ ରୌପ୍ୟ; ଜାଣନ୍ତୁ ଭାରତକୁ ବର୍ତ୍ତମାନ ପର୍ଯ୍ୟନ୍ତ କେତୋଟି ମିଳିଛି ପଦକ
Advertisement

କମନୱେଲଥ ଗେମ୍ସରେ ସୁଧର ଜିତିଲେ ସ୍ୱର୍ଣ୍ଣ ତ ମୁରଲୀ ଶ୍ରୀଶଙ୍କରଙ୍କୁ ରୌପ୍ୟ; ଜାଣନ୍ତୁ ଭାରତକୁ ବର୍ତ୍ତମାନ ପର୍ଯ୍ୟନ୍ତ କେତୋଟି ମିଳିଛି ପଦକ

Commonwealth Games 2022: ପାରା ପାୱାରଲିଫ୍ଟରେ ପ୍ରଥମ ଥର ପାଇଁ ଭାରତକୁ ସ୍ୱର୍ଣ୍ଣ ପଦକ ମିଳିଛି । ସୁଧର ଏହି ଗୋଲ୍ଡ ଜିତି କୀର୍ତ୍ତିମାନ ହାସଲ କରିଛନ୍ତି ।

କମନୱେଲଥ ଗେମ୍ସରେ ସୁଧର ଜିତିଲେ ସ୍ୱର୍ଣ୍ଣ ତ ମୁରଲୀ ଶ୍ରୀଶଙ୍କରଙ୍କୁ ରୌପ୍ୟ; ଜାଣନ୍ତୁ ଭାରତକୁ ବର୍ତ୍ତମାନ ପର୍ଯ୍ୟନ୍ତ କେତୋଟି ମିଳିଛି ପଦକ

ନୂଆଦିଲ୍ଲୀ: Commonwealth Games 2022: ବର୍ମିଂହାମରେ ଚାଲିଥିବା ୨୦୨୨ କମନୱେଲଥ ଗେମ୍ସ (Commonwealth Games 2022) ରେ ଭାରତର ସୁଧୀର (Sudhir) ଚମତ୍କାର କରିଛନ୍ତି । ପାରା ପାୱାରଲିଫ୍ଟ (Para Powerlifting) ରେ ସେ ପ୍ରଥମ ଥର ପାଇଁ ଭାରତ ପାଇଁ ଗୋଲ୍ଡ (Gold Medal) ଜିତିଛନ୍ତି । ଏହାପୂର୍ବରୁ ଭାରତ ଏପର୍ଯ୍ୟନ୍ତ ଏହି ବର୍ଗରେ ସ୍ୱର୍ଣ୍ଣ ପଦକ ଜିତି ନଥିଲା । ସୁଧୀର ୧୩୪.୫ ପଏଣ୍ଟ ସହ ଗେମ୍ସ ରେକର୍ଡ ସୃଷ୍ଟି କରିଛନ୍ତି । ଭାରତ ପାଇଁ ପାରା ପାୱାରଲିଫ୍ଟରେ ସୁନା ଜିତିଥିବା ସୁଧୀର ପ୍ରଥମ ଆଥଲେଟ୍ ହୋଇଛନ୍ତି ।

ଭାରତର ପାରା ପାୱାରଲିଫ୍ଟର ସୁଧୀର ୨୧୨ କିଲୋଗ୍ରାମ ଉଠାଇ ପୁରୁଷ ହେଭିୱେଟ୍ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।  ୮୭.୩୦ କିଲୋଗ୍ରାମ ଓଜନ ଥିବା ସୁଧୀର ରାକ ହାଇଟ ୧୪ ସହ ପ୍ରଥମ ପ୍ରୟାସରେ ୨୦୮ କିଲୋଗ୍ରାମ ଉଠାଇଥିଲେ । ଏହା ପରେ ସୁଧୀର ଦ୍ୱିତୀୟ ପ୍ରୟାସରେ ୨୧୨ କିଲୋଗ୍ରାମ ଉଠାଇଥିଲେ । ଏଥିସହିତ ସୁଧୀର ୧୩୪.୫ ପଏଣ୍ଟ ସହ ଶୀର୍ଷରେ ରହି ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

ଲଙ୍ଗ୍ ଜମ୍ପରେ ମୁରଲୀ ଶ୍ରୀଶଙ୍କରଙ୍କୁ ରୌପ୍ୟ 

ସେପଟେ ପୁରୁଷ ଲଙ୍ଗ୍ ଜମ୍ପ୍ (Long Jump) ରେ ଭାରତର ମୁରଲୀ ଶ୍ରୀଶଙ୍କର (Murali Sreeshankar) ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେ ଟ୍ରାକ ଓ ଫିଲ୍ଡରେ ରୌପ୍ୟ ପଦକ (Silver Medal) ଜିତିଛନ୍ତି । କମନୱେଲଥ ଗେମ୍ସ ୨୦୨୨ରେ ଏହା ହେଉଛି ଭାରତର ୧୯ ତମ ପଦକ । ପୁରୁଷ ଲଙ୍ଗ୍ ଜମ୍ପ୍ ଫାଇନାଲରେ ଶ୍ରୀଶଙ୍କର ୮.୦୮ ମିଟର ଶ୍ରେଷ୍ଠ ଜମ୍ପ ସହିତ ରୌପ୍ୟ ପଦକ ନିଜ ନାମରେ କରିନେଇଥିଲେ । ଏହା ସହ ଶ୍ରୀଶଙ୍କର ଲଙ୍ଗ୍ ଜମ୍ପ୍ ଇଭେଣ୍ଟରେ ଭାରତ ପାଇଁ ପଦକ ଜିତିଥିବା ଭାରତର ପ୍ରଥମ ପୁରୁଷ ଆଥଲେଟ୍ ହୋଇପାରିଛନ୍ତି ।

ଏହା ବି ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର, ବଢ଼ିଲା ୫ ପ୍ରତିଶତ ମହଙ୍ଗା ଭତ୍ତା; ସରକାର କଲେ ଘୋଷଣା

ଏହା ବି ପଢ଼ନ୍ତୁ:-ଚୀନ-ତାଇୱାନ ବିବାଦ ମଧ୍ୟରେ ଆରମ୍ଭ ହେଲା ଆର୍ମେନିଆ-ଆଜେରବାଇଜାନ ଯୁଦ୍ଧ, ଜାଣନ୍ତୁ ଏହି ଯୁଦ୍ଧର ମୁଖ୍ୟ କାରଣ

ସୂଚନାଯୋଗ୍ୟ, କମନୱେଲଥ ଗେମ୍ସ ୨୦୨୨ରେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତକୁ ୬ ସ୍ୱର୍ଣ୍ଣ ମିଳିଛି । ଏହାପୂର୍ବରୁ ମିରବାଇ ଚାନୁ, ଜେରେମି ଲାଲ୍ରିନ୍ନୁଙ୍ଗା, ଅଙ୍କିତା ଶେଉଲି, ମହିଳା ଲନ୍ ବଲ୍ ଦଳ ଏବଂ ଟେବୁଲ୍ ଟେନିସ୍ ପୁରୁଷ ଦଳ ସ୍ୱର୍ଣ୍ଣ ଜିତିଛନ୍ତି । ଏଥି ସହିତ ଭାରତର ପଦ ସଂଖ୍ୟା ୨୦ରେ ପହଞ୍ଚିଛି ।