IND vs AUS: ଇତିହାସ ରଚିଲେ ଅଶ୍ୱିନ, ଭାଙ୍ଗିଲେ ଏହି କ୍ରିକେଟରଙ୍କ ରେକର୍ଡ଼
Advertisement

IND vs AUS: ଇତିହାସ ରଚିଲେ ଅଶ୍ୱିନ, ଭାଙ୍ଗିଲେ ଏହି କ୍ରିକେଟରଙ୍କ ରେକର୍ଡ଼

ND vs AUSଇନ୍ଦୋରଠାରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ଅଷ୍ଟ୍ରେଲିଆକୁ ୯୯ ରନରେ ପରାସ୍ତ କରିଛି ଟିମ୍ ଇଣ୍ତିଆ । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ କରିଥିଲା ୩୯୯ ରନ୍ । ତେବେ ଏହି ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନଙ୍କ (Rabichandra Ashwini)  ସାଂଘାତିକ ବୋଲିଂ ଦେଖିବାକୁ ମିଳିଥିଲା । 

ସୌ(ସୋସିଆଲ ମିଡିଆ)

Rabichandra Ashwini: ରବିବାର ଅନୁଷ୍ଠିତ ଭାରତ ଅଷ୍ଟ୍ରେଲିଆ (IND vs AUS) ଦିନିକିଆ ସିରିଜରେ କବଜ୍ଜା କରିଛି ଭାରତ । ଇନ୍ଦୋରଠାରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ଅଷ୍ଟ୍ରେଲିଆକୁ ୯୯ ରନରେ ପରାସ୍ତ କରିଛି ଟିମ୍ ଇଣ୍ତିଆ । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ କରିଥିଲା ୩୯୯ ରନ୍ । ତେବେ ଏହି ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନଙ୍କ (Rabichandra Ashwini)  ସାଂଘାତିକ ବୋଲିଂ ଦେଖିବାକୁ ମିଳିଥିଲା । ଅଶ୍ୱିନ ୭ ଓଭରରେ ୪୧ ରନ୍ ଦେଇ ୩ଟି ୱିକେଟ୍ ହାତେଇଥିଲେ । ସେ ଡେଭିଡ ୱାର୍ଣ୍ଣରଙ୍କୁ ୫୩, ମାର୍ନୁସ ଲାବୁସାଗନଙ୍କୁ ୨୭ ଓ ଜୋସ ଇଂଲିଶଙ୍କୁ ୬ ରନ୍ ଦେଇ ପାଭେଲିୟନ୍ ପଠାଇଦେଇଥିଲେ। ତେବେ ତିନୋଟି ୱିକେଟ୍ ନେଇ ଏକ ନୂଆ ରେକର୍ଡକୁ ନିଜ ନାଁରେ କରିଛନ୍ତି ଅଶ୍ୱିନ୍ ।

ସୂଚନା ଅନୁଯାୟୀ, ଗୋଟିଏ ଦଳ ବିପକ୍ଷରେ ଭାରତ ପାଇଁ ସର୍ବାଧିକ ଅନ୍ତର୍ଜାତୀୟ (International match) ୱିକେଟ୍ ନେଇଥିବା ରେକର୍ଡ଼କୁ ନିଜ ନାଁରେ କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ୍। ଅଷ୍ଟ୍ରେଲିଆ ବିପକ୍ଷରେ ସେ ୧୪୪ଟି ୱିକେଟ୍ ନେଇ ନୂଆ ରେକର୍ଡ କରିଛନ୍ତି। ଏହି ରେର୍କଡ଼ କରି ସେ ଭେଟେରାନ୍ ସ୍ପିନର ଅନିଲ କୁମ୍ବଲେଙ୍କୁ ପଛରେ ପକାଇଛନ୍ତି । ଅନିଲ କୁମ୍ବଲେ (Anil Kumble) ଅଷ୍ଟ୍ରେଲିଆ ବିପକ୍ଷରେ ୧୪୨ଟି ୱିକେଟ୍ ନେଇଥିଲେ। ସେହିପରି କପିଲ ଦେବ (kapil dev) ପାକିସ୍ତାନ ବିପକ୍ଷରେ ୧୪୧ଟି ୱିକେଟ୍ ନେଇଥିବା ବେଳେ ଅନିଲ କୁମ୍ବଲେ ୧୩୫୬ଟି ୱିକେଟ୍ ନେଇ ରେକର୍ଡ କରିଛନ୍ତି । କପିଲ ଦେବ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୧୩୨ଟି ୱିକେଟ୍ ନେଇଥିଲେ। ତେବେ ଏସିଆ କପ ୨୦୨୩ରେ ଖେଳିବା ନେଇ ଅଶ୍ୱିନଙ୍କୁ ସ୍ଥାନ ଦିଆଯାଇନଥିଲା । ଆହତ କାରଣରୁ ଅକ୍ଷର ପଟେଲ (Aksar Patel) ଦଳରୁ ବାଦ ପଡ଼ିବା ପରେ ପ୍ରାୟ ଦେଢ଼ ବର୍ଷ ପରେ ଅଶ୍ୱିନଙ୍କୁ ଦିନିକିଆରେ (ODI) ଖେଳିବା ନେଇ ସୁଯୋଗ ମିଳିଥିଲା । ତେବେ ଅଶ୍ୱିନଙ୍କ (Rabichandra Ashwini) ଏହି ଚମତ୍କାର ପ୍ରଦର୍ଶନ ଦେଖି ପ୍ରଶଂସକମାନେ ତାଙ୍କୁ ବିଶ୍ୱକପ (world cup 2023) ଟିମ୍ ରେ ସାମିଲ କରିବା ନେଇ ଦାବି କରିଛନ୍ତି । ତେବେ ଆସନ୍ତ ସେପ୍ଟେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ବିଶ୍ୱକପ୍ ଦଳରେ ପରିବର୍ତ୍ତନ କରାଯାଇପାରିବ ।

ପ୍ରକାଶ ଥାଉ କି, ବର୍ଷା ଯୋଗୁଁ ମ୍ୟାଚ୍ ବାଧାପ୍ରାପ୍ତ ହେବା ପରେ ୪୦୦ ରନ୍ ର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆର (Australia) ମ୍ୟାଚ୍ କୁ ୩୩ ଓଭରକୁ ଖସାଇ ଦିଆଯାଇଥିଲା  । ଡିଏଲଏସ୍ ମେଥଡ଼ ଲାଗୁ ହେବା ସହ କଙ୍ଗାରୁ ଦଳକୁ ୩୩ ଓଭରରେ ୩୧୭ ରନର ଟାର୍ଗେଟ୍ ଦିଆଯାଇଥିଲା । ତେବେ ଅଷ୍ଟ୍ରେଲିଆ ଦଲ ୨୮.୨ ଓଭରରେ ୨୧୭ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା । ଅଶ୍ୱିନୀ ଓ ଜାଡେଜା ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ ପ୍ରସିଦ୍ଧ କୃଷ୍ଣା ୨ଟି ଓ ସାମି ଗୋଟିଏ ୱିକେଟ୍ ନେଇଥିଲେ ।

ଏହା ବି ପଢନ୍ତୁ-Asian games 2023: ଏସିଆନ ଗେମ୍ସରେ ଦେଶକୁ ମିଳିଲା ପ୍ରଥମ ସ୍ବର୍ଣ୍ଣ, ୭ରେ ପହଞ୍ଚିଲା ପଦକ ସଂଖ୍ୟା